ରାଜ୍ୟ |

ସମୟ ଶେଷ:ଆଦାୟ ହୋଇଛି ୫୦% ଜରିମାନା

ସମୟ ଶେଷ:ଆଦାୟ ହୋଇଛି ୫୦% ଜରିମାନା

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟରେ ବେଆଇନ ଖଣିଜ ଉତ୍ତୋଳ ଓ ଖନନ କରିଥିବା ଲିଜଧାରୀଙ୍କଠାରୁ ଜରିମାନା ଆଦାୟ ହେବାର ସମୟ ଶେଷ ହୋଇଛି। ବେଆଇନ ଖଣି ଉତ୍ତୋଳନକରୀଙ୍କ ଠାରୁ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜରିମାନା ରାଶିକୁ ଡିସେମ୍ବର ୩୧ସୁଦ୍ଧା ଆଦାୟ କରିବା ଲାଗି କୁହାଯାଇଥିଲା। ସିଇସି(ସେଣ୍ଟ୍ରାଲ୍‌ ଏମ୍ପାଓ୍ବାର କମିଟି)ଙ୍କ ପକ୍ଷରୁ ଏହି ଜରିମାନା ରାଶି ୧୭,୫୦୦କୋଟି ବୋଲି ନିର୍ଦ୍ଧାରିତ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ୮,୨୫୦କୋଟି ଟଙ୍କା ଆଦାୟ କରିପାରିଛନ୍ତି। ଯେଉଁ ଲିଜଧାରୀମାନେ ନିର୍ଦ୍ଧାରିତ ସମୟରେ ଜରିମାନା ରାଶି ପୈଠ କରିନାହାନ୍ତି ସେମାନଙ୍କ ବିରୋଧରେ ସରକାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅନ୍ୟପଟେ ରାଜ୍ୟରେ ବନ୍ଦ ପଡିଥିବା ୧୦୬ ଖଣି ମାଲିକଙ୍କ ପାଖରୁ କିଭଳି ଜରିମାନା ଆଦାୟ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା କୁହାଯାଉଛି।
ଏନେଇ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବା ୪୦/୪୧ ଖଣି ମାଲିକ ଜରିମାନା ରାଶି ପୈଠ କରିଛନ୍ତି। ବାକି ଯେଉଁ ଖଣି ମାଲିକ ଜରିମାନା ପ୍ରଦାନ କରିନାହାନ୍ତି ସେମାନଙ୍କର ସୋମବାରଠାରୁ ଖଣିଜ ଉତ୍ପାଦନ ବନ୍ଦ କରାଯିବ। ଏହାସହ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହିସାବ ଅନୁଯାୟୀ ୫୦ପ୍ରତିଶତ ଜରିମାନା ଆଦାୟ ହୋଇଥିଲା ବେଳେ ବାକି ରାଶି କିଭଳି ଆଦାୟ ହେବ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ପୂର୍ବରୁ ବନ୍ଦ ରହିଥିବା ୧୦୬ ଖଣିର ଲିଜଧାରୀମାନେ ଜରିମାନା ଦେଇପାରିବେ ନାହିଁ ବୋଲି ଖଣି ମାଲିକ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାନୁୟାରୀ ୪ ତାରିଖରେ ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯିବ। ଏହାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୧୭ ତାରିଖରେ ହେବ। ବନ୍ଦ ରହିଥିବା ଖଣିର ଭବିଷ୍ୟତକୁ ନେଇ ଏକପ୍ରକାର ଅନିଶ୍ଚିତତା ଲାଗି ରହିଥିବା ବେଳେ ଏହି ମାଲିକମାନଙ୍କୁ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ୍‌ ଜାରି କରିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଏହାପରେ ଯଦି ସେମାନଙ୍କ ଠାରୁ କୌଣସି ଉତ୍ତର ନ ମିଳେ ତେବେ ପରବର୍ତ୍ତୀ ପଦକ୍ଷେପ କଣ ହେବ ସେନେଇ ସରକାର ସୁପ୍ରିମକୋର୍ଟଙ୍କ ମତ ଲୋଡିପାରନ୍ତି ବୋଲି ଆଇନ ବିଶେଷଜ୍ଞମାନେ ମତ ରଖିଛନ୍ତି। ତେବେ ବେଆଇନ ଖଣି ମାଲିକଙ୍କଠାରୁ ଜରିମାନା ଆଦାୟ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନିର୍ଦ୍ଧାରିତ ଜରିମାନା ରାଶି ପ୍ରଦାନ କରିବାକୁ ଅକ୍ଷମତା ପ୍ରକାଶ କରି ଖଣି ମାଲିକ ସଂଘ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇସାରିଛି।
ଏନେଇ ଖଣି ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୮,୫୦୦ କୋଟି ଟଙ୍କା ଆଦାୟ କରାଯାଇଛି। କାର୍ଯ୍ୟରତ ଖଣି ମାଲିକମାନଙ୍କ ମଧ୍ୟରୁ ଯେଉଁମାନେ ଡିସେମ୍ବର ୩୧ସୁଦ୍ଧା ସେମାନଙ୍କର ଜରିମାନା ପୈଠ କରିଛନ୍ତି ତାହା ବର୍ତ୍ତମାନ ଜଣାପଡି ନାହିଁ। ଯେହେତୁ ରବିବାର ବ୍ୟାଙ୍କ ବନ୍ଦ ରହିଛି ସେଥିପାଇଁ ସୋମବାର ବ୍ୟାଙ୍କ ଖୋଲିବା ପରେ ଏହା ସ୍ପଷ୍ଟ ହେବ। ଯେଉଁ କାର୍ଯ୍ୟରତ ଖଣି ମାଲିକ ଜରିମାନା ନ ଦେବେ ତାଙ୍କର ଖଣିଜ ଉତ୍ପାଦନ ବନ୍ଦ କରାଯିବ। ବନ୍ଦ ରହିଥିବା ଖଣି ମାଲିକମାନଙ୍କ ଲାଗି କ’ଣ କରାଯିବ ସେନେଇ ସୁପ୍ରିମକୋର୍ଟରେ ବିଚାର ହେବ ବୋଲି ମହାନ୍ତି କହିଛନ୍ତି।

All Right Reserved By

Model This Week

Model This Week

ରାଜ୍ୟ |

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଜଟଣୀ,୨୭।୪ (ଡି.ଏନ୍‌.ଏ.): ବିଭିନ୍ନ ଚୋରି ଓ ଡକାୟତି ଘଟଣାରେ ଜଟଣୀ ପୋଲିସ ଶୁକ୍ରବାର ସକାଳୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରକାଶ ଚନ୍ଦ୍ର ସିଂହ(୨୪), ଗୋଲାମ ଖାନ୍‌ (୨୩), ଅନ୍‌ସର ଖାନ୍‌(୨୧), ବୁଲୁ ଖାନ୍‌ (୨୦), ଅବ୍‌ଦୁଲ ମନ୍‌ସୁର୍‌(୨୧) ଓ ସାବିତ୍‌ ଖାନ୍‌ (୨୦)।

ବିଜେଡି ଛାଡିଲେ ହେମା

ବିଜେଡି ଛାଡିଲେ ହେମା

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ହେମା ଗମାଙ୍ଗ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏଥିନେଇ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। ତେବେ ବିଭିନ୍ନ କାରଣ ଦର୍ଶାଇ ସେ ଦଳ ଛାଡିଥିବା କହିଛନ୍ତି।

ସରକାରୀ ନିୟମକୁ ବେଖାତିର: ସ୍କୁଲ ବନ୍ଦ ନିର୍ଦ୍ଦେଶର ୩ ଦିନ ପରେ ବି ଚାଲିଛି ପାଠପଢ଼ା

ସରକାରୀ ନିୟମକୁ ବେଖାତିର: ସ୍କୁଲ ବନ୍ଦ ନିର୍ଦ୍ଦେଶର ୩ ଦିନ ପରେ ବି ଚାଲିଛି ପାଠପଢ଼ା

ବଅଁରପାଳ,୨୭।୪(ଡି.ଏନ୍‌.ଏ.): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁ ବୁଧବାରଠାରୁ ରାଜ୍ୟର ପ୍ରାୟ ସମସ୍ତ ସ୍କୁଲ ବନ୍ଦ ରହିଛି। ମାତ୍ର ସରକାରୀ ନିୟମକୁ ବେଖାତିର କରି ଅନୁଗୋଳ ଜିଲା ନାଲ୍‌କୋ ଦିଲ୍ଲୀ ପବ୍ଲିକ ସ୍କୁଲରେ ପାଠପଢ଼ା ଚାଲିଛି।

ସାଲେପୁର ପୀଡିତାଙ୍କ ଆଶୁ ଆରୋଗ୍ୟ ଲାଗି ସମୂହ ଦୀପଦାନ

ସାଲେପୁର ପୀଡିତାଙ୍କ ଆଶୁ ଆରୋଗ୍ୟ ଲାଗି ସମୂହ ଦୀପଦାନ

ବାଲେଶ୍ୱର ଅଫିସ,୨୭।୪: ରାଜ୍ୟରେ ନାବାଳିକା ମାନଙ୍କ ପ୍ରତି ବଳାତ୍କାର ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ସେଭଳି କୌଣସ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନ କରି ଚୁପ୍‌ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

ବେକରେ ଓଢ଼ଣୀ ଲଗାଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ବେକରେ ଓଢ଼ଣୀ ଲଗାଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ବରଗଡ଼ ଅଫିସ, ୨୭।୪-ବରଗଡ଼ ସହର ଉପକଣ୍ଠ ପିପିଲିପାଲି (ବନ୍ଧପଡ଼ା) ଗ୍ରାମର ପ୍ରଗତୀ ବେହେରା (୨୦) ନାମ୍ନୀ ଜଣେ କଲେଜ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଶୋଇବା ଘରେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରଗତୀ ବରଗଡ଼ ମହିଳା କଲେଜରେ ଯୁକ୍ତ ତିନି ଶେଷ ବର୍ଷ ବିଜ୍ଞାନ ଛାତ୍ରୀ ଥିଲେ।

ସ୍ମାର୍ଟ ସିଟି ପକ୍ଷରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ

ସ୍ମାର୍ଟ ସିଟି ପକ୍ଷରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ

ରାଉରକେଲା ଅଫିସ,୨୭।୪- ସିଭିଲ ଟାଉନଶିପସ୍ଥିତ ସଂଜୀବନୀ ଓ ମଧୁସୂଦନ ପାର୍କର ଉନ୍ନତୀକରଣ ନେଇ ସ୍ମାର୍ଟ ସିଟି ପକ୍ଷରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମତାମତ ଓ ସହଯୋଗ ଲୋଡ଼ିଥିଲା ସ୍ମାର୍ଟ ସିଟି ଲିମିଟେଡ୍‌। ଡ୍ରଇଁ ମାଧ୍ୟମରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ବରିଷ୍ଠ ନାଗରିକଙ୍କୁ ପ୍ରସ୍ତାବିତ ବିକାଶର ଚିତ୍ର ଉପସ୍ଥାପନ କରି ମତାମତ ଲୋଡ଼ିଥିଲେ। ଏହି ଉଦ୍ୟାନ ପରିସରରେ ପ୍ଲେ ଏରିଆ, ଓପନ ଜିମ୍‌, ବ୍ୟାଡ୍‌ମିଣ୍ଟନ କୋଟ୍‌, ଥେମାଟିକ୍‌ ଲନ୍‌ ଇଦ୍ୟାଦି ସୁବିଧା କରାଯିବ। ସେ ନେଇ ଆଲୋଚନା କରାଯାଇଥିଲା। ଏଥିରେ ଉପକାର୍ଯ୍ୟନିର୍ବାହୀ ମୀନକେତନ ସାହୁ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ପାଣିଗ୍ରାହୀ ଓ ଅକ୍ଷୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଅପର୍ତ୍ତିଙ୍କ ୧୪ଶ ସ୍ମୃତିଚାରଣ ଦିବସ

ଅପର୍ତ୍ତିଙ୍କ ୧୪ଶ ସ୍ମୃତିଚାରଣ ଦିବସ

ରାଉରକେଲା ଅଫିସ,୨୭।୪- ସାମାଜିକ କର୍ମୀ ଅପର୍ତ୍ତି ବେହେରାଙ୍କ ୧୪ଶ ସ୍ମୃତିଚାରଣ ଦିବସ ସେକ୍ଟର-୫ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅପର୍ତ୍ତି ବେହେରା ସ୍ମୃତିସଂସଦ ସଭାପତି ହରିହର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଶ୍ରଦ୍ଧା ଷଡ଼ଙ୍ଗୀ ଓ ଶଶଧର ନନ୍ଦ ଅତିଥିଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପାଣ୍ଡବ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନେ କହିଲେ, ସ୍ବର୍ଗତ ବେହେରା କେବଳ ଜଣେ ଭଲ ବ୍ୟକ୍ତିତ୍ୱ ନ ଥିଲେ, ସେ ଥିଲେ ଏକ ଅନୁଷ୍ଠାନ।

ଛୁଟି ଘୋଷଣା ପରେ ସ୍କୁଲ ଆସୁନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ

ରାଉରକେଲା ଅଫିସ,୨୭।୪- ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ଆଗୁଆ ଅର୍ଥାତ ଏପ୍ରିଲ ୨୫ ତାରିଖରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କୁ ଛାଡ଼ି ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ କେହି ଅଭିଭାବକ କିମ୍ବା ଛାତ୍ରୀଛାତ୍ର ନାମଲେଖା ବା ଅନ୍ୟ କୌଣସି କାମରେ ସ୍କୁଲ ଆସିଲେ ଯେମତି ନିରାଶ ନ ହୁଅନ୍ତି। ତେବେ ଦେଖାଯାଇଛି ଯେ କିଛି ସ୍କୁଲ ଖୋଲା ଯାଉଥିବାବେଳେ ଏଠାରେ ଶିକ୍ଷକ ଉପସ୍ଥିତ ରହୁଛନ୍ତି। କିନ୍ତୁ ଆଉ କେତେକ ସ୍କୁଲ ମୁଖ୍ୟ ଫାଟକରେ ତାଲା ଝୁଲୁଛି। ଗୁରୁବାର ଲାଠିକଟା ବ୍ଲକ ଅନ୍ତର୍ଗତ କେତକ ସ୍କୁଲ ଫାଟକରେ ତାଲା ଝୁଲୁଥିବା ଦେଖାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କୁ ପଚରାଯିବାରୁ ସେମାନେ କହିଥିଲେ, ଆଜି କେହି ଶିକ୍ଷକ ଆସିନାହାନ୍ତି କି ବିଦ୍ୟାଳୟ ଖୋଲାଯାଇନି। ଏବେ ନାମଲେଖା ସାଙ୍ଗକୁ, ଟିସି ଓ ବ୍ୟାଙ୍କ ଆକାଉଣ୍ଟ ଆଦି ଖୋଲାଯାଉଛି। ଏପରିସ୍ଥଳେ ବିଦ୍ୟାଳୟ ଖୋଲା ରହିବା ନିହାତି ଆବଶ୍ୟକ। ତେବେ କିଛି ଶିକ୍ଷକଙ୍କ କହିବା କଥା ହେଲା ଏବେ ବିଭାଗୀୟ ତାଲିମ ସାଙ୍ଗକୁ ଅନ୍ୟ କାମ ବି ରହିଛି। ଏହା ବ୍ୟତୀତ ବିଦ୍ୟାଳୟ ଖୋଲିବା ନେଇ ସେମିତି କିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ମିଳି ନାହିଁ। ଏଣୁ କିଛି କ୍ଷେତ୍ରରେ ବିଦ୍ୟାଳୟ ଖୋଲିବା ନେଇ ହୁଏତ ତାଳମେଳ ରହୁନି।

ଦୁଇଟି ବ୍ଲକରେ ଦନ୍ତାହାତୀ ଆତଙ୍କ

ଦୁଇଟି ବ୍ଲକରେ ଦନ୍ତାହାତୀ ଆତଙ୍କ

ନୂଆପଡା ଅଫିସ,୨୭।୪-ଆଜକୁ ଦୁଇ ବର୍ଷ ହେଲା ଖରାଦିନ ଆସିଲେ କୁଆଡୁ ହାତୀ ପଲ ମାଡିଆସିଥାନ୍ତି । ଠିକ ଏହି ବର୍ଷ ମଧ୍ୟ ଦନ୍ତା ହାତୀମାନେ ଜିଲାକୁ ପଶିଆସିଥିବା ବେଳେ ସାଧାରଣ ଲୋକଙ୍କ ଆଖିରୁ ନିଦ ହଜାଇ ଦେଉଛନ୍ତି । ଗତ ସୋମବାର ପ୍ରଥମେ କୋମନା ବ୍ଲକ ଅଞ୍ଚଳରେ ପ୍ରଥମେ ୩ଟି ହାତୀ ଦେଖାଯାଇଥିବାବେଳେ ଗୁରୁବାର ବୋଡେନ ବ୍ଲକ ଅଞ୍ଚଳରେ ୩ ଛୁଆ ସମେତ ୭ଟି ହାତୀ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏଥିରେ ୪ଟି ବଡ ଦନ୍ତାହାତୀଙ୍କ ସହ ୩ଟି ଛୁଆ ହାତୀ ରହିଥିବା ଦେଖଣାହାରୀମାନେ କହିଛନ୍ତି । ଏମାନେ ସାଧାରଣତଃ ଖାଦ୍ୟ ସାଙ୍ଗରେ ପାଣି ଖୋଜୁଥିବା ପରିଲକ୍ଷିତ ହେଉଛି ।

ପାଣି ପାଇଁ ଲୋକେ ଡହଳବିକଳ

ପାଣି ପାଇଁ ଲୋକେ ଡହଳବିକଳ

ଭବାନୀପାଟଣା,୨୭।୪(ଡି.ଏନ.ଏ.)- କଳାହାଣ୍ଡି ଜିଲାର ଭବାନୀପାଟଣା ସହରରେ ଦିନକୁ ଦିନ ଗ୍ରୀଷ୍ମ ତାତି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ସହରରେ ୧ କୋଟି ୧୫ ଲକ୍ଷ ଲିଟର ପାନୀୟ ଜଳର ଆବଶ୍ୟକତା ଥିବାବେଳେ ଜଳ ଓ ପରିମଳ ବିଭାଗ ପକ୍ଷରୁ ମାତ୍ର ୭୫ ଲକ୍ଷ ଲିଟର ଜଳ ଯୋଗାଣ ହୋଇପାରୁଛି । ବାକି ୪୦ ଲକ୍ଷ ଲିଟର ଜଳ ପାଇଁ ସହରବାସୀ ଡହଳବିକଳ ହେଉଛନ୍ତି । କଳାହାଣ୍ଡି ଜିଲାରେ ୧୯୨୬ରେ ଭବାନୀପାଟଣା ସହରରେ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ପାଇପ୍‌ ପାଣି ଜଳ ଯୋଗାଣ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ୨୦୧୧ ଜନଗଣନା ପ୍ରାଥମିକ ରିପୋର୍ଟ ଅନୁଯାୟୀ ସହରର ଜନସଂଖ୍ୟା ୬୯ ହଜାର ୪୫ ଥିବାବେଳେ ଇତି ମଧ୍ୟରେ ଜନସଂଖ୍ୟାର ବୃଦ୍ଧି ହୋଇ ଏହା ଲକ୍ଷାଧିକ ହୋଇଛି । ଅପରପକ୍ଷେ ସହରକୁ ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ବସ, ୨ଟି ଟ୍ରେନ୍‌ ଚଳାଚଳ କରୁଥିବାରୁ ପ୍ରାୟ ୨୦ ହଜାର ଭ୍ରାମ୍ୟମାଣ ଲୋକଙ୍କ ସମାଗମ ହେଉଛି। ପୁଣି କାମଧନ୍ଦା ଅନ୍ବେଷଣରେ ଦୈନିକ ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ସହରକୁ ଆସୁଛନ୍ତି।

ଇବ୍‌ ଥର୍ମାଲ ପ୍ରକଳ୍ପ ସ୍କ୍ରାପ୍‌ ୟାର୍ଡରେ ଅଗ୍ନିକାଣ୍ଡ

ଇବ୍‌ ଥର୍ମାଲ ପ୍ରକଳ୍ପ ସ୍କ୍ରାପ୍‌ ୟାର୍ଡରେ ଅଗ୍ନିକାଣ୍ଡ

ଲଖନପୁର,୨୭।୪(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ନିର୍ମାଣାଧୀନ ଇବ୍‌ ଥର୍ମାଲ ପ୍ରକଳ୍ପରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିର୍ମାଣାଧୀନ ୩ୟ ଓ ୪ର୍ଥ ୟୁନିଟ୍‌ ଭେଲ୍‌ସାଇଡିଂ ଅଞ୍ଚଳରେ ଥିବା ସ୍କ୍ରାପ୍‌ ୟାର୍ଡ (କାଠଗଦା)ରେ ନିଆଁ ଲାଗିଯାଇଥିଲା। ୫ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଇବ୍‌ ଥର୍ମାଲର ୩, ଲଖନପୁରରୁ ଗୋଟିଏ ଓ ବେଲପାହାଡ଼ ଟାଟା କ୍ରୋସାକୀର ଗୋଟିଏ ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ୪ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଏନେଇ ଓପିଜିସିର ଜନସମ୍ପର୍କ ଅଧିକାରୀ ଦିଲୀପ କୁମାର ପଣ୍ଡା କହିଛନ୍ତି, ସ୍କ୍ରାପ୍‌ ୟାର୍ଡରେ ନିଆଁ ଲାଗି ପ୍ୟାକିଂ କାଠସବୁ ପୋଡ଼ିଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ ବୋଲି ପଣ୍ଡା କହିଛନ୍ତି। ଫଟୋ-୧୧-ନିର୍ମାଣାଧୀନ ପ୍ରକଳ୍ପର ସ୍କ୍ରାପ୍‌ ୟାର୍ଡରେ ନିଆଁ ଲାଗିଛି।

ନବରଙ୍ଗପୁର ପାର୍କଗୁଡ଼ିକର ହେବ ସୌନ୍ଦର୍ଯ୍ୟ କରଣ

ନବରଙ୍ଗପୁର ପାର୍କଗୁଡ଼ିକର ହେବ ସୌନ୍ଦର୍ଯ୍ୟ କରଣ

ନବରଙ୍ଗପୁର,୨୭।୪(ବି.ପ୍ର.)- ନବରଙ୍ଗପୁର ପୌରାଞ୍ଚଳ ଅଧିନରେ ଥିବା ସମସ୍ତ ପାର୍କର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯିବ । ସଦାଶିବ ପାର୍କ, ମଧୁସୁଦନ ପାର୍କ ଓ ବସଷ୍ଟାଣ୍ଡ ନିକଟରେ ଥିବା ଶିଶୁ ଉଦ୍ୟାନର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।