ବାଣିଜ୍ୟ |

ଭାରତରେ ହ୍ରାସ ପାଉଛି ବିଦେଶୀ ବ୍ୟାଙ୍କ ଏଟିଏମ୍‌

 ଭାରତରେ ହ୍ରାସ ପାଉଛି ବିଦେଶୀ ବ୍ୟାଙ୍କ ଏଟିଏମ୍‌


ନୂଆଦିଲ୍ଲୀ, ୩୧-୧୨(ପି.ଟି.)
ଭାରତରେ ବିଦେଶୀ ବ୍ୟାଙ୍କର ଏଟିଏମ୍‌ ସଂଖ୍ୟା ହ୍ରାସ ପାଉଛି। ଗତ ତିନି ବର୍ଷ ମଧ୍ୟରେ ବିଦେଶୀ ବ୍ୟାଙ୍କ ଏଟିଏମ୍‌ ସଂଖ୍ୟା ପାଖାପାଖି ୧୮% ହ୍ରାସ ପାଇଥିବା ବେଳେ ଗୋଟିଏ ବ୍ୟାଙ୍କ ଏଠାରେ ଏହାର ପରିଚାଳନା ବନ୍ଦ କରି ଦେଇଛି। ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ପାଖାପାଖି ୪୫ଟି ବିଦେଶୀ ବ୍ୟାଙ୍କ ଭାରତରେ ପରିଚାଳିତ ହେଉଛନ୍ତି। ଏମାନଙ୍କ ମଧ୍ୟରେ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଆମେରିକା, ଏଚ୍‌ଏସ୍‌ବିସି, ଦି ରୟାଲ ବ୍ୟାଙ୍କ ଅଫ୍‌ ସ୍କଟ୍‌ଲ୍ୟାଣ୍ଡ୍‌, ଜେପି ମୋର୍ଗାନ୍‌ ଚେସ୍‌, ଡିବିଏସ୍‌ ବ୍ୟାଙ୍କ, ବିଏନ୍‌ପି ପରିବାସ୍‌, କ୍ୱାଟ୍ରା ନ୍ୟାଶ୍‌ନାଲ୍‌ ବ୍ୟାଙ୍କ ଆଦି ଏଠାରେ ପରିଚାଳିତ ହେଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୧୪ ସେପ୍ଟେମ୍ବରରୁ ୨୦୧୭ ସେପ୍ଟେମ୍ବର ମଧ୍ୟରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଭାରତରେ ବିଦେଶୀ ବ୍ୟାଙ୍କର ଏଟିଏମ୍‌ ସଂଖ୍ୟା ପ୍ରାୟ ୧୮% ହ୍ରାସ ପାଇଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ସ୍କଟ୍‌ଲ୍ୟାଣ୍ଡ୍‌, ଫାଷ୍ଟରାଣ୍ଡ୍‌ ବ୍ୟାଙ୍କ ଏଠାରେ ଏଟିଏମ୍‌ ବନ୍ଦ କରିବା କାରଣରୁ ସଂଖ୍ୟା ହ୍ରାସ ପାଇଛି ବୋଲି ଦର୍ଶାଯାଇଛି। ଏଚଏସ୍‌ବିସିର ଏଟିଏମ୍‌ ପ୍ରାୟ ୩୦% ହ୍ରାସ ହୋଇଥିବା ବେଳେ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ଏଟିଏମ୍‌ ସଂଖ୍ୟା ପ୍ରାୟ ୨୦% ହ୍ରାସ ପାଇଛି।
ଏହି ସମୟ ମଧ୍ୟରେ ସିଟି ବ୍ୟାଙ୍କ ଏଟିଏମ୍‌ ସଂଖ୍ୟା ୫୭୭ ରୁ ୫୪୯କୁ ହ୍ରାସ ପାଇଥିବା ବେଳେ ଫାଷ୍ଟରାଣ୍ଡ୍‌ ବ୍ୟାଙ୍କ ଏହାର ସମସ୍ତ ୧୨ଟି ଏଟିଏମ୍‌ ବନ୍ଦ କରି ଦେଇଛି। ସେହିପରି ଏଚ୍‌ଏସ୍‌ବିସି ଏହାର ମୋଟ ୧୪୩ଟି ବ୍ୟାଙ୍କ ଶାଖା ମଧ୍ୟରୁ ୪୩ଟି ଶାଖା ପରିଚାଳନା ମଧ୍ୟ ବନ୍ଦ କରି ଦେଇଛି। ଆର୍‌ବିଏସ୍‌ ଏହାର ସମୁଦାୟ ୬୦ଟି ଏଟିଏମ୍‌କୁ ବନ୍ଦ କରି ଦେଇଛି। ସେହିପରି ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ ଏହାର ୨୭୯ ଏଟିଏମ୍‌ ମଧ୍ୟରୁ ୨୦% ହ୍ରାସ କରି ଦେଇଥିବା ବେଳେ ବର୍ତ୍ତମାନ ଆଉ ୨୨୩ ଟି ଏଟିଏମ୍‌ ରହିଛି।
ସଦ୍ୟତମ ସୂଚନା ଅନୁସାରେ ୨୦୧୭ ଜୁନ୍‌ ୩୦ ସୁଦ୍ଧା ଭାରତରେ ବିଦେଶୀ ବ୍ୟାଙ୍କ ମଧ୍ୟରୁ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ସର୍ବାଧିକ ୧୦୦, ସିଟି ବ୍ୟାଙ୍କର ୩୫, ଡ୍ୟୁସ୍‌ ବ୍ୟାଙ୍କର ୧୭, ଡିବିଏସ୍‌ର ୧୨ ଏବଂ ବିଏନ୍‌ପି ପରିବାସ୍‌ର ୮ଟି ଶାଖା ରହିଛି। ବାକି ଅନ୍ୟ ଯେଉଁମାନେ ଭାରତରେ ପରିଚାଳିତ ହେଉଛନ୍ତି ସେମାନଙ୍କର ଅତି ବେଶିରେ ୬ଟି ଶାଖା ରହିଛି ବୋଲି ଆର୍‌ବିଆଇ ପକ୍ଷରୁ ପ୍ରକାଶ।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଆସସ୍‌ ଜେନ୍‌ଫୋନ୍‌ ମ୍ୟାକ୍ସ ପ୍ରୋ ଏମ୍‌୧

ଆସସ୍‌ ଜେନ୍‌ଫୋନ୍‌ ମ୍ୟାକ୍ସ ପ୍ରୋ ଏମ୍‌୧

ନୂଆଦିଲ୍ଲୀ,୨୩।୪- ତାଇଓ୍ବାନ ଭିତ୍ତିକ ମୋବାଇଲ୍‌ ନିର୍ମାତା ଆସସ୍‌ ପକ୍ଷରୁ ବଜାରକୁ ଆସିଛି ଜେନ୍‌ଫୋନ୍‌ ମ୍ୟାକ୍ସ ପ୍ରୋ ଏମ୍‌୧। ଏହା ବଜାର ଦର ୧୫,୦୦୦ ଟଙ୍କା ରହିଛି।

ଏସର୍‌ର ସ୍ବତନ୍ତ୍ର ଆଭେଞ୍ଜର୍ସ:ଇନ୍‌ଫିନିଟି ଓ୍ବାର ଲାପଟପ୍‌

ଏସର୍‌ର ସ୍ବତନ୍ତ୍ର ଆଭେଞ୍ଜର୍ସ:ଇନ୍‌ଫିନିଟି ଓ୍ବାର ଲାପଟପ୍‌

ନୂଆଦିଲ୍ଲୀ,୨୩।୪-ବହୁ ପ୍ରତୀକ୍ଷିତ ହଲିଉଡ୍‌ ଚଳଚ୍ଚିତ୍ର ଆଭେଞ୍ଜର୍ସ:ଇନ୍‌ଫିନିଟି ଓ୍ବାରର ରିଲିଜ୍‌କୁ ନେଇ ଯୁବବର୍ଗ ଏକପ୍ରକାର ପାଗଳ। ଏହାକୁ ନଜରରେ ରଖି ମାର୍ବଲ୍‌ ଷ୍ଟୁଡିଓ ଏବଂ ଏସର୍‌ ମିଳିତ ଭାବେ ଆଭେଞ୍ଜର୍ସ:ଇନ୍‌ଫିନିଟି ଓ୍ବାର ଥିମ୍‌ଭିତ୍ତିକ ନୂଆ ଲାପଟପ୍‌ ବଜାରକୁ ଛାଡିଛନ୍ତି। କ୍ୟାପ୍‌ଟେନ୍‌ ଆମେରିକା, ଆଇରନ୍‌ ମ୍ୟାନ୍‌ ଏବଂ ଥାନୋସ ଭଳି ୩ଟି ଭାରିଆଣ୍ଟରେ ଉପଲବ୍ଧ ଲାପଟପ୍‌ଗୁଡିକର ମୂଲ୍ୟ ଯଥାକ୍ରମେ ୬୩୯୯୯, ୭୯୯୯୯ ଏବଂ ୮୦୯୯୦ ଟଙ୍କା ରହିଛି।

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ନୂଆଦିଲ୍ଲୀ,୨୩-୪ ବଜାରରେ ତୀବ୍ର ପ୍ରତିଯୋଗିତା ମଧ୍ୟରେ କେତେକ ମୋବାଇଲ ହ୍ୟାଣ୍ଡସେଟ୍‌ ନିର୍ମାତା ଖର୍ଚ୍ଚକାଟ ଅଭିଯାନ ଆରମ୍ଭ କରିଛନ୍ତି। ବିଶେଷ କରି ଇ-କମର୍ସ କମ୍ପାନୀଗୁଡିକ ପକ୍ଷରୁ ପ୍ରତିଯୋଗିତାର ସାମ୍ନା କରୁଥିବା ଏହି କମ୍ପାନୀଗୁଡିକ ମଲ୍‌ଟି ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ତଥା ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌ଗୁଡିକରେ ନିୟୋଜିତ ଥିବା ବିକ୍ରି ଷ୍ଟାଫ୍‌ମାନଙ୍କୁ ହଜାର ହଜାର ସଂଖ୍ୟାରେ ବାହାର କରିଦେଉଛନ୍ତି। କେତେକଙ୍କ ଦରମା ମଧ୍ୟ କମାଇ ଦିଆଯାଉଥିବା ଜଣାଯାଇଛି।

୨୦୧୯ରୁ ଟେମ୍ପର ପ୍ରୁଫ୍‌ ନମ୍ବର ପ୍ଲେଟ୍‌

୨୦୧୯ରୁ ଟେମ୍ପର ପ୍ରୁଫ୍‌ ନମ୍ବର ପ୍ଲେଟ୍‌

ନୂଆଦିଲ୍ଲୀ,୨୩-୪(ପି.ଟି.) ଆସନ୍ତା ବର୍ଷଠାରୁ ସବୁ ଯାନଗୁଡ଼ିକ ଟେମ୍ପର ପ୍ରୁଫ୍‌ ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌(ଏଚ୍‌ଏସ୍‌ଆର୍‌ପି) ସହିତ ବଜାରକୁ ଆସିବ। ଏହାକୁ ସରକାର ବହୁ ପୂର୍ବରୁ ବାଧ୍ୟତାମୂଳକ କରିଥିଲେ ମଧ୍ୟ ଅନେକ ରାଜ୍ୟରେ ଏପର୍ଯ୍ୟନ୍ତ ଏହା ଲାଗୁ ହୋଇନାହିଁ।

ଡ୍ୟୁଟି ଫ୍ରି ଶପ୍‌ରେ ଲାଗୁ ହେବ ଜିଏସ୍‌ଟି

ଡ୍ୟୁଟି ଫ୍ରି ଶପ୍‌ରେ ଲାଗୁ ହେବ ଜିଏସ୍‌ଟି

ନୂଆଦିଲ୍ଲୀ,୨୩-୪(ପି.ଟି.) ଅନ୍ତର୍ଜାତୀୟ ବିମାନବନ୍ଦରଗୁଡିକରେ ଥିବା ‘ଡ୍ୟୁଟି ଫ୍ରି’ ଶପ୍‌ରୁ ବିମାନଯାତ୍ରୀମାନେ କୌଣସି ସାମଗ୍ରୀ କ୍ରୟ କଲେ ସେଥିରେ ଜିଏସ୍‌ଟି ଲାଗୁ ହେବେ।

ଜିଏସ୍‌ଟି କମିସନରଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ଜିଏସ୍‌ଟି କମିସନରଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ, ୨୩-୪(ପି.ଟି.) ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କମିଶନର ସଂଶାର ଚାନ୍ଦ ଏବଂ ତାଙ୍କ ତାଙ୍କ ପତ୍ନୀ ଅଭିନାଶ କୌରଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଚାର୍ଜ ସିଟ୍‌ ଦାଖଲ କରିଛି।

୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତର ଜିଡିପି

୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତର ଜିଡିପି

ଓ୍ବାଶିଂଟନ, ୨୩-୪ ୨୦୨୫ ବେଳକୁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୫ ଟ୍ରିଲିୟନ(ଲକ୍ଷ କୋଟି) ଡଲାରରେ ପହଞ୍ଚିବ। ସେହିପରି ଚଳିତବର୍ଷ ଦେଶର ଅଭିବୃଦ୍ଧି ୭.୪% ହାରରେ ଅଗ୍ରସର ହେବ। ଓ୍ବାଶିଂଟନଠାରେ ଶନିବାର ବିଶ୍ୱବ୍ୟାଙ୍କର ଡେଭଲପ୍‌ମେଣ୍ଟ୍‌ କମିଟି ବୈଠକରେ ଯୋଗଦେଇ ଭାରତର ଅର୍ଥନୈତିକ ବ୍ୟାପାର ସଚିବ ସୁବାସଚନ୍ଦ୍ର ଗର୍ଗ ଏହା କହିଛନ୍ତି। ଭୁଟାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଭଳି ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକ ମଧ୍ୟରେ ତୁଳନା କରି ଗର୍ଗ କହିଛନ୍ତି, ଭାରତ ଏମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିବ। ଗତ କିଛିବର୍ଷ ମଧ୍ୟରେ ଦେଶରେ ବ୍ୟାପକ ଅର୍ଥନୈତିକ ସଂସ୍କାର ଆସିବା ସହିତ ଦେଶବାସୀ ଡିଜିଟାଲ୍‌ ଉପାୟରେ ଆର୍ଥିକ କ୍ଷେତ୍ରରେ ନିଜକୁ ସାମିଲ କରିଛନ୍ତି।

କ୍ରିପ୍ଟୋକରେନ୍ସି କାରବାର:ସରକାରଙ୍କୁ ଉତ୍ତର ମାଗିଲେ ଦିଲ୍ଲୀ ହାଇକୋର୍ଟ

କ୍ରିପ୍ଟୋକରେନ୍ସି କାରବାର:ସରକାରଙ୍କୁ ଉତ୍ତର ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୩-୪ କ୍ରିପ୍ଟୋକରେନ୍ସି ଭଳି ଭର୍ଚୁଆଲ୍‌ କରେନ୍ସି ଆଧାରରେ କୌଣସି ପ୍ରକାର କାରବାର ଆଇନ୍‌ ସଙ୍ଗତ ନୁହେଁ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମସ୍ତ ଆର୍ଥିକ ଅନୁଷ୍ଠାନ ଏବଂ ବାଣିଜି୍ୟକ ବ୍ୟାଙ୍କକୁ ଏ ନେଇ ପୂର୍ବରୁ ସର୍କୁଲାର ଜାରି କରିଛି।

ଭାରତର ପ୍ରଥମ ସ୍ମାର୍ଟ ହାଇଓ୍ବେ ‘ଇଷ୍ଟର୍ନ ପେରିଫେରାଲ ଏକ୍ସପ୍ରେସ୍‌ଓ୍ବେ’

ଭାରତର ପ୍ରଥମ ସ୍ମାର୍ଟ ହାଇଓ୍ବେ ‘ଇଷ୍ଟର୍ନ ପେରିଫେରାଲ ଏକ୍ସପ୍ରେସ୍‌ଓ୍ବେ’

ନୂଆଦିଲ୍ଲୀ,୨୩-୪ ଭାରତର ପ୍ରଥମ ସ୍ମାର୍ଟ ତଥା ସବୁଜ ରାଜପଥ ଆସନ୍ତା ୨୯ ତାରିଖରେ ଦିଲ୍ଲୀରେ ଉଦ୍‌ଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍‌ଘାଟନ କରିବେ। ଏହାଦ୍ୱାରା ଜାତୀୟ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍‌ ସମସ୍ୟା କମିବ ଏବଂ ପ୍ରଦୂଷଣ ହ୍ରାସ ପାଇବ।

ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ମାଗଣା ପାଣି

ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ମାଗଣା ପାଣି

ନୂଆଦିଲ୍ଲୀ,୨୩-୪ ରାଜଧାନୀ ଏବଂ ଦୁରନ୍ତୋ ଯାତ୍ରୀଙ୍କ ପାଇଁ ଖୁସି ଖବର। ଯଦି ବିଳମ୍ବରେ ଚାଲୁଥିବା କାରଣରୁ ଏହି ଟ୍ରେନ୍‌ଗୁଡିକରେ ମୋଟ ଯାତ୍ରା ସମୟ ୨୦ ଘଣ୍ଟାରୁ ଅଧିକ ହୁଏ ତା’ହେଲେ ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅତିରିକ୍ତ ମାଗଣା ପାଣି ବଟଲ୍‌ ଯୋଗାଇ ଦିଆଯିବ।

ଆଇଏମ୍‌ଏଫ୍‌ର ନୂତନ ଦୁର୍ନୀତି ନିବାରଣ ନୀତି

ଆଇଏମ୍‌ଏଫ୍‌ର ନୂତନ ଦୁର୍ନୀତି ନିବାରଣ ନୀତି

ଓ୍ବାଶିଂଟନ,୨୩-୪ ଦୁର୍ନୀତି ନିବାରଣ ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ରବିବାର ନୂତନ ନୀତି ନିର୍ଦ୍ଧାରଣ କରିଛି। ଅର୍ଥନୈତିକ ପ୍ରଗତିରେ ଦୁର୍ନୀତି କିପରି ବାଟ ଓଗାଳୁଛି ତାହାକୁ ତର୍ଜମା କରିବା ସହିତ ପ୍ରତିହତ କରାଯିବ। ଆଇଏମ୍‌ଏଫ୍‌ ଏହାର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ନେଇ ବ୍ୟବସ୍ଥିତ ଢଙ୍ଗରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସାମାଜିକ ସୁରକ୍ଷା ଯୋଜନାକୁ ପିଏମ୍‌ଓର ମଞ୍ଜୁରୀ ଉପକୃତ ହେବେ ୫୦ କୋଟି ଶ୍ରମିକ ଶ୍ରେଣୀ

ସାମାଜିକ ସୁରକ୍ଷା ଯୋଜନାକୁ ପିଏମ୍‌ଓର ମଞ୍ଜୁରୀ ଉପକୃତ ହେବେ ୫୦ କୋଟି ଶ୍ରମିକ ଶ୍ରେଣୀ

ନୂଆଦିଲ୍ଲୀ, ୨୩-୪ କୃଷି ସମେତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ଦେଶର ପ୍ରାୟ ୫୦ କୋଟି ଶ୍ରମିକଙ୍କୁ ସାର୍ବଜନୀନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବ। ଏଥିପାଇଁ ଶ୍ରମ ମନ୍ତ୍ରଣାଳୟର ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ମଞ୍ଜୁରୀ ମିଳିଛି।