ଜାତୀୟ |

ନୂଆ ବର୍ଷରେ ହ୍ବାଟ୍ସ ଆପ୍‌ ଦୁର୍ଘଟଣାଗ୍ରସ୍ତ

ନୂଆ ବର୍ଷରେ ହ୍ବାଟ୍ସ ଆପ୍‌ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ମସଗୁଲ୍‌ ଥିବା ବେଳେ ସୋସିଆଲ ମିଡ଼ିଆ ହ୍ବାଟ୍ସ ଆପ୍‌ କିଛି ସମୟ ପାଇଁ ବନ୍ଦ ହୋଇଯିବା ଫଳରେ ଏହାର ବ୍ୟବହାରକାରୀ ଅସ୍ତବ୍ୟସ୍ତ ହୋଇ ପଡିଥିଲେ। ରବିବାର ରାତି ୧୨ଟା ୧୦ ରେ ହ୍ବାଟ୍ସ ଆପ୍‌ ଟ୍ରାଫିକ୍‌ ଜାମ୍‌ ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଅନେକେ ଟୁଇଟର୍‌ ମାଧ୍ୟମରେ ନୂତନ ବର୍ଷର ଶୁଭକାମନା ଜଣାଇଥିଲେ। ମାତ୍ର ୧୦ ମିନିଟ୍‌ରେଏହା ଠିକ୍‌ ହୋଇଥିଲେ ମଧ୍ୟ ହ୍ବାଟ୍ସ ଆପ୍‌କୁ ରାତି ୧ଟା ପରେ ରିଲୋଡ୍‌ କରାଯାଇପାରିଥିଲା।

All Right Reserved By

ଜାତୀୟ |

ମାଛ ଆମଦାନୀ ବନ୍ଦକଲା ଗୋଆ

ମାଛ ଆମଦାନୀ ବନ୍ଦକଲା ଗୋଆ

ପଣଜି,୧୮।୭: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ୧୫ ଦିନ ଲାଗି ପଡ଼ୋଶୀ ରାଜ୍ୟଗୁଡ଼ିକରୁ ମାଛ ଆମଦାନୀ ଉପରେ ରୋକ୍‌ ଲଗାଇଛନ୍ତି। ମାଛକୁ ତାଜା ରଖିବା ଲାଗି କ୍ୟାନ୍‌ସର ସୃଷ୍ଟିକାରୀ ଫର୍ମାଲିନ୍‌ ନାମକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଉଥିବାରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ମାଛ ଆମଦାନୀ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଭାଜପା ଛାଡ଼ିଲେ ଚନ୍ଦନ ମିତ୍ର

ଭାଜପା ଛାଡ଼ିଲେ ଚନ୍ଦନ ମିତ୍ର

ନୂଆଦିଲ୍ଲୀ,୧୮।୭: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ଚନ୍ଦନ ମିତ୍ର ଭାଜପାର ହାତ ଛାଡ଼ିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଚେନ୍ନାଇ,୧୮।୭: ତାମିଲ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଓ୍ବଲାସରାଓ୍ବକ୍କମସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରିୟଙ୍କା ତାମିଲ ଟିଭି ଶୋ’ ‘ଓ୍ବାମସମ’ର ଜ୍ୟୋତିକା ଚରିତ୍ର ଲାଗି ବେଶ୍‌ ଜଣାଶୁଣା ଥିଲେ।

ମହିଳା ମାଓବାଦୀ ନିହତ

ମହିଳା ମାଓବାଦୀ ନିହତ

ମନପୁର,୧୮।୭: ଛତିଶଗଡ଼ର ମନପୁର ଅଞ୍ଚଳରେ ବୁଧବାର ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସେ ହେଲେ ରାଜନନ୍ଦଗାଁଓ ଜିଲାର ମନପୁର ସବ୍‌ଡିଭିଜନ ଅଞ୍ଚଳରେ ୨୦୦୫ରୁ ସକ୍ରିୟ ଥିବା ମାଓବାଦୀ ସଦସ୍ୟ ଜରିନା ପୋଟାଇ।

ଉତ୍ତର କର୍ନାଟକକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ସମସ୍ୟାର ସମାଧାନ ନୁହେଁ: ୟେଦୁରପ୍ପା

ଉତ୍ତର କର୍ନାଟକକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ସମସ୍ୟାର ସମାଧାନ ନୁହେଁ: ୟେଦୁରପ୍ପା

ସିଭମୋଗା,୧୮।୭: ଉତ୍ତର କର୍ନାଟକକୁ ସ୍ବରନ୍ତ୍ର ରାଜ୍ୟ ମାନ୍ୟତା ଦାବି ଜୋର୍‌ ଧରିଥିବାବେଳେ ବୁଧବାର ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ସେ କହିଛନ୍ତି, ସ୍ବତନ୍ତ୍ର ରାଜ୍ୟ ଦାବି ସବୁ ସମସ୍ୟାର ସମାଧାନ ନୁହେଁ।

ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ

ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ

ଶିମ୍‌ଲା,୧୮।୭: ହିମାଚଳ ପ୍ରଦେଶ କଙ୍ଗ୍‌ରା ଜିଲାର ପଟ୍ଟା ଜତିୟାନ ଗ୍ରାମ ନିକଟରେ ବୁଧବାର ଏକ ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଜାବର ପଠାନ୍‌କୋଟ ବାୟୁସେନା ଘାଟିରୁ ଉଡ଼ାଣ କରିଥିବା ଉକ୍ତ ବିମାନଟି କଙ୍ଗ୍‌ରା ଜିଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାର ପାଇଲଟ୍‌ ନିଖୋଜ ଥିବା ଜଣାପଡ଼ିଛି।

ସରକାରଙ୍କ ଅଗ୍ନି ପରୀକ୍ଷା: ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଆଲୋଚନା

ସରକାରଙ୍କ ଅଗ୍ନି ପରୀକ୍ଷା: ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଆଲୋଚନା

ନୂଆଦିଲ୍ଲୀ,୧୮।୭: ବିରୋଧୀ ଦଳଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି। କଂଗ୍ରେସ ଓ ଟିଡ଼ିପି ପକ୍ଷରୁ ଆଗତ କରାଯାଇଥିବା ଏହି ପ୍ରସ୍ତାବକୁ ୫୦ରୁ ଅଧିକ ସଦସ୍ୟ ସମର୍ଥନ କରିଥିଲେ।

ନିଦା ଖାଁଙ୍କ ବିଜୟ: ନିତି ତଲାକ୍‌କୁ ଅବୈଧ ଘୋଷିତ କଲେ ଅଦାଲତ

ନିଦା ଖାଁଙ୍କ ବିଜୟ: ନିତି ତଲାକ୍‌କୁ ଅବୈଧ ଘୋଷିତ କଲେ ଅଦାଲତ

ନୂଆଦିଲ୍ଲୀ,୧୮।୭: ତିନି ତଲାକ୍‌ ବିରୋଧରେ ନିଦା ଖାଁଙ୍କୁ ମିଳିଛି ବଡ଼ ସଫଳତା। ଆଲା ହଜରତ୍‌ ବଂଶର ବୋହୂ ନିଦା ସ୍ବାମୀ ଉସ୍ମାନ୍‌ ରଜା ଖାଁଙ୍କ ବିରୋଧରେ ତିନି ତଲାକ୍‌, ହଲାଲା ଏବଂ ବହୁବିବାହ ନେଇ ବରେଲୀର ଏକ ଅଦାଲତରେ ଆବେଦନ ଦାଖଲ କରିଥିଲେ।

ଜେଲ୍‌ରେ ଜଣେ କଏଦୀ

ଜେଲ୍‌ରେ ଜଣେ କଏଦୀ

ନୂଆଦିଲ୍ଲୀ,୧୮।୭: ଗୁଜରାଟର ଏକ ଦ୍ୱୀପରେ ରହିଛି ୪୭୨ ବର୍ଷ ପୁରାତନ ଜେଲ୍‌। ଏହି ଦ୍ୱୀପ ହେଉଛି ଦିଓ୍ବ। ଏଠାରେ ଥିବା ଜେଲ୍‌ରେ ଜଣେ କଏଦୀ ରହିଛନ୍ତି।

ରଥଯାତ୍ରା ଲାଗି ଜାତୀୟ କଂଗ୍ରେସର ତ୍ରୁଟିପୂର୍ଣ୍ଣ ଟୁଇଟ

ରଥଯାତ୍ରା ଲାଗି ଜାତୀୟ କଂଗ୍ରେସର ତ୍ରୁଟିପୂର୍ଣ୍ଣ ଟୁଇଟ

ନୂଆଦିଲ୍ଲୀ,୧୮।୭: ରଥଯାତ୍ରା ଲାଗି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଟୁଇଟ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଉକ୍ତ ଟୁଇଟ୍‌ରେ ମା’ ସୁଭଦ୍ରାଙ୍କୁ ଜଗନ୍ନାଥଙ୍କ ଭାଇ କୁହାଯାଇଥିବାବେଳେ ଗୁଣ୍ଡିଚା ମନ୍ଦିରକୁ ଗୁଣ୍ଡିଚା ଘାଟ ଦର୍ଶାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ କୁହାଯାଇଛି ଯେ,

ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ବୈଜୟନ୍ତଙ୍କ ଅନୁରୋଧ

ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ବୈଜୟନ୍ତଙ୍କ ଅନୁରୋଧ

ନୂଆଦିଲ୍ଲୀ,୧୮।୭: ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ଏମ୍‌ପି ବୈଜୟନ୍ତ ପଣ୍ଡା ମୌସୁମୀ ଅଧିବେଶନ ପୂର୍ବରୁ ମଙ୍ଗଳବାର ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଭେଟି ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏ ନେଇ ବୁଧବାର ସେ ଟୁଇଟ କରି ସୂଚନା ଦେଇଛନ୍ତି।

ଟାର୍ଗେଟରେ ନୌସେନା: ଆତଙ୍କବାଦୀଙ୍କୁ ମେରାଇନ୍‌ ଟ୍ରେନିଂ ଦେଉଛି ପାକିସ୍ତାନ

ଟାର୍ଗେଟରେ ନୌସେନା: ଆତଙ୍କବାଦୀଙ୍କୁ ମେରାଇନ୍‌ ଟ୍ରେନିଂ ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ,୧୮।୭: ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାବଳଙ୍କ ଅପରେଶନ ଅଲଆଉଟ୍‌ ଯୋଗୁ ଆତଙ୍କବାଦୀଙ୍କ କାର୍ଯ୍ୟ କଳାପରେ ବାଧା ସୃଷ୍ଟି ହୋଇଛି। ଏବେ ଆତଙ୍କବାଦୀ ଭାରତୀୟ ନୌସେନାକୁ ଟାର୍ଗେଟ କରିଛନ୍ତି।

Model This Week

ରୂପେଶ