Dharitri News
ବ୍ରହ୍ମପୁର

ଟ୍ରାକ୍ଟର, କମ୍ପ୍ରେସର ଜବତ

ଟ୍ରାକ୍ଟର, କମ୍ପ୍ରେସର ଜବତ ବେଗୁନିଆପଡ଼ା,୩୧।୧୨(ଡି.ଏନ.ଏ.)-କୋଦଳା ତହସିଲଦାର ରବି ନାରାୟଣ ସାହୁ, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା ଶନିବାର ରାତିରେ ଅଙ୍ଗାରଗାଁ ନିକଟରେ ଚଢ଼ାଉ କରି ପଥର ବ୍ଲାଷ୍ଟିଂ କରୁଥିବା ଏକ କମ୍ପ୍ରେସର ମେଶିନ ଓ ପଥର ଚାଲାଣ କରୁଥିବା ୩ ଟ୍ରାକ୍ଟର ଜବତ କରିଥିଲେ। କମ୍ପ୍ରେସର ଓ ଗାଡିମାନଙ୍କଠାରୁ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତେବେ କିଛି ସମୟ ପରେ ବନ ବିଭାଗ କର୍ମଚାରୀ ଉକ୍ତ ୩ ଟ୍ରାକ୍ଟର ଜବତ କରିଛନ୍ତି । ଅଙ୍ଗାରଗାଁ ନିକଟସ୍ଥ ଗିଲିଣ୍ଡା ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ପଥର ବ୍ଳାଷ୍ଟିଂ କରାଯାଇ ଚାଲାଣ ହେଉଥିବା ଅଭିଯୋଗ ପରେ ବନ ବିଭାଗ ପହଞ୍ଚତ୍ ଟ୍ରାକ୍ଟରକୁ ଜବତ କରିଛି ।

ବ୍ରହ୍ମପୁର

୨ ଦିନ ଚାଲିବ ଗଞ୍ଜାମପେକ୍ସ

୨ ଦିନ ଚାଲିବ ଗଞ୍ଜାମପେକ୍ସ

ବ୍ରହ୍ମପୁର ଅଫିସ, ୧୯।୧: ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ଡାକ ଟିକେଟ ପ୍ରଦର୍ଶନି (ଗଞ୍ଜାମପେକ୍ସ) ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

ଭଞ୍ଜନଗର, ୧୯।୧(ଡି.ଏନ୍‌.ଏ.): ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଷଷ୍ଠ ବାର୍ଷିକ କ୍ରୀଡ଼ା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ସେନା ପ୍ରତି ଆଗ୍ରହ ସୃଷ୍ଟି କରିବ ‘ନୋ ଇଓର ଆର୍ମି’

ସେନା ପ୍ରତି ଆଗ୍ରହ ସୃଷ୍ଟି କରିବ ‘ନୋ ଇଓର ଆର୍ମି’

ବ୍ରହ୍ମପୁର ଅଫିସ, ୧୯।୧: ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ ଖଲିକୋଟ କଲେଜ ଷ୍ଟାଡିୟମଠାରେ ଶୁକ୍ରବାର ସକାଳେ ‘ନୋ ଇଓର ଆର୍ମି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

୫୬ଘର ଭସ୍ମୀଭୂତ, ୩୩ ପରିବାର କ୍ଷତିଗ୍ରସ୍ତ

୫୬ଘର ଭସ୍ମୀଭୂତ, ୩୩ ପରିବାର କ୍ଷତିଗ୍ରସ୍ତ

ବ୍ରହ୍ମପୁର ଅଫିସ,୧୮।୧- ବ୍ରହ୍ମପୁର ସହର ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ଗେଟା ମୁସ୍‌ଲିମ୍‌ ବସ୍ତିରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ବସ୍ତିରେ କୌଣସି କାରଣରୁ ନିଅଁ। ଲାଗି ଯାଇଥିବାରୁ କିଛି କ୍ଷଣମଧ୍ୟରେ ଗୋଟିଏ ପାର୍ଶ୍ୱରେ ଥିବା ୫୬ ଘର ଭସ୍ମୀଭୂତ ହୋଇଯାଇଛି।

ପୂର୍ବତନ ମେୟର ପିଣ୍ଟୁ ଦାସ ଅଟକ

ପୂର୍ବତନ ମେୟର ପିଣ୍ଟୁ ଦାସ ଅଟକ

ବ୍ରହ୍ମପୁର ଅଫିସ,୧୮।୧- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ପୁଣି ଥରେ ପୋଲିସ ଗୁରୁବାର ଥାନାକୁ ନେଇ ଅଟକ ରଖିଛି। ପୂର୍ବରୁ ତାଙ୍କ ନାମରେ ସଦର ଥାନା ଓ ଗୋଳନ୍ଥରା ଥାନାରେ ଏକ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କଠାରୁ ଜମି ବିକ୍ରି ନେଇ ମାମଲା ଥିବାରୁ ଏହି ଆଧାରରେ ତାଙ୍କୁ ପୋଲିସ ଗୁରୁବାର ଥାନାକୁ ନେଇଥିବା ଟାଉନ ଏସ୍‌ଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟଙ୍କଠାରୁ ସୂଚନା ମିଳିଛି। ଅନ୍ୟଏକ ସୂଚନା ଅନୁଯାୟୀ, ପିଣ୍ଟୁଙ୍କ ଉପରେ ଗତ ଗୁରୁବାର ଗୁଳିମାଡ ଘଟଣାରେ ସେ ପୋଲିସକୁ ସହାୟତା କରିବାକୁ ଗୋଷାଣୀନୂଆଗଁା ଥାନା ଅଧିକାରୀ କୁଳମଣୀ ସେଠୀଙ୍କ ସହ କଥାବାର୍ତ୍ତା ସାରି ଫେରୁଥିବା ସମୟରେ ସଦର ଓ ଗୋଳନ୍ଥରା ପୋଲିସ ତାଙ୍କୁ ଥାନାକୁ ନେଇଥିବା ଥାନାଧିକାରୀ ସେଠୀଙ୍କଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ତାଙ୍କୁ ଥାନାକୁ ପୋଲିସ ନେଇ ଯାଇଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ ପିଣ୍ଟୁଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଚକ୍ରବର୍ତ୍ତୀ ସିଂ ରାଠୋର ହେଲେ ବିଏମ୍‌ସି କମିଶନର

ଚକ୍ରବର୍ତ୍ତୀ ସିଂ ରାଠୋର ହେଲେ ବିଏମ୍‌ସି କମିଶନର

ବ୍ରହ୍ମପୁର ଅଫିସ,୧୮।୧: ବ୍ରହ୍ମପୁର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଚକ୍ରବର୍ତ୍ତୀ ସିଂ ରାଠୋର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବିଏମସିର ଡେପୁଟି କମିଶନର ସୌରୀନ୍ଦ୍ର କୁମାର ରାଉତରାୟଙ୍କ ସମେତ ବିଏମସିର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ରାଠୋରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ, ରାଠୋର ପୂର୍ବରୁ ଜୟପୁର ଉପଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ବିଏମସିର ପ୍ରଥମ ଆଇଏଏସ କମିଶନର ନିଖିଲ ପୱନ କଲ୍ୟାଣଙ୍କର ଢେଙ୍କାନାଳ ଜିଲାପାଳ ଭାବେ ବଦଳି ପରେ ଦ୍ୱିତୀୟ ଆଇଏଏସ କମିଶନର ଭାବେ ଗୁରୁବାର ରାଠୋର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଥାନାଧିକାରୀଙ୍କ ଉପସ୍ଥିତିରେ ବିଦ୍ୟାଳୟରୁ ତାଲା ଖୋଲିଲା

ଥାନାଧିକାରୀଙ୍କ ଉପସ୍ଥିତିରେ ବିଦ୍ୟାଳୟରୁ ତାଲା ଖୋଲିଲା

ମୋହନା,୧୮।୧(ଡି.ଏନ.ଏ.)-ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ କିର୍ତିଙ୍ଗି ଗ୍ରାମସ୍ଥିତ କିର୍ତିଙ୍ଗି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଶିକ୍ଷକଙ୍କ ବଦଳି ଦାବିରେ ଗ୍ରାମବାସୀ ଗତ ୮ ତାରିଖରେ ସ୍କୁଲରେ ତାଲା ପକାଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଅନ୍ୟଜଣେ ଗଣଶିକ୍ଷକ ଶିକ୍ଷା କମିଟିର ପରାମର୍ଶ ନନେଇ ମନଇଚ୍ଛା ସମସ୍ତ କାର୍ଯ୍ୟ କରିବା, ବିଦ୍ୟାଳୟକୁ ବିଳମ୍ବରେ ଆସିବା, ମୋବାଇଲରେ ଅଧିକ ସମୟ ଗପିବା ଆଦି ଅଭିଯୋଗ କରି ଶିକ୍ଷକ ଦ୍ୱୟଙ୍କୁ ଅନ୍ୟତ୍ର ବଦଳି କରିବାକୁ ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ବିଦ୍ୟାଳୟରେ ତାଲା,ରାସ୍ତାରୋକୋ

ବିଦ୍ୟାଳୟରେ ତାଲା,ରାସ୍ତାରୋକୋ

ବୁଗୁଡ଼ା,୧୮।୧(ଡି.ଏନ.ଏ.)- ବୁଗୁଡ଼ା ବ୍ଳକ ଅନ୍ତର୍ଗତ ପାଙ୍ଗିଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବିରେ ଗୁରୁବାର ପାଙ୍ଗିଡ଼ି ଗ୍ରାମବାସୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇବା ସହ ବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ସକାଳ ପ୍ରାୟ ୯ଟାରୁ ସାଢ଼େ ୧୦ଟା ଯାଏ ରାସ୍ତାରୋକୋ ଚାଲିଥିଲା।

ଶେରଗଡ଼ ବ୍ଲକ:୨୯ ଓ୍ବାର୍ଡରେ ନିର୍ବାଚନ ଆଜି

ଶେରଗଡ଼ ବ୍ଲକ:୨୯ ଓ୍ବାର୍ଡରେ ନିର୍ବାଚନ ଆଜି

ଶେରଗଡ,୧୮।୧,(ଡି.ଏନ୍‌.ଏ.)- ଶେରଗଡ ବ୍ଲକର ୨୯ ଓ୍ବାର୍ଡରେ ଶୁକ୍ରବାର ନିର୍ବାଚନ ହେବ। ଏନେଇ ଗୁରୁବାର ଶେରଗଡ ବ୍ଲକ ପରିସରରୁ ୪୬ ପୋଲିଂଦଳ ଭୋଟ ଗ୍ରହଣ କେନ୍ଦ୍ରକୁ ଆବଶ୍ୟକୀୟ କାଗଜପତ୍ର ଓ ସାମଗ୍ରୀ ସହ ପ୍ରସ୍ଥାନ କରିଛନ୍ତି। ବରମୁଣ୍ଡଳୀ ପଞ୍ଚାୟତର ୬ ଓ୍ବାର୍ଡସଭ୍ୟ ଓ ସରପଞ୍ଚ ପଦବୀ, କୁମାରପାଣି ପଞ୍ଚାୟତର ଗୋଟିଏ ଓ୍ବାର୍ଡସଭ୍ୟ ଓ ସରପଞ୍ଚ ପଦବୀ, ବ୍ରାହ୍ମଣଛାଇର ୧୦ ଓ୍ବାର୍ଡସଭ୍ୟ ଓ ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ପଦବୀ, ତାକରଡା,କୁରୁଳା,କୃର୍ଷ୍ଣଛାଇ,ଠୁରୁବୁରାଇ ପଞ୍ଚାୟତରେ ଗୋଟିଏ ଓ୍ବାର୍ଡ ପାଇଁ, କରଡାକଣା ପଞ୍ଚାୟତର ୨ ଓ୍ବାର୍ଡସଭ୍ୟ ପାଇଁ, ବନ୍ଧାଗୁଡା ପଞ୍ଚୟତରେ ୬ ଓାର୍ଡସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ।

 ଜି.ଉଦୟଗିରିରେ ତୁଷାରପାତ, ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ

ଜି.ଉଦୟଗିରିରେ ତୁଷାରପାତ, ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ

ଜି.ଉଦୟଗିରି,୧୮।୧(ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ବିଗତ ୨ଦିନ ହେଲା ପ୍ରବଳ ଶୀତ ସାଙ୍ଗକୁ କୋହଲା ପବନ ଜାରି ରହିଛି। ସନ୍ଧ୍ୟା ପରେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି। ଗୁରୁବାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରହିଥିବା କୃଷି ଗବେଷଣା ଅନୁଷ୍ଠାନର ବରିଷ୍ଠ ବୈଜ୍ଞାନିକ ଅକ୍ଷୟ ସେଠୀ କହିଛନ୍ତି। ସହରର ଅନେକ ସ୍ଥାନରେ ତୁଷାରପାତ ହୋଇଛି।

୨୩୨୭ ଜମାକାରୀ ଫେରିପାଇବେ ଟଙ୍କା

ଛତ୍ରପୁର,୧୮।୧(ଡି.ଏନ.ଏ.)- ଛତ୍ରପୁର ସମବାୟ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୧୨ଠାରୁ ଦେବାଳିଆ ଘୋଷଣା କରିଛି। ବ୍ୟାଙ୍କରେ ଜମା ଟଙ୍କା ଉଠାଇବା ଉପରେ ଆରବିଆଇ କଟକଣା ଜାରି କରିଥିଲେ। ଫଳରେ ହଜାର ହଜାର ଜମାକାରୀ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କରୁ ଟଙ୍କା ଉଠାଇ ପାରୁନାହାନ୍ତି। ବେଆଇନ ଭାବେ ଲୋକଙ୍କୁ ଋଣ ଦେବା ଓ ତାହା ଆଦାୟ କରାଯାଇ ପାରୁ ନ ଥିବାରୁ ବ୍ୟାଙ୍କଟି ଦେବାଳିଆ ହୋଇଛି।

ଚିନ୍ତାଖାଲୀ ଗ୍ରାମରେ ହାତୀ ଉପଦ୍ରବ

ଚିନ୍ତାଖାଲୀ ଗ୍ରାମରେ ହାତୀ ଉପଦ୍ରବ

ପାଟପୁର,୧୮।୧(ଡି.ଏନ୍‌.ଏ.): ଦିଗପହଣ୍ଡି ବନାଞ୍ଚଳ ଅଧୀନ ସାନଖେମୁଣ୍ଡି ବ୍ଲକ ଚିନ୍ତାଖାଲୀ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏଥିଯୋଗୁଁ ୧୦ ଏକର ଜମିର ଧାନ ଫସଲ ନଷ୍ଟ ହୋଇଛି। ଅମଳ ହୋଇଥିବା ୫୪ ବସ୍ତା ଧାନ ହାତୀମାନେ ଖାଇ ଦେଇଛନ୍ତି।