ମେଟ୍ରୋ |

ବ୍ଲାକମେଲ୍‌ କରି ବଳାତ୍କାର: ୨ବର୍ଷ ଧରି ନିର୍ଯାତନା ଭୋଗୁଛନ୍ତି ମହିଳା

ବ୍ଲାକମେଲ୍‌ କରି ବଳାତ୍କାର: ୨ବର୍ଷ ଧରି ନିର୍ଯାତନା ଭୋଗୁଛନ୍ତି ମହିଳା

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ)- ଜଣେ ମହିଳାଙ୍କୁ ବ୍ଲାକମେଲ୍‌ କରି ଜଣେ ଯୁବକ ବଳାତ୍କାର କରିଛନ୍ତି। ଦୀର୍ଘ ୨ବର୍ଷ ହେବ ଅଭିଯୁକ୍ତ ଜଣକ ସମ୍ପୃକ୍ତ ମହିଳାଙ୍କୁ ଏଭଳି ନିର୍ଯାତନା ଦେବା ସହିତ ଗଣବଳାତ୍କାର କରିଆସୁଛନ୍ତି। ରବିବାର ମହିଳାଙ୍କ ସ୍ବାମୀ ଏ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଓଲଟି ୫ ହଜାର ଟଙ୍କା ନ ଦେଲେ ଅଭିଯୁକ୍ତଙ୍କୁ ଗିରଫ କରିବେ ନାହିଁ ବୋଲି ଥାନାର ଜଣେ କର୍ମଚାରୀ କହୁଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି।
ଅଭିଯୋଗକାରୀ ସ୍ବାମୀ ଥାନରେ ଅଭିଯୋଗ କରିଛନ୍ତି ଯେ, ୨୦୧୫ ନଭେମ୍ବରରେ ଗୋଟିଏ ଦିନ ସେ ଭୋର ୪ଟାବେଳେ ରସୁଲଗଡ଼ସ୍ଥିତ ବ୍ରହ୍ମେଶ୍ୱର ମନ୍ଦିରକୁ ଚାଲି ଚାଲି ଯାଉଥିଲେ। ପଛରେ ସ୍ତ୍ରୀ ମଧ୍ୟ ଆସୁଥିଲେ। କିନ୍ତୁ ମନ୍ଦିରରେ ସେ ପହଞ୍ଚତ୍ଲା ବେଳକୁ ସ୍ତ୍ରୀ ପଛରେ ଆସି ପହଞ୍ଚତ୍ ନ ଥିଲେ। ପରେ ଖୋଜାଖୋଜି କରିଥିଲେ ହେଁ ତାଙ୍କ ସନ୍ଧାନ ନ ପାଇବାରୁ ରସୁଲଗଡ ବେହେରାସାହିସ୍ଥିତ ତାଙ୍କ ଘରକୁ ପଳାଇ ଆସିଥିଲେ। ମଧ୍ୟାହ୍ନ ୨ବା ବେଳେ ତାଙ୍କ ସ୍ତ୍ରୀ ଘରକୁ ଫେରିଥିଲେ। ସେ ପଚାରିବାରୁ ବାଟ ଭୁଲି ଯାଇଥିବାରୁ ଏତେ ବିଳମ୍ବ ହେଲା ବୋଲି ତାଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ସେ ଘରେ ରହୁ ନ ଥିବାବେଳେ ଜଣେ ଯୁବକ ତାଙ୍କ ଘରକୁ ଆସୁଥିବା ଜାଣିବାକୁ ପାଇଥିଲେ। ଅନେକ ସମୟରେ ଯୁବକ ଜଣକ ଘରକୁ ଯାଆସ କରୁଥିବା ସେ ଜାଣିବା ପରେ ସ୍ତ୍ରୀଙ୍କୁ ଏ ବିଷୟରେ ପଚାରିଥିଲେ। ଶେଷରେ ତାଙ୍କ ସ୍ତ୍ରୀ ସବୁକଥା କହିଥିଳେ। ଜଣେ ଯୁବକ ତାଙ୍କୁ ୨ବର୍ଷ ଧରି ବଳାତ୍କାର କରିଆସୁଥିବା ସେ ସ୍ବାମୀଙ୍କ ଆଗରେ ପ୍ରକାଶ କରିଥିଲେ। ପ୍ରଥମ ଘଟଣା ସମୟରେ ଅଭିଯୁକ୍ତ ଜଣକ କିଛି ଭିଡିଓ ଉତ୍ତୋଳନ କରିଥିଲେ। ପରେ ମହିଳାଙ୍କୁ ତାକୁ ଦେଖାଇ ବ୍ଲାକମେଲ୍‌ କରିବା ସହିତ ବଳାତ୍କାର କରୁଥିଲେ। ଏ ବିଷୟରେ ଜାଣିଲେ ସ୍ବାମୀ କାଳେ ତାଙ୍କୁ ଘରୁ ତଡ଼ିଦେବେ ସେଥିପାଇଁ ଭୟରେ ସେ ଚୁପ୍‌ ରହିଥିଲେ। ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଥିଲେ ହେଁ ରବିବାର ସନ୍ଧ୍ୟା ସୁଦ୍ଧା ପୋଲିସ କୌଣସି ମାମଲା ରୁଜୁ କରିନାହିଁ। ଅଭିଯୋଗ ରଖିଥିବା ଜଣେ ଅଧିକାରୀ ୫ ହଜାର ଟଙ୍କା ନ ଦେଲେ ଅଭିଯୁକ୍ତଙ୍କୁ ଗିରଫ କରିବେ ନାହିଁ ବୋଲି କହୁଥିବା ଅଭିଯୋଗକାରୀ କହିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ କେ.ପି. ମିଶ୍ରୁଙ୍କୁ ପଚାରିବାରେ ସେ କହିଲେ, ମୁଁ ବାହାରେ ଅଛି। ଥାନାକୁ ଯିବା ପରେ ଅଭିଯୋଗ ବିଷୟରେ ବୁଝିବି।

All Right Reserved By

ମେଟ୍ରୋ |

ମାଟିତୋଟାର ୩ଶହ ପରିବାର ଏବେବି ଜଳବନ୍ଦୀ

ମାଟିତୋଟାର ୩ଶହ ପରିବାର ଏବେବି ଜଳବନ୍ଦୀ

ପୁରୀ ଅଫିସ୍‌,୨୩।୭: ଲଗାଣ ବର୍ଷା ଛାଡି ଯାଇଥିଲେ ହେଁ ପୁରୀ ସହରର ତଳିଆ ଅଞ୍ଚଳରୁ ପାଣି ଛାଡିବାର ନାଁ ଧରୁନି। ସହର ଉପକଣ୍ଠ ମାଟିତୋଟା ମଙ୍ଗଳା ମନ୍ଦିର ୫ମ ଲେନ୍‌, ୪ର୍ଥ ଲେନ୍‌ ଏବଂ ସୁଜାତା ନଗର ଏବେବି ପାଣି ଘେରରେ ରହିଛି।

ମାଉସୀ ଘର ପୋଡ଼ପିଠା ଖାଇଲେ ଠାକୁର , ସମାନ୍ତରାଳ ଭାବେ ହେଲା ସମର୍ପଣ

ମାଉସୀ ଘର ପୋଡ଼ପିଠା ଖାଇଲେ ଠାକୁର , ସମାନ୍ତରାଳ ଭାବେ ହେଲା ସମର୍ପଣ

ପୁରୀ ଅଫିସ,୨୩ା୭: ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡିବା ବେଳେ ବାଟରେ ଅଟକି ମାଉସୀ ଘର ପୋଡ଼ପିଠା ଖାଇଛନ୍ତି ଠାକୁର। ପ୍ରଥମେ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚତ୍ବା ପରେ ବଡ଼ଠାକୁରଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଥିଲା।

ଆଜି ସୁନାବେଶ

ଆଜି ସୁନାବେଶ

ପୁରୀ ଅଫିସ, ୨୩ା୭: ସୋମବାର ଆଷାଢ ଶୁକ୍ଳ ହରିଶୟନ ଏକାଦଶୀ। ରଥାରୂଢ ଚତୁର୍ଦ୍ଧା ବିଗ୍ରହଙ୍କ ଅନୁଷ୍ଠିତ ହେବ ସୁନାବେଶ। ରତ୍ନ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ତିନିରଥ ସିଂହଦ୍ୱାରରେ ପ୍ରସ୍ତୁତ ରହିଥିବାବେଳେ ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି।

ବାହୁଡ଼ିଲେ ଚତୁର୍ଦ୍ଧା ବିଗ୍ରହ

ବାହୁଡ଼ିଲେ ଚତୁର୍ଦ୍ଧା ବିଗ୍ରହ

ପୁରୀ ଅଫିସ, ୨୩ା୭: ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ଜନ୍ମବେଦିରେ ଲୀଳା ସାରି ରବିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧା ବିଗ୍ରହ। ସିଂହଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ବାହୁଡା ନୀତିକାନ୍ତି ଓ ପହଣ୍ଡି ବି ସଅଳ ହୋଇଥିଲା।

କମଳା ନେହେରୁ କଲେଜ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ , କ୍ଲିକ୍‌ କଲେ ଆସୁଛି ପର୍ନ ସାଇଟ୍‌

ଭୁବନେଶ୍ୱର,୨୩।୭(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ କମଳା ନେହେରୁ ମହିଳା କଲେଜର ଅଫିସିଆଲ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ ହୋଇଛି। ହ୍ୟାକ୍‌ର ଜଣକ ନିଜକୁ ଡିଆଇକି୪ଏଚ୍‌୪ଏନ୍‌ଜେଡ୍‌ ବୋଲି ଲେଖିଛି। ଏହାସହ ହ୍ୟାକ୍‌ର ସ୍କ୍ରିନ୍‌ରେ ଏକ ଜୋକର ଫଟୋ ରଖିଛନ୍ତି।

ମହାପ୍ରଭୁଙ୍କୁ ଭେଟିଲେ ଲକ୍ଷ୍ମୀ ଠାକୁରାଣୀ: ଭେଟ କରାଇଲେ ଗଜପତି

ମହାପ୍ରଭୁଙ୍କୁ ଭେଟିଲେ ଲକ୍ଷ୍ମୀ ଠାକୁରାଣୀ: ଭେଟ କରାଇଲେ ଗଜପତି

ପୁରୀ ଅଫିସ,୨୨ା୭: ଜନ୍ମବେଦୀରେ ଲୀଳାଖେଳା ସାରି ଭାଇ ଭଉଣୀକୁ ସାଥୀରେ ଧରି ସିଂହଦ୍ୱାର ଅଭିମୁଖେ ଯାଉଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟସ୍ଥ ଚାହାଣି ମଣ୍ଡପରେ ରହି ସ୍ବାମୀ ଆସୁଥିବା ବାଟକୁ ଚାହିଁ ରହିଥିଲେ ମହାଲକ୍ଷ୍ମୀ ।

ସଅଳ ବାହୁଡ଼ିଲେ ମହାପ୍ରଭୁ: ସିଂହଦ୍ୱାରରେ ଚତୁର୍ଦ୍ଧାବିଗ୍ରହ

ସଅଳ ବାହୁଡ଼ିଲେ ମହାପ୍ରଭୁ: ସିଂହଦ୍ୱାରରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ,୨୨ା୭: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି। ସିଂହଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ବାହୁଡା ନୀତିକାନ୍ତି ଓ ପହଣ୍ଡି ବି ସଅଳ ହୋଇଥିଲା। ନିର୍ଘଣ୍ଟ ସମୟର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ରଥଟଣା। ସିଂହଦ୍ୱାରରେ ପହଞ୍ଚତ୍ଥିବା ଚତୁର୍ଦ୍ଧାବିଗ୍ରହ ସୋମବାର ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ତେବେ ଚଳିତ ବର୍ଷର ବାହୁଡା ଯାତ୍ରାର ସଅଳ ପହଣ୍ଡି ଓ ରଥଟଣା ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି ।

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ: ଏସ୍‌ଆର୍‌ସି

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୨।୭(ବ୍ୟୁରୋ): ସାମ୍ପ୍ରତିକ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ଲଗାଣ ବର୍ଷାରେ ହନ୍ତସନ୍ତ ନନ୍ଦନକାନନ ଜୀବଜନ୍ତୁ, ଏନ୍‌କ୍ଲୋଜରରେ ପଶିଲା ପାଣି

ଲଗାଣ ବର୍ଷାରେ ହନ୍ତସନ୍ତ ନନ୍ଦନକାନନ ଜୀବଜନ୍ତୁ, ଏନ୍‌କ୍ଲୋଜରରେ ପଶିଲା ପାଣି

ଭୁବନେଶ୍ୱର,୨୨।୭(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରି ସ୍ଥିତିରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଜୀବଜନ୍ତୁ ବି ବାଦ ପଡ଼ୁନାହାନ୍ତି। ଏହି କ୍ରମରେ ନନ୍ଦନକାନନର ହାଲ ବେହାଲ୍‌ ହୋଇଛି। ବଟାନିକାଲ୍‌ ଗାର୍ଡେନ୍‌କୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ବେଳେ ବିଭିନ୍ନ ଏନ୍‌କ୍ଲୋଜର ମଧ୍ୟରେ ପାଣି ପଶିଛି। ଏଣୁ ଜନ୍ତୁମାନେ ହନ୍ତସନ୍ତ ହେଉଛନ୍ତି।

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ପୁରୀ ଅଫିସ,୨୨।୭: ସିଂହଦ୍ୱାରରେ ପହଞ୍ଚିଛି ବଡ଼ଠାକୁର ବଳଭଦ୍ରଙ୍କ ରଥ। ମାଉସୀ ମା’ ମନ୍ଦିରଠାରେ ପୋଡ଼ପିଠା ଖାଇ ଯାତ୍ରା ଆରମ୍ଭ କରିବା ପରେ ଅପରାହ୍ନ ୩.୩୦ରେ ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି।

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

ଜଟଣୀ,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରାଜବଜାର ଅଞ୍ଚଳରେ ଥିବା ଗୋଲ୍ଡ ପ୍ଲାଜା ନାମକ ଜୁଏଲାରି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଛି। ନିକଟରେ ଥିବା ଡ୍ରେନ୍‌ ଭିତରୁ ଜୁଏଲାରୀ ଦୋକାନ ପର୍ଯ୍ୟନ୍ତ ୪ ଫୁଟ ଲମ୍ବର ସୁଡଙ୍ଗ କରି ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି।

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ବେଳଙ୍ଗ-କେଉଟଜଙ୍ଗା ଲୁଣାବନ୍ଧର ବିଭିନ୍ନ ସ୍ଥାନ ଦବିଯାଇଥିଲା। ଫଳରେ ନଦୀ ତଟବର୍ତ୍ତୀ ଗ୍ରାମର ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ