ରାଜ୍ୟ |

ଏକ୍ସପାଏରି ଔଷଧ ନେଲା ଜୀବନ

ଏକ୍ସପାଏରି ଔଷଧ ନେଲା ଜୀବନ

କଟକ ଅଫିସ, ୩୧।୧୨- ଏକ୍ସପାଏରି ଟିବି ଔଷଧ ଖାଇଥିବା ଗୁଡି ନାୟକ(୨୦)ଙ୍କ ରବିବାର ସକାଳୁ ମୃତ୍ୟୁ ଘଟିଛି। ରାଜାବଗିଚା ଅଞ୍ଚଳର ରାଜେନ୍ଦ୍ର ଓ ଗୀତା ନାୟକଙ୍କ ଏକମାତ୍ର ଏହି ଝିଅଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାର ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଟିବି ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଜିଲା ସ୍ତରରେ ଟିବି ଚିକିତ୍ସା କେନ୍ଦ୍ରମାନ ଖୋଲାଯାଇଛି। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ସରକାରଙ୍କ ମାଗଣା ଏକ୍ସପାଏରି ଔଷଧ ଖାଇ ଗୁଡିଙ୍କ ମୃତ୍ୟୁ ଘଟିବା ପରେ ଏବେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତା ଉପରେ ସନ୍ଦେହ ସୃଷ୍ଟି କରିଛି। ଗୁଡିଙ୍କ ଭଳି ଆଉ କେତେଜଣ ଏଭଳି ଏକ୍ସପାଏରି ଔଷଧ ଖାଇଛନ୍ତି ତାହା ଏବେ ସବୁଠୁ ଚିନ୍ତାଜନକ ବିଷୟ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱକଲ୍ୟାଣ ପଟ୍ଟନାୟକ ଗୁଡିଙ୍କ ମୃତ୍ୟୁ ଏକ୍ସପାଏରି ଔଷଧଜନିତ ହୋଇଥିବା କଥା ନିର୍ଦ୍ଦିଷ୍ଟଭାବେ କହିହେବ ନାହିଁ ବୋଲି କହିଥିଲେ। ମୃତ୍ୟୁର କାରଣ ଅଲଗା ହୋଇଥାଇପାରେ। ଏକ୍ସପାଏରି ଔଷଧ ଖାଇବା ଦ୍ୱାରା ତାହା ରୋଗ ପାଇଁ କାମ ଦେଇ ନ ପାରେ। ହେଲେ ମୃତ୍ୟୁ ଘଟିବା ସମ୍ଭବ ନୁହେଁ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଏସ୍‌ସିବି ମେଡିକାଲର ଟିବି ଓ ଛାତି ରୋଗ ବିଭାଗର ବରିଷ୍ଠ ପ୍ରଫେସର ଡା. ମନୋରଞ୍ଜନ ପଟ୍ଟନାୟକଙ୍କୁ ଏକ୍ସପାଏରି ଟିବି ଔଷଧ ଖାଇବା ଦ୍ୱାରା ରୋଗୀର କ’ଣ କ୍ଷତି ଘଟିଥାଏ ବୋଲି ପଚରାଯାଇଥିଲା। ସେ କୁହନ୍ତି ଯେ, ଏକ୍ସପାଏରି ଔଷଧ ରୋଗୀଙ୍କୁ ଦେବା ହିଁ ମୂଳତଃ ଭୁଲ। ଏହି ଔଷଧ ଖାଇବା ଦ୍ୱାରା ତା’ର ପାର୍ଶ୍ୱ ପ୍ରତିକ୍ରିୟା ସୁଦୂରପ୍ରସାରୀ ହୋଇଥାଏ। ତେଣୁ ନିର୍ଦ୍ଦିଷ୍ଟ ଭାବେ କୌଣସି କାରଣ କହିହେବ ନାହିଁ ବୋଲି ଡାକ୍ତର ପଟ୍ଟନାୟକ କହିଥିଲେ। ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭଏସ ଅଫ ପେସେଣ୍ଟର ସହଆବାହିକା ବିଜୟଲକ୍ଷ୍ମୀ ରାଉତରାୟ କୁହନ୍ତି, ଏକକାଳୀନ ଜଣେ ରୋଗୀଙ୍କୁ ୪ ମାସର ଔଷଧ ଦେବା ମୋତେ ପ୍ରଥମରୁ ହିଁ ସନ୍ଦେହ ଲାଗୁଛି। ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ପ୍ରଣୟନ ହୋଇଥିବା ଡଟ୍‌ସ ପଦ୍ଧତି ଅନୁଯାୟୀ ରୋଗୀଙ୍କୁ ରୀତିମତ ଫଲୋଅପ୍‌ରେ ରଖାଯିବ। ମାତ୍ର ଗୁଡିଙ୍କୁ କ’ଣ ପାଇଁ ଏକକାଳୀନ ୪ ମାସର ଔଷଧ ଦିଆଯାଇଥିଲା ତାହା ତଦନ୍ତସାପେକ୍ଷ ବୋଲି ରାଉତରାୟ କହିଛନ୍ତି।
ସୂଚନାଥାଉକି, ଗୁଡି ଟିବି ରୋଗରେ ଆକ୍ରାନ୍ତ ଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍ପିଟାଲ)ର ଯକ୍ଷ୍ମା କେନ୍ଦ୍ର ଅଧୀନରେ ସେ ଚିକିତ୍ସିତ ହେଉଥିଲେ। ଗତ ଅଗଷ୍ଟ ୨୧ ତାରିଖରେ ଗୁଡି ମେଡିକାଲକୁ ଯାଇଥିଲେ। ୪ ମାସ ପାଇଁ ତାଙ୍କୁ ଔଷଧ ଦିଆଯାଇଥିଲା। ମାତ୍ର ସେଗୁଡ଼ିକର ଅବଧି ସେପ୍ଟେମ୍ବର ପର୍ଯ୍ୟନ୍ତ ଥିଲା। ହେଲେ ଗୁଡି ମେଡିସିନର ଏକ୍ସପାଏରି ତାରିଖ ନ ଦେଖି ମେଡିସିନ ଖାଇ ଚାଲିଥିଲେ। ନିକଟରେ ସେ ଗୁରୁତର ହୋଇପଡ଼ିବାରୁ ସ୍ଥାନୀୟ ଅଞ୍ଚଳର ଜଣେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଡାକ୍ତର ତାଙ୍କୁ ଦେଖିବା ପରେ ତାଙ୍କ ଲଙ୍ଗ୍‌ସ ଅଧିକ ଖରାପ ହୋଇଯାଇଥିବା କହିବା ସହିତ ସେ ଖାଉଥିବା ମେଡିସିନ ମଗାଇଥିଲେ। ମେଡିସିନ ଖୋଳ ଦେଖିବା ପରେ ମେଡିସିନର ଅବଧି ଶେଷ ହୋଇଯାଇଥିବା ଡାକ୍ତର ଜଣକ ତାଙ୍କୁ କହିଥିଲେ।

All Right Reserved By

Model This Week

Model This Week

ରାଜ୍ୟ |

ନାବାଳିକା ବଳାତ୍କାର ଉଦ୍‌ବେଗଜନକ

ନାବାଳିକା ବଳାତ୍କାର ଉଦ୍‌ବେଗଜନକ

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ମହିଳାଙ୍କ ଉପରେ ହେଉଥିବା ଅପରାଧ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନୁକୁ ଅଗ୍ରାଧିକାର ଦେଇଛନ୍ତି। ୨୦୧୭ରେ ବଳାତ୍କାର ଜନୀତ ମାମଲାଗୁଡିକର ଦଣ୍ଡ ବିଧାନ ହାର ୧୬.୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ମହିଳା,ଶିଶୁ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ବର୍ଗଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।

ପାର୍ସଲ ବୋମା ବିସ୍ଫୋରଣ ଘଟଣା, ପୁଞ୍ଜିଲାଲ ମୁଖ୍ୟ ଅଭିଯୁକ୍ତ: ଡିଜିପି

ପାର୍ସଲ ବୋମା ବିସ୍ଫୋରଣ ଘଟଣା, ପୁଞ୍ଜିଲାଲ ମୁଖ୍ୟ ଅଭିଯୁକ୍ତ: ଡିଜିପି

ଭୁବନେଶ୍ୱର, ୨୪।୪(ବ୍ୟୁରୋ)- ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଖୁବ୍‌ଶୀଘ୍ର ହେବ ବୋଲି କହିଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଭଇଁସା ଜ୍ୟୋତି ବିକାଶ କଲେଜ ଅଧ୍ୟାପକ ପୁଞ୍ଜିଲାଲ ମେହେର ଘଟଣାର ମାଷ୍ଟରମାଇଣ୍ଡ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡିଛି।

ମେ ୨୫ରେ ଘରୋଇ ହସ୍ପିଟାଲ ବନ୍ଦ ଚେତାବନୀ

ମେ ୨୫ରେ ଘରୋଇ ହସ୍ପିଟାଲ ବନ୍ଦ ଚେତାବନୀ

ଭୁବନେଶ୍ୱର, ୨୪।୪(ବ୍ୟୁରୋ)- ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡିକ ପାଇଁ ନୂତନ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଆଇନ ଆଣିବାକୁ ନିଖିଳ ଓଡ଼ିଶା ବେସରକାରୀ ମେଡିକାଲ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଫୋରମ୍‌ ସରକାରଙ୍କୁ ଏକମାସ ସମୟ ଦେଇଛି। ଏହି ସମୟ ଭିତରେ ଆଇନ ନ ଆଣିଲେ ଆସନ୍ତା ମେ ୨୫ ତାରିଖରେ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲଗୁଡିକୁ ବନ୍ଦ କରିଦିଆଯିବ।

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୭ ଜୁଆଡ଼ି ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୭ ଜୁଆଡ଼ି ଗିରଫ

ବାରଙ୍ଗ,୨୪।୪(ଡି.ଏନ୍‌.ଏ.)- ବିଞ୍ଝାଗିରି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଚନ୍ଦକା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।

ବନ ବିଭାଗ ବିଫଳ: ଆଖି ବୁଜିଲା ଆହତ ହାତୀ

ବନ ବିଭାଗ ବିଫଳ: ଆଖି ବୁଜିଲା ଆହତ ହାତୀ

ଢେଙ୍କାନାଳ ଅଫିସ୍‌, ୨୪ା୪-ଦୀର୍ଘ ୪ଦିନ ଯନ୍ତ୍ରଣାରେ ଛଟପଟ ହେବାପରେ ଶେଷରେ ଆଖି ବୁଜିଛି ଟ୍ରେନ୍‌ ଧକ୍କାରେ ଆହତ ମାଈହାତୀ। ହାତୀକୁ ବଞ୍ଚାଇବାରେ ବିଫଳ ହୋଇଛି ବନ ବିଭାଗ। ଠିକ୍‌ ସମୟରେ ଚିକିତ୍ସା ହୋଇ ନ ପାରିବାରୁ ହାତୀ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍‌। ଏହାପରେ ପଦାରେ ପଡ଼ିଛି ବନ ବିଭାଗ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା।

ଯୌନପୀପାସୁ ପୂଜକ: ମହିଳାଙ୍କୁ ନିଶା ଦେଇ ଅସଦାଚରଣ

ଯୌନପୀପାସୁ ପୂଜକ: ମହିଳାଙ୍କୁ ନିଶା ଦେଇ ଅସଦାଚରଣ

ଭୁବନେଶ୍ୱର, ୨୪।୪(ବ୍ୟୁରୋ)- ଜଣେ ମହିଳାଙ୍କୁ ସାହାଯ୍ୟ କରିବା ବାହାନାରେ ନିଶା ଦେଇ ଅସଦାଚରଣ କରାଯାଇଛି। ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଜଣେ ମନ୍ଦିର ପୂଜକ। ମହିଳା ଜଣକ ବିରୋଧ କରିବାରୁ ଶେଷରେ ସେ ଅସଦାଚରଣ ସମୟରେ ରେକର୍ଡିଂ କରିଥିବା ଭିଡିଓକୁ ଇଣ୍ଟରନେଟରେ ଭାଇରାଲ କରିଦେଇଛନ୍ତି। ଘଟଣାଟି ଘଟିଛି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଅଞ୍ଚଳରେ।

କାରକୁ ପିଟିଲା କାର, ୨ ଆହତ

କାରକୁ ପିଟିଲା କାର, ୨ ଆହତ

ଭୁବନେଶ୍ୱର, ୨୪।୪(ବ୍ୟୁରୋ)- ବାଣୀବିହାର ନିକଟ ସତ୍‌ସଙ୍ଗବିହାର ସମ୍ମୁଖ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ କାରକୁ ଅନ୍ୟ ଏକ କାର ପଛ ପଟୁ ଧକ୍କା ଦେବାରୁ ୨ ଜଣ ଆହତ ହୋଇଛନ୍ତି।

ଗ୍ରୀଷ୍ମ ପ୍ରବାହ ଯୋଗୁ ଆଗୁଆ ସ୍କୁଲ ଛୁଟି

ଗ୍ରୀଷ୍ମ ପ୍ରବାହ ଯୋଗୁ ଆଗୁଆ ସ୍କୁଲ ଛୁଟି

ଭୁବନେଶ୍ୱର, ୨୪।୪(ବ୍ୟୁରୋ)- ବୁଧବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାର ସ୍କୁଲ ଛୁଟି ପାଇଁ ନିଷ୍ପତ୍ତି ନେଇଛନ୍ତି।

ଚଳନ୍ତା ଟ୍ରେନରୁ ୨ ନାବାଳକଙ୍କୁ ଠେଲିଦେଲେ ମଦ୍ୟପ

ଚଳନ୍ତା ଟ୍ରେନରୁ ୨ ନାବାଳକଙ୍କୁ ଠେଲିଦେଲେ ମଦ୍ୟପ

ରାୟଗଡ଼ା ଅଫିସ, ୨୪।୪- ରାୟଗଡା-କୋରାପୁଟ ଇଣ୍ଟରସିଟି ଚଳନ୍ତା ଟ୍ରେନରୁ ଜଣେ ମଦ୍ୟପ ୨ଜଣ ବାଳକଙ୍କୁ ଠେଲିଦେବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ରେଙ୍ଗା ପଞ୍ଚାୟତ ଡାବାଡିଗୁଡା ଗ୍ରାମର ସନ୍ତୋଷ ନାୟକ ଓ ଲଛମନ ନାୟକ।

ବ୍ରଜରାଜନଗର ହତ୍ୟାକାଣ୍ଡ ଘଟଣା: ୩ ଜଣଙ୍କୁ ଆଜୀବନ ଜେଲ

ବ୍ରଜରାଜନଗର ହତ୍ୟାକାଣ୍ଡ ଘଟଣା: ୩ ଜଣଙ୍କୁ ଆଜୀବନ ଜେଲ

ଝାରସୁଗୁଡା ଅଫିସ,୨୪। ୪: ଝାରସୁଗୁଡା ଜିଲା ବ୍ରଜରାଜନଗରରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ମଙ୍ଗଳବାର ପ୍ରକାଶ ପାଇଛି।

ଡାକ୍ତରଙ୍କୁ ଅସଦାଚରଣ ପ୍ରତିବାଦରେ ଡାକ୍ତରଖାନାରେ ତାଲା ପକାଇଲେ ଗ୍ରାମବାସୀ

କଣ୍ଟାପଡ଼ା,୨୪।୪(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ଅସଦାଚରଣ କରାଯିବା ପ୍ରତିବାଦରେ ମଙ୍ଗଳବାର ଅଡ଼ଶପୁର ଗ୍ରାମବାସୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଛନ୍ତି।

ନାବାଳିକା ବଳାତ୍କାର ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ନାବାଳିକା ବଳାତ୍କାର ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ନାବାଳିକା ବଳାତ୍କାର ପ୍ରସଙ୍ଗରେ ସରକାରଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ଗୃହରେ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ମହିଳା, ଶିଶୁ ଏବଂ ଅନ୍ୟ ସମ୍ବେଦନଶୀଳ ସମସ୍ତ ବର୍ଗଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାକୁ ଗୁରୁତ୍ୱ ଦେଇଆସିଛନ୍ତି।