ସମ୍ପାଦକୀୟ |

ସାମାଜିକ ବାଡ଼ବନ୍ଦୀ ଓ ସାମାଜିକ ନିରୀକ୍ଷଣ

ସାମାଜିକ ବାଡ଼ବନ୍ଦୀ ଓ ସାମାଜିକ ନିରୀକ୍ଷଣ

ବିସ୍ତୃତ ତୃଣଭୂମିର ସୁରକ୍ଷା ଏବଂ ବନୀକରଣକୁ ସାମାଜିକ ବାଡ଼ବନ୍ଦୀର ଆଖ୍ୟା ଦିଆଯାଇଛି। ଆଫ୍ରିକା ମହାଦେଶରେ ଅଧିବାସୀଙ୍କ ଦ୍ୱାରା ବିସ୍ତୃତ ତୃଣଭୂମିର ସୁରକ୍ଷା ଉଦ୍ଦେଶ୍ୟରେ ଏହା ପ୍ରଥମେ କରାଯାଇଥିଲା। ଏହାଦ୍ୱାରା ତୃଣଭୂମିର ନଷ୍ଟ ପ୍ରକ୍ରିୟା ଏବଂ ମୃତ୍ତିକା କ୍ଷୟକୁ ମଧ୍ୟ ବହୁ ଭାବରେ କମାଯାଇପାରେ। ଗୋସମ୍ପଦର ଅହେତୁକ ସଂଖ୍ୟା ବୃଦ୍ଧି ଚାରଣଭୂମିକୁ ଦିନକୁ ଦିନ ଅଧିକ କ୍ଷତି କରିବାକୁ ଦିଏ। ପୁନଶ୍ଚ ଏହି ଗୋସମ୍ପଦ ଗ୍ରାମାଞ୍ଚଳରେ ପରିବାରର ସମ୍ପତ୍ତି ଏବଂ ପ୍ରତିପତ୍ତିକୁ ବୁଝାଏ। ଅତି ବାଧ୍ୟବାଧକତାରେ ପରିବାର ଗୋସମ୍ପଦକୁ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରେ। ଏହି ସାମାଜିକ ବାଡ଼ବନ୍ଦୀର ମୁଖ୍ୟ ଉଦ୍ଦେଶ୍ୟ, ଏତେବଡ଼ ଆୟତନ ବିଶିଷ୍ଟ ତୃଣଭୂମି କିମ୍ବା ବନୀକରଣ କ୍ଷେତ୍ରରେ ବାଡ ବୁଜିବା ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ ହୁଏନାହିଁ, ପୁଣି ସମାଜର ସହଯୋଗ/ସହାୟତା ବିନା ସୁରକ୍ଷା ସମ୍ଭବ ହୁଏନାହିଁ।
ଗ୍ରାମ୍ୟ ସମାଜ ଚାରଣଭୂମିରେ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ଗୋରୁଙ୍କର ଅବାଧ ପ୍ରବେଶକୁ ସେମାନଙ୍କ ଦ୍ୱାରା ପ୍ରଣୀତ ନିୟମ ଦ୍ୱାରା ବନ୍ଦ କରିବାରେ ସକ୍ଷମ ହୁଅନ୍ତି। ତୃଣ ଭଲଭାବରେ ହେଲେ ଯାଇଁ ତାକୁ ପରସ୍ପର ମଧ୍ୟରେ ବାଣ୍ଟ କରାଯାଏ। ପୁନଶ୍ଚ ସମାଜ ଦ୍ୱାରା ସ୍ଥାନୀୟ କିସମର ତୃଣ କିମ୍ବା ବୃକ୍ଷ ଚାରା ରୋପଣ କରାଯାଏ। କ୍ଷତିକାରକ ତୃଣକୁ ବିଭିନ୍ନ ଉପାୟରେ ନଷ୍ଟ କରାଯାଏ। ଏହି ସ୍ଥାନୀୟ ସମାଜ ଦ୍ୱାରା ସୁରକ୍ଷାକୁ ଅଦୃଶ୍ୟ ବାଡର ନାମକରଣ ମଧ୍ୟ କରାଯାଇଛି। ଏହାର ପରିଚାଳନା ପାଇଁ ସମାଜ ସେମାନଙ୍କ ଦ୍ୱାରା ପ୍ରଣୀତ ନିୟମକାନୁନ ବଳରେ ବ୍ୟବସ୍ଥା କରନ୍ତି। ଜରିମାନାକୁ ଏହି ନିୟମରେ ପ୍ରାଧାନ୍ୟ ଦିଆଯାଏ। ଏହି ସାମାଜିକ ବାଡବନ୍ଦୀ ଦୁଗ୍ଧ ଉତ୍ପାଦନ ଏବଂ ସ୍ଥାନୀୟ ପରିବାରର ରୋଜଗାର ବୃଦ୍ଧିରେ ସହାୟକ ହୁଏ।
ବହୁବର୍ଷ ପୂର୍ବରୁ କେରଳର ପେରିଆର ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ସାମାଜିକ ସୁରକ୍ଷା ଦ୍ୱାରା ବନ୍ୟସମ୍ପଦ, ଜୈବବିବିଧତା ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ସମ୍ଭବ ହୋଇଥିଲା। ସରକାରଙ୍କ ଦ୍ୱାରା ବନ୍ଧୁକଧାରୀ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଗ୍ରାମବାସୀ ଏବଂ ବନବିଭାଗର ନିରନ୍ତର ସହଯୋଗରେ ଏହି ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ସମ୍ଭବ ହୋଇଛି। ସ୍ଥାନୀୟ ଗ୍ରାମବାସୀ କାଠଚୋର, ଶିକାରୀମାନଙ୍କ ବିଷୟରେ ବନବିଭାଗକୁ ଠିକ୍‌ ଖବର ଦିଅନ୍ତି। ଚାରଣଭୂମିର ଘୋର ଅଭାବ ଯୋଗୁ ହରିୟାଣା, ରାଜସ୍ଥାନ ଏବଂ ଉତ୍ତରଭାରତରେ ତୃଣଭୂମି ଅଞ୍ଚଳରେ ସାମାଜିକ ବାଡବନ୍ଦୀ ମାଧ୍ୟମରେ ଗୋସମ୍ପଦର ବିକାଶ ଏକ ପୁରୁଣା କଥା। ଏହାଦ୍ୱାରା ଗୁଜ୍ଜରମାନଙ୍କର ପ୍ରକୋପରୁ ମଧ୍ୟ ତୃଣଭୂମି ରକ୍ଷାପାଏ। ଆଉ ମଧ୍ୟ ଭାରତର ବିଭିନ୍ନ ପ୍ରଦେଶରେ ଗ୍ରାମ ଚତୁଃପାର୍ଶ୍ୱରେ ଥିବା ଜଙ୍ଗଲମାନଙ୍କରେ ସୁରକ୍ଷା ପାଇଁ ପୁରୁଷ ଏବଂ ନାରୀ ସମାଜ ଦଳବଦ୍ଧ ହୋଇ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହାୟତାରେ କାଠଚୋର, ଶିକାରୀମାନଙ୍କ ପ୍ରକୋପରୁ ଜଙ୍ଗଲକୁ ରକ୍ଷା କରି ଆସୁଛନ୍ତି। ଓଡିଶାରେ ମଧ୍ୟ ଜଙ୍ଗଲ ସୁରକ୍ଷା ପାଇଁ ୧୨,୫୦୦ଟି ଜଙ୍ଗଲ ସୁରକ୍ଷା ସମିତି ମାଧ୍ୟମରେ ଏହା କାର୍ଯ୍ୟକ୍ଷମ ହେଉଛି। ୧୯୯୩ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବନ ସୁରକ୍ଷା ସଂକଳ୍ପ ଏବଂ ୨୦୧୧ ଓ ୨୦୧୫ରେ ଏହାର ନୂଆ ସଂଶୋଧିତ ରୂପରେ ବନସୁରକ୍ଷା ସମିତି କିମ୍ବା ପରିବେଶ ସୁରକ୍ଷା ସମିତି ଦ୍ୱାରା ଜଙ୍ଗଲର ସୁରକ୍ଷା କରାଯାଇ ଆସୁଛି। ବନ୍ୟସମ୍ପଦ, ଜୈବବିବିଧତା, ତୃଣଭୂମିର ସୁରକ୍ଷା, ଜୀବଜନ୍ତୁ ଏବଂ ଜଙ୍ଗଲ ଜମିର ଜବରଦଖଲକୁ ମଧ୍ୟ ଏହାଦ୍ୱାରା ରୋକାଯାଇ ପାରୁଛି। କାଠଚୋର, ଶିକାରୀମାନଙ୍କୁ ଜଙ୍ଗଲ ଆଇନ ଆଧାରରେ ଗ୍ରାମବାସୀଙ୍କ ସହାୟତାରେ ଦଣ୍ଡ ଏବଂ ଜରିମାନା ମଧ୍ୟ କରାଯାଇପାରୁଛି। ଏହାକୁ ସାମାଜିକ ବାଡବନ୍ଦୀର ଅନ୍ୟ ଏକ ଉଦାହରଣ ବୋଲି କହିବାକୁ ପଡିବ।
ସେହିପରି କୌଣସି ଅନୁଷ୍ଠାନର ଆର୍ଥତ୍କ ସ୍ଥିତିକୁ ଅନୁଧ୍ୟାନ କରିବା, ତା’ର ନିରୀକ୍ଷଣ ଏବଂ ଅନୁଶୀଳନ କରି ସରକାରଙ୍କୁ ଏ ବିଷୟରେ ଅବଗତ କରାଇବା, ଅନୁଷ୍ଠାନର ସାମଗ୍ରିକ ଅଭିବୃଦ୍ଧି ପାଇଁ ଏହି ସାମାଜିକ ନିରୀକ୍ଷଣ ବ୍ୟବସ୍ଥା ଏକ ଫଳପ୍ରଦ ବ୍ୟବସ୍ଥା ବୋଲି ପରିଗଣିତ ହୋଇଛି। ଏହି ନିରୀକ୍ଷଣ ବ୍ୟବସ୍ଥାରେ ଗ୍ରାମସମୂହର ନାଗରିକ, ସରକାରୀ /ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବୟଂସହାୟକ ଗୋଷ୍ଠୀର କର୍ମକର୍ତ୍ତା, ରାଜନୈତିକ ଦଳର ବ୍ୟକ୍ତିବିଶେଷମାନେ ସେ ଅଞ୍ଚଳରେ ଚାଲୁଥିବା, ଚାଲିବା ପାଇଁ ଥିବା ଏବଂ ସମ୍ପନ୍ନ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ଫଳାଫଳ, ଖର୍ଚ୍ଚ ଅଟକଳ, ଖର୍ଚ୍ଚର ପରିମାଣ ପ୍ରଭୃତି ବିଭିନ୍ନ ବିଷୟର ଅନୁଧ୍ୟାନ ଓ ନିରୀକ୍ଷଣ କରନ୍ତି। ସେ ଅଞ୍ଚଳରେ ସରକାରୀ କିମ୍ବା ବେସରକାରୀ ସଂସ୍ଥାମାନଙ୍କ ମାଧ୍ୟମରେ କୌଣସି ରାସ୍ତାଘାଟ, କୂଅପୋଖରୀ, ଜଳସେଚନ ଯୋଜନା, ଘରଦ୍ୱାର, ଖଣିଖାଦାନ ପ୍ରଭୃତି ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ପୂର୍ବରୁ କିମ୍ବା ଚାଲୁଥିବା ସମୟରେ ତା’ର ସାମାଜିକ ନିରୀକ୍ଷଣ କରାଯାଏ। ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା ହୁଏ ଏବଂ ସରକାରଙ୍କୁ ଏ ବିଷୟରେ ଅବଗତ କରାଯାଏ। ଏହାକୁ ଜନଶୁଣାଣି ବୋଲି ମଧ୍ୟ କୁହାଯାଏ।
ପ୍ରଥମେ ରାଜସ୍ଥାନର ମଜଦୁର କିଷାନ ଶକ୍ତି ନାମକ ଏକ ଅନୁଷ୍ଠାନ ସାମାଜିକ ତନଖି ବ୍ୟବସ୍ଥା କରିବା ପାଇଁ ୧୯୯୦ ମସିହାରେ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମସ୍ତ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ହେବା ଏବଂ କର୍ମଚାରୀମାନଙ୍କ ଆର୍ଥତ୍କ ବାଟମାରଣାରୁ ମଧ୍ୟ ରକ୍ଷା କରିବା। ସୂଚନା ଅଧିକାର ଆଇନ, ୨୦୦୫ ବଳରେ ପ୍ରତ୍ୟେକ ନାଗରିକ ଯେ କୌଣସି ତଥ୍ୟ ପାଇବା ପାଇଁ ଆଇନତଃ ହକ୍‌ଦାର। ସମସ୍ତ ଗ୍ରାମବାସୀ ସେମାନଙ୍କ ଅଞ୍ଚଳରେ ଚାଲୁଥିବା ଯୋଜନାର ଖର୍ଚ୍ଚ ଅଟକଳ, ସମୟସୀମା, ସ୍ଥିତି, ମଜୁରି ପାଇଥିବା ବ୍ୟକ୍ତିବିଶେଷଙ୍କ ସବିଶେଷ ତଥ୍ୟ ଉପରୋକ୍ତ ଆଇନ ବଳରେ ଜାଣିପାରିବେ।
ଉପରୋକ୍ତ ସାମାଜିକ ନିରୀକ୍ଷଣ ବ୍ୟବସ୍ଥା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚ ଅଟକଳ, ମୂଲିଆମାନଙ୍କର ମଜୁରି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରେ। କାର୍ଯ୍ୟର ଅଗ୍ରଗତି ବିଷୟରେ ମଧ୍ୟ ଜାଣି ହେଉଛି। ନିଜ କାର୍ଡର ଉପଯୋଗ ହୋଇଛି କି ନାହିଁ ତାହା ମଧ୍ୟ ଜାଣିହୁଏ। ଉପରୋକ୍ତ ଯୋଜନାର ମାର୍ଗଦର୍ଶିକାରେ ସାମାଜିକ ନିରୀକ୍ଷଣ ବ୍ୟବସ୍ଥାକୁ ସଫଳତାର ଏକ ମାପକାଠି ବୋଲି ଧରାଯାଏ। ଏହି ନିରୀକ୍ଷଣ ବ୍ୟବସ୍ଥା ଦ୍ୱାରା ଦୁଇରୁ ତିନି ପ୍ରତିଶତ ଆର୍ଥିକ ବାଟମାରଣାକୁ ମଧ୍ୟ ରୋକାଯାଇପାରୁଛି।
ମୋଟ ଉପରେ କହିବାକୁ ଗଲେ ଗ୍ରାମ ସମାଜ ସାମାଜିକ ବାଡ଼ବନ୍ଦୀ ଦ୍ୱାରା ତୃଣଭୂମି, ବନ୍ୟସମ୍ପଦର ସୁରକ୍ଷାରେ ସଫଳ ହୋଇଛନ୍ତି। ସାମାଜିକ ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଏହା ସଫଳ କରିବ।
ଏ/୪, ବୃନ୍ଦାବନ ଏନ୍‌କ୍ଲେଭ, ଖଣ୍ଡଗିରି, ଭୁବନେଶ୍ୱର, ମୋ-୯୪୩୭୧୯୩୧୭୫

All Right Reserved By

ସମ୍ପାଦକୀୟ |

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ଭାରତରେ ପିଲାମାନଙ୍କୁ ବଡ଼ ହେଲେ କ’ଣ ହେବ ବୋଲି ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ସର୍ବଦା ପଚରାଯାଇଆସୁଛି। ପ୍ରାୟ ଅଧିକାଂଶଙ୍କଠାରୁ ଉତ୍ତର ମିଳିଆସୁଛି ଡାକ୍ତର ଓ ଇଞ୍ଜିନିୟର ହେବେ। ଯଦିଓ ଛୁଆଟିଏ ଏହି ପାଠ୍ୟକ୍ରମ ସହିତ ଅଭ୍ୟସ୍ତ ନ ଥାଏ, ତଥାପି ମାତାପିତାଙ୍କ ଅଭିଳଷିତ ସ୍ବପ୍ନ ପିଲାଙ୍କ ଉପରେ ଅଜାଡ଼ି ହୋଇଯାଇଥାଏ ବୋଲି କୁହାଯାଏ। ଏବେ ଏହି ଦୁଇ ବୃତ୍ତିରେ ଘରୋଇ କଲେଜରେ ନାମ ଲେଖାଉଥିବା ପିଲାଙ୍କ ବିଷୟରେ ଅନେକ ନକାରାତ୍ମକ ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ କଲାଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୭ରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଅନ୍ତର୍ଗତ ଫିଜିକ୍ସ (ପଦାର୍ଥ ବିଜ୍ଞାନ) ଓ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ବିଷୟବସ୍ତୁରେ ୫୧୦ ବିଦ୍ୟାର୍ଥୀ ଶୂନ ...

 ବଳାତ୍କାର ଓ ସାମାଜିକ ବିଫଳତା

ବଳାତ୍କାର ଓ ସାମାଜିକ ବିଫଳତା

ସବ୍ୟସାଚୀ ଅମିତାଭ ବଳାତ୍କାର କେବଳ ଦଣ୍ଡନୀୟ ଅପରାଧ ନୁହେଁ ବରଂ ଦେଶ ଓ ସମାଜ ପାଇଁ ଲଜ୍ଜା। ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ କ୍ରିମିନାଲ ଲ’ ସଂଶୋଧନ ଅଧ୍ୟାଦେଶ ଆଣିିଛନ୍ତି। ଏଥିରେ ୧୨ ବର୍ଷ ପର୍ଯ୍ୟନ୍ତ ନାବାଳିକା ଓ ଶିଶୁଙ୍କ ସହ ବଳାତ୍କାର କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଅତୀତରେ ନିର୍ଭୟା କାଣ୍ଡ ସାରା ଦେଶକୁ ବିଚଳିତ କରିଥିଲା। ସେତେବେଳେ ବି ଆଇନରେ ସଂଶୋଧନ ଅଣାଯାଇଥିଲା। ନାବାଳକ ବା କିଶୋରଙ୍କ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧରେ ବିଚାର ପାଇଁ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷ ବଦଳରେ ୧୬ ବର୍ଷ କରାଯାଇଥିଲା। ପୋକ୍‌ସୋ ଆଇନକୁ କଡା କରାଯାଇସାରିଛି।...

ଅପରିଣାମଦର୍ଶୀ ମଣିଷ

ଅପରିଣାମଦର୍ଶୀ ମଣିଷ

ବୈକୁଣ୍ଠନାଥ ମିଶ୍ର ଏକଦା ଜଣେ ଆଧୁନିକ ଶିକ୍ଷିତ ଯୁବକ ବନ୍ଧୁମାନଙ୍କ ସହ ଶିକାର ଓ ବଣଭୋଜି ପାଇଁ ଘୋର ଜଙ୍ଗଲ ମଧ୍ୟକୁ ଯାଇ ବାଟବଣା ହୋଇଗଲେ। ଏଣେତେଣେ ବୁଲୁ ବୁଲୁ ଯୁବକ ଦେଖିଲେ ତାଙ୍କୁ ବଣର ସବୁ ପ୍ରାଣୀ ଘେରି ଯାଇଛନ୍ତି। ଯୁବକଙ୍କୁ ଭୟଭୀତ ହେବାର ଦେଖି ପଶୁରାଜ ସିଂହ କହିଲା, ଭୟ କରନାହିଁ ଯୁବକ। ଆଜି ତୁମ ସହ ଆମର ଏକ ଆଲୋଚନା ସଭା ଅନୁଷ୍ଠିତ ହେବ। ଆଲୋଚନାର ପ୍ରସଙ୍ଗ ପଶୁ-ମଣିଷ ସମ୍ପର୍କ। ଏଥିରେ ତୁମେ ତୁମର ଓ ଆମେ ଆମର ବକ୍ତବ୍ୟ ରଖିବୁ। ଆମେ ପରାସ୍ତ ହେଲେ ପୂର୍ବବତ୍‌ ତୁମର ବଶ୍ୟତା ସ୍ବୀକାର କରିବୁ ଏବଂ ତୁମେ ପରାସ୍ତ ହେଲେ ଆମ୍ଭମାନଙ୍କୁ ଶିକାର କରିବ ନାହିଁ କିମ୍ବା ଆମ ବାସସ୍ଥାନ ଉପରେ କର୍ତ୍ତୃତ୍ୱ ଜାହିର କରି ଏହାକୁ ଧ୍ୱଂସ କରିବ ନାହିଁ। ଆମ ଆଲୋଚନାର ସାକ୍ଷୀ ରହିବେ ଏ ବନଭୂମି ଓ ବୃକ୍ଷଲତା।...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅର୍ଥ ଏବଂ ଯୋଗାଡ଼ଯନ୍ତ୍ର ଅଭାବରୁ ବିବାହ କରିପାରି ନ ଥାନ୍ତି। ସେହି ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଯୁବତୀଯୁବକଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଜାଫ୍ରି କାଉନସିଲ୍‌ ଆଗେଇ ଆସିଛି। ଦୀର୍ଘ ୪ବର୍ଷ ଧରି ଏହି ଅନୁଷ୍ଠାନ ବର୍ଷକୁ ଥରେ ଗଣବିବାହ ଆୟୋଜନ କରିଆସୁଛି। ଚଳିତ ବର୍ଷ ଶ୍ରୀନଗରରେ ଆୟୋଜିତ ଗଣବିବାହ କାର୍ଯ୍ୟକ୍ରମରେ ୧୦୫ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉକ୍ତ ରାଜ୍ୟର ବିଭିନ୍ନ ଜିଲାରୁ ଆର୍ଥତ୍କ ଦୁର୍ବଳ ଶ୍ରେଣୀର କନ୍ୟାବର ସାମିଲ ହୋଇଥିଲେ। ଏହା ଏକ ସରଳ ତଥା ନିରାଡମ୍ବର ବିବାହ ଉତ୍ସବ ଥିଲା। ରବିବାର ଅମରସିଂ କ୍ଲବ୍‌ଠାରେ ଧର୍ମୀୟ ତଥା ସାମାଜିକ ସଂଗଠନ ଜାଫ୍ରି କାଉନସିଲ୍‌ ଦ୍ୱାରା ଏହା ଆୟୋଜିତ ହୋଇଥିଲା। ଉକ୍ତ କାଉନସିଲ୍‌ ପୂର୍ବରୁ ଗଣବିବାହ ଆୟୋଜନ କରାଇଥିଲେ ମଧ୍ୟ ଏଥର ସଂଖ୍ୟା ଥିଲା ସବୁଠୁ ଅଧିକ। ବିବାହ କରିବାକୁ ଥିବା କନ୍ୟାବର ଏହି ସଂଗଠନରେ ପ୍ରଥମେ ନାମ ...

Model This Week

ରୂପେଶ