ଜାତୀୟ |

ସିଆର୍‌ପିଏଫ୍‌ ଶିବିରରେ ଜୈଶ: ୫ ଯବାନ ଶହୀଦ, ୨ ଆତଙ୍କବାଦୀ ନିହତ

ସିଆର୍‌ପିଏଫ୍‌ ଶିବିରରେ ଜୈଶ: ୫ ଯବାନ ଶହୀଦ, ୨ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ,୩୧।୧୨(ପି.ଟି.): ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବଳକୁ ଟାର୍ଗେଟ କରିଛି ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ। ପୁଲଓ୍ବାମା ଜିଲାସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ଏକ ଶିବିରରେ ରକ୍ତମୁଖା ଆତଙ୍କବାଦୀମାନେ ରାତିଅଧିଆ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ ୫ ଯବାନ ଶହୀଦ ଓ ୩ ଆହତ ହୋଇଛନ୍ତି। ସୁରକ୍ଷା ବଳର ୧୪ ଘଣ୍ଟାର ଅପରେଶନ ପରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଓ୍ବନ୍ତିପୋରା ଅନ୍ତର୍ଗତ ଲେଥପୋରା ଅଞ୍ଚଳସ୍ଥିତ ସିଆର୍‌ପିଏଫ୍‌ର ୧୮୫ ବାଟାଲିୟନର ଯବାନମାନେ ସବୁଦିନ ପରି ଶନିବାର ରାତିରେ ଡ୍ୟୁଟି ସାରି ବିଶ୍ରାମ ନେଉଥିବାବେଳେ ଆତଙ୍କବାଦୀମାନେ ରଚିଥିଲେ ସାଂଘାତିକ ଆକ୍ରମଣ ଷଡ଼ଯନ୍ତ୍ର। ଭାବିଥିଲେ ଯବାନମାନେ ଶୋଇଯାଇଥିବେ। ସେମାନେ ଜଣ ଜଣ କରି ସମସ୍ତଙ୍କ ରକ୍ତରେ ହୋଲି ଖେଳିବେ। ଏଭଳି ଘାତକ ଉଦ୍ଦେଶ୍ୟ ନେଇ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆମତ୍ଘାତୀ ଆତଙ୍କବାଦୀମାନେ ରାତି ୨ଟାରେ ଶିବିରକୁ ଟାର୍ଗେଟ କଲେ। ଆତଙ୍କବାଦୀମାନେ ଅଣ୍ଡର ବେରେଲ ଗ୍ରେନେଡ୍‌ ଲଞ୍ଚର (ୟୁବିଜିଏଲ୍‌) ଏବଂ ଅଟୋମେଟିକ୍‌ ଗନ୍‌ରେ ଆକ୍ରମଣ କରି ଯବାନଙ୍କୁ ଚ୍ୟାଲେଞ୍ଜ କଲେ। ଆତଙ୍କବାଦୀମାନେ ଯବାନଙ୍କ ଉପରକୁ କେତେକ ଗ୍ରେନେଡ୍‌ ଫିଙ୍ଗିବା ପରେ ଆଖିବୁଜା ଗୁଳିବର୍ଷା କରିଥିଲେ। ଗୁଳିମାଡ଼ରେ ଟଳିପଡ଼ିଥିଲେ ୫ ଯବାନ। ତତ୍ପରତା ସହ ସୁରକ୍ଷା ବଳ ଏହାର କଡ଼ା ଜବାବ ଦେଲା। ୧୪ ଘଣ୍ଟା ଧରି ଚାଲିଥିବା ଅପରେଶନ ରବିବାର ଅପରାହ୍ନରେ ଶେଷ ହୋଇଥିଲା। ଯବାନଙ୍କ ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ନିହତ ହେଲେ। ସେମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି। ଅନ୍ୟ ଜଣେ ହେଲେ ନୌଗାମ୍‌ ବାସିନ୍ଦା ସୈଫୁଦ୍ଦିନ ଗନି। ଆଉ ଏକାଧିକ ଆତଙ୍କବାଦୀ ଏକ କୋଠାରେ ଲୁଚିରହିଥିବା ସନ୍ଦେହ କରାଯାଉଛି। ସୁରକ୍ଷା ବଳ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି। ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ଉପତ୍ୟକାରେ ହିଂସା ଭିଆଇ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ଆତଙ୍କବାଦୀଙ୍କୁ ପଠାଉଛି। ଏଭଳି ଆକ୍ରମଣ ନେଇ ୩ ଦିନ ତଳେ ଗୋଇନ୍ଦା ସୂଚନା ମିଳିଥିଲା। ରାଜ୍ୟରେ ଆତଙ୍କବାଦ ନିରୋଧୀ ଅପରେଶନ ପାଇଁ ଏହି ସିଆର୍‌ପିଏଫ୍‌ ଶିବିରରେ ନବନିଯୁକ୍ତ ଯବାନଙ୍କୁ ତାଲିମ ଦିଆଯାଉଥିବାରୁ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କରିଛନ୍ତି। ସେମାନଙ୍କ ମୃତଦେହ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବଡ଼ଗାମ୍‌ରେ ଯବାନମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଇତିମଧ୍ୟରେ ପାକିସ୍ତାନ ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରବିବାର ଭୋର ସମୟରେ ପାକସ୍ତାନୀ ସେନାର ଗୁଳିମାଡ଼ରେ ଜଣେ ଯବାନ ଶହୀଦ ହୋଇଛନ୍ତି। ୨୦୧୭ରେ ପ୍ରତିପକ୍ଷ ସେନା ନିୟନ୍ତ୍ରଣରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମା (ଆଇବି)ରେ ୮୮୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ସେନାର ୧୪ ଓ ସିଆର୍‌ପିଏଫ୍‌ର ୪ ଯବାନ ଶହୀଦ ହୋଇଥିବାବେଳେ ୧୨ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଜମ୍ମୁ-କଶ୍ମୀରରେ ସେନା ଓ ସାଧାରଣ ଜନତାଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣକୁ କଂଗ୍ରେସ ନିନ୍ଦା କରିବା ସହ ଏହାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଦେଶ ନୀତିର ବିଫଳତା ଭାବେ ଅଭିହିତ କରିଛି।
All Right Reserved By

ଜାତୀୟ |

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୬ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୬ ଆହତ

ଉତ୍ତରକାଶୀ,୧୫।୧୦: ଉତ୍ତରାଖଣ୍ଡରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣାରେ ଅତି କମ୍‌ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଉତ୍ତରକାଶୀ ଜିଲାର ଯୋଗତ-ଚିନ୍ୟାଲୋସୁରଠାରେ ଏକ ଜିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

ହିନ୍ଦୁଙ୍କ ଭଳି ସରନେମ୍‌ ନ ଲାଗିବାରୁ ଗର୍ବାରେ ପ୍ରବେଶ ମିଳିଲାନି

ହିନ୍ଦୁଙ୍କ ଭଳି ସରନେମ୍‌ ନ ଲାଗିବାରୁ ଗର୍ବାରେ ପ୍ରବେଶ ମିଳିଲାନି

ଭଦୋଦରା,୧୫।୧୦: ଗୁଜରାଟ ଭଦୋଦରାର ବାସିନ୍ଦା ଡ. କରନ ଜାନି(୨୯)ଙ୍କର ଅଭିଯୋଗ ହେଉଛି ଯେ, ତାଙ୍କର ସରନେମ୍‌ ହିନ୍ଦୁଙ୍କ ସରନେମ୍‌ ଭଳି ନ ଲାଗିବାରୁ ସେ ଓ ତାଙ୍କର ୩ ଜଣ ସାଙ୍ଗକୁ ଗର୍ବା ଡ୍ୟାନ୍ସ ନାଇଟ୍‌ରେ ସ୍ଥାନ ମିଳିନାହିଁ। 

ପାକିସ୍ତାନର ଜେହାଦୀ ଶପିଂ: ଆତଙ୍କବାଦୀଙ୍କ ପାଇଁ ଆଇଏସ୍‌ଆଇ କିଣୁଛି ଅତ୍ୟାଧୁନିକ ପୋଷାକ

ପାକିସ୍ତାନର ଜେହାଦୀ ଶପିଂ: ଆତଙ୍କବାଦୀଙ୍କ ପାଇଁ ଆଇଏସ୍‌ଆଇ କିଣୁଛି ଅତ୍ୟାଧୁନିକ ପୋଷାକ

ନଗର, ୧୫।୧୦: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ଆରମ୍ଭ କରିଛି ଜେହାଦୀ ଶପିଂ। 

‘ବେଟି ପଢାଓ, ବେଟିକୋ ଭାଜପା ଏମ୍‌ଏଲ୍‌ଏ ସେ ବଚାଓ’: ରାହୁଳ ଗାନ୍ଧୀ

‘ବେଟି ପଢାଓ, ବେଟିକୋ ଭାଜପା ଏମ୍‌ଏଲ୍‌ଏ ସେ ବଚାଓ’: ରାହୁଳ ଗାନ୍ଧୀ

ଭୋପାଳ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ। ସେ କହିଛନ୍ତି ମୋଦିଙ୍କ ସ୍ଲୋଗାନ, ‘ବେଟି ବଚାଓ ବେଟି ପଢାଓ’ ଶୁଣିବାକୁ ଠିକ୍‌ ଲାଗୁଛି।

ଭାରତ ସୀମାରେ ଚାଇନାର ଦାଦାଗିରି

ଭାରତ ସୀମାରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ/ବେଜିଂ,୧୫।୧୦: ଭାରତ ସୀମାରେ ପୁଣି ଚାଇନା ଆରମ୍ଭ କରିଛି ଦାଦାଗିରି। ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶର ଦିଓ୍ବାଙ୍ଗ ଓ୍ବେଲୀରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିଲେ। 

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୦: ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ।  ଦେଶର ପ୍ରତି ୫ଟିରୁ ୪ଟି କମ୍ପାନୀରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍‌ ରହିଛି। 

ସିକିମକୁ ‘ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ’ ମାନ୍ୟତା

ସିକିମକୁ ‘ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ’ ମାନ୍ୟତା

ନୂଆଦିଲ୍ଲୀ,୧୫।୧୦: ବିଶ୍ୱରେ ପ୍ରଥମକରି ଶତ ପ୍ରତିଶତ ଜୈବିକ ରାଜ୍ୟ ମାନ୍ୟତା ଲାଭ କରିଛି ସିକିମ। ସୋମବାର ସିକିମ ରୋମ୍‌ରେ ଜାତିସଂଘ ଦ୍ୱାରା ‘ଓସ୍କାର ଫର ଦି ବେଷ୍ଟ ପଲିସିଜ୍‌’ ପୁରସ୍କାର ଲାଭ କରିବ। 

ପ୍ରେମିକାଙ୍କ ଘରେ ପଶି ନିଜକୁ ଗୁଳି କଲେ ପ୍ରେମିକ

ପ୍ରେମିକାଙ୍କ ଘରେ ପଶି ନିଜକୁ ଗୁଳି କଲେ ପ୍ରେମିକ

ନୂଆଦିଲ୍ଲୀ,୧୫।୧୦: ଦକ୍ଷିଣ ପଶ୍ଚିମ ଦିଲ୍ଳୀର କାପସହେଡାରୁ ଆସିଛି ଚକିତ କରିବା ଭଳି ଏକ ଖବର। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କ ଘରେ ପଶି ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।

୨୫ ଦିନ ପରେ ଘରୁ ମିଳିଲା ମହିଳାଙ୍କ ମୃତଦେହ

୨୫ ଦିନ ପରେ ଘରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ,୧୫।୧୦: କ୍ୟାରିୟର ଓ ପଇସା ପଛରେ ଗୋଡାଇଥିବା ଆଧୁନିକ ଯୁଗର ମଣିଷ ପାଖରେ ଆଉ ପାରିବାରିକ ସମ୍ପର୍କ ନ ଥିବାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀର ନୋଏଡାରେ। 

ନନ୍‌ ବଳାତ୍କାର ମାମଲା: ବିଶପଙ୍କୁ ସର୍ତ୍ତମୂଳକ ଜାମିନ

ନନ୍‌ ବଳାତ୍କାର ମାମଲା: ବିଶପଙ୍କୁ ସର୍ତ୍ତମୂଳକ ଜାମିନ

ଥିରୁଭାନନ୍ତପୁରମ୍‌,୧୫।୧୦: କେରଳ ହାଇକୋର୍ଟ ସୋମବାର ନନ୍‌ ବଳାତ୍କାର ମାମଲାର ଅଭିଯୁକ୍ତ ପୋପ୍‌ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି। 

ସହକର୍ମୀଙ୍କୁ ଲିପ୍ଟ ବଦଳରେ ଗଣ ବଳାତ୍କାର

ସହକର୍ମୀଙ୍କୁ ଲିପ୍ଟ ବଦଳରେ ଗଣ ବଳାତ୍କାର

ନୂଆଦିଲ୍ଲୀ,୧୫।୧୦: ରାଜଧାନୀ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଏକ ମଲ୍ଟି ନ୍ୟାଶନାଲ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ଗଣ ବଳାତ୍କାର ଶିବାକର ହୋଇଥିବା ଖବର ସାମ୍ନାକୁ ଆସିଛି। 

ରାମଲୀଳାରେ ଅଂଶଗ୍ରହଣ କରୁଛନ୍ତି ମୁସଲମାନ ପରିବାର

ରାମଲୀଳାରେ ଅଂଶଗ୍ରହଣ କରୁଛନ୍ତି ମୁସଲମାନ ପରିବାର

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶ ଲକ୍ଷ୍ନୌର ବକ୍ସି କା ତାଲାବ ଅଞ୍ଚଳରେ ଏକ ମୁସଲମାନ ପରିବାର ଦୀର୍ଘ ୩ ପିଢ଼ିଧରି ରାମଲୀଳାର ଆୟୋଜନ କରୁଛନ୍ତି। ଶାରଦୀୟ ଦୁର୍ଗାପୂଜାରେ ନବରାତ୍ର ଅବସରରେ ଏହି ପରିବାର ଅତି ଭକ୍ତି ତଥା ଶ୍ରଦ୍ଧାର ସହିତ ଏପରି କରିଥାନ୍ତି।