ସମ୍ପାଦକୀୟ |

ନିଜେ ବଞ୍ଚିଲେ

ନିଜେ ବଞ୍ଚିଲେ
ଗ୍ରିଗୋରିଆନ୍‌ କ୍ୟାଲେଣ୍ଡରର ୨୦୧୭ ମସିହା ସରିଲା। ଆଜି ୧ ଜାନୁୟାରୀ ୨୦୧୮ ଅର୍ଥାତ୍‌ ଓଡ଼ିଆ କ୍ୟାଲେଣ୍ଡରରେ ୧୪୨୫ ସାଲ ପୌଷ (ଧନୁ) ୧୭ ଦିନ। ଦେଖିବାକୁ ଗଲେ ପ୍ରତ୍ୟେକ ଦିନ ଏକ ନୂଆ ବର୍ଷର ଆରମ୍ଭ ହୋଇଆସୁଛି। ଭାରତବର୍ଷରେ କେବଳ ନୁହେଁ, ସମଗ୍ର ବିଶ୍ୱରେ ଆଜି ନୂତନ ବର୍ଷର ଆରମ୍ଭ ଏକ ନୂଆ ଆଶା ସୃଷ୍ଟି କରିଥାଏ। ଆମ ଦେଶରେ ଗତବର୍ଷ ଏକ ମିଶ୍ରିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅର୍ଥନୈତିକ କ୍ଷେତ୍ରରେ ବ୍ୟବସାୟୀମାନଙ୍କର ବଜାର ମାନ୍ଦା ହେବା ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପ୍ରବଳ କ୍ଷତି ଘଟିଥିଲା। ଦେଶବ୍ୟାପୀ ଚାଷୀଙ୍କ ଆତ୍ମହତ୍ୟା ସହିତ ବ୍ୟବସାୟର ଏଭଳି ପରିସ୍ଥିତି ଦେଶକୁ ଅନ୍ଧକାରମୟ ସ୍ଥିତିକୁ ଠେଲି ନେଉଥିବା ଭଳି ଅନୁଭବ ହୋଇଛି। ଅନ୍ୟପଟେ ରାଜନୈତିକ ସ୍ଥିତିରେ ୨୦୧୭ ମସିହା ଆରମ୍ଭଠାରୁ ଶେଷ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଯାଇଛି। ଓଡ଼ିଶାର ପଞ୍ଚାୟତ ନିର୍ବାଚନ ପରେ ଏବଂ ଜାତୀୟ ସ୍ତରରେ ଉତ୍ତରପ୍ରଦେଶ ନିର୍ବାଚନ ପରେ ଯେଉଁ ଉଦ୍ଭଟ ପରିସ୍ଥିତି ଉପୁଜିଲା ଭଳି ମନେହେଉଥିଲା, ବର୍ଷର ଶେଷ ଆଡ଼କୁ ଗୁଜରାଟ ନିର୍ବାଚନ ଫଳାଫଳ ତାହାର ମଙ୍ଗ ଭିନ୍ନ ଆଡ଼କୁ ମୋଡ଼ି ଦେଇଥିବା ପରି ସ୍ପଷ୍ଟ ବୁଝାପଡ଼ିଲା। ଗତବର୍ଷର ପ୍ରତ୍ୟେକ କାର୍ଯ୍ୟରୁ ମନେହେଉଥିଲା ଯେପରି ସରକାରଙ୍କର ହସ୍ତକ୍ଷେପ ଆମର ଶୋଇବା ଘରକୁ ପ୍ରବେଶ କରିସାରିଛି। ବ୍ୟାଙ୍କରେ ଝାଳବୁହା ଅର୍ଥ ସଞ୍ଚିତ ରଖିଥିବା ଜମାକାରୀର ଟଙ୍କାକୁ ସରକାର ବିନା ଦ୍ୱନ୍ଦ୍ୱରେ ନେଇଯାଇପାରିବେ। ସେଥିପାଇଁ ଗତବର୍ଷ ଜନ୍ମ ନେଇଥିବା ଫାଇନାନ୍ସିଆଲ ରିଜୋଲ୍ୟୁଶନ ଆଣ୍ଡ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ (ଏଫ୍‌ଆର୍‌ଡିଆଇ) ଆଇନ ଖୁବ୍‌ ନିକଟରେ ଲାଗୁ ହୋଇଯିବ। ତାହାର ପ୍ରଥମ ପର୍ଯ୍ୟାୟ ଗତ ଶୁକ୍ରବାର ୨୯ ଡିସେମ୍ବର ୨୦୧୭ରେ ଇନ୍‌ସଲଭେନ୍ସି ଆଣ୍ଡ୍‌ ବ୍ୟାଙ୍କର୍‌ପ୍ସି କୋଡ୍‌ ସଂଶୋଧନ ବିଲ୍‌ ୨୦୧୭ ଲୋକ ସଭାରେ ପାରିତ କରିଦିଆଯାଇସାରିଲାଣି। ଆଧାର ମାଧ୍ୟମରେ ସାଧାରଣ ନାଗରିକଙ୍କୁ ଅଦୃଶ୍ୟ କରିଦେବାର କ୍ଷମତା ରଖିନେଲାଣି କେନ୍ଦ୍ର ସରକାର। ଯେଉଁ ମୁହୂର୍ତ୍ତରେ କ୍ଷମତାସୀନ ବ୍ୟକ୍ତି ଚାହିଁବେ ତତ୍‌କ୍ଷଣାତ୍‌ ସାଧାରଣ ନାଗରିକର ଜମି, ବାସଗୃହ ସମେତ ସବୁକିଛି ଅଧିଗ୍ରହଣ କରିନେଇପାରିବେ। ଅନ୍ୟ ଭାଷାରେ କହିବାକୁ ଗଲେ ଆପଣଙ୍କ ବସ୍ତ୍ରହରଣ କରିବା ପରେ ଦରିଦ୍ର କରି ରାସ୍ତାରେ ଛାଡ଼ିଦେବାର କ୍ଷମତା ସରକାରଙ୍କ ପାଖରେ ରହିବ। ନାଗରିକର ଅନ୍ତରଙ୍ଗ ତଥ୍ୟ ଯଥା ତା’ର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କିତ ସବୁ ସୂଚନା ସରକାର ଜାଣିପାରୁଛନ୍ତି। ସାଧାରଣରେ କୁଷ୍ଠରୋଗ, କର୍କଟ, ଏଚ୍‌ଆଇଭି ଏଡ୍‌ସ ଭଳି ମାରାତ୍ମକ ରୋଗ ଦ୍ୱାରା ପୀଡ଼ିତ ବ୍ୟକ୍ତି କେବେହେଲେ ନିଜ ରୋଗ ବିଷୟରେ କାହାରିକୁ ଜଣାଇବାକୁ ଚାହିଁ ନ ଥାଆନ୍ତି। ଆଧାର କାର୍ଡ ହାସଲ କରିବା ପାଇଁ ଏଭଳି ତଥ୍ୟସବୁ ସରକାରଙ୍କୁ ଜଣାଇବାକୁ ପଡ଼ିବ। ଏହିଭଳି ରୋଗର ନିରାକରଣ ପାଇଁ ଆବଶ୍ୟକ ଔଷଧ କିଣିଲା ବେଳକୁ ଆଧାର ଦେଖାଇବାକୁ ପଡ଼ିବ। ଏପରି ତଥ୍ୟ ସରକାରଙ୍କ ହସ୍ତଗତ ହେବାର ଅର୍ଥ ହେଉଛି କେତେକ କିରାଣି ଆପଣଙ୍କ ସବୁ ସମ୍ପତ୍ତି ସହିତ ସ୍ବାସ୍ଥ୍ୟାବସ୍ଥାର ମଧ୍ୟ ସୂଚନା ପାଇଯିବେ। ସେହି ତଥ୍ୟ ରଖିଥିବା ବ୍ୟକ୍ତି ସାଧାରଣ ନାଗରିକର ଜୀବନଯାପନରେ ବାଧା ସୃଷ୍ଟି କରିବାର ଆଶଙ୍କା ଯଥେଷ୍ଟ ରହିଛି। ବିଶେଷକରି ଭାରତ ଭଳି ଏକ ଦୁର୍ନୀତିଗ୍ରସ୍ତ ଦେଶରେ ଏତେ ପରିମାଣ ତଥ୍ୟର ଦୁରୁପଯୋଗ ହେବା ସ୍ବାଭାବିକ। ଅବୁଝା ବ୍ୟକ୍ତିଙ୍କ ଦ୍ୱାରା ପ୍ରଚାର କରାଯାଉଛି ଯେ ଆଧାର ମାଧ୍ୟମରେ ଦୁର୍ନୀତିର ବିଲୋପ ଘଟିବ। ବାସ୍ତବରେ ତାହା ସମ୍ପୂର୍ଣ୍ଣ ଅସତ୍ୟ। ୨୦୧୭ର ଅବାସ୍ତବ ସ୍ଥିତି ତୁଳନାରେ ୨୦୧୮ ମସିହା ଏକ ନୂତନ ସୂର୍ଯ୍ୟୋଦୟ କରାଇବ ବୋଲି ବିଶ୍ୱାସ ହେଉଛି। ଏହିବର୍ଷ ଭାରତୀୟମାନଙ୍କୁ ନିଜେ ବଞ୍ଚତ୍ବାର ଏକ କ୍ଷୁଦ୍ର ସୁଯୋଗ ଆଣିଦେଇପାରେ। ଦେଶରେ ସଚେତନତା ବୃଦ୍ଧି ହେଉଛି ବୋଲି କୌଣସି ସନ୍ଦେହ ନାହିଁ। ସମାଜକୁ ଭାଙ୍ଗିଦେଉଥିବା ଶକ୍ତିମାନଙ୍କୁ ସାଧାରଣ ନାଗରିକ ଚିହ୍ନିବାକୁ ଆରମ୍ଭ କଲେଣି। କେବଳ ବଡବଡ କଥା ଏବଂ ଅସତ୍ୟ ଜାତୀୟତାବାଦ ମାଧ୍ୟମରେ ଏହି ଦେଶକୁ କବଳିତ କରିବାରେ ଯେଉଁମାନେ ଚେଷ୍ଟା କରିଆସୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟ ପଣ୍ଡ ହୋଇଯିବାର ସମ୍ଭାବନା ବୃଦ୍ଧି ପାଉଛି। ଆଜିର ଭାରତରେ ଧନୀ ଗରିବର ପ୍ରଭେଦ ହ୍ରାସ ପାଇବାରେ ଲାଗିଛି। ଧନୀ ଗରିବ ହେଉଥିବା ବେଳେ ଗରିବ ଆହୁରି ଅଧିକ ଗରିବ ହେବାରେ ଲାଗିଛି। ଏହି ପରିସ୍ଥିତିକୁ ଜାତୀୟ ସ୍ତରରେ ବଦଳାଇପାରିଲେ ସବୁ ରାଜ୍ୟରେ ପରିବର୍ତ୍ତନ ଆସିପାରିବ। ଏହି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରତ୍ୟେକ ଭାରତୀୟଙ୍କୁ ଆହୁରି ଅଧିକ ସଚେତନ ହେବାକୁ ପଡ଼ିବ, ନଚେତ୍‌ ନିଜେ ବଞ୍ଚିବା କଷ୍ଟକର।-ତଥାଗତ ସତପଥୀ
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ।