ଖେଳ |

ଓ୍ବାଦକରଙ୍କ ଶତକ:ବିଦର୍ଭ ସ୍ଥିତି ଦୃଢ଼

ଓ୍ବାଦକରଙ୍କ ଶତକ:ବିଦର୍ଭ ସ୍ଥିତି ଦୃଢ଼
ଇନ୍ଦୋର,୩୧ା୧୨(ପି.ଟି.)-ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଚାଲିଥିବା ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଅଣ୍ଡରଡଗ୍‌ କୁହାଯାଉଥିବା ବିଜର୍ଭ ପ୍ରଥମ ଇନିଂସରେ ବୃହତ୍‌ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ କରିଛି। ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀକୁ ପ୍ରଥମ ଇନିଂସରେ ୨୯୫ ରନରେ ଅଲଆଉଟ କରିବା ପରେ ବିଦର୍ଭ ଉଇକେଟକିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦକରଙ୍କ ଅପରାଜିତ ଶତକ ବଲରେ ଦମ୍‌ଦାର ପ୍ରଦର୍ଶନ କରିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବିଦର୍ଭ ପ୍ରଥମ ଇନିଂସରେ ୧୫୬ ଓଭରରେ ୭ ଉଇକେଟ ହରାଇ ୫୨୮ ରନ ସଂଗ୍ରହ କରିଛି। ଫଳରେ ୩ ଉଇକେଟ ହାତରେ ରଖି ବିଦର୍ଭ ୨୩୩ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଓ୍ବାଦକର ୧୩୩ ସିଦ୍ଦେଶ ନେରାଲ ୫୬ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୦୬/୪ରୁ ବିଦର୍ଭ ଖେଳ ଆରମ୍ଭ କରିଥିଲେ। ଓଭରନାଇଟ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର ୬୧ରୁ ଓ ଅକ୍ଷୟ ଓ୍ବାଖରେ ବିନା ସ୍କୋରରୁ ଖେଳ ଆରମ୍ଭ କରି ଯାଥାକ୍ରମେ ୭୮ ଓ ୧୭ ରନ କରି ପ୍ୟାଭିଲିୟନ ଫେରିଥିଲେ। ଓ୍ବାଦକରଙ୍କ ଲଢୁଆ ଶତକ ତୃତୀୟ ଦିନର ମୁଖ୍ୟ ଘଟଣା ଥିଲା। ଆଦିତ୍ୟ ସରଓ୍ବାତେ ୭୯ ରନର ଓ ନେରାଲା ଅପରାଜିତ ୫୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଓ୍ବାଦକରଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ। ଟେଲଏଣ୍ଡରଙ୍କ ଦମ୍‌ଦାର ପ୍ରଦର୍ଶନ ଯୋଗୁ ବିଦର୍ଭ ଏବେ ପ୍ରଥମଥର ପାଇଁ ରଣଜୀ ଟାଇଟଲ ହାସଲ ସମ୍ଭାବନା ସୃଷ୍ଟି କରିଛି ଓ ଇତିହାସ ସୃଷ୍ଟି କରିବାକୁ ଯାଉଛି। ବୋଲିଂରେ ଦିଲ୍ଲୀ ତରଫରୁ ନବଦୀପ ସଇନି ସର୍ବାଧିକ ୩, ଆକାଶ ସୁଦାନ ୨, ନିତୀଶ ରାଣା ଓ କୁଲଓ୍ବନ୍ତ ଖେଜ୍ରୋଲିୟା ଗୋଟିଏ କରି ଉଇକେଟ ହାସଲ କରିଥିଲେ।
All Right Reserved By

ଖେଳ |

ହକି ବିଶ୍ୱକପ୍‌:  ଇଂଲଣ୍ଡ, ଫ୍ରାନ୍ସ କ୍ବାର୍ଟର ଫାଇନାଲରେ

ହକି ବିଶ୍ୱକପ୍‌: ଇଂଲଣ୍ଡ, ଫ୍ରାନ୍ସ କ୍ବାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ସୋମବାର ୨ଟି କ୍ରସ୍‌ ଓଭର ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସ ୧-୦ରେ ଚାଇନାକୁ ପରାସ୍ତ କରିଛି। ଫଳରେ ଇଂଲଣ୍ଡ ଓ ଫ୍ରାନ୍ସ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ନ୍ୟୁଜିଲାଣ୍ଡ ଓ ଚାଇନାର ଅଭିଯାନ ଏହିଠାରୁ ଶେଷ ହୋଇଛି। ଡିସେମ୍ବର ୧୨ରେ ହେବାକୁଥିବା ପ୍ରଥମ କ୍ବାର୍ଟର ଫାଇନାଲରେ ଇଂଲଣ୍ଡ ପୁଲ୍‌‘ଏ’ର ଶୀର୍ଷ ଦଳ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାକୁ ଭେଟିବ। ସେହିଦିନ ଅନୁଷ୍ଠିତ ଦ୍ୱିତୀୟ କ୍ବାର୍ଟର ଫାଇନାଲରେ ଫ୍ରାନ୍ସ ପୁଲ୍‌‘ବି’ର ଶ୍ରେଷ୍ଠ ଦଳ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ।

ହକି ବିଶ୍ୱକପ୍‌: ଇଂଲଣ୍ଡ କ୍ବାର୍ଟର ଫାଇନାଲରେ

ହକି ବିଶ୍ୱକପ୍‌: ଇଂଲଣ୍ଡ କ୍ବାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ସୋମବାର ଅନୁଷ୍ଠିତ ପ୍ରଥମ କ୍ରସ୍‌ଓଭର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ହରାଇ ଇଂଲଣ୍ଡ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ୱିଲ୍‌ କାଲନାନ ଓ ଲ୍ୟୁକ୍‌ ଟେଲର ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପରାଜୟ ସହ ନ୍ୟୁଜିଲାଣ୍ଡର ଅଭିଯାନ ଏଠାରୁ ଶେଷ ହୋଇଛି। ଇଂଲଣ୍ଡ ପ୍ରଥମ କ୍ବାର୍ଟର ଫାଇନାଲରେ ପୁଲ୍‌‘ଏ’ର ଶ୍ରେଷ୍ଠ ଦଳ ତଥା ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାକୁ ଭେଟିବ। ଡିସେମ୍ବର ୧୨ରେ ଏହି ମ୍ୟାଚ୍‌ ଖେଳାଯିବ।

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଲୁଣ୍ଡା, ୧୦।୧୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ଏସଡିସିଏ ସୋନପୁର ଦଳ ଜେସିସି ସିଣ୍ଢୋଳ ଦଳକୁ ୪୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସ୍ଥାନୀୟ ପତ୍ରାଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚରେ ସିଣ୍ଢୋଳ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। 

  ଭଲିବଲ ଚାମ୍ପିୟନଶିପ :ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବିଜୟୀ

ଭଲିବଲ ଚାମ୍ପିୟନଶିପ :ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବିଜୟୀ

ବାରିପଦା ଅଫିସ,୧୦।୧୨-ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଲବ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। 

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଏ-୧ ଟିମ୍‌ ଚାମ୍ପିୟନ

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଏ-୧ ଟିମ୍‌ ଚାମ୍ପିୟନ

ତିହିଡ଼ି, ୧୦।୧୨ (ଡି.ଏନ.ଏ.) - ତିହିଡ଼ି ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଚାଲିଥିବା ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଏ-୪ ଟିମ୍‌କୁ ୨ ଉଇକେଟରେ ହରାଇ ଏ-୧ ଚାମ୍ପିୟନ ହୋଇଛି। ଭାଟପଡ଼ା, ମୁକୁନ୍ଦପୁର, ସୟା ଓ ବାହାବଳପୁର ପଞ୍ଚାୟତର ୧୧ ଖେଳାଳିଙ୍କୁ ନେଇ ଗଠିତ ଏ-୪ ଟିମ୍‌ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ଲାଗି ଚାଲିଥିବା ଚୟନ ପ୍ରକ୍ରିୟାରେ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ, ଭେଙ୍କଟେଶ ପ୍ରସାଦ ଓ ଟମ୍‌ ମୁଡିଙ୍କ ଭଳି ପୂର୍ବତନ ଖେଳାଳି ସାମିଲ ହୋଇଛନ୍ତି। 

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌,୧୦।୧୨- କ୍ରିକେଟରେ ଏବେ ଅମ୍ପାୟରଙ୍କ ତ୍ରୁଟି ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମଧ୍ୟ ସମାନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। 

କୋହଲିଙ୍କ ବିରଳ କୃତିତ୍ୱ

କୋହଲିଙ୍କ ବିରଳ କୃତିତ୍ୱ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ଦଳ ସୋମବାର ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ହରାଇ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ କରିଛି। 

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ନୂଆଦିଲ୍ଲୀ,୧୦।୧୨- ନିକଟରେ କ୍ରିକେଟରୁ ଅବସର ନେଇଥିବା ଗୌତମ ଗମ୍ଭୀର ରାଜନୀତିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚାକୁ ପୂର୍ଣ୍ଣଛେଦ ପକାଇଛନ୍ତି। 

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ବାରିପଦା ଅଫିସ, ୧୦।୧୨- ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଳବ ଚମ୍ପିୟନସିପର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଖୋର୍ଦ୍ଧା ରେଳବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ଆଡିଲେଡ୍‌,୧୦।୧୨- ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ସଂଖ୍ୟକ କ୍ୟାଚ୍‌ ଧରିଥିବା ଭାରତୀୟ ଉଇକେଟକିପର ରିଦ୍ଦିମାନ ଶାହଙ୍କ ରେକର୍ଡ ଭାଙ୍ଗିଛନ୍ତି ଯୁବ ଉଇକେଟକିପର ରିଶଭ ପନ୍ତ। 

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌,୧୦।୧୨-  ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଖେଳାଯାଇଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତୀୟ ଦଳ ୩୧ ରନ୍‌ରେ ଜିତି ନେଇଛି।