ସମ୍ବଲପୁର

ପଣ୍ଡରାପିଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ: ଅସଦାଚରଣରୁ ହତ୍ୟାକାଣ୍ଡ

ପଣ୍ଡରାପିଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ: ଅସଦାଚରଣରୁ ହତ୍ୟାକାଣ୍ଡ
ବଲାଙ୍ଗୀର ଅଫିସ,୩୧।୧୨ ବଲାଙ୍ଗୀର ସଦର ଥାନା ପଣ୍ଡରାପିଟା ଗଁ। ନିକଟସ୍ଥ ଏକ ଖେତରୁ ଶୁକ୍ରବାର ସାଗରପଡାର ସୁରେନ୍ଦ୍ର ମାହାରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହା ଏକ ହତ୍ୟାକାଣ୍ଡ ଓ ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ବାହାଦୁର ବସ୍‌ନିତ(୩୫)ଙ୍କୁ ପୋଲିସ ରବିବାର ଗିରଫ କରିଛି। ଅପରାହ୍ନରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଏଥିରେ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ପ୍ରକାଶଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରୁଥିବା ଦେଖିବା ପରେ ସେ ତଣ୍ଟିଚିପି ସୁରେନ୍ଦ୍ରଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏନେଇ ସଦର ପୋଲିସ ଏସ୍‌ଡିପିଓ ନାରାୟଣ ନାୟକ ରବିବାର ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ଡିପିଓ ନାୟକଙ୍କ ସୂଚନା ଅନୁସାରେ ଶୁକ୍ରବାର ସକାଳେ ପଣ୍ଡରାପିଟା ଗଁ। ନିକଟ ଏକ ଖେତରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ନେଇ ସଦର ଥାନା ପୋଲିସକୁ ଖବର ମିଳିଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା । ବଲାଙ୍ଗୀର ସାଗରପଡାର ଟିଚୋ ମାହାର ଘଟଣାସ୍ଥଳରେ ପହଞ୍ଚତ୍ ଏହା ତାଙ୍କ ଭାଇ ସୁରେନ୍ଦ୍ର(୩୫)ଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ଦୁଇଦିନ ଧରି ନିଖୋଜ ଥିବା ତାଙ୍କ ଭାଇକୁ କେହି ହତ୍ୟା କରି ଅଧାପୋଡା ଅବସ୍ଥାରେ ଖେତରେ ପକାଇ ଦେଇଥିବା ନେଇ ସେ ସଦର ଥାନାରେ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା(ନଂ.୨୩୬/୧୭) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସାଗରପଡା ନିବାସୀ ସୁରେନ୍ଦ୍ର ବିବାହିତ ଏବଂ ବୋଲେରୋ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଗତ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ କୌଣସି କାରଣରୁ ପୂର୍ବରୁ ପରିଚୟ ଥିବା ବଲାଙ୍ଗୀର ଆଡବ୍ଳ୍ୟୁଏସ୍‌ଏସ୍‌ ଅଫିସ ସମ୍ମୁଖରେ ରହୁଥିବା ପ୍ରକାଶ ବାହାଦୁରଙ୍କ ଘରକୁ ପଛପଟ ପାଚେରି ଡେଇଁ ପଶିଥିଲେ। ଘରେ ପଶି ପ୍ରକାଶଙ୍କ ସ୍ତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ। ଏତିକିବେଳେ ପ୍ରକାଶ ଘରେ ପହଞ୍ଚତ୍ ଯିବା ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ସୁରେନ୍ଦ୍ରଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରକାଶ। ପରେ ମୃତଦେହକୁ ପ୍ରକାଶ ଓ ତାଙ୍କ ସ୍ତ୍ରୀ ଘରେ ଲୁଚାଇ ରଖିଥିଲେ। ବୁଧବାର ରାତିରେ ଦୁଇ ସହଯୋଗୀଙ୍କୁ ଡାକି ପ୍ରକାଶ ଏକ ଟାଟା ଏସିଇ ଗାଡି (ମିନିଟ୍ରକ୍‌)ରେ ସୁରେନ୍ଦ୍ରଙ୍କ ମୃତଦେହକୁ ପଣ୍ଡରାପିଟା ଗଁା ନିକଟକୁ ନେଇ ଯାଇଥିଲେ। ଗାଡିରୁ କାଢିବା ପରେ ମୃତଦେହକୁ ରାସ୍ତାପାର୍ଶ୍ୱ ଏକ ଖେତକୁ ନେଇ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇ ସେଠାରୁ ପଳାଇ ଆସିଥିଲେ। ତେବେ ସୁରେନ୍ଦ୍ରଙ୍କ ପରିବାର ଲୋକେ ତାଙ୍କର କୌଣସି ଖୋଜଖବର ନ ପାଇ ସଦର ଥାନାରେ ଏତଲା ଦେଇଥିଲେ। ମୃତଦେହ ଚିହ୍ନଟ ପରେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଥିଲା। ସୁରେନ୍ଦ୍ର ଚଳାଉଥିବା ଗାଡି ଦୁଇଦିନ କାଳ ଆରଡବ୍ଳ୍ୟୁଏସ୍‌ଏସ୍‌ ଅଫିସ ସମ୍ମୁଖ ପ୍ରକାଶଙ୍କ ଘର ସମ୍ମୁଖରେ ଠିଆହୋଇ ରହିବାକୁ ନେଇ ପୋଲିସ ତଦନ୍ତ ଆଗକୁ ବଢାଇଥିଲା। ଏ ନେଇ ଗାଡି ମାଲିକଙ୍କୁ ପଚରାଉଚରା କରିଥିଲା ପୋଲିସ । ଦୁଇଦିନ ହେଲା ସୁରେନ୍ଦ୍ରଙ୍କ ପତ୍ତା ପାଉ ନ ଥିବା ସେ କହିଥିଲେ। ଅପରପକ୍ଷରେ ମୃତକଙ୍କ ସ୍ତ୍ରୀ ତାଙ୍କ ସ୍ବାମୀ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ଗାଡିକୁ ଠାବ ପରେ ପୋଲିସ ସନ୍ଦେହରେ ପ୍ରକାଶଙ୍କୁ ପଚରାଉଚରା କରିଥିଲା। ଏଥିରେ ପ୍ରକାଶ ପୋଲିସ ସମ୍ମୁଖରେ ସବୁକଥା ମାନି ଯାଇଥିଲେ। ପରେ ଶନିବାର ପ୍ରକାଶ ବାହାଦୁରଙ୍କୁ ପୋଲିସ ଗିରଫ କରିଥିଲା । ସୂଚନାଯୋଗ୍ୟ, ପ୍ରକାଶ ବାହାଦୂର ନେପାଳର ମୂଳବାସିନ୍ଦା। ସେ ବଲାଙ୍ଗୀରର ଏକ କପା କାରଖାନାରେ ଚୌକିଦାର ଭାବେ କାମ କରନ୍ତି । ପରିବାର ସହିତ ସେ ଆରଡବ୍ଳ୍ୟୁଏସ୍‌ଏସ୍‌ ଅଫିସ ସମ୍ମୁଖରେ ଭଡ଼ାରେ ରହୁଥିଲେ।
All Right Reserved By

ସମ୍ବଲପୁର

ଧର୍ମଗଡ଼ରେ ବିଜେଡିର ନୂଅଁାଖାଇ ଭେଟଘାଟ

ଧର୍ମଗଡ଼ରେ ବିଜେଡିର ନୂଅଁାଖାଇ ଭେଟଘାଟ

ଧର୍ମଗଡ,୨୨।୧୦(ଡି.ଏନ.ଏ.)- 
କଳାହାଣ୍ଡି ଜିଲା ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପଠାରେ ସୋମବାର ବିଜୁ ଜନତା ଦଳ ପକ୍ଷରୁ ନୂଅଁ।ଖାଇ ଭେଟ୍‌ଘାଟ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେଡି ଯୁବନେତା ତଥା ଏନଏସି ଉପାଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଏହାକୁ ପରିଚାଳନା କରିଥିଲେ। ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ଥବିର ପ୍ରସାଦ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଭାବର ଆଦାନ ପ୍ରଦାନ ସହ ନବୀନ ସରକାରଙ୍କ ବିଭିନ୍ନ ଲେକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା।

ଚାଷୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ସଜବାଜ

ଚାଷୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ସଜବାଜ

ସମ୍ବଲପୁର,୨୨।୧୦(ବ୍ୟୁରୋ)
ଚାଷୀଙ୍କ ଦାବିକୁ ଅଣଦେଖା ଆଗକୁ ଭୟଙ୍କର ରୂପ ନେବ। ବିଶେଷ କରି ଫସଲ ବୀମା ବିଭ୍ରାଟ ତାତିର ପ୍ରତିକ୍ରିୟା ସାଂଘାତିକ ହେବ। ଜିଲା କୃଷକ ସଙ୍ଗଠନର ଆହ୍ବାନ କ୍ରମେ ଜମନକିରା ବ୍ଳକ ନାମମଣ୍ଡପଠାରେ ହୋଇଥିବା ବୈଠକରେ ଏଭଳି ଚେତାବନୀ ଦିଆଯାଇଛି। ଚାଷୀଙ୍କ ପ୍ରଥମ ପର୍ଯ୍ୟାୟ ଆନ୍ଦୋଳନ ବେକାର ଯିବ ନାହିଁ। ଏହାକୁ ଆହୁରି ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୦୬ ଅକ୍ଟୋବର ୨୬ ତାରିଖରେ ଜିଲାର ହଜାରରୁ ଊର୍ଦ୍ଧ୍ୱ ଚାଷୀଭାଇମାନେ ଏକାଠି ହୋଇ ମାନବଶୃଙ୍ଖଳ ଦ୍ୱାରା ଯେଉଁ ଆନ୍ଦୋଳନ କରିଥିଲେ ତାହାର ପୁନରାବୃତ୍ତି ହେବ। ସରକାର ଚାଷୀଙ୍କୁ ସେମାନଙ୍କ ହକ୍‌ ନ ଦେବା ପର୍ଯ୍ୟନ୍ତ ପୁଣି ଥରେ ଆସନ୍ତା ଅକ୍ଟୋବର ୨୬ ତାରିଖରେ ମହାଆନ୍ଦୋଳନ କରାଯିବ। ଏହି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନରେ ସମ୍ବଲପୁର ଜିଲାକୁ ବାହ୍ୟ ଜଗତରୁ  ୩ ଘଣ୍ଟା ଧରି ବିଛିନ୍ନ କରି ଦିଆଯିବ। ଜିଲାକୁ ସଂଯୋଗ କରୁଥିବା ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରାଯିବ। ଯଦି ଏଥିରେ ସରକାରଙ୍କ ଚେତା ଉଦୟ ନ ହୁଏ ଜିଲାପାଲ ଅଫିସ ପରିସର, ବିଧାୟକ ଓ ବିଧାୟିକାଙ୍କ ବାସଭବନରେ ସମ୍ମୁଖରେ ଧାରଣା ଦିଆଯିବ। କୃଷି, ସମବାୟ ଅଫିସକୁ ଅଚଳ କରି ଦିଆଯିବ। ମାନେଶ୍ୱର ମାନଧାତା ବାବା କୃଷକ ସଙ୍ଗଠନ ସଭାପତି ହରିଶଙ୍କର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହା ସୂଚାଇ ଦିଆଯାଇଛି।

ପ୍ରଭାବଶୂନ୍ୟ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ପ୍ରଭାବଶୂନ୍ୟ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଧମା,୨୨।୧୦(ଡି.ଏନ.ଏ.)- ରାଜ୍ୟର ସର୍ବବୃହତ ତଥା ଶ୍ରେଷ୍ଠ ଦଳ ବୋଲାଉଥିବା ବିଜୁ ଜନତା ଦଳର ସାଙ୍ଗଠନିକ ଦୁର୍ବଳତା ପଦାରେ ପଡ଼ିଛି।  ମାନେଶ୍ୱର ବ୍ଲକ ଧମା ପଞ୍ଚାୟତରେ ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀଙ୍କ ନେତୃତ୍ୱରେ ହୋଇଥିବା ଜନସମ୍ପର୍କ ପଦଯାତ୍ରା ପ୍ରଭାବଶୂନ୍ୟ ହୋଇଛି। ପଦଯାତ୍ରା ସ୍ଥାନୀୟ ହାଇସ୍କୁଲ ଛକରୁ ଆରମ୍ଭ ହୋଇଥିଲା। ଧମା ହାଟପଦା ଦେଇ ମା’ ଝାଡେଶ୍ୱରୀ ମନ୍ଦିର ଏବଂ ସେଠାରୁ ସଁହରାପଡ଼ା ପରିକ୍ରମା କରିଥିଲା।  ଏହି ପଦଯାତ୍ରାରେ କେତେକ ନାବାଳକଙ୍କୁ ଦଳୀୟ ପତାକା ଧରାଇ ଦିଆଯାଇଥିଲା।

ରାଜ୍ୟସ୍ତରୀୟ ଷ୍ଟ୍ରଙ୍ଗମ୍ୟାନ ପ୍ରତିଯୋଗିତା

ରାଜ୍ୟସ୍ତରୀୟ ଷ୍ଟ୍ରଙ୍ଗମ୍ୟାନ ପ୍ରତିଯୋଗିତା

ସମ୍ବଲପୁର,୨୨।୧୦(ବ୍ୟୁରୋ) 
ରାଜ୍ୟସ୍ତରୀୟ ଷ୍ଟ୍ରଙ୍ଗମ୍ୟାନ ପ୍ରତିଯୋଗିତା ରବିବାର ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଇନଡୋର୍‌ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଶାସନ, ଯୋଦ୍ଧା ଜିମ୍ନାସିୟମ୍‌ ଓ ଓଡ଼ିଶା ଷ୍ଟ୍ରଙ୍ଗମ୍ୟାନ କୋର୍ପୋରେଶନ ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୮ ପ୍ରତିଯୋଗୀ ଭାଗ ନେଇଥିଲେ। ରୂପ ସିଂ, ଏପି ସିଂ, ସୋମନାଥ ପଟ୍ଟନାୟକ ଓ ଗୋନିକା ବିଚାରକ ଭାବେ ଯୋଗ ଦେଇଥିଲେ।

ନାରୀ ସଶକ୍ତ ହେଲେ ରାଜ୍ୟର ବିକାଶ ସମ୍ଭବ

ନାରୀ ସଶକ୍ତ ହେଲେ ରାଜ୍ୟର ବିକାଶ ସମ୍ଭବ

ଜୁନାଗଡ଼,୨୨।୧୦(ଡି.ଏନ୍‌.ଏ)
ନାରୀ ଶିକ୍ଷିତା ଓ ଆତ୍ମନିର୍ଭରଶୀଳ ହୋଇପାରିଲେ ଏକ ଶୃଙ୍ଖଳିତ ସମାଜର ପରିକଳ୍ପନା ସାର୍ଥକ ହେବ। ଏଣୁ ନବୀନ ସରକାର ମହିଳାଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।  ମହିଳାଙ୍କ ଆର୍ଥିକ ପ୍ରଗତିରେ ସୁଧାର ଆସିପାରିଛି। ନାରୀଶକ୍ତି ଜାଗ୍ରତ ହୋଇପାରିଲେ ହିଁ ରାଜ୍ୟର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ। କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କୁଳିହାରୀଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ଜୁନାଗଡ ବିଧାୟକ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

କଲୁଙ୍ଗଠା କରତକଳକୁ ହାତୀପଲ ପ୍ରବେଶ

କଲୁଙ୍ଗଠା କରତକଳକୁ ହାତୀପଲ ପ୍ରବେଶ

ବେଦବ୍ୟାସ,୨୨।୧୦: ରାଉରକେଲା ବନମଣ୍ଡଳ ଅନ୍ତର୍ଗତ କୁଆର ମୁଣ୍ଡା ରେଞ୍ଜର କଲୁଙ୍ଗଠା କରତ କଳ ପରିସରକୁ ରବିବାର ବିଳମ୍ବିତ ରାତିରେ ୧୦ରୁ ଊର୍ଦ୍ଧ୍ୱ ବଣୁଆ ହାତୀ ପଶି ଆସିଛନ୍ତି। 

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ସୋନପୁର,୨୨।୧୦(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକର ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ର ଓ ଠେଙ୍ଗୋ ଡ୍ୟାମକୁ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ଧର୍ମଶାଳା ଛକରୁ ପୀଠକୁ ଯାଇଥିବା ୨୭କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ରାସ୍ତାରୁ ମେଟାଲ, ପିଚୁ ଉଠି ଗଲାଣି। ପର୍ଯ୍ୟଟକଙ୍କ ଗାଡି ରାସ୍ତାରେ ଫସି ରହୁଛି। ଶ୍ରଦ୍ଧାଳୁମାନେ ଦୁରଦୂରାନ୍ତରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସି ହୀନସ୍ତା ହେଉଛନ୍ତି। 

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ସୋନପୁର,୨୧।୧୦(ନି.ପ୍ର.): ସୋନପୁର ଆର୍ମଡ ରିଜର୍ଭ ପୋଲିସ ପଡିଆରେ ରବିବାର ୫୯ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ଏସ୍‌ପି ଦେବୀ ପ୍ରସାଦ ଦାଶ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୋଲିସ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଶହୀଦ ଦିବସରେ ଦେଶର ସେବା ପାଇଁ ନୂତନ ପ୍ରେରଣା ମିଳେ ବୋଲି ଏସ୍‌ପି ଦାଶ କହିଥିଲେ। 

ଉତ୍କଳଶ୍ରୀ-୧୯:  ଭାଗନେବେ ୩ଶହ ପ୍ରତିଯୋଗୀ

ଉତ୍କଳଶ୍ରୀ-୧୯: ଭାଗନେବେ ୩ଶହ ପ୍ରତିଯୋଗୀ

ବଲାଙ୍ଗୀର ଅଫିସ, ୨୧ା୧୦: ବଲାଙ୍ଗୀର ଆମେଚୁଅର ବଡିବିଲ୍‌ଡିଂ ସଂଘ ଆନୁକୂଲ୍ୟରେ ବଲାଙ୍ଗୀରଠାରେ ଆଗାମୀ ଜାନୁଆରୀ ୧୨ ଓ ୧୩ ତାରିଖ ଦିନ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଉତ୍କଳଶ୍ରୀ-୨୦୧୯ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏନେଇ ସର୍କିଟ୍‌ ହାଉସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜନ କମିଟି ସମ୍ପାଦକ ସଞ୍ଜୟ କୁମାର ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଆୟୋଜନ କମିଟି ଚେୟାରମେନ୍‌ ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ସଭାପତି ଲଳିତ କୁମାର ନାୟକ ଯୋଗଦାନ କରିଥିଲେ। 

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ବଲାଙ୍ଗୀର ଅଫିସ,୨୧।୧୦-ବଲାଙ୍ଗୀର ଟାଉନ ଥାନା ମାଲପଡ଼ା ରାମମନ୍ଦିର ନିକଟରେ ଶନିବାର ମଧ୍ୟ ରାତ୍ରିରେ ଘଟିଛି ଅଘଟଣ। ରାମମନ୍ଦିର ନିକଟ ହିମାଂଶୁ ପଣ୍ଡାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି। ସିଲିଣ୍ଡର ଫାଟି ରୋଷେଇ ଘରର ଛାତ ଉଡ଼ିଯାଇଛି। ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେବା ଯୋଗୁ ଫାଟିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୩ ସଦସ୍ୟ।

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣା, ୨୧।୧ଠ (ଡି.ଏନ୍‌.ଏ.)-ରବିବାର ଦେଶର ପୋଲିସ ବାହିନୀ ତାହାର ୫୯ତମ ଶହୀଦ ଦିବସ ପାଳନ କରୁଥିଲାବେଳେ ଏହି ଉପଲକ୍ଷେ କଳାହାଣ୍ଡି ଜିଲା ସଦର ଭବାନୀପାଟଣା ଠାରେ ଥିବା ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳିତ ହୋଇଥିଲା । ପୂର୍ବାହ୍ନ ୮ ଟାରେ ରିଜର୍ଭ ପୋଲିିସ ପଡ଼ିଆଠାରେ ଜିଲା ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଥିବା ପୋଲିସ ଶହୀଦ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ବର୍ଗତ ଆତ୍ମା 

ପ୍ରସିଦ୍ଧ ରାବଣପୋଡି ସହ ଶେଷ ହେଲା ଦଶହରା:  ମଞ୍ଚରେ ଦେଶପ୍ରେମର ବାର୍ତ୍ତା

ପ୍ରସିଦ୍ଧ ରାବଣପୋଡି ସହ ଶେଷ ହେଲା ଦଶହରା: ମଞ୍ଚରେ ଦେଶପ୍ରେମର ବାର୍ତ୍ତା

ନୂଆପଡା ଅଫିସ, ୨୧।୧୦- ଆଜକୁ ଦଶଦିନ ଧରି ନୂଆପଡା ଜିଲାର ପୁରପଲ୍ଲୀରେ ଦଶହରା ପର୍ବ ପାଳିତ ହୋଇଥିଲା। ଶେଷ ଦିନରେ ବିଭିନ୍ନ ଜାଗାରେ ରାବଣ ପୋଡି, ଆତସବାଜୀ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା। ତନ୍ମଧ୍ୟରୁ ଜିଲା ସଦର ମହକୁମାର ରାବଣ ଦହନ କାର୍ଯ୍ୟକ୍ରମ ନିଆରା ଥିଲା         ଜିଲା ସଦର ମହକୁମାରେ ୭ଟି ଜାଗାରେ ଅର୍ଥାତ ସାର୍ବଜନୀନ ପୂଜା, ଦୁର୍ଗା ମନ୍ଦିର, ତେଲିପଡା, ଶ୍ରୀରାମ କମ୍ପ୍ଲେକ୍ସ, ପୋଲିସ ପଡିଆ, ସିର୍ତୋଲ ଏବଂ ନୀଳଶୈଳ ନଗର ପଡାରେ ପୂଜା ହୋଇଥିଲା। ଏସବୁ