ବାଲେଶ୍ୱର

ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଫାଇନାଲରେ

ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଫାଇନାଲରେ
ଭଦ୍ରକ ଅଫିସ,୩୧।୧୨-ଭଦ୍ରକ ଜିଲା ଚରମ୍ପା ଆର୍‌.ସି.ବି.ଏଲ. ହାଇସ୍କୁଲ ପଡିଆରେ ଚରମ୍ପା ଯୁବକ ସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ୨ୟ ସେମିଫାଇନାଲ୍‌ ଭୁବନେଶ୍ୱରର ଶେଖର ସ୍ପୋର୍ଟିଂ ଏବଂ କଟକର ୟୁନିୟନ ସ୍ପୋର୍ଟିଂ ମଧ୍ୟରେ ଖେଳା ଯାଇଥିତ୍ଲା । ୟୁନିୟନ ସ୍ପୋର୍ଟିଂ ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ କରିଥିଲା । ପ୍ରତିପକ୍ଷ ଶେଖର ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୨୬.୧ ଓଭରରେ ୧୭୬ ରନ କରି ଅଲ୍‌ ଆଉଟ ହୋଇ ଯାଇଥିଲା । ୧୭୭ ରନର ପିଛା କରି ୟୁନିୟନ ସ୍ପୋଟିର୍ଂ ଦଳ ବ୍ୟାଟିଂ କରି ୧୯.୫ ଓଭରରେ ୩ ଉଇକେଟ ହରାଇ ୧୮୦ରନ କରିବା ସହିତ ମ୍ୟାଚକୁ ୭ ଉଇକେଟରେ ଜିତି ଫାଇନାଲରେ ପ୍ରବେଶ କରିଛି । କେନ୍ଦୁଝର ଡିଏସପି ସୁରେଶ ଚନ୍ଦ୍ର ପାତ୍ର ସର୍ବେଶ୍ୱରଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ସଞ୍ଜୀବ ବେହେରା, ଶରତ ଜେନା ଅମ୍ପାୟର ଥିବା ବେଳେ ଲଲାଟ କେଶରୀ ନନ୍ଦ ରିଜର୍ଭ ଅମ୍ପାୟର ଥିଲେ । ଅସିତ ଦାସ ସ୍କୋରର ଓ ସଞ୍ଜୟ ମଜୁମଦାର, ରାଜୁ ଖାନ ଧାରାବିବରଣୀ ପ୍ରଦାନ କରିଥିଲେ।
All Right Reserved By

ବାଲେଶ୍ୱର

ପୋଖରୀରେ ପଡ଼ି ଶ୍ରମିକ ମୃତ

ପୋଖରୀରେ ପଡ଼ି ଶ୍ରମିକ ମୃତ

ପଦ୍ମପୁର, ୧୩।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ରାଜଘରପୋଖରୀ ପଞ୍ଚାୟତ ବଡ଼ମଛୁଆଘାଇ ଗ୍ରାମରେ କାମ କରିବାକୁ ଆସିଥିବା ଜଣେ ଶ୍ରମିକ ପୋଖରୀରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ହେଲେ  ବାଲେଶ୍ୱର ମହୁଡୁମା ଥାନା ଅଧୀନ ରାଇବଣିଆ ଅଞ୍ଚଳର ଗୁରୁଡା ମୁର୍ମୁ। 4444

ଧାନଗଦା ଜଳିଗଲା: ୪୦ କୁଇଣ୍ଟାଲ ଧାନ ନଷ୍ଟ

ପଦ୍ମପୁର, ୧୩।୧୨ (ଡି.ଏନ.ଏ.) - ଭଦ୍ରକ ବ୍ଲକ ସାହାଡ଼ା-ହରିଜନ ସାହିର ସୁବ୍ରତ  ଜେନାଙ୍କ ଧାନଗଦାରେ ନିଅଁା ଲାଗି ୪୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ପୋଡ଼ି ନଷ୍ଟ ହୋଇଯାଇଛି।

କୋଇଲା ବୋଝେଇ ଗାଡ଼ି ଜବତ

ଧାମନଗର, ୧୩।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଶେଣ୍ଢପୁର ଛକ ନିକଟରୁ କୋଇଲା ବୋଝେଇ ଏକ ପିକ୍‌ଅପ ଭ୍ୟାନ୍‌ ଜବତ କରିଛି।  ପାଟ୍ରୋଲିଂ ସମୟରେ ପୋଲିସ କୋଇଲା ବୋଝେଇ ଭ୍ୟାନ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ି ଯାଜପୁର ଆଡ଼କୁ ଦ୍ରୁତଗତିରେ ପଳାଇ ଯାଉଥିଲା। 

ଓମ୍‌ଫେଡ ଟ୍ୟାଙ୍କର ଅଟକାଇଲେ ଚାଷୀ

ଓମ୍‌ଫେଡ ଟ୍ୟାଙ୍କର ଅଟକାଇଲେ ଚାଷୀ

ଚାନ୍ଦବାଲି, ୧୩।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ବଜାରଠାରେ ଗୁରୁବାର କ୍ଷୀର ନେଇ ଯାଉଥିବା ଏକ ଓମ୍‌ଫେଡ ଟ୍ୟାଙ୍କରକୁ କେତେକ ଦୁଗ୍ଧଚାଷୀ ଅଟକ ରଖିଥିଲେ। ଗତ ମାସରେ ୨ ଦିନର କ୍ଷୀର ଟଙ୍କା କଟାଣକୁ ନେଇ ଅସନ୍ତୁଷ୍ଟ ଚାଷୀମାନେ ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ଏହି ଗାଡ଼ିକୁ ଅଟକାଇଥିଲେ। ଖବର ପାଇ ଓମ୍‌ଫେଡ୍‌ର ଜିଲା କର୍ମଚାରୀ ଜିତେନ୍ଦ୍ର ରାଉତ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। 

ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ : ସେମିଫାଇନାଲରେ ସଦର, ରେମୁଣା, ଭୋଗରାଇ, ଜଳେଶ୍ୱର

ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ : ସେମିଫାଇନାଲରେ ସଦର, ରେମୁଣା, ଭୋଗରାଇ, ଜଳେଶ୍ୱର

ବାଲେଶ୍ୱର ଅଫିସ,୧୩।୧୨- ବାଲେଶ୍ୱର ଖ୍ରୀଷ୍ଟିଆନ୍‌ ପଡ଼ିଆରେ ବିଜୁ ଯୁବ ବାହିନୀ ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଗୁରୁବାର ପୂର୍ବାହ୍ନ ୧୧ଟାରେ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏବଂ ଜିଲାପାଳ ରମେଶ ଚନ୍ଦ୍ର ରାଉତ ମିଳିତ ଉଦ୍‌ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ୧୨ଟି ବ୍ଲକର ଚାମ୍ପୟନ ଟିମ୍‌ ଭାଗ ନେଇଥିଲେ। ସଦର, ରେମୁଣା, ଭୋଗରାଇ, ଜଳେଶ୍ୱର ଭଲିବଲ ଟିମ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ପ୍ରାଦେଶିକ, କ୍ଷେତ୍ରୀୟ ଖେଳକୁଦ ସମାରୋହ

ପ୍ରାଦେଶିକ, କ୍ଷେତ୍ରୀୟ ଖେଳକୁଦ ସମାରୋହ

ବାଲେଶ୍ୱର ଅଫିସ,୧୩।୧୨- ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଅନୁସାରେ ୩୧ତମ ତ୍ରିଦିବସୀୟ ପ୍ରାଦେଶିକ ଖେଳକୁଦ ସମାରୋହ ଗୁରୁବାର ଅପରାହ୍ନରେ ବାଲେଶ୍ୱର ମାଣିଖମ୍ବ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ପରମିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସୀୟ ଖେଳକୁ ମୁଖ୍ୟଅତିଥି ଭାବେ ଉପଜିଲା ଆରକ୍ଷୀ ଅଧୀକ୍ଷକ ସୁଶ୍ରୀ ମନୋବ୍ରତା ଶତ୍‌ପଥୀ ଯୋଗଦେଇ ଶୁଭ ଉଦ୍‌ଘାଟନ କରି କ୍ରୀଡ଼ା ସମସ୍ତଙ୍କ ନିମନ୍ତେ ଆବଶ୍ୟକ ବୋଲି କହିଥିଲେ।

ଗୋଷ୍ଠୀ ସଂଘର୍ଷ ଘଟଣା : ୫ ଗିରଫ

ଗୋଷ୍ଠୀ ସଂଘର୍ଷ ଘଟଣା : ୫ ଗିରଫ

ଭଣ୍ଡାରିପୋଖରୀ, ୧୩।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମରେ ଏକ ସରକାରୀ ଜାଗାରେ ଧାନ ଖଳା କରିବାକୁ କେନ୍ଦ୍ରକରି ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ଘଟଣାରେ ପୋଲିସ ଗୁରୁବାର ଉଭୟ ପକ୍ଷର ୫ ଜଣଙ୍କୁ ଗିରଫ କରିଛି। 

ଜେନେରେଟର ଫାଟି ଯୁବକ ମୃତ

ଜେନେରେଟର ଫାଟି ଯୁବକ ମୃତ

ବାସୁଦେବପୁର, ୧୩।୧୨ (ଡି.ଏନ.ଏ.) - ଜେନେରେଟର ଫାଟିବାରୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ଗ୍ରାମର କଟିଆ ଖିଲାର(୪୫)ଙ୍କ ମୃତ୍ୟୁ ଘଟିଛି। 

ତିହିଡିରେ ଖୋଲିଲା ଧାନସଂଗ୍ରହ କେନ୍ଦ୍ର

ତିହିଡିରେ ଖୋଲିଲା ଧାନସଂଗ୍ରହ କେନ୍ଦ୍ର

ତିହିଡି, ୧୩।୧୨(ଡି.ଏନ.ଏ): ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଜାମଯୋଡି ସେବା ସମବାୟ ସମିତିରେ ଗୁରୁବାର ପୂର୍ବହ୍ନରେ ସରକାରୀ ଧାନ ସଂଗ୍ରହ କେନ୍ଦ୍ର ଖୋଲିଛି।

ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ମୃତ, ୫ଗୁରୁତର

ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ମୃତ, ୫ଗୁରୁତର

ଭଦ୍ରକ ଅଫିସ, ୧୩।୧୨: ଭଦ୍ରକ ଜିଲା ରାମ ନବମୀ ବେତଡା ପଞ୍ଚାୟତ ଅଧିନସ୍ଥ ଗୋହିରାଣୀ ଗାଁରେ ମିନି ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତିl

ଅଗ୍ନିକାଣ୍ଡରେ ଜଳିଗଲା ଫର୍ନିଚର ଦୋକାନ

ଅଗ୍ନିକାଣ୍ଡରେ ଜଳିଗଲା ଫର୍ନିଚର ଦୋକାନ

ତିହିଡି, ୧୩।୧୨(ଡି.ଏନ.ଏ): ଭଦ୍ରକ ଜିଲା ତିହିଡି ବଜାରସ୍ଥିତ ପୁରୁଣା ସମବାୟ ବ୍ୟାଙ୍କ ଗୃହ ପାର୍ଶ୍ୱରେ ଥିବା ଫର୍ନିଚର ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଛି।

ଚୋରାମଦ ବେପାରୀଙ୍କୁ ଛେଚିଲେ ମହିଳା

ବାସୁଦେବପୁର, ୧୩।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଭୈରବପୁର ଗ୍ରାମରେ ଚୋରାମଦ ଓ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗାଁ ରେ ନିଶା କାରବାର ବନ୍ଦ କରିବାକୁ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି।