ଉପକୂଳ ଓଡିଶା

ବକେୟା ଅର୍ଥ ପ୍ରଦାନର ତଦନ୍ତ ନିର୍ଦ୍ଦେଶ

ବକେୟା ଅର୍ଥ ପ୍ରଦାନର ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୩୧।୧୨

ଯାଜପୁର ଜିଲାରେ ୨୦୦୭ରୁ ୨୦୧୬ ମଧ୍ୟରେ ଡାଲି, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପରିବହନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଜିଲାର ଜଣେ ବରିଷ୍ଠ ସାମାଜିକ କର୍ମୀ ଗତ ୧୨।୧୨।୨୦୧୭ରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସିବିଆଇର ମହାନିର୍ଦ୍ଦେଶକ, ଓଡିଶାର ମୁଖ୍ୟ ଶାସନ ସଚିବ, ଦୁର୍ନୀତି ନିବାରଣ ସଂସ୍ଥାର ମହାନିର୍ଦ୍ଦେଶକ, ରାଜସ୍ବ ପରିଷଦ ଓ ଗୋଇନ୍ଦା ବିଭାଗର ମହାନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଉପନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ପ୍ରଧାନ ଯାଜପୁର ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତଦନ୍ତ ରିପୋର୍ଟ ବିଭାଗକୁ ତୁରନ୍ତ ଜଣାଇବାକୁ ଉପନିର୍ଦ୍ଦେଶକ ପ୍ରଧାନ ଉଲ୍ଲେଖ କରିଛନ୍ତି। ତେବେ ଅଭିଯୋଗର ନିରପେକ୍ଷ ତଦନ୍ତ ହେଲେ ଭିଜିଲାନ୍ସ ବିଚାରାଧୀନ ଡାଲି ଦୁର୍ନୀତି ଘଟଣାରେ ଯୋଗାଣକାରୀ ସଂସ୍ଥାକୁ କରାଯାଇଥିବା ଅଯାଚିତ ଅନୁକମ୍ପା ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦୁର୍ନୀତିର ପର୍ଦ୍ଦାଫାଶ ହୋଇ ପାରିବ ବୋଲି ଜିଲାବାସୀ ଆଶାବ୍ୟକ୍ତ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ମଧ୍ୟାହ୍ନ ଭୋଜନ(ଏମଡିଏମ) ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ନିମ୍ନମାନର ଡାଲି ଚଢା ଦରରେ କିଣାଯାଇ ଯୋଗାଣ ହୋଇଥିଲା । ସେତେବେଳେ ଡାଲିର ବଜାର ମୂଲ୍ୟ କେଜି ପ୍ରତି ୩୫ ଟଙ୍କା ଥିଲାବେଳେ ତାକୁ ୭୫ ଟଙ୍କାରେ ଟେଣ୍ଡର କରାଯାଇଥିଲା। ଏହା ପର୍ଦ୍ଦାଫାଶ ହେବା ପରେ ସାରା ରାଜ୍ୟରେ ଚହଳ ପଡିଥିଲା। ବିରୋଧି ଦଳ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଧାନସଭାରେ ହୋହାଲ୍ଲା କରିଥିଲେ। ଏଥିରେ ତକତ୍ାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲିକଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଏହାପରେ ରାଜ୍ୟ ସରକାର ଏହି ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସ ବିଭାଗକୁ ନ୍ୟସ୍ତ କରିଥିଲେ। ଏହା ଭିଜିଲାନ୍ସ ତଦନ୍ତାଧୀନ ଚାଲିଛି। ଦାୟୀ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ଭିଜିଲାନ୍ସ ବିଭାଗ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଅନ୍ୟପକ୍ଷେ ଡାଲି ଦୁର୍ନୀତି ସମୟରେ ଭୁବନେଶ୍ୱର ଓଡିଶା ଅର୍ଡର ସପ୍ଲାଏର୍ସ ଏମଡିଏମ ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ବାବଦକୁ ୮କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଇବାକୁ ବିଲ ଦାଖଲ କରିଥିଲା। ଉପର ମହଲରୁ ଚାପ ପ୍ରୟୋଗ କରି ଏହ ବକୈୟା ଅର୍ଥ ନେବାକୁ ଯୋଗାଣକାରୀ ସଂସ୍ଥା ଉଦ୍ୟମ କରିଥିଲା। ଏଥିରେ କୌଣସି ଜିଲାପାଳ ହସ୍ତକ୍ଷେପ କରିବାକୁ ସାହାସ ଜୁଟାଇ ପାରି ନ ଥିଲାବେଳେ ତତକାଳୀନ ଜିଲାପାଳ ସତ୍ୟକୁମାର ମଲ୍ଲିକ ୨୦୧୫ ନଭେମ୍ବର ୧୯ତାରିଖରେ ପତ୍ରସଂଖ୍ୟା ୧୮୯୮ରେ ଓଡିଶା ଅର୍ଡର ସପ୍ଲାଏର୍ସକୁ ସମସ୍ତ ବକୈୟା ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ତକତ୍ାଳୀନ ଜିଲାପାଳ, ଅତିରକ୍ତ ଜିଲାପାଳ ଓ ସଂପୃକ୍ତ ଯୋଗାଣକାରୀ ସଂସ୍ଥା ମଧ୍ୟରେ ପ୍ରାୟ ୧ କୋଟି ଟଙ୍କାର ଦେଣନେଣ ହୋଇଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ତଦନ୍ତ ଚାଲିଥିବାବେଳେ ଡାଲି ଦୁର୍ନୀତି ଘଟଣାରେ ସଂପୃକ୍ତ ଯୋଗାଣକାରୀ ସଂସ୍ଥାକୁ କେଉଁ ଆଧାରରେ ବକୈୟା ଅର୍ଥ ପ୍ରଦାନ କରାଗଲା ତାହା ତଦନ୍ତ ସାପେକ୍ଷ ା ଅନ୍ୟଏକ ଅଭିଯୋଗରେ ଦର୍ଶାଯାଇଛି ଯେ, ୨୦୧୫-୧୬ ମସିହାରେ ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ପ୍ରତ୍ୟେକ ବର୍ଷ ଏହାର ଟେଣ୍ଡର କରିବାର ନିୟମ ରହିଛି। କିନ୍ତୁ ୨୦୧୬-୧୭ ଆର୍ଥିକ ବର୍ଷରେ ବିନା ଟେଣ୍ଡରରେ ନଥିପତ୍ର ମାଧ୍ୟମରେ ଚାଉଳ ଯୋଗାଇ ଦେବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ସେହିପରି ୨୦୧୫-୧୬ରେ ୨୬୦୩ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଚାଉଳ ଯୋଗାଇ ଦେବାକୁ ଜିଲାପ୍ରଶାସନ ତରଫରୁ ଜନୈକ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। କାର୍ଯ୍ୟାଦେଶର ଚୁକ୍ତି ଅନୁଯାୟୀ ଗତ ୩୧ା୩ା୨୦୧୬ରେ ସମୟ ସୀମା ସରି ଯାଇଛି । ଅଥଚ ୨୦୧୬-୧୭ ବର୍ଷ ପାଇଁ ବିନା ଟେଣ୍ଡରରେ ମନମୁଖୀ ଭାବେ ଠିକାଦାର ଚୟନ କରି ଚାଉଳ ଯୋଗାଣ କରାଯାଉଛି। ଯାହାକି ସମ୍ପୂର୍ଣ୍ଣ ଅବୈଧ ଓ ବେଆଇନ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଧରିତ୍ରୀ ଓ ଓଡିଶାପୋଷ୍ଟରେ ଡାଲି ଦୁର୍ନୀତିରେ ବକୈୟା ଅର୍ଥ ପ୍ରଦାନ ସମ୍ପର୍କରେ ଖବର ପ୍ରକାଶ ପାଇ ଆସୁଛି ା ତେବେ ଅଭିଯୋଗ ହେବାପରେ ଖାଦ୍ୟ ଯୋଗାଣ ବିଭାଗର ଉପନିର୍ଦ୍ଦେଶକ ପ୍ରଧାନ ତାଙ୍କ ପତ୍ରସଂଖ୍ୟା ୨୬୨୪୨/୨୭।୧୨।୨୦୧୭ରେ ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜିଲା ଯୋଗାଣ ଅଧିକାରୀ ଛୁଟିରେ ଥିବାରୁ ଦାୟିତ୍ୱରେ ଥିବା ଏସିଏସଓ ପ୍ରହ୍ଲାଦ ସେଠୀଙ୍କୁ ଏସମ୍ପକର୍ର୍ରେ ପଚାରିବାରୁ ସେ କହିଛନ୍ତି ଡାଲି କିମ୍ବା ଅନ୍ୟାନ୍ୟ ଖାଦ୍ୟ ଯୋଗାଣ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ସମ୍ପର୍କରେ ସେ କିଛି ଜାଣିନାହାନ୍ତି । ସିଏସଓ କାର୍ଯ୍ୟରେ ଯୋଗଦେବା ପରେ ସବିଶେଷ ଖବର ଜଣାପଡିବ ବୋଲି କହିଛନ୍ତି।

All Right Reserved By

ଉପକୂଳ ଓଡିଶା

 ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଖଣ୍ଡପଡା,୧୭।୭(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବ ମଙ୍ଗଳବାର କର୍କଟ ସଂକ୍ରାନ୍ତିରେ ଉତ୍ତରକୁ ଢ଼ଳିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ନୀଳମାଧବ ଜୀଉଙ୍କ ପୀଠରେ ମହାଦେବଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିଥିଲେ ।

ଜୀବିକା ପାଇଁ ବାଜି ଲାଗୁଛି ଜୀବନ

କେନ୍ଦ୍ରାପଡା ଅଫିସ, ୧୭। ୭- କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ମତ୍ସଜୀବୀଙ୍କ ବାସସ୍ଥାନ। ମାଛ, କଙ୍କଡା ଧରି ବିକ୍ରି କରି ଏମାନେ ପରିବାର ଚଳାନ୍ତି। ସମୁଦ୍ରର ଜୁଆର ଛାଡିଲେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ଦେଇ ବହି ଯାଇଥିବା ନଦୀ, ନାଳରୁ ଛୋଟ ଛୋଟ ଚିଙ୍ଗୁଡି ସଂଗ୍ରହ କରି ବଜାରରେ ବିକିବା ଏମାନଙ୍କ କାମ। ତେବେ ଛୋଟ ଚିଙ୍ଗୁଡି ସଂଗ୍ରହରେ ପୁରୁଷଙ୍କ ଅପେକ୍ଷା ବେଶି ମହିଳା ଓ କିଶୋରୀଙ୍କୁ ଦେଖିବାକୁ ମିଳୁଛି। ଅପରପକ୍ଷରେ ବନ ବିଭାଗର ରିପୋର୍ଟ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ କୁମ୍ଭୀର ଆକ୍ରମଣରେ ମାତ୍ର ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାସ୍ତବରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଆକଳନ କରାଯାଉଛି।

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଯାଜପୁର ରୋଡ଼,୧୭।୭(ନି.ପ୍ର.): କଳିଙ୍ଗନଗର ଶିଳ୍ପାଞ୍ଚଳର ଖୁରୁଣ୍ଟି, ମଳିକସାହିର ୪୦ ପରିବାର ୧୯୯୨ ମସିହାରେ ନିଳାଚଳ ଇସ୍ପାତ ନିଗମରୁ ବିସ୍ଥାପିତ ହୋଇଥିଲେ। ୨୦୧୧ରେ ସେମାନଙ୍କୁ ବିସ୍ଥାପିତ ପରିଚୟ ପତ୍ର ମିଳିଥିଲା।

ମଦ ନିଶା: ଡ୍ରେନରୁ ଯୁବକ ଉଦ୍ଧାର

ଓଡ଼ଗାଁ, ୧୭।୭(ସ୍ବ.ପ୍ର.): ସ୍ଥାନୀୟ ରେଞ୍ଜ ଅଫିସ ସାମନା ଡ୍ରେନରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି। ସେ ମାତାଲ ଅସ୍ଥାରେ ସକାଳୁ ଡ୍ରେନ୍‌ ଭିତରେ ପଡିଥିବା ଲୋକମାନେ ଦେଖି ଦମକଳ କେନ୍ଦ୍ରକୁ ଜଣାଇଥିଲେ।

ରାଜପଥ ପାଲଟିଛି ମରଣଯନ୍ତା

ମାର୍ଶାଘାଇ,୧୭।୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ଲୁଣା ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ରାଜପଥ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ଓ ମରାମତି ଜନିତ ତ୍ରୁଟି ଯୋଗୁ ଏପରି ହୋଇଛି।

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ସାଲେପୁର,୧୭।୭(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ନାନ୍ଦୋଳଗଡ଼ା ଭାତପଡ଼ା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସାର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପ୍ରଶାନ୍ତ କୁମାର ରାଉତଙ୍କ ମୃତ୍ୟୁ ହୋଇଛି।

ଗାଁ କଲ୍ୟାଣ ସମିତି ଅର୍ଥରେ ହେଉନି ଗାଁର ଉନ୍ନତି

ଖଣ୍ଡପଡ଼ା,୧୭।୭(ସ୍ବ.ପ୍ର.)- ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ପରିମଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ପ୍ରତ୍ୟେକ ରାଜସ୍ବ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଗାଁର ୱାର୍ଡ ସଭ୍ୟାସଭ୍ୟ, ଅଙ୍ଗନୱାଡି କର୍ମୀ, ରାଜସ୍ବ ଗ୍ରାମର ଆଶାକର୍ମୀ, ଗ୍ରାମ୍ୟ ଜଳଯୋଗାଣ ସଂସ୍ଥାର ସ୍ବାବଲମ୍ବୀ କାରିଗର, ସର୍ବାଧିକ ସଞ୍ଚୟ ଥିବା ୩ଟି ମହିଳା ସ୍ବୟଂ ସହାୟକ ଦଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି।

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଟାଙ୍ଗୀ (ଖୋର୍ଦ୍ଧା), ୧୭।୭ (ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ନଇରୀର ଅନତି ଦୂରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଗୋପନସ୍ଥଳୀ କାଙ୍କଣଶିଖରୀରେ ଚଳିତବର୍ଷ ଅଭିନବ ଉପାୟରେ ରଥଯାତ୍ରା ପାଳିତ ହୋଇଯାଇଛି। ନନ୍ଦିଘୋଷ ନୌକାରେ ପ୍ରଭୁଙ୍କୁ ବିଜେ କରାଇ କାଙ୍କଣଶିଖରୀର ଚତୁଃପାର୍ଶ୍ୱରେ ନୌବିହାର କରାଯାଇଥିଲା।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ନୂଆଗାଁ,୧୭।୭(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଓଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ ଭାଷା ଆନ୍ଦୋଳନର ଆବାହକ ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଦଶପଲ୍ଲା,୧୭।୭ (ଡି.ଏନ.ଏ.)-ଦଶପଲ୍ଲାସ୍ଥିତ ଗୁଣ୍ଡିଚା ମନ୍ଦିରରେ ସୋମବାର ଚତୁର୍ଥୀ ତିଥିରେ ପ୍ରଭୁ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ ସମ୍ପୂର୍ଣ୍ଣ ହୋଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ଏହି କଚ୍ଛପ ଅବତାର ବେଶକୁ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ଭାପୁର,୧୭।୭(ଡି.ଏନ.ଏ.)-ନୟାଗଡ଼ ଜିଲା ଫତେଗଡ଼ ଥାନା ଏଲପଡ଼ା ଗ୍ରାମରେ ଜଳନିଷ୍କାସନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କେତେକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଗାଁ ମଝିରେ ୪ଟି ୪ ଫୁଟିଆ ମାଟିବନ୍ଧ ପକାଯାଇଛି। ଏଥିଯୋଗୁ ଗାଁ ମଝିରେ ଅଣ୍ଟାଏ ପାଣି ଜମିରହିଛି।

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

ଡୁବୁରୀ,୧୭।୭(ଡିଏନଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଠାକୁରାସାହି (ଅଙ୍କୁରାପାଳ) ଗାଁରେ ୩ଜଣ ଅନାଥ ଶିଶୁ ଏକ ଭଙ୍ଗା ଅସୁରକ୍ଷିତ ଘରେ ଜୀବନଯାପନ କରୁଛନ୍ତି। ଉକ୍ତ ୩ଶିଶୁଙ୍କ ବାପା ସାମୁ ଜାମୁଦା ଓ ମା’ ସିପେଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବର୍ଷାଧିକ ସମୟ ଧରି ସେମାନେ ଗଣ୍ଡେ ଖାଇ ଦଣ୍ଡେ ଜୀଇଁ ଆସୁଛନ୍ତି।

Model This Week

ରୂପେଶ