ରାଜ୍ୟ |

ଯାତ୍ରା ମଞ୍ଚରେ ଅନନ୍ତ ଅନ୍ଧାର

ଯାତ୍ରା ମଞ୍ଚରେ ଅନନ୍ତ ଅନ୍ଧାର

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ(ସ୍ବ.ପ୍ର.), ୩୧।୧୨- ଓଡ଼ିଆ ଅପେରା ଓ ରଙ୍ଗମଞ୍ଚର ନିଷ୍ଠାପର କଳାସାଧକ, ଯାତ୍ରା କାହାଣୀର କୃତୀ ବିନ୍ଧାଣୀ, ସଫଳ ମଞ୍ଚର ଜଣେ ସଫଳ ସ୍ରଷ୍ଟା ନାଟ୍ୟକାର ଅନନ୍ତ ଓଝା ଆଉନାହାନ୍ତି। ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାଙ୍ଗାଲୋରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଝା ରବିବାର ସନ୍ଧ୍ୟାରେ ୬୦ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି।
୧୯୫୭ରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବୀରନୀଳକଣ୍ଠପୁରଠାରେ ଜନ୍ମଗ୍ରହଣ କରିଥିବା ଅନନ୍ତ ଓଝା ଜଣେ ସୁପ୍ରସିଦ୍ଧ କାହାଣୀକାର ଥିଲେ। ୧୯୭୩ରେ ଡେରାବିଶସ୍ଥିତ ସନ୍ଥପୁରା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପାସ କରିବା ପରେ ଗଣନାଟ୍ୟର ପରିବେଷଣ ଶୈଳୀ ଓ କାହାଣୀ ପ୍ରତି ଆକୃଷ୍ଟ ହୋଇ ସେ ନାଟ୍ୟ ଜଗତରେ ପ୍ରବେଶ କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ଏକ ସାମାଜିକ ବିପ୍ଳବଧର୍ମୀ ନାଟକ ‘ଗାନ୍ଧୀବାଦ ଆଜି କବର ତଳେ’ର ରଚନା କରି ସେ ନାଟ୍ୟ ଜଗତରେ ଉଦାହରଣ ସୃଷ୍ଟି କରିଥିଲେ। ପରେ ତାଙ୍କ ରଚିତ ‘ଖଜୁରି ଗଛର କି ଗୁଣ ଗାଇବି’, ‘ମୋ ପେଁକାଳି ବଜାଇ ଦେ’, ‘ଭଲ ମଣିଷ ଖୋଜା ଚାଲିଛି’, ‘ହରେକୃଷ୍ଣ ହରେରାମ’, ‘ନର୍କରୁ ନିର୍ମାଲ୍ୟ’, ‘ଡିମିରଫୁଲ’, ‘ମୁଇଁ ସମ୍ବଲପୁରୀ ନନୀ’, ‘ଜୀବନ ଯଜ୍ଞ’, ‘ବାଇଶି ପାହାଚେ ଖେଳିବ ମୀନ’ ଭଳି କାହାଣୀ ଯାତ୍ରା ଜଗତରେ ଚହଳ ସୃଷ୍ଟି କରିଥିଲା। ତାଙ୍କ ନାଟକ ରଚନା କାଳରେ ୫୯ ନାଟକ ପ୍ରଦର୍ଶିତ ଓ ପ୍ରକାଶିତ ହୋଇଥିବା ବେଳେ ୫୪ଟି ନାଟକ ଯାତ୍ରାମଞ୍ଚରେ ପ୍ରଦର୍ଶିତ ହୋଇଛି। ଏପରି କି କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ମଧ୍ୟ ସେ ୮ଟି ନାଟକ ରଚନା କରିଥିଲେ। ଯାତ୍ରା ଓ ନାଟକ ପ୍ରତି ତାଙ୍କର ଏହି ଉତ୍ସର୍ଗୀକୃତ ଅବଦାନ ଲାଗି ଜୀବନକାଳ ମଧ୍ୟରେ ସେ ୩୭ଟି ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିଲେ। ତାଙ୍କ ବିୟୋଗରେ କଳା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଥିବା ଅପେରା ଓ ମଞ୍ଚ ଜଗତର ବରିଷ୍ଠ ବ୍ୟକ୍ତିତ୍ୱମାନେ କହିଛନ୍ତି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କେନ୍ଦ୍ରାପଡ଼ା ଜିଲା ସହ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଜିଲା ଓ ବାହାର ଜିଲାର ମଞ୍ଚ କଳାକାର, କଳାପ୍ରେମୀ, ବୁଦ୍ଧିଜୀବୀ ଏବଂ ରାଜନେତାମାନେ ନାଟ୍ୟକାର ଓଝାଙ୍କ ବାସଭବନ ନିକଟରେ ଏକାଠି ହୋଇ ଶେଷ ଦର୍ଶନ କରିଛନ୍ତି। ସେହିପରି ଡେରାବିଶ ମହୋତ୍ସବରେ ସ୍ବର୍ଗତ ଓଝାଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ବହୁ ବ୍ୟକ୍ତି ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସୋମବାର ଅନନ୍ତଙ୍କ ମୃତଦେହକୁ ତାଙ୍କ ଜନ୍ମସ୍ଥାନକୁ ଅଣାଯିବ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି। ଓଝାଙ୍କ ବିୟୋଗରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକପ୍ରକାଶ କରିବା ସହିତ ଓଡ଼ିଆ ଯାତ୍ରା ଓ ନାଟ୍ୟ ଜଗତରେ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା କହିଛନ୍ତି। ସଂସ୍କୃତି ଓ ସଂସ୍କୃତି ଅନୁଷ୍ଠାନ, ଓଡ଼ିଶା ଯାତ୍ରା କଳାକାର ସଂଘ, ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ ପକ୍ଷରୁ ମଧ୍ୟ ଶୋକପ୍ରକାଶ କରାଯାଇଛି।

All Right Reserved By

ରାଜ୍ୟ |

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ,୨୦।୭: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଶୁକ୍ରବାର ପୁରୀ ସହରରେ ଲଗାଣ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବା ଯୋଗୁ ପୁରୀ ରେଳ ଷ୍ଟେଶନର ଦୁଇ ପ୍ରବେଶ ପଥରେ ଲାଗିଥିବା ଏକ ଲାଇଟ୍‌ ଗେଟ ଭାଙ୍ଗି ପଡ଼ିଛି।

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ଥାନୀୟ ୟୁନିଟ-୯ ଉଚ୍ଚ ବାଳକ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେଲେଙ୍ଗାନାର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ବିଭୂପ୍ରସାଦ ଆଚାର୍ଯ୍ୟ, ବ୍ୟବସାୟୀ ତାରା ପ୍ରସାଦ ଧଳ, ପୂର୍ବତନ କ୍ରିକେଟ ତାରକା ଦେବାଶିଷ ମହାନ୍ତି ପ୍ରମୁଖ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଉକ୍ତ ବାଳକ ବିଦ୍ୟାଳୟର ଉନ୍ନତି ପାଇଁ ଏହି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

ବ୍ୟାସନଗର ସହର ଜଳମଗ୍ନ

ବ୍ୟାସନଗର ସହର ଜଳମଗ୍ନ

ଯାଜପୁର ରୋଡ,୨୦ା୭(ନି.ପ୍ର.)-ଲଘୁଚାପ ଜନିତ ବର୍ଷା ଫଳରେ ଶୁକ୍ରବାର ଯାଜପୁର ଜିଲା ବ୍ୟାସନଗର ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମି ରହିଛି। ଫଳରେ ବ୍ୟାସନଗର ସହର ଜଳମଗ୍ନ ହୋଇଯାଇଛି।

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁର ଅଫିସ,୨୦ା୭-ଯାଜପୁର ଜିଲାରେ ଶୁକ୍ରବାର ପ୍ରବଳ ବର୍ଷା ହୋଇ ବନ୍ୟା ଆଶଙ୍କା ଦେଖା ଦେଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ହାରାହାରି ୨୪.୩୦ମିମି ବର୍ଷା ରେକର୍ଡ କରାଯାଇଛି। ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ୧୬.୭୦ମିଟର ରହିଛି। ଏଠାରେ ବିପଦସଙ୍କୁଳ ୧୭.୮୩ମିଟର ପର୍ଯ୍ୟନ୍ତ ରଖାଯାଇଛି। ଫଳରେ ଯାଜପୁର,ବରୀ ଓ ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି।

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ୫ଜଣିଆ ଡାକ୍ତରୀ ଦଳ ସହିତ ଶୁକ୍ରବାର ଦିଲ୍ଲୀ ଏମ୍ସରେ ପହଞ୍ଚି ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଭେଟିଛନ୍ତି। ସେଠାରେ ସେ ଜଗାବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

୨୪ରେ ଛଡାହେବ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ

୨୪ରେ ଛଡାହେବ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ

ସମ୍ବଲପୁର,୨୦।୭(ବ୍ୟୁରୋ)- ହୀରାକୁଦ ଡ୍ୟାମରୁ ଆସନ୍ତା ୨୪ ତାରିଖରେ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ। ଏନେଇ ପ୍ରସ୍ତୁତି ଚାଲିଛି ବୋଲି ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରାଉତ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୦୭.୮୭ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଡ୍ୟାମକୁ ୧,୧୧,୬୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ। ସେହିପରି ପ୍ରତି ସେକେଣ୍ଡରେ ଡ୍ୟାମରୁ ୧୨,୯୧୭ କ୍ୟୁସେକ ଜଳ ବିଭିନ୍ନ କେନାଲ ମାଧ୍ୟମରେ ନିଷ୍କାସିତ ହୋଉଥିଲା ।

ବାପାଙ୍କୁ ଖୋଜିବାକୁ ଯାଇ ବଜ୍ରପାତର ଶିକାର: ବିଲ ହିଡ଼ରେ ଟଳି ପଡ଼ିଲେ ପୁଅ

ବାପାଙ୍କୁ ଖୋଜିବାକୁ ଯାଇ ବଜ୍ରପାତର ଶିକାର: ବିଲ ହିଡ଼ରେ ଟଳି ପଡ଼ିଲେ ପୁଅ

ଖୁଣ୍ଟା,୨୦।୭: ଖୁଣ୍ଟା ଥାନା ଅଧିନ ଚୁନଡ଼ିହା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଜେନ୍ଦ୍ର ବେହେରା।

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ନିକଟରେ ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ସେବା ବନ୍ଦ କରିଛି। ଏହି ସେବା ପୁନର୍ବାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି।

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏବେ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ଟଙ୍କିକିଆ ଏବଂ ଦୁଇ ଟଙ୍କିଆ କଏନକୁ ବଡ଼ ବ୍ୟବସାୟୀ ମାନେ ଗ୍ରହଣ କରୁନାହାନ୍ତି। ଫଳରେ ହିତାଧିକାରୀଙ୍କ ସମେତ ଛୋଟ ଛୋଟ ବ୍ୟବସାୟୀମାନେ ହଇରାଣ ହେଉଛନ୍ତି।

ନିର୍ମାଣ ହେଉନି ପକ୍କା ରାସ୍ତା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା

ନିର୍ମାଣ ହେଉନି ପକ୍କା ରାସ୍ତା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା

ବନ୍ତଳା,୨୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମ ୧୧ ଓ ୧୨ନଂ ଓ୍ବାର୍ଡରେ ପଞ୍ଚାୟତ ଗଠନ ଦିନଠାରୁ ସରକାରଙ୍କର ଜନହିତକର ଯୋଜନା କାର୍ଯ୍ୟକାରୀ କରାଯାଇନାହିଁ। ପଞ୍ଚାୟତରେ ୧୫ଟି ଓ୍ବାର୍ଡ ଥିବାବେଳେ ୧୩ଟି ୱାର୍ଡର ଗଳି କନ୍ଦି କଂକ୍ରିଟ ରାସ୍ତା ନିର୍ମାଣ ସରିଛି। କିନ୍ତୁ ୧୧ ଓ ୧୨ନଂ ୱାର୍ଡବାସୀ ବାରମ୍ବାର ପଲ୍ଲୀସଭା, ଗ୍ରାମସଭାରେ ପ୍ରସ୍ତାବ ଦେଉଥିଲେ ମଧ୍ୟ କେନାଲ ପାର୍ଶ୍ୱରେ ଥିବା ରାସ୍ତାରେ ବାଲି ମୁଠାଏ ପକାଯାଉନାହିଁ।

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ପୂର୍ବରୁ ବିଜୁ ଜନତା ଦଳ ଏମ୍‌ପିମାନେ କକ୍ଷତ୍ୟାଗ କରିଛନ୍ତି। ସଂସଦୀୟ ଦଳ ନେତା ଭତ୍ତୃହରି ମହତାବ କହିଲେ ଯେ, ଅତିତର ଉପା ସରକାର ଓ ବର୍ତ୍ତମାନର ଏନ୍‌ଡିଏ ସରକାର ଓଡ଼ିଶାକୁ ଅବହେଳା କରି ଆସିଛନ୍ତି।

ଆମେ ବିଶ୍ୱାସ କରିପାରୁନୁ ସେମାନେ ଆଉ ନାହାନ୍ତି

ଆମେ ବିଶ୍ୱାସ କରିପାରୁନୁ ସେମାନେ ଆଉ ନାହାନ୍ତି

ଭଦ୍ରକ ଅଫିସ,୨୦।୭: ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକଠାରେ ଟ୍ରକ ଧକ୍କାରେ ଗୁରୁବାର ରାଣିତଲାଓ ଉଚ୍ଚ ବିଦ୍ୟାଳୟର ୫ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ଭାଙ୍ଗି ପଡ଼ିଛି ପରିବାର। ସାଙ୍ଗମାନଙ୍କୁ ହରାଇବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହପାଠୀ।

Model This Week

ରୂପେଶ