ରାଜ୍ୟ |

ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ ପର୍ବ

ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ ପର୍ବ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ)- ବିଶିଷ୍ଟ କବି, ବୈପ୍ଳବିକ ସାହିତ୍ୟର ପ୍ରମୁଖ ସ୍ରଷ୍ଟା ରବି ସିଂଙ୍କୁ ୨୦୧୭ ମସିହା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରବିବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସିଂଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ତାଙ୍କୁ ୧ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ଦିଆଯାଇଥିଲା। ଏହାସହ ୨୦୧୭ ପାଇଁ ରାଜ୍ୟର ୧୫ଜଣ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ ତଥା ସାହିତି୍ୟକଙ୍କୁ ଏକାଡେମୀ ପକ୍ଷରୁ ସ୍ବତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ସମ୍ବର୍ଦ୍ଧିତ ହୋଇଥିବା ବୟୋଜ୍ୟେଷ୍ଠ ସାହିତି୍ୟକମାନଙ୍କ ମଧ୍ୟରେ ଥିଲେ ଭଦ୍ରକର ଡ. ସନାତନ ମହାନ୍ତି, ଭୁବନେଶ୍ୱରର ଡ. ରଜତ କୁମାର କର, ରାମଚନ୍ଦ୍ର ମହାନ୍ତ, ଡ. ସୁରେନ୍ଦ୍ର କୁମାର ମହାରଣା, ରାଉରକେଲାର ଭୂପେନ୍‌ ମହାପାତ୍ର, କଟକର ନବକିଶୋର ପୃଷ୍ଟି, ବରଗଡର ତ୍ରିନାଥ ସାହୁ, ପୁରୀ ବ୍ରହ୍ମଗିରିର ଲକ୍ଷ୍ମୀଧର ଜେନା, ଖୋର୍ଦ୍ଧାର ବଂଶୀଧର ରାଉତ, ସମ୍ବଲପୁରର ଡ. ପଞ୍ଚାନନ ମିଶ୍ର, ବାଲେଶ୍ୱର ମୋତିଗଞ୍ଜର ଅଞ୍ଜଳି ପଣ୍ଡା, କଟକର ନକୁଳ ଚନ୍ଦ୍ର ସାହୁ, କୋରାପୁଟ ବୈପାରୀଗୁଡାର ଅନିଲ ଚନ୍ଦ୍ର ଦାଶ, ଅନୁଗୋଳର ଡ. କୁମୁଦ ଚନ୍ଦ୍ର ଦାଶ ଏବଂ ବଲାଙ୍ଗୀର ବେଲପଡାର ଡ. ଗୋବର୍ଦ୍ଧନ ନାୟକ। ଉତ୍ସବରେ ମୁଖ୍ୟଅତିଥିଭାବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପଣ୍ଡା କହିଥିଲେ, ରାଜ୍ୟ ସରକାର ଭାଷା ଓ ସାହିତ୍ୟର ବିକାଶକୁ ପ୍ରାଥମିକତା ଦେଇ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିଛନ୍ତି। ଶନିବାର ଏନେଇ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୃଷ୍ଟି ହେବାଦ୍ୱାରା ଭାଷା ଓ ସାହିତ୍ୟର ଉତ୍ତରୋତ୍ତର ବିକାଶ ଘଟିବ। ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ଭାଷାର ପ୍ରଚାର ପ୍ରସାର ଲାଗି ଏହା ପ୍ରମୁଖ ପଦକ୍ଷେପ ହେବ। ହେଲେ ସରକାରଙ୍କ ସହ ସାଧାରଣ ଲୋକେ ମଧ୍ୟ ଏଥିପ୍ରତି ସଚେତନ ହେବାକୁ ପଡିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ, ସାହିତ୍ୟକୁ ଓ ସାହିତି୍ୟକଙ୍କୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ନୂଆ ବିଭାଗ ସୃଷ୍ଟି ହେବା ଦ୍ୱାରା ଅନେକ ପରିବର୍ତ୍ତନ ଘଟିବ। ଓଡ଼ିଆ ସାହିତ୍ୟକୁ ଜଗତୀକରଣ କରିବାକୁ ଅନୁବାଦ ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟ ତଥା ଦେଶ ବାହାରେ ଏବଂ ପ୍ରବାସୀ ଓଡ଼ିଆଙ୍କ ପାଖରେ ଯେପରି ଓଡ଼ିଆ ସାହିତ୍ୟ ପହଞ୍ଚତ୍ପାରିବ ସେଥିପ୍ରତି ପଦକ୍ଷେପ ନିଆଯିବ।
କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର କହିଥିଲେ, ସାହିତ୍ୟ ଅନୁଭୂତିର କଥା। ସାହିତ୍ୟ ମଣିଷକୁ ଯୋଡେ। ପରର ହିତପାଇଁ ନିଜ ସ୍ବାର୍ଥ ତ୍ୟାଗ କରିବା ସାହିତ୍ୟ ଓ ସାହିତି୍ୟକର ଧର୍ମ। କାର୍ଯ୍ୟକ୍ରମରେ ଏକାଡେମୀ ସଚିବ ଅଶ୍ୱିନୀ ମିଶ୍ର ସ୍ବାଗତଭାଷଣ ଦେଇଥିଲେ। ଉପସଭାପତି ଗାୟତ୍ରୀ ସରାଫ୍‌ ଉପସଂହାର ପାଠ କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

All Right Reserved By

ରାଜ୍ୟ |

 ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଖଣ୍ଡପଡା,୧୭।୭(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବ ମଙ୍ଗଳବାର କର୍କଟ ସଂକ୍ରାନ୍ତିରେ ଉତ୍ତରକୁ ଢ଼ଳିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ନୀଳମାଧବ ଜୀଉଙ୍କ ପୀଠରେ ମହାଦେବଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିଥିଲେ ।

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା,୧୭।୭(ଡି.ଏନ୍‌.ଏ.): ଧନୁଆ ନଦୀ ବନ୍ଧ ପାର୍ଶ୍ୱରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ସୋମବାର ସାଧାରଣ ଲୋକମାନଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରଦାନ ଘଟଣାକୁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ନିମାପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଭାଜପା କର୍ମୀମାନେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ଅଗଷ୍ଟ ୯ରେ ସିପିଏମ୍‌ର ଜେଲ୍‌ଭରୋ ଆନ୍ଦୋଳନ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରାଯାଉ। ରାଜ୍ୟର ସମସ୍ତ କୃଷି ଋଣ ଛାଡ଼ କରାଯାଉ। ଏହି ମର୍ମରେ ରାଜ୍ୟ ସିପିଏମ୍‌ ପକ୍ଷରୁ ଚଳିତ ଅଗଷ୍ଟ ୯ରେ ଜେଲ୍‌ଭରୋ ଆନ୍ଦୋଳନ କରାଯିବ।

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଭୁବନେଶ୍ୱର,୧୭୭।୭(ବ୍ୟୁରୋ): ଓଡ଼ିଆ ଜାତିର ସ୍ପନ୍ଦନ ହେଉଛନ୍ତି ଜଗନ୍ନାଥ। କେବଳ ତାଙ୍କର ନବକଳେବର ହୁଏ। ସେଠି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନବକଳେବର ହେବ, ତେବେ ଏହା ତାଙ୍କର ଅହଙ୍କାର ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି। ଉକ୍ତ ଅହଂକାରକୁ ପୁରୀବାସୀ ତଥା ଓଡ଼ିଆ ସହ୍ୟ କରିପାରିବେ ନାହିଁ।

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ସଜନାଗଡ଼,୧୭।୭(ଡି.ଏନ୍‌.ଏ): ନୀଳଗିରି ଉପଖଣ୍ଡ ଶିଆଡ଼ିମାଳ ପଞ୍ଚାୟତ କୁଲଡ଼ିହା ପାଦଦେଶରେ ସିନ୍ଦୁରିଆ ଗ୍ରାମରେ ଜଣେ ରୋଗୀଙ୍କୁ ମଙ୍ଗଳବାର ଦୀର୍ଘ ତିନି କି.ମି. ବୋହି ଆଣିବା ପରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ହେଲେ ରୂହ୍ୟା ସିଂ।

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଆନ୍ଧ୍ରରୁ ଆସୁଥିବା ମାଛରୁ ଫର୍ମାଲିନ୍‌ ବାହାରିବା ପରେ ଆମିଷ ଭକ୍ଷଣକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଗତ କିଛି ଦିନ ହେବ ଆନ୍ଧ୍ର ମାଛର ଚାହିଦା ଓଡ଼ିଶା ବଜାରରେ ଖସିଯାଇଛି। ରାଜ୍ୟରେ ଉତ୍ପାଦନ ହେଉଥିବା ଦେଶୀ ମାଛର ଦାମ୍‌ ବହୁତ ବଢ଼ିଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ ହେବ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ଆବଶ୍ୟକ ହେଉଥିବା ଆହୁରି ୯ କୋଟି ଟଙ୍କା ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯନ୍ତ୍ରପାତି ସକାଶେ ଯୋଗାଇ ଦେବେ।

ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ, ୩ ଗିରଫ

ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ, ୩ ଗିରଫ

ବ୍ରହ୍ମପୁର ଅଫିସ,୧୭।୭: ଜାଲ କାଗଜପତ୍ର ଜରିଆରେ ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡପ ଉଦ୍ୟମ ବିଫଳ ହୋଇଛି। ଦୁଇଟି ମାମଲାରେ ପ୍ରାୟ ୭ଲକ୍ଷ ଟଙ୍କା ଆତ୍ମସାତ ପାଇଁ ଉଦ୍ୟମ ହୋଇଥିଲା । ଟାଉନ ଥାନା ପକ୍ଷରୁ ଦୁଇଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।

୫ ମିନିଟ୍‌ର ଅସ୍ତ୍ରୋପଚାର ଫେରାଇଲା ଶତାୟୁଙ୍କ ଦୃଷ୍ଟିଶକ୍ତି: କ୍ୟାପିଟାଲ ହସ୍ପିଟାଲ୍‌ର ରେକର୍ଡ

୫ ମିନିଟ୍‌ର ଅସ୍ତ୍ରୋପଚାର ଫେରାଇଲା ଶତାୟୁଙ୍କ ଦୃଷ୍ଟିଶକ୍ତି: କ୍ୟାପିଟାଲ ହସ୍ପିଟାଲ୍‌ର ରେକର୍ଡ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ ସୃଷ୍ଟି କରିଛି। ଶହେରୁ ଊର୍ଦ୍ଧ୍ୱ ବୟସ୍କ ଜଣେ ବୃଦ୍ଧଙ୍କ ଚକ୍ଷୁରେ ଡାକ୍ତରମାନଙ୍କ ଦ୍ୱାରା ସଫଳତାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି।

ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା: ଅନ୍ୟ ୨ ଅଭିଯୁକ୍ତ ଗିରଫ

ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା: ଅନ୍ୟ ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୭।୭: ସ୍ଥାନୀୟ ଲାଞ୍ଜିପଲ୍ଲୀ ଦୁର୍ଗାମନ୍ଦିର ଛକଠାରେ ଗତ ୧୦ ତାରିଖ ଏକ ଚଳନ୍ତା କାର ଉପରକୁ ହୋଇଥିବା ବୋମା ମାଡ଼ ଘଟଣାର ଅନ୍ୟ ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ସୋମବାର ଗିରଫ କରିଛି। ଏ ନେଇ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତ୍ରିନାଥ ପଟେଲ ସୂଚନା ଦେଇଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୧,୯୬୦ ପ୍ରକଳ୍ପ ଲାଗି ୫୪୭କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୧,୯୬୦ ପ୍ରକଳ୍ପ ଲାଗି ୫୪୭କୋଟି ମଞ୍ଜୁର

ଭୁବନେଶ୍ୱର,୧୭।୭(ବ୍ୟୁରୋ): ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧୦୧ଟି ବ୍ଲକରେ ପହଞ୍ଚିଛି। ମଙ୍ଗଳବାର ଏହି କାର୍ଯ୍ୟକ୍ରମରେ ୬ଟି ବ୍ଲକ ସାମିଲ ହୋଇଛି। ଉକ୍ତ ବ୍ଲକଗୁଡ଼ିକ ହେଲା ତରଭା, ବସ୍ତା, ବଅଁରପାଳ, ଆଗଲପୁର, ଧରାକୋଟ ଏବଂ ଝରିଗାଁ।

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଭୁବନେଶ୍ୱରରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆର ବିମାନ ସେବାକୁ ହଠାତ୍‌ ବନ୍ଦ କରି ଦିଆଯାଇଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପରିଚାଳନାଗତ ସମସ୍ୟା ଦେଖାଇ ଭୁବନେଶ୍ୱର-ବ୍ୟାଙ୍କକ ବିମାନ ସେବା ବନ୍ଦ କରିଦେଇଛନ୍ତି।

Model This Week

ରୂପେଶ