ସମ୍ପାଦକୀୟ |

ଭୁକିଲା କୁକୁର ଭୋକିଲା ନର

ଭୁକିଲା କୁକୁର ଭୋକିଲା ନର
ଶେଠ୍‌ ଦୀନଦୟାଲଙ୍କ ଭୃତ୍ୟ ଦୁଃଖିଶ୍ୟାମ ଓରଫ ଦୁଃଖା। ଶେଠ୍‌ଙ୍କ କୁତ୍ତାପାଳକ ସେ। ସେଥିପାଇଁ ତା’ର ସ୍ବତନ୍ତ୍ର ନିଯୁକ୍ତି। କଙ୍କାଳକୁ ଘୋଡ଼େଇ ରଖିବା ପାଇଁ ଚମଡ଼ା ଯାହା ମାତ୍ର ତା’ ଦେହରେ ଲାଖି ରହିଛି। ଛାତିର ପିଞ୍ଜରା ହାଡ଼ ଗୋଟି ଗୋଟି ହୋଇ ଗଣିହୋଇଯାଉଛି। ନାହି ତଳକୁ ଢିଲା ତାଳିପକା ପାଞ୍ଚସିଆଁ ପ୍ୟାଣ୍ଟ ଆଣ୍ଠୁ ପର୍ଯ୍ୟନ୍ତ ପ୍ରଲମ୍ବିତ। କାନ୍ଧରେ ଗୋଟିଏ ମାଗିଅଣା ଖୋର୍ଦ୍ଧା ଗାମୁଛା। ସେଇ ତା’ର ଚିର ପରିଧାନ। ଦୁଃଖାର ପେଟପିଠି ଲାଗିଯାଇ ଏକାକାର ଦିଶୁଛି। ସରୁ ବେକର ଶିରା ଚମ ଟପି ବାହାରକୁ ଦୃଶ୍ୟମାନ। ସରୁ ସରୁ ନହକା ବଣିଗୋଡ। ଖାଙ୍କରା ପେଟ, କୋରଡ଼ଗତ ଆଖି, ମୁହଁର ହନୁହାଡ଼ ସ୍ପଷ୍ଟ ଦିଶୁଛି। ମୁଣ୍ଡରେ ମେଞ୍ଚାଏ ଟାଆଁଶ ନୁଖୁରା ବାଳ। ପିଲାଏ ଦେଖିଲେ ଡରନ୍ତି, ସେ ଯେମିତି ନଅଙ୍କ ଦୁର୍ଭିକ୍ଷରୁ ବର୍ତ୍ତି ଆସୁଛି! ଭେଣ୍ଡିଆ ବେଳରେ ଏମିତି ଅକାଳ ବାର୍ଦ୍ଧକ୍ୟ ଘୋଟି ଆସିଛି, ଭୋକିଲା ରୋଗ ଜବରଦସ୍ତ ମାଡିବସିଛି ତାକୁ। ହେଇଟି, ମାଲିକ ମାହାପ୍ରୁ ଡାକିଲେଣି। କୁକୁର ସେବାରେ କେଉଁଠି ତ୍ରୁଟି ରହିଗଲା ବୋଧେ। ଏଇଲାଗେ ରାଗଗୁଡା ଶୁଝାଇଦେବେ ତା’ ପିଠିରେ। ଦୁଃଖାର ଛାତି ଚାଉଁ କଲା। ଦେହରୁ ଅଧେ ରକ୍ତ ଶୁଖିଗଲା। ଆଉଁସା ଆଉଁସି କରି ହୀରୁକୁ ପେଟେ ଖାଇବାକୁ ଦେଇଥିଲା ଦୁଃଖା। ଆଉ ବଳେଇ ଖାଇପାରି ନ ଥିଲା କୁତ୍ତା। ମାଂସ ଛେଞ୍ଚେଡା, ପାଉଁରୁଟି, ଅମୁଲ କ୍ଷୀର। ସକାଳେ ମଧ୍ୟ ସେ ଖାଇଥିଲା ରୁଟି, କଲିଜା, ବିସ୍କୁଟ ଓ ଅଣ୍ଡାଟିଏ। କେତେ ଆଉ ଖାଇବ ପଶୁଟା। ମାଲିକର କଡ଼ା ନିର୍ଦ୍ଦେଶ, ହୀରୁର ସେବାରେ ତିଳେହେଲେ ତ୍ରୁଟି ରହିବ ନାହିଁ ଯେମିତି। ବ୍ୟତିକ୍ରମ ହେଲେ ବିଷମ ପରିସ୍ଥିତି- ବିଧା, ଚାପୁଡ଼ା, ଗୋଇଠା, ଏପରି କି ଚାକିରିରୁ ବରଖାସ୍ତ। ତେଣୁ ଘଣ୍ଟା ଜଗି ସେବା କରୁଛି ଦୁଃଖା। ଠିକ୍‌ ଏଗାରଟାରେ ଟିଙ୍କମରା ଗ୍ଲିସେରିନ ସାବୁନ ଭଲଭାବେ ମାଖିଦେଇ ଶାଓ୍ବାର ବାଥ୍‌ ନେଇଥିଲା ହୀରୁ। ନୋରଟିକସ ବାସନା ପାଉଡର ଭଲ ଭାବେ ଦେହରେ ବୋଳି ଦେଇଥିଲା। ଅତି ଯତ୍ନରେ ଡାହାଳକୁ ସରୁ ପାନିଆରେ କୁଣ୍ଡାଇଦେଇ ଫିନ୍‌ ଫିନ୍‌ କରି ଦେଇଥିଲା ତା’ ଲୋମଶ ଦେହକୁ। ବିଦେଶ ଆମଦାନୀ କୁକୁର ସେ। ବଂଶ ବୁନିଆଦି ତା’ ଚେହେରାରେ ପୂରି ରହିଛି। ଦେହ ଭୂରି ଭୂରି ବାସୁଛି। ଠିକ୍‌ ଦିନ ବାରଟାରେ ନେତାମାର୍କା ଭୋଜନ ଖାଇ ଭାଉ ଭାଉ ଗର୍ଜନ କରି ଏଇନେ ତା’ ସ୍ବତନ୍ତ୍ର କ୍ୟାବିନ ଭିତରେ ବିଶ୍ରାମରତ। ଏମିତି ଦୁଲୁକାଏ ଗର୍ଜି ଶୋଇବା ତା’ର ସ୍ବଭାବ, ସନ୍ତୋଷର ଚିହ୍ନ। ରୁଟିନରେ ବ୍ୟାଘାତ ଘଟିଲେ ହୀରୁ କୃଦ୍ଧ ହୁଏ। ମାଲିକ ଦୀନଦୟାଲ ମଧ୍ୟ ତହିଁରୁ ଅଧିକ। ମାଲିକ ଏମିତି ଅବେଳରେ କାହିଁକି ଡାକୁଛନ୍ତି? ଦୁଃଖା ଶଙ୍କିତ ହେଲା। ଖାଦ୍ୟ ସାଉଁଟୁଥିଲା ସେ। ତିନିଦିନର ପେଯ ପଖାଳ। ସାଙ୍ଗକୁ ତିଅଣ ନ ଥିଲା। ପେଟ ଜଳୁଥିଲା ହୁ ହୁ। ‘ଆତୁରେ ନିୟମୋ ନାସ୍ତି’ ନ୍ୟାୟରେ ବିବେକକୁ ଧୋକାଦେଇ କୁକୁରକୁ ଠକି କେତୋଟି ଛେଞ୍ଚେଡା ଟୁକୁଡା ମାଂସ ପଥର ତଳେ ଲୁଚାଇ ରଖିଥିଲା। ପେଟଟା ଯେତେବେଳେ ଉତ୍ପାତ କରେ, ମଣିଷ ସିନା ଏମିତି ଅସତ୍‌ ପଥକୁ ଆବୋରିନିଏ! କୁକୁର ଉଚ୍ଛିଷ୍ଟ ତା’ପାଇଁ ପ୍ରସାଦ। ଠିକ୍‌ ଚାକିରିର ଉପୁରି ଭଳି। ପ୍ରାଣ ବଞ୍ଚାଇବାକୁ ହେବ କୌଣସିମତେ। ନିର୍ବଳୁଆ ଦେହ। ଆଉ କେଉଁଠି କୋଡି କୋଦାଳ ଧରି କାମଧନ୍ଦା କରି ଜୀବନ ପୋଷିବା ସମ୍ଭବ ନୁହେଁ ତା’ପକ୍ଷେ। ଶ୍ୱାନ ସେବା ହିଁ ତା’ ପକ୍ଷେ ଶ୍ରେୟଃ। କୁକୁର ପ୍ରସାଦ ତା’ର ଆହାର୍ଯ୍ୟ, ନାହିଁଠାରୁ ଢେର୍‌ ଭଲ। ଗୁଣ୍ଡେ ବାସିପଖାଳ ସହିତ ମୁହଁରେ ହାଡ଼ଲଗା ମାଂସ ଖଣ୍ଡେ ମାରିଛି ନ ମାରିଛି, ମାଲିକର ରୁକ୍ଷ ଡାକ ଶୁଭିଲା। ଖାଦ୍ୟକୁ ସେଇଠି ବଗିଚାର ବଉଳ ବୃକ୍ଷ ମୂଳରେ ଛାଡ଼ିି ହଡ଼ବଡ଼ ହୋଇ ଧଡ଼ଧଡ଼ ଛାତିରେ ଧାଇଁଲା ମାଲିକ ଘର ଭିତରକୁ, ପ୍ରଭୁଙ୍କ ପ୍ରକୋଷ୍ଠକୁ। ମନକୁ ପାପ ଛୁଉଁଥିଲା। ନା, ଭୟ ନାହିଁ, ମାଲିକ ଶାନ୍ତ ଦିଶୁଛନ୍ତି। ମୁହଁର କଠୋର ଭାବ ଲୁଚିଯାଇଛି। ପ୍ରଭୁଙ୍କ ମିଜାଜ ଠିକ୍‌ ଅଛି। ଦୁଃଖା ଆଶ୍ୱସ୍ତ ହେଲା। ଦୀନଦୟାଲ ଶାନ୍ତ ଗଳାରେ ପଚାରିଲେ- ହୀରୁ କିପରି ଅଛି ? ପେଟେ ଖାଇ ଶୋଇଛି ଆଜ୍ଞା। ପଶୁ ଡାକ୍ତରବାବୁ ଆସିଥିଲେ ? ସକାଳେ ମଳ ନେଇ ପଶୁ ଡାକ୍ତରଖାନାରେ ଦେଇଆସିଥିଲି। ବାବୁ କହିଲେ, ଘରକୁ ଯାଇ ଔଷଧ ଦେଇଆସିବି। ଆସିଲେ। ହୀରୁକୁ ଟାବ୍‌ଲେଟ ଓ ଇଞ୍ଜେକ୍ସନ ଦେଇଯାଇଛନ୍ତି। ହୀରୁ ଭଲ ଅଛି। ଆରାମରେ ସେ ଶୋଇଛି। ଠିକ୍‌ ଅଛି। ଫେରି ଆସିଲା ଦୁଃଖା ହତା ଭିତରେ ବୃକ୍ଷମୂଳକୁ ଯେଉଁଠି ତା’ ଅଧାଖିଆ ପଖାଳ ଥୋଇଥିଲା। ପାଖରେ ରଖିଯାଇଥିଲା ସେଇ କେତୋଟି ମାଂସଲଗା ହାଡ଼। କିନ୍ତୁ ନିରାଶ ହେଲା। କୋଉଠି ଗଛଡାଳରେ ଉଣ୍ଡିବସିଥିଲା ଦୁଷ୍ଟ କୁଆଟା ପ୍ରତିଦ୍ୱନ୍ଦ୍ୱୀ ସାଜି। ଦୁଃଖା ଅନୁପସ୍ଥିତିର ସୁଯୋଗ ନେଇ ଝାମ୍ପି ନେଇଗଲା ମାଂସଖଣ୍ଡକୁ। ପଖାଳ ମୁଠାକୁ ତଳେ ଇଡି ଦେଇଯାଇଥିଲା। ବିକଳରେ କାନ୍ଦିଲା ଦୁଃଖା। ଅର୍ଦ୍ଧାହାରରେ ଜଳଯୋଗ କରି ମେଣ୍ଟାଇନେଲା ତା’ ଉଦରର କ୍ଷୁଧା। ହୀରୁ ନିଦରୁ ଉଠି ଅଳସ ଭାଙ୍ଗି ପୁଣି ତା’ ଆଡ଼କୁ ଲକ୍ଷ୍ୟକରି ଭାଉ ଭାଉ କଲା। ଶ୍ୱାନ ସ୍ବରରେ କମ୍ପୁଥିଲା ନିଦାଘ ଅପରାହ୍ଣର ପରିବେଶ- ଭୋ ଭୋ, ଭାଉ ଭାଉ, ଭୂଇଁ ଥରୁଥିଲା, ପବନ ଡରୁଥିଲା, ଯେମିତିକି ସୃଷ୍ଟିର ସବୁତକ ହିଂସ୍ରତା ବିସ୍ଫୋରିତ ହେଉଥିଲା ତା’ ଭୟଙ୍କର ବିଶାଳ ମୁଖଗହ୍ବରରୁ। ମହାମୁନିବ ଦୀନଦୟାଲଙ୍କର ବଡ଼ିମା ଘୋଷିତ ହେଉଥିଲା କୁକୁରର ସେହି କ୍ରୁଦ୍ଧ ଗର୍ଜନରେ। କାଙ୍ଗାଳ ଚାହାଣିରେ ଚାହିଁରହିଛି ଦୁଃଖା। କୁକୁର ଖାଉଛି ଖାସ୍‌ ଭୁକିବାକୁ। ଆଉ ଦୁଃଖା ନୀରବରେ ଭୁକୁଛି ମୁଠେ ଖାଇବାକୁ। ତା’ ପାଇଁ ଖାଇବାକୁ ଖାଦ୍ୟ କାହିଁ? ହୀରୁଠୁଁ ଶହେଗୁଣ ଜୋରରେ ବୋବାଳି ଛାଡ଼ିଲେ ମଧ୍ୟ ଖାଦ୍ୟ ନାହିଁ। ସେଇ ଅର୍ଦ୍ଧାହାର, ଅଭୁକ୍ତ, ଅନାହାରରେ ଦିନ କାଟୁଛି। ତା’ ଉଦରରେ ଅନନ୍ତ କ୍ଷୁଧା- ଭୁଖାର ଇସ୍ତାହାର, ନିର୍ଜୀବ ପେଯୁଆ ଆଖିରେ ସେମିତି ଚାହିଁରହିଛି କୁକୁରସେବକ ଦୁଃଖିଶ୍ୟାମ। ଈର୍ଷା କରୁଛି ମାଲିକର ଏଇ ପୋଷା ପଶୁଟିକୁ। ଆର ଜନ୍ମରେ ଏମିତି କୁକୁରଟିଏ ହୋଇ ଜନ୍ମ ହୁଅନ୍ତା କି! ମୋ-୯୮୬୧୧୮୯୯୩୬
All Right Reserved By

ସମ୍ପାଦକୀୟ |

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...