ବାଣିଜ୍ୟ |

ଫେବୃୟାରୀ ୧ରୁ ଲାଗୁ ହେବ ଇ-ଓ୍ବେ ବିଲ୍‌

ଫେବୃୟାରୀ ୧ରୁ ଲାଗୁ ହେବ ଇ-ଓ୍ବେ ବିଲ୍‌
ନୂଆଦିଲ୍ଲୀ, ୩୧-୧୨(ପି.ଟି.) ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମାଲ ପରିବହନ କରିବାକୁ ହେଲେ ଫେବୃୟାରୀ ମାସରୁ ଇ-ଓ୍ବେବିଲ୍‌ ହାତେଇବାକୁ ପଡିବ। ଏହା ବାଧ୍ୟତାମୂଳକ ଭାବେ କାର୍ଯ୍ୟ କରିବ। ଏହି ବିଲ୍‌ ନ ଥିଲେ କୌଣସି ସଂସ୍ଥା ମାଲ ପରିବହନ କରି ପାରିବେ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମାଲ ପରିବହନ ସମୟରେ ଟିକସ ଫାଙ୍କୁଥିବା ସଂସ୍ଥାକୁ ଧରିବା ସହିତ ୨୦% ପର୍ଯ୍ୟନ୍ତ ଟିକସ ଜନିତ ରାଜସ୍ବ ବୃଦ୍ଧି କରିବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରଠାରୁ କାର୍ଯ୍ୟକରିବାର ଥିଲେ ମଧ୍ୟ ଆଇଟି ନେଟ୍‌ଓ୍ବର୍କ ପ୍ରସ୍ତୁତ ହୋଇ ନ ଥିବାରୁ ଏଥିରେ ବିଳମ୍ବ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। କିନ୍ତୁ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଏହି ଇ-ଓ୍ବେବିଲ୍‌ ବ୍ୟବସ୍ଥା ପାଖାପାଖି ୧୭ଟି ରାଜ୍ୟରେ କାର୍ଯ୍ୟକରୁଛି। ଉକ୍ତ ରାଜ୍ୟଗୁଡିକରେ ଉତ୍ତମ ଆଇଟି ସୁବିଧା ଥିବା ଅଧିକାରୀ ଜଣକ କହିଛନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ମାଲ ପରିବହନ ପାଇଁ ଫେବୃୟାରୀ ୧ରୁ ଏବଂ ରାଜ୍ୟ ଭିତରେ ପରିବହନ ପାଇଁ ଜୁନ୍‌ ୧ରୁ ଇ-ଓ୍ବେ ବିଲ୍‌ ବାଧ୍ୟତାମୂଳକ ହେବ। ସେହିପରି ଫେବୃୟାରୀ ଜୁନ୍‌ ମଧ୍ୟରେ କେଉଁ ସମୟରେ ରାଜ୍ୟ ଭିତରେ ମାଲ୍‌ ପରିବହନ ସକାଶେ ଇ-ଓ୍ବେବିଲ୍‌ ଲାଗୁ କରାଯିବ ସେଥିପାଇଁ ରାଜ୍ୟ ସରକାରଗୁଡିକୁ ବିକଳ୍ପ ପ୍ରଦାନ କରାଯିବ। ସେହିପରି ୧୦ କି.ମି. ମଧ୍ୟରେ ମାଲ ପରିବହନରେ ଏହା ରାଜ୍ୟ ସରକାର ଲାଗୁ କରିବାକୁ ଚାହୁଁଛନ୍ତି କି ନାହିଁ ସେ ବିକଳ୍ପ ମଧ୍ୟ ପ୍ରଦାନ କରାଯିବ। ଜରୁରିକାଳୀନ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଏହା ଆବଶ୍ୟକ ହେବ ନାହିଁ। ଯେଉଁ ରାଜ୍ୟଗୁଡିକ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଇ-ଓ୍ବେବିଲ୍‌ ବ୍ୟବସ୍ଥାରେ ମାଲ ପରିବହନ କରାଉଛନ୍ତି ସେଠାରେ ପାଖାପାଖି ୧୫ରୁ୨୦% ଅଧିକ ରାଜସ୍ବ ଆଦାୟ ହେଉଥିବା ସେ କହିଛନ୍ତି। ସେ କହିଛନ୍ତି ଇ-ଓ୍ବେବିଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୃଷ୍ଟି କରିହେବ ଏବଂ ରଦ୍ଦ ମଧ୍ୟ କରି ହେବ। ଏହି ବିଲ୍‌ ଜେନେରେଟ୍‌ ହେଲା ପରେ ବିତରକ, ଗ୍ରହଣକାରୀ ଏବଂ ପରିବହନକାରୀ ସମସ୍ତଙ୍କୁ ଏକ ୟୁନିକ୍‌ ଇ-ଓ୍ବେ ବିଲ୍‌ ନମ୍ବର ଜାରି ହେବ। ବାଣିଜ୍ୟ ସଂସ୍ଥା ଏବଂ ଟ୍ରାନ୍ସପୋର୍ଟର ଏହି ବ୍ୟବସ୍ଥାକୁ ୨୦୧୮ ଜାନୁୟାରୀ ୧୬ରୁ ସ୍ବଇଚ୍ଛାରେ କାର୍ଯ୍ୟକାରୀ କରିପାରିବେ। କିନ୍ତୁ ସାରା ଦେଶରେ ଏହା ଫେବୃୟାରୀ ୧ରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।
All Right Reserved By

ବାଣିଜ୍ୟ |

ପ୍ରତ୍ୟର୍ପଣ ଭୟ: ଚୋକ୍‌ସୀ ଭାରତୀୟ ନାଗରିକତ୍ୱ ଛାଡ଼ିଲେ

ପ୍ରତ୍ୟର୍ପଣ ଭୟ: ଚୋକ୍‌ସୀ ଭାରତୀୟ ନାଗରିକତ୍ୱ ଛାଡ଼ିଲେ

ନୂଆଦିଲ୍ଲୀ,୨୨-୧:  ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ନୀରବ ମୋଦିଙ୍କ ମାମୁ ମେହୁଲ ଚୋକ୍‌ସୀଙ୍କୁ ଏବେ ପ୍ରତ୍ୟର୍ପଣ ଭୟ ଘାରିଛି। ତାଙ୍କୁ ଆଣ୍ଟିଗୁଆ ସରକାର ଭାରତକୁ ପ୍ରତ୍ୟର୍ପଣ କରିପାରନ୍ତି ବୋଲି ଅନୁଭବ କରି ମେହୁଲ ତାଙ୍କ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି।

ଦେଶର ୯ ଧନୀଙ୍କ ନିକଟରେ ୫୦% ଜନତାଙ୍କ ସମ୍ପତ୍ତି

ଦେଶର ୯ ଧନୀଙ୍କ ନିକଟରେ ୫୦% ଜନତାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୨-୧:  ‘ଧନୀ ଦିନକୁ ଦିନ ଧନୀ ହେଉଛି’ ଏହା ଆଜିକାଲି ଏକ ପ୍ରଚଳିତ ବାକ୍ୟ ହୋଇଛି। କିନ୍ତୁ ରିପୋର୍ଟ କହୁଛି, ଏହା ସମ୍ପୂର୍ଣ୍ଣ ସତ। ଏଥିରେ କୁହାଯାଇଛି ଯେ, ଗତବର୍ଷ ଦେଶରେ ଥିବା କୋଟିପତିଙ୍କ ସମ୍ପତ୍ତିରେ ଦୈନିକ ୨୨୦୦ କୋଟି ଟଙ୍କା ବୃଦ୍ଧି ପାଇଛି। ଦେଶର ୧ ପ୍ରତିଶତ ଲୋକଙ୍କ ସମ୍ପତ୍ତି ଗତବର୍ଷ   ୩୯ ପ୍ରତିଶତ ହିସାବରେ ବଢ଼ିଛି। 

ହାଲ୍‌ଓ୍ବା ସେରିମନି ସହ ବଜେଟ୍‌ ବହି ଛପା ଆରମ୍ଭ

ହାଲ୍‌ଓ୍ବା ସେରିମନି ସହ ବଜେଟ୍‌ ବହି ଛପା ଆରମ୍ଭ

ନୂଆଦିଲ୍ଲୀ,୨୨-୧: କେନ୍ଦ୍ର ସରକାର ଫେବୃୟାରୀ ପହିଲାରେ ତାଙ୍କର ଶେଷ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍‌ ବହି ଛାପିବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ହାଲ୍‌ଓ୍ବା ସେରିମନି ପାଳନ କରାଯାଇଛି। ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅସୁସ୍ଥତା କାରଣରୁ  ଆମେରିକାରେ ଚିକିତ୍ସାରେ ବ୍ୟସ୍ତ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଏହି ସେରିମନି ପାଳନର ନେତୃତ୍ୱ ନେଇଥିବା ବେଳେ ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ପି.ରାଧାକ୍ରିଷ୍ଣନ, ଅର୍ଥ ସଚିବ ସୁଭାଷ ଗର୍ଗଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

ଚଳିତ ବର୍ଷରୁ ଭାରତର ଜିଡିପି ବୃଦ୍ଧି ପାଇବ: ଆଇଏମ୍‌ଏଫ୍‌

ଚଳିତ ବର୍ଷରୁ ଭାରତର ଜିଡିପି ବୃଦ୍ଧି ପାଇବ: ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୨-୧: ଭାରତୀୟ ଅର୍ଥନୀତି ଅଭିବୃଦ୍ଧି(ଜିଡିପି) ହାର ଚଳିତ ବର୍ଷ ୭.୫% ତଥା ୨୦୨୦ରେ ୭.୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ସୋମବାର ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଜାରି କରିଛି।  

ପଲିସିଧାରୀଙ୍କୁ କିସ୍ତିରେ ମିଳିପାରେ ଦୁର୍ଘଟଣା-ସ୍ବାସ୍ଥ୍ୟ ବୀମା ଦାବି

ପଲିସିଧାରୀଙ୍କୁ କିସ୍ତିରେ ମିଳିପାରେ ଦୁର୍ଘଟଣା-ସ୍ବାସ୍ଥ୍ୟ ବୀମା ଦାବି

ନୂଆଦିଲ୍ଲୀ,୨୨-୧: ଦୁର୍ଘଟଣା ଓ ଲାଭ ଆଧାରିତ ସ୍ବାସ୍ଥ୍ୟ ବୀମାର ଦାବି କରିଥିବା ପଲିସିଧାରୀଙ୍କୁ ସମ୍ପୃକ୍ତ ବୀମା କମ୍ପାନୀ ଏକତ୍ର ବୀମାରାଶି ଦେବା ବଦଳରେ କିସ୍ତିରେ ପ୍ରଦାନ କରିବ। ବୀମା କରିବା ବେଳେ ପଲିସିଧାରୀ ଏ ସମ୍ପର୍କରେ ସେମାନଙ୍କ ଇଚ୍ଛା ଜଣାଇପାରିବେ। 

ବୋକା ବନିଗଲା ଆୟକର ବିଭାଗ;୫୦୦୦ କୋଟିର କ୍ରେଡିଟ ନେଇଗଲେ ଟିକସଦାତା

ବୋକା ବନିଗଲା ଆୟକର ବିଭାଗ;୫୦୦୦ କୋଟିର କ୍ରେଡିଟ ନେଇଗଲେ ଟିକସଦାତା

ନୂଆଦିଲ୍ଲୀ,୨୨-୧: ଆୟକର ବିଭାଗକୁ ସମ୍ପୂର୍ଣ୍ଣ ବୋକା ବନାଇଛନ୍ତି ଟିକସଦାତା। ସେମାନେ ନିଜର ବକେୟା ତ ଦେଲେନି ବରଂ ସେଲ୍‌ଫ ଆସେସ୍‌ମେଣ୍ଟ ଟ୍ୟାକ୍ସ ପ୍ରଦାନ କରିଛନ୍ତି ଦର୍ଶାଇ ୫୦୦୦ କୋଟି ଟଙ୍କାର କ୍ରେଡିଟ ହାସଲ କରିଛନ୍ତି। ଏଭଳି ଟିକସଦାତାଙ୍କ ଉପରେ ଆୟକର ବିଭାଗର ଏବେ ଏହି ଟଙ୍କା ବକେୟା ହେଲାଣି। ଏବେ ସେମାନଙ୍କଠାରୁ ଏତେ ବିଶାଳ ଅର୍ଥ ଆଦାୟ କରିବା ନେଇ ବିଭାଗର ଚିନ୍ତା ବଢ଼ିଯାଇଛି। ବକେୟା ଆଦାୟ ପାଇଁ ବିଭାଗ ସେହିସମସ୍ତ ଟିକସଦାତାଙ୍କ ପିଛା ଛାଡ଼ୁନି। 

ବଜେଟ୍‌ ଉପସ୍ଥାପନ କରିବେ ଜେଟ୍‌ଲୀ;ଶୁକ୍ରବାର ସନ୍ଧ୍ୟାରେ ଫେରୁଛନ୍ତି

ବଜେଟ୍‌ ଉପସ୍ଥାପନ କରିବେ ଜେଟ୍‌ଲୀ;ଶୁକ୍ରବାର ସନ୍ଧ୍ୟାରେ ଫେରୁଛନ୍ତି

ନୂଆଦିଲ୍ଲୀ,୨୨-୧:  କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଫେବୃୟାରୀ ପହିଲାରେ ଅନ୍ତରୀଣ ତଥା ତାଙ୍କର ଶେଷ ବଜେଟ୍‌ ଉପସ୍ଥାପନ କରିବେ। ଆସନ୍ତା ଶୁକ୍ରବାର ସନ୍ଧ୍ୟାରେ ସେ ଆମେରିକାରୁ ଫେରିବେ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୋମବାର ପ୍ରକାଶ କରିଛନ୍ତି।  

ଜେନାପୁରଠାରେ ରହିବ ଭୁବନେଶ୍ୱର-କେନ୍ଦୁଝରଗଡ଼  ଫାଷ୍ଟ ପାସେଞ୍ଜର

ଜେନାପୁରଠାରେ ରହିବ ଭୁବନେଶ୍ୱର-କେନ୍ଦୁଝରଗଡ଼ ଫାଷ୍ଟ ପାସେଞ୍ଜର

ଭୁବନେଶ୍ୱର,୨୨-୧:ଜେନାପୁର ରେଳଷ୍ଟେଶନ ଉପରେ ନିର୍ଭର କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଯାତ୍ରୀଙ୍କର ଦୀର୍ଘଦୀନର ଦାବୀକୁ ପୂରଣ ହେବାକୁ ଯାଉଛି। ଜାନୁୟାରୀ ୨୬ଠାରୁ ଜେନାପୁର ଷ୍ଟେଶନଠାରେ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ପରୀକ୍ଷାମୂଳକ ଭାବେ ଛଅ ମାସ ପାଇଁ ରହଣି ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। 

ସାମସଙ୍ଗ ପକ୍ଷରୁ ଏକ୍ସିନସ୍‌ ୭ ସିରିଜ୍‌ ୭୯୦୪

ସାମସଙ୍ଗ ପକ୍ଷରୁ ଏକ୍ସିନସ୍‌ ୭ ସିରିଜ୍‌ ୭୯୦୪

ଗୁରୁଗ୍ରାମ,୨୨-୧: ସେମିକଣ୍ଡକ୍ଟର ଟେକ୍ନୋଲୋଜି କ୍ଷେତ୍ରରେ ପ୍ରମୁଖ କମ୍ପାନୀ  ସାମସଙ୍ଗ ପକ୍ଷରୁ ଏକ୍ସିନସ୍‌ ୭ ସିରିଜ ୭୯୦୪ ମୋବାଇଲ ପ୍ରୋସେସର ବଜାରକୁ ଆସିଛି । ଏଥିରେ ପରିବର୍ଦ୍ଧିତ ମଲ୍ଟିମିଡିଆ ସପୋର୍ଟ ରହିଛି। 

ବଜାଜର ନୂଆ ବ୍ରାଣ୍ଡ ପରିଚୟ ଉନ୍ମୋଚନ

ବଜାଜର ନୂଆ ବ୍ରାଣ୍ଡ ପରିଚୟ ଉନ୍ମୋଚନ

ନୂଆଦିଲୀ,୨୨-୧:ବଜାଜ ଅଟୋ ଲିମିଟେଡ ପକ୍ଷରୁ ନୂଆ ବ୍ରାଣ୍ଡ ପରିଚୟ ‘ଦି ଓ୍ବାର୍ଲଡ୍‌ସ ଫେଭରାଇଟ ଇଣ୍ଡିଆନ’ ଉନ୍ମୋଚନ କରାଯାଇଛି। ଏକ ସ୍କୁଟର ନିର୍ମାତାରୁ ୧୭ ବର୍ଷ ମଧ୍ୟରେ ବିଶ୍ୱ ସ୍ତରୀୟ ମୋଟର ସାଇକେଲ ମହାଶକ୍ତିରେ ପରିବର୍ତ୍ତିତ ହେବାର ନାଟକୀୟ ପରିବର୍ତ୍ତନକୁ ପ୍ରତିଫଳିତ କରିବାକୁ ଏହା ଆରମ୍ଭ ହୋଇଛି। 

ନେକ୍ସନର ଲେଭଲ୍‌ ନେକ୍ସ ଏସ୍‌ୟୁଭି ଆଣିଲା ଟାଟା

ନେକ୍ସନର ଲେଭଲ୍‌ ନେକ୍ସ ଏସ୍‌ୟୁଭି ଆଣିଲା ଟାଟା

ଭୁବନେଶ୍ୱର,୨୨-୧: ଗ୍ରାହକଙ୍କ ପରିବର୍ତ୍ତିତ ଏସ୍‌ୟୁଭି ଚାହିଦାକୁ ଧ୍ୟାନରେ ରଖି ପ୍ରମୁଖ କାର ନିର୍ମାତା ଟାଟା ମୋଟର୍ସ ପକ୍ଷରୁ  ଏହାର ଅନ୍ୟତମ ଲୋକପ୍ରିୟ ମଡେଲ ନେକ୍ସନର ‘ଲେଭଲ ନେକ୍ସ ଏସ୍‌ୟୁଭି’କୁ ପ୍ରସ୍ତୁତ କରାଯାଇଛି। 

ଆୟକର ରିହାତି: ୫ଟି ବଜେଟ୍‌ରୁ କେତେ ମିଳିଛି

ଆୟକର ରିହାତି: ୫ଟି ବଜେଟ୍‌ରୁ କେତେ ମିଳିଛି

ନୂଆଦିଲ୍ଲୀ,୨୧-୧: ଅନ୍ତରୀଣ ବଜେଟ ୨୦୧୯ ଉପସ୍ଥାପନ ହେବାକୁ ଆଉ କେଇଟା ଦିନ ବାକି ରହିଛି। ଏଭଳି ସ୍ଥିତିରେ ଆୟକର କ୍ଷେତ୍ରରେ ଆଶ୍ୱସ୍ତି ମିଳିବା ନେଇ ସମସ୍ତେ ଆଶାବାଦୀ ରହିଛନ୍ତି। ତେବେ ଗତ ୫ଟି ବଜେଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶବାସୀଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିଛନ୍ତି ସତ ସେସ୍‌ ଓ ସରଚାର୍ଜ ଆଦି କେତେକ ନୂଆ ନିୟମ ମଧ୍ୟ ଲାଗୁ କରିଛନ୍ତି।