ରାଜ୍ୟ | ବ୍ରହ୍ମପୁର

ଝାନ୍ସିରାଣୀ ଛାତ୍ରୀନିବାସରେ ଅଗ୍ନିକାଣ୍ଡ

ଝାନ୍ସିରାଣୀ ଛାତ୍ରୀନିବାସରେ ଅଗ୍ନିକାଣ୍ଡ
ବ୍ରହ୍ମପୁର ଅଫିସ,୩୧।୧୨- ବ୍ରହ୍ମପୁର ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଝାନ୍ସିରାଣୀ ହଷ୍ଟେଲରେ ରବିବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ଅନୁପସ୍ଥିତ ଥିବା ବେଳେ ସୁପରିଣ୍ଟେଣ୍ଡେଣ୍ଟଙ୍କ କୋଠରି ଏସିରେ ଶର୍ଟସର୍କିଟ ଯୋଗୁ ନିଆଁ ଲାଗିଥିଲା। ଧୀରେ ଧୀରେ ଏହି ନିଅଁା ସୁପରିଣ୍ଟେଣ୍ଡେଣ୍ଟଙ୍କ କୋଠରିରୁ ପାର୍ଶ୍ୱ କୋଠରିକୁ ମଧ୍ୟ ବ୍ୟାପି ଥିଲା। ଫଳରେ ସୁପରିଣ୍ଟେଣ୍ଡେଣ୍ଟଙ୍କ କୋଠରିରେ ରହିଥିବା ଏସି, କମ୍ପ୍ୟୁଟର ସମେତ ପୋଷାକପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡିଛି। ବ୍ରହ୍ମପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଛାତ୍ରୀଙ୍କୁ ବାହାର କରିଥିଲେ। ଫଳରେ ଛାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ବର୍ର୍ତ୍ତି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ଏସି, କମ୍ପ୍ୟୁଟର ସମେତ ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ବ୍ରହ୍ମପୁର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୂଚନା ଦେଇଛନ୍ତି। ହଷ୍ଟେଲରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ରହୁଥିବା ବେଳେ ସୁରକ୍ଷା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇନାହିଁ। ଯାହାଦ୍ୱାରା ନିଅଁା ଗୋଟିଏ ଘରୁ ଅନ୍ୟ ଏକ ଘରକୁ ବ୍ୟାପିଥିଲେ ମଧ୍ୟ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା। ପ୍ରତ୍ୟେକ ହଷ୍ଟେଲ, କଲେଜ ଓ ଉଚ୍ଚ ଅଟ୍ଟାଳିକାରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ନେଇ ବହୁବାର ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ ଅନେକ ଏହାକୁ ବେଖାତିର କରୁଥିବା ଲକ୍ଷ୍ୟ କରାଯାଇଛି । ଖଲ୍ଲିକୋଟ ମହାବିଦ୍ୟାଳୟ ଭଳି ବହୁ ପୁରାତନ ତଥା ପ୍ରତିଷ୍ଠିତ ମହାବିଦ୍ୟାଳୟର ଛାତ୍ରୀ ଓ ଛାତ୍ରାବାସରେ ଅଗ୍ନିକାଣ୍ଡରୁ ବର୍ତ୍ତିବା ତଥା ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଏଯାଏ ଅଗ୍ନି ନିର୍ବାପକ ଯନ୍ତ୍ର ରଖା ନ ଯିବା ନିନ୍ଦନୀୟ ବୋଲି ସମାଲୋଚନା କରାଯାଉଛି। ଏନେଇ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୁଳପତି ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କୁ ପଚାରିବାରୁ ଖୁବଶୀଘ୍ର ସମସ୍ତ ଛାତ୍ରାବାସରେ ଅଗ୍ନିନିର୍ବାପକ ଯନ୍ତ୍ର ରଖାଯିବା ଉପରେ ପଦକ୍ଷେପ ନିଆଯିବ।
All Right Reserved By

ରାଜ୍ୟ | ବ୍ରହ୍ମପୁର

ଆଜି ମହାମାୟାଙ୍କ ମହାସପ୍ତମୀ

ଆଜି ମହାମାୟାଙ୍କ ମହାସପ୍ତମୀ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ। ନବରାତ୍ରୀ ପୂଜା ସବୁଠାରେ ଆରମ୍ଭ ହୋଇସାରିଛି। ରୀତି ମୁତାବକ ମଙ୍ଗଳବାର ପୀଠରେ ଦେବୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା ପାଳନ କରାଯାଉଛି। 

୭୩ ବର୍ଷରେ ନବୀନ ପଟ୍ଟନାୟକ

୭୩ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍‌ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। 

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- କ୍ୟାପିଟଲ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ସୋମବାର ଚଢାଉବେଳେ ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ୧୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବାବେଳେ  ସେମାନଙ୍କ ନିକଟରୁ ୫୧ ହଜାର ୬୩୦ଟଙ୍କା, ୩ ସେଟ୍‌ ତାସ ଓ କାଲକୁଲେଟର ଜବତ କରାଯାଇଛି। 

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- ଭୁବନେଶ୍ୱରରେ ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ଚାଲିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ରାସ୍ତାକୁ ଖୋଲି ଦିଆଯିବା ପରେ ଭଲ ଭାବେ ପୋତା ଯାଉନି। କାମ ସରିଯିବା ପରେ ଠିକାଦାର ମରାମତିର ନାଁ ଗନ୍ଧ ଧରୁନି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। 

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର, ୧୬-୧୦(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହେବ। ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ରାଜଧାନୀରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍‌ ଜାମ୍‌। ପୂଜା ଆରମ୍ଭରୁ  ଭୁବନେଶ୍ୱରରେ ରାସ୍ତା ଜାମ୍‌ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ୫ ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଲାଗିଯାଉଛି ଅଧଘଣ୍ଟା। ସୋମବାର ମହାଷଷ୍ଠୀରୁ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। 

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଧରାବତରଣ କରିଛନ୍ତି ମା’ ମହିଷମର୍ଦ୍ଦିନୀ। ସମସ୍ତ ମଣ୍ଡପରେ ଆରମ୍ଭ ହୋଇଯାଇଛି ମା’ଙ୍କ ପୂଜା। ସୋମବାର ରୀତିନୀତିରେ ଷଷ୍ଠୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ବିଲ୍ବାଧିବାସ। ଅପରାହ୍ନରେ ଷଷ୍ଠାଦି କର୍ମ କରାଯାଇଥିଲା।

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଭାରତରେ ଫିଲ୍ମକୁ ଏକ କଳା ଭାବେ ପରିଗଣିତ କରାଯାଉନି। ଫିଲ୍ମ କହିଲେ ଲୋକେ କେବଳ ବଲିଉଡ୍‌କୁ ବୁଝୁଛନ୍ତି। ଦେଶରେ ୧୦ ବଡ଼ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି ଓ ବର୍ଷକୁ ହଜାର ହଜାର ଫିଲ୍ମ ତିଆରି ହେଉଛି। 

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଓଡ଼ିଆ ମିଡିଆ ପକ୍ଷରୁ ପ୍ରଥମ ଥର ପାଇଁ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ‘ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୮’(ଓଡ଼ିଶା ଏକ୍ସିଲେନ୍ସ ଆଓ୍ବାର୍ଡ) ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମାଜର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଭଳି ପ୍ରୟାସ ବାସ୍ତବରେ ସ୍ବାଗତଯୋଗ୍ୟ ବୋଲି ସେ ମତ ଦେଇଥିଲେ।

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଝୁମ୍ପୁରା, ୧୬।୧୦(ଡି.ଏନ.ଏ.): ଆସୁଛନ୍ତି  ମା’। ଏ ନେଇ ଝୁମ୍ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ମା’ଙ୍କର ମହାସପ୍ତମୀ ସହ ପଣାପୂଜା ହେବ। ସେଠାରେ ଆଖୁ ବଳିର ପରମ୍ପରା ନିଆରା। ମା’ଙ୍କର ପୂଜା ଝୁମ୍ପୁରା ବଜାରରେ ଅନୁଷ୍ଠିତ ହୋଇ ଆସୁଛି। 

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ସେତୁ ୪ ମାସ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ଗୋଟିଏ ପାର୍ଶ୍ୱର ପିଲାରରୁ ବ୍ୟରିଂ ଖସିବା ପରେ  ଗୋଟିଏ ସ୍ପାନ୍‌ ଦବି ଯାଇଛି। ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀ  ସେତୁର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସେତୁ ପ୍ରତି ବିପଦ ରହିଥିବା ଅନୁଭବ କରିଥିଲେ।