ସମ୍ବଲପୁର

ଉତ୍ତରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଇଟାଭାଟିରେ ବନ୍ଧା ପଡ଼ିଛନ୍ତି ସ୍ତ୍ରୀ

ଉତ୍ତରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଇଟାଭାଟିରେ ବନ୍ଧା ପଡ଼ିଛନ୍ତି ସ୍ତ୍ରୀ
ନୂଆପଡ଼ା ଅଫିସ,୩୧।୧୨- ହାତଉଧାରି କରି ବହୁ କଷ୍ଟରେ ଗତବର୍ଷ ନାତିର ବିବାହ କରିଥିଲେ। ସେହି ଖର୍ଚ୍ଚ ଭରଣା କରିବାକୁ ବୋହୂ ପୁଅ ଦାଦନ ଖଟିବାକୁ ଘରୁ ଗୋଡ଼ କାଢ଼ିଥିଲେ। ତେବେ ଘରୁ ବାହାରିବାର କିଛିଦିନ ପରେ ପୁଅର ମୃତ୍ୟୁ ଖବର ଆସିଲା। ଉତ୍ତରପ୍ରଦେଶରେ ଟ୍ରକ୍‌ ଚାପାରେ ପୁଅର ମୃତ୍ୟୁ ହୋଇଥିବା ଖବର ପାଇ ଘରେ ଥିବା ବୃଦ୍ଧ ବାପା ଭାଙ୍ଗିପଡ଼ିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ସହର ଉପକଣ୍ଠ ସକାତୋରା ଗାଁରେ। ସକାତୋରା ଗାଁରେ ରୁହନ୍ତି ଏତବାରୁ ସୁରଜଙ୍କ ପରିବାର। ତାଙ୍କର ଦୁଇ ପୁଅ ମଧ୍ୟରୁ ଅଶ୍ୱିନୀ ସୁରଜ (୪୪) ସାନ। ଅଶ୍ୱିନୀ ତାଙ୍କ ବଡ଼ପୁଅ ପିଣ୍ଟୁ (ଏତବାରୁଙ୍କ ବଡ଼ନାତି)ଙ୍କର ଗତବର୍ଷ ବିବାହ କରିଥିଲେ। ସେହିଦିନଠାରୁ ପରିବାରକୁ ଅର୍ଥ ଚିନ୍ତା ଘାରିଥିଲା। ଅଭାବ ଅନଟନରୁ ମୁକ୍ତି ପାଇବାକୁ ନବବିବାହିତ ପିଣ୍ଟୁ ସ୍ତ୍ରୀଙ୍କ ସହ ଇଟା ଗଢ଼ିବାକୁ କଟକ ଯାଇଛନ୍ତି। ଏପଟେ ସ୍ଥାନୀୟ ଜଣେ ଶ୍ରମିକ ସର୍ଦ୍ଦାରଙ୍କଠାରୁ କିଛି ଟଙ୍କା ଅଗ୍ରୀମ ନେଇ ଅଶ୍ୱିନୀ ଓ ତାଙ୍କ ସ୍ତ୍ରୀ ରସିକା ଇଟାକାମ କରିବାକୁ ଉତ୍ତରପ୍ରଦେଶ ବାହାରିଥିଲେ। ଏତବାରୁଙ୍କ କହିବାନୁଯାୟୀ ଗତ ୧୯ ତାରିଖରେ ଅଶ୍ୱିନୀ ଓ ରସିକା ଘରୁ ବାହାରିଥିଲେ। ବାଟରେ ରାୟପୁର ରେଲଓ୍ବେ ଷ୍ଟେଶନରେ କୌଣସି କାରଣରୁ ଅଶ୍ୱିନୀ ରସିକାଙ୍କଠାରୁ ଅଲଗା ହୋଇଗଲେ। ସେଠାରୁ ଟ୍ରେନ୍‌ ଯୋଗେ ଅଶ୍ୱିନୀ ଘରକୁ ଫେରିଆସିଥିଲେ। ରସିକା ଉତ୍ତରପ୍ରଦେଶ ଚାଲିଯାଇଥିଲେ। ଅଶ୍ୱିନୀ ପୁଣିଥରେ ଗତ ୨୪ ତାରିଖରେ ଉତ୍ତରପ୍ରଦେଶ ବାହାରିଥିଲେ। ରସିକା କାମ କରୁଥିବା ଇଟାଭାଟିର କିଛି ଦୂରରେ ଏକ ଟ୍ରକ୍‌ ଚାପାରେ ଅଶ୍ୱିନୀଙ୍କ ମୃତ୍ୟୁ ଘଟିଥିଲା। ସେଠିକାର ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ସଂସ୍କାର କରିଦେଇଛି। ସ୍ବାମୀଙ୍କ ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଇଟାଭାଟି ମାଲିକ ରସିକାଙ୍କୁ ଛାଡୁ ନ ଥିବା ଅଭିଯୋଗ ହୋଇଛି। ସେ ବାଧ୍ୟ ହୋଇ ଇଟାଭାଟିରେ କାମ କରୁଛନ୍ତି। ଅଶ୍ୱିନୀଙ୍କ ମୃତ୍ୟୁ ଖବର ଆସିବାପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି। ଘରେ ଅଶ୍ୱିନୀଙ୍କ ସାନ ପୁଅ ନରେନ୍ଦ୍ର ଏବଂ ବାପା ଏତବାରୁ ନିଃସହାୟ ହୋଇ ପଡ଼ିଛନ୍ତି। ସମ୍ପର୍କୀୟ ଓ ଗ୍ରାମବାସୀ ଦେଉଥିବା ଖାଦ୍ୟ ଖାଇ ବଞ୍ଚି ରହିଛନ୍ତି। ରବିବାର ସ୍ଥାନୀୟ ସାମାଜିକ କର୍ମୀ ମୁରଲୀଧର ସୁନା ଗ୍ରାମବାସୀଙ୍କ ସହ ଆସି ସମବେଦନା ଜଣାଇଥିବାବେଳେ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।
All Right Reserved By

ସମ୍ବଲପୁର

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ

ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ କଲେଜରେ ୧୭ଦିନ ଧରି ଚାଲିଥିବା ଛାତ୍ରୀଙ୍କ ଆତ୍ମସୁରକ୍ଷା ଓ କୋଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି। 

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ବୌଦ୍ଧ,୨୪।୧(ସ୍ବ.ପ୍ର.): ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ବୁଧବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ପିଅନ ଗୁରୁତର ହୋଇଥିବା ଜଣାପଡ଼ିଛି। 

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା:  ୩୦ ଦିନ ପରେ ଧାରଣା ହଟିଲା;  ତଳମୁଣ୍ଡ ପାଇଁ ପାଣି ଛଡାଗଲା

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା: ୩୦ ଦିନ ପରେ ଧାରଣା ହଟିଲା; ତଳମୁଣ୍ଡ ପାଇଁ ପାଣି ଛଡାଗଲା

ନୂଆପଡା ଅଫିସ,୨୪ା୧: ନୂଆପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିର ନିଷ୍ପତ୍ତି ପରେ ଜିଲାପାଳ, ଏସପି ଦୁହେଁ ବୁଧବାର ମଧ୍ୟାହ୍ନରେ ଧାରଣାସ୍ଥଳରେ ପହଞ୍ଚତ୍ ନିର୍ଭର ପ୍ରତିଶ୍ରୁତି ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଛନ୍ତି । 

ପଞ୍ଚାୟତ ଜମି ଜବରଦଖଲ:  ସରକାରୀ କୂଅ, ନଳକୂଅ ବି ଜବରଦଖଲରେ

ପଞ୍ଚାୟତ ଜମି ଜବରଦଖଲ: ସରକାରୀ କୂଅ, ନଳକୂଅ ବି ଜବରଦଖଲରେ

ନୂଆଗାଁ, ୨୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲାର ଉପାନ୍ତ ତଥା ଆଦିବାସୀ ବହୁଳ ନୂଆଗାଁ ବ୍ଲକରେ ରହିଛି ମୋଟ ୨୦ଟି ପଞ୍ଚାୟତ। ସେଥିମଧ୍ୟରୁ ସଦର ନୂଆଗାଁ ପଞ୍ଚାୟତ ଅନ୍ୟତମ। ସଦର ପଞ୍ଚାୟତ ହୋଇଥିବାରୁ ଏହା ନିଶ୍ଚିତ ରୂପେ ବ୍ଲକରେ ଏକ ପ୍ରମୁଖ ପଞ୍ଚାୟତ ଭାବରେ ରହିଛି।

ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼,୨୪।୧(ଡି.ଏନ୍‌.ଏ.) ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ କଇଁସରା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାଙ୍କ ନାମ କିଆବତୀ ଭୈଁଷାଲ (୬୫)। ମଙ୍ଗଳବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମତଲିଆ ଜବତି ଜଙ୍ଗଲରୁ ଏକ ବଣୁଆ ଦନ୍ତା ହାତୀ ଗାଁକୁ ଚାଲିଆସିଥିଲା।

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଜମନକିରା,୨୩।୧(ଡି.ଏନ୍‌.ଏ):ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଟିକିଲିପଡ଼ା ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି। ଏକ ଟ୍ରକ୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଖସି ପଳାଇଛି। 

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ବୀରମହାରାଜପୁର,୨୩।୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଲୁଟୁପଙ୍କ ପଞ୍ଚାୟତ ଘିଚାପାଲି ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର  ରଞ୍ଜନ ବିଭାର(୨୯) ଶୋଇଥିବା ବେଳେ କୌଣସି କାରଣରୁ  ଘରେ ନିଆଁ ଲାଗିଯାଇଥିଲା।

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା| 

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ବୀରମହାରାଜପୁର, ୨୩।୧ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜର ୩୭ତମ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ଅତିଥିମାନେ ଉଦ୍‌ବୋଧନ ପ୍ରସଙ୍ଗରେ ମତପ୍ରକାଶ କରିଥିଲେ ଯେ, କଠିନ ପରିଶ୍ରମର ବିକଳ୍ପ ନାହିଁ। 

ଜୋଙ୍କ ଜଳ ବିବାଦ ଘଟଣା  ଜିଲାପାଳ, ଏସପିଙ୍କ ମାରାଥନ ବୈଠକ  ଆଗକୁ ଆସିଛନ୍ତି ଦୁଇ ପକ୍ଷ

ଜୋଙ୍କ ଜଳ ବିବାଦ ଘଟଣା ଜିଲାପାଳ, ଏସପିଙ୍କ ମାରାଥନ ବୈଠକ ଆଗକୁ ଆସିଛନ୍ତି ଦୁଇ ପକ୍ଷ

ନୂଆପଡା ଅଫିସ,୨୩ା୧-ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନ ବିବାଦ ଚରମ ସୀମାରେ ପହଞ୍ଚତ୍ଥିବା ବେଳେ ଜିଲା ପ୍ରଶାସନ ତରଫରୁ ଜିଲାପାଳ  ଏବଂ ଏସପି ତପତ୍ରତା ପ୍ରକାଶ କରି ମାରାଥନ ବୈଠକ ଚଳାଇଛନ୍ତି।