Dharitri News
ବ୍ରହ୍ମପୁର

ଧାନ କିଣିବାକୁ ସରକାର ଅନାଗ୍ରହୀ

ଧାନ କିଣିବାକୁ ସରକାର ଅନାଗ୍ରହୀ ବ୍ରହ୍ମପୁର ଅଫିସ,୩୧।୧୨- କୃଷି ପ୍ରଧାନ ଗଞ୍ଜାମ ଜିଲାରେ ଚାଷୀମାନେ ଉପତ୍ାଦିତ ଧାନ ବିକ୍ରି କରି ନ ପାରି ହନ୍ତସନ୍ତ ହେଉଛନ୍ତି। ଆର୍ଥିକ କ୍ଷତି ସହୁଛନ୍ତି, ଅଭାବୀ ବିକ୍ରିର ଶିକାର ହେଉଛନ୍ତି। କିନ୍ତୁ ଚାଷୀଙ୍କଠାରୁ ଧାନ କିଣିବା ଦିଗରେ ସରକାର ଆଗ୍ରହ ଦେଖାଉ ନାହାନ୍ତି। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଉଛି। ଆଗାମୀ ଦିନରେ ଏହି ସମସ୍ୟାକୁ ନେଇ ଆନ୍ଦୋଳନ କରିବ ବୋଲି ଋଷିକୁଲ୍ୟା ରୟତ ମହାସଭା ଚେତାବନୀ ଦେଇଛି। ଲୋକଶକ୍ତି ଅଭିଯାନ ସଭାପତି ତଥା ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ନେତା ପ୍ରଫୁଲ୍ଲ ସାମନ୍ତରା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଗଞ୍ଜାମ ଜିଲାର ଚାଷୀଙ୍କ ମୁଖ୍ୟ ଫସଲ ହେଉଛି ଧାନ। କିନ୍ତୁ ପ୍ରତିବର୍ଷ ସରକାର ଆଦାୟ ଧାନର ମାତ୍ର ୩୫ଭାଗ କିଣୁଛନ୍ତି। ଗରିବ ଚାଷୀ ଓ ଭାଗ ଚାଷୀମାନେ ତାଙ୍କ ଧାନ ବିକ୍ରି କରି ନ ପାରି ଦଲାଲ୍‌ମାନଙ୍କୁ କମ୍‌ ଦରରେ ବିକ୍ରି କରୁଛନ୍ତି। ପ୍ରତି ବର୍ଷ ଚାଷୀଙ୍କର ଏଥି ଯୋଗୁ ୨୦କୋଟି ଟଙ୍କା କ୍ଷତି ହେଉଛି। ଚଳିତ ବର୍ଷ ଉପତ୍ାଦନର ଏକ ମାସ ବିତି ଯାଇଥିଲେ ମଧ୍ୟ ନାମକୁ ମାତ୍ର ଗତ ୨୧ତାରିଖରେ ମଣ୍ଡି ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ମଣ୍ଡି ବନ୍ଦ ହୋଇଯାଇଛି। ଦଲାଲ୍‌ଙ୍କ ଜରିଆରେ ପ୍ରତିଦିନ ଶହଶହ ଟ୍ରକ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି। ଗରୀବ ଓ ଭାଗ ଚାଷୀମାନେ ୭୭କିଲୋକୁ ୯୫୦ଟଙ୍କାରେ ବିକ୍ରି କରୁଛନ୍ତି। ଅଦିନିଆ ବର୍ଷା ଏବଂ ପୋକ ସତ୍ତ୍ବେ ଚଳିତ ବର୍ଷ ଧାନ ଉପତ୍ାଦନ ଭଲ ହୋଇଛି। ଅନ୍ୟପଟେ ଧାନ କିଣିବା ପାଇଁ ମିଲର୍‌ମାନେ ଏକପର୍ଯ୍ୟନ୍ତ ଚୁକ୍ତି କରିନାହାନ୍ତି। ଫଳରେ ସୋସାଇଟିଗୁଡ଼ିକରେ ଧାନ କିଣା ହୋଇପାରୁନି। ଜିଲା ପ୍ରଶାନ କିମ୍ବା ରାଜନେତାମାନେ ଚାଷୀଙ୍କ ପ୍ରତି ଦରଦ ଦେଖାଉନାହାନ୍ତି। ଏଭଳି ସ୍ଥଳରେ ଚାଷୀଙ୍କଠାରୁ ସରକାର ସିଧାସଳଖ ଧାନ କିଣନ୍ତୁ ବୋଲି ସଂଗଠନ ଦାବି କରିଛି। ଆଗାମୀ ଦିନରେ ଧାନ କିଣା ବ୍ୟବସ୍ଥିତ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବା ସହ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି। ଚାଷୀଙ୍କ ସୁବିଧା ଅନୁଯାୟୀ ପ୍ରତି ଗ୍ରାମରେ ମଣ୍ଡି ଖୋଲାଯାଉ ଓ ମଣ୍ଡିକୁ ଧାନ ଆଣିବା ପାଇଁ ଚାଷୀଙ୍କୁ ଗାଡ଼ି ଭଡ଼ା ଦିଆଯାଉ। ଧାନର ଏଫ୍‌ଏକ୍ୟୁ ମାନ ବାହାନାରେ ୫ କିଲୋରୁ ୮କିଲୋ ପର୍ଯ୍ୟନ୍ତ ଧାନ ଅଧିକ ନେବା ବନ୍ଦ ହେବା ଆବଶ୍ୟକ। ସରକାରଙ୍କ ତରଫରୁ ଖାଉଟି କାର୍ଡ଼ରେ ୯୦ଭାଗ ଚାଷୀଙ୍କୁ ଚାଉଳ ଦିଆଯାଉ। ମୁଣ୍ଡ ପିଚ୍ଛା ୩ କୁଇଣ୍ଟାଲ୍‌ ଧାନ କଟା ଯାଉଥିବାରୁ ଗରିବ ଓ ଭାଗ ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। କମ୍‌ ଦରରେ ବିକି ଗରିବ ଚାଷୀମାନେ କ୍ଷତି ସହୁଛନ୍ତି ବୋଲି ଖବରଦାତା ସମ୍ମିଳନୀରେ ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ, ସମ୍ପାଦକ ସୀମାଞ୍ଚଳ ନାହାକ ଓ ବିଜୟ ସ୍ବାଇଁ ପ୍ରମୁଖ ସୂଚନା ଦେଇଛନ୍ତି।

ବ୍ରହ୍ମପୁର

ବ୍ରହ୍ମପୁରରେ ବନ୍ଦପାଳନ

ବ୍ରହ୍ମପୁରରେ ବନ୍ଦପାଳନ

ବ୍ରହ୍ମପୁର ଅଫିସ,୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବୁଧବାର ଭାଜପା ଏବଂ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଉଭୟ ଦଳର ନେତାମାନେ ବ୍ରହ୍ମପୁର ସହର ବୁଲି ଦୋକାନ ବଜାର ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟାଳୟ ବନ୍ଦ କରିଥିଲେ।

ଭଞ୍ଜ ଜୟନ୍ତୀ ଉଦ୍‌ଯାପିତ

ଭଞ୍ଜ ଜୟନ୍ତୀ ଉଦ୍‌ଯାପିତ

ଭଞ୍ଜନଗର,୨୩।୧(ଡି.ଏନ.ଏ.):ଭଞ୍ଜନଗର ଷ୍ଟେଟବ୍ୟାଙ୍କ ଛକରେ ଦୁଇଦିନ ଧରି ଚାଲିଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସଭାରେ ଏନଏସି ଅଧ୍ୟକ୍ଷା ସୁନିତା କୁମାରୀ ଦଳବେହେରା ସଭାପତିତ୍ୱ କରିଥିଲେ । ଡ଼ିଏଫଓ ବିଜୟ କେତନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସରକାରୀ ଓକିଲ ରାଜେନ୍ଦ୍ର ପ୍ରଧାନ, କ୍ଷତ୍ରିୟବରପୁର କଲେଜ ଅଧ୍ୟକ୍ଷ ଅମୂଲ୍ୟ ଦାସ, ପୂର୍ବତନ ଏନଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ଏନଏସି ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପୋଲସରା ଗସ୍ତ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପୋଲସରା ଗସ୍ତ

ପୋଲସରା,୨୩।୧(ଡି.ଏନ.ଏ.)- ପୋଲସରା ସହରକୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦିନିକିଆ ଗସ୍ତରେ ଆସି ବ୍ଲକ ଛକସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଭାଜପାର ଆସିକା ଲୋକସଭା କ୍ଷେତ୍ରର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି।

ନାବାଳିକାକୁ ବଳାତ୍କାର ଅଭିଯୋଗ

ନାବାଳିକାକୁ ବଳାତ୍କାର ଅଭିଯୋଗ

ଭଞ୍ଜନଗର,୨୩।୧ (ଡି.ଏନ.ଏ.)- ତାରସିଂ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ ପୋଲିସ ଏତଲା ଗ୍ରହଣ କରିଛି। ଏ ନେଇ ତାରସିଂ ଥାନାରେ ନଂ.୧୧/୧୮ରେ ମାମଲା ରୁଜୁ ହୋଇଛି। ନାବାଳିକା ଜଣଙ୍କ ଏକୁଟିଆ ଗ୍ରାମ ନିକଟରେ ବୁଲୁଥିବା ବେଳେ ଅଭିଯୁକ୍ତ ଜଣଙ୍କ କୋଳି ତୋଳି ଦେବି କହି ଡାକିଥିଲେ। ଏହାପରେ ଏକ ନିର୍ଜନ ସ୍ଥାନକୁ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ କହିଛନ୍ତି।

ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

ପାତ୍ରପୁର,୨୩ ।୧(ଡ଼ି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବମକୋଇ ଛକ ନିକଟରେ ମଙ୍ଗଳବାର ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଆହତ ହୋଇଛନ୍ତି। ମୃତକ ହେଲେ ହୁକୁମା ଗ୍ରାମର ଦେବରାଜ ପ୍ରଧାନ। ତାଙ୍କ ଝିଅ ଓ ଶାଳକ ପାତ୍ରପୁର ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଦେବରାଜ କିଛି ଦିନ ହେବ ଜରଡ଼ା ନିକଟସ୍ଥ ପାଞ୍ଚଆମ୍ବ ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିଲେ।ସେ ଗଁ।କୁ ଯାଇ ଝିଅ ଓ ଶାଳକଙ୍କ ସହ ବାଇକ୍‌ରେ ପାଞ୍ଚଆମ୍ବ ଫେରୁଥିବା ବେଳେ ବମକେଇ ଛକ ନିକଟରେ ବାଇକରୁ ଭାରସାମ୍ୟ ହରାଇଥିଲେ। ଘଟଣାସ୍ଥଳରେ ଚାଳକ ଦେବରାଜଙ୍କର ମୃତ୍ୟୁ ଘଟିଥିଲା ା ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି।

ମନେପଡ଼ିଲେ ସଂଗ୍ରାମୀ ସୁଭାଷ

ମନେପଡ଼ିଲେ ସଂଗ୍ରାମୀ ସୁଭାଷ

ବ୍ରହ୍ମପୁର ଅଫିସ,୨୩।୧- ସ୍ବାଧୀନତା ଆନ୍ଦୋଳନର ମହାନ୍‌ ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ମଙ୍ଗଳବାର ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳନ କରାଯାଇଥିଲା। ଟାଉନ୍‌ହଲ୍‌ ନିକଟସ୍ଥ ନେତାଜୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଶୌଣ୍ଡିକ ସମାଜ, ଗଣତାନ୍ତ୍ରିକ ଛାତ୍ର ସଂଗଠନ, ବିଜୁ ଜନତା ଦଳ, ବିକାଶ ମଞ୍ଚ, ଜନଜାଗରଣ ମଞ୍ଚ, ପତଞ୍ଜଳି, ମହାନ୍‌ ସଂଘ, ମାନବ ଅଧିକାର ସୁରକ୍ଷା ମଞ୍ଚ, ସଂସ୍କାରବାଦୀ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା। ଏବିଭିପି ତରଫରୁ ମହାନଗର ଉପସଭାପତି ଡ. ମୃତୁଞ୍ଜୟ ମହାନ୍ତି ଯୋଗଦେଇ ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ଯୋଗଦାନ ଏବଂ ଅବଦାନକୁ ମନେପକାଇଥିଲେ।

ମହିଳାଙ୍କ ଆତ୍ମହତ୍ୟା ଘଟଣା: ସ୍ବାମୀ ଗିରଫ

ବ୍ରହ୍ମପୁର ଅଫିସ,୨୩।୧- ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଲୋଚାପଡା ଅଞ୍ଚଳରେ ଏକ ଘର ଭଡା ନେଇ ଟୁନା ସ୍ବାଇଁ ସପରିବାର ରହୁଥିଲେ। ତାଙ୍କ ସ୍ତ୍ରୀ ଶ୍ରିମତିନୀ ଶୁକ୍ରବାର ଫ୍ୟାନ୍‌ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ମଙ୍ଗଳବାର ଶ୍ରିମତିନୀଙ୍କ ସ୍ବାମୀ ଟୁନାଙ୍କୁ ଗିରଫ କରିଛି। ବ୍ରହ୍ମପୁର ଏସ୍‌ଡିଜେଏମ କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଅଗ୍ନିବିପନ୍ନଙ୍କୁ ସହାୟତା

ଅଗ୍ନିବିପନ୍ନଙ୍କୁ ସହାୟତା

ବ୍ରହ୍ମପୁର ଅଫିସ୍‌, ୨୩।୧- କର୍ପୋରେଶନ୍‌ ରୋଡ୍‌ସ୍ଥିତ ମୁସଲମାନ ବସ୍ତିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମଙ୍ଗଳବାର ମହିଳା କଲର୍ସ କ୍ଲବ୍‌ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢାଯାଇଛି। ବିପନ୍ନଙ୍କୁ ରୋଷେଇ ସାମଗ୍ରୀ ସହ ଅନ୍ୟାନ୍ୟ ଗୃହ ଉପଯୋଗୀ ସାମଗ୍ରୀମାନ ପ୍ରଦାନ କରାଯାଇଛି।

ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ୍‌

ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ୍‌

ଆସିକା,୨୩।୧ (ଡି.ଏନ୍‌.ଏ.)- ଆସିକା ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମକ୍‌ଡ୍ରିଲ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବନ୍ୟା, ବାତ୍ୟା ଓ ଭୂମିକମ୍ପ ଏବଂ ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ଉଦ୍ଧାର କରିବା ଶୈଳୀ ପ୍ରଦର୍ଶନ କରାଯାଇଥିଲା।

୫  ଟ୍ରାକ୍ଟର ଜବତ, ଜରିମାନା ଆଦାୟ

୫ ଟ୍ରାକ୍ଟର ଜବତ, ଜରିମାନା ଆଦାୟ

ହିଞ୍ଜିଳିକାଟୁ,୨୩।୧(ଡ଼ି.ଏନ୍‌.ଏ).- ହିଞ୍ଜିଳିକାଟୁ ତହସିଲ ପୋଚିଲିମା ଅଞ୍ଚଳରେ ବେଆଇନ ଭାବେ ପଥର ଓ ମୋରମ ଚାଲାଣ ବେଳେ ମଙ୍ଗଳବାର ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୫ଟ୍ରାକ୍ଟର ଜବତ କରାଯାଇଛି। ଗାଡି ମାଲିକଙ୍କଠାରୁ ୪୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ଓ ଅନ୍ୟ ରାଜସ୍ବ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ଭଞ୍ଜନଗର,୨୩।୧(ଡି.ଏନ.ଏ.)- ଭଞ୍ଜନଗର ରାଜସ୍ବ ଉପଖଣ୍ଡରେ ଚୋରା ଦେଶୀ ଓ ନକଲି ବିଦେଶୀ ମଦ ଅବାଧରେ ମଦ ବିକ୍ରି ଚାଲିଛି। ପୋଲିସ ଓ ଅବକାରୀ ବିଭାଗ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାରେ ବିଫଳ ହେଉଛି। ମଙ୍ଗଳବାର ପୂର୍ବାହ୍ନରେ ଅବକାରୀ ବିଭାଗ ପକ୍ଷରୁ ଗାଲେରି ବସ୍‌ଷ୍ଟାଣ୍ଡରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।

ମାଙ୍କଡ଼ କାମୁଡାରେ ୭ ଆହତ

ମାଙ୍କଡ଼ କାମୁଡାରେ ୭ ଆହତ

ଗଞ୍ଜାମ, ୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି-ପଥରପୁଞ୍ଜି ଗ୍ରାମରେ ମଙ୍ଗଳବାର ମାଙ୍କଡ଼ କାମୁଡାରେ ୭ଜଣ ଆହତ ହୋଇଛନ୍ତି।