ବାଲେଶ୍ୱର

ଡକାୟତି ଯୋଜନା: ୨ ଗିରଫ

ଡକାୟତି  ଯୋଜନା: ୨  ଗିରଫ

ବଡସାହି,୩୧।୧୨(ସ୍ବ.ପ୍ର)- ବଡସାହି ଥାନା ଅଧୀନ ଧାନପୁତା-ବୈଦ୍ୟପୁର ରାସ୍ତାରେ ଡକାୟତି କରିବାର ଯୋଜନା କରୁଥିବା ୨ଦୁର୍ଦ୍ଦାନ୍ତ ଅପରାଧିକୁ ପୋଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି । ସେମାନେ ହେଲେ ଡାହିସାହି ଗ୍ରାମର କରୁଣାକର ନାଏକ ଓ ସାନନୁଆଗାଁ ଗ୍ରାମର ଜୟନ୍ତ ବେହେରା । ଶନିବାର ବିଳମ୍ବିତ ରାତିରେ ୫ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିବାର ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବଡସାହି ଓ ବେତନଟୀ ପୋଲିସ ଚଢଉ କରି ୨ଜଣଙ୍କୁ କାବୁ କରିନେଇଥିଲେ । ଏ ସଂକ୍ରାନ୍ତରେ ଏକ ମାମଲା (ନଂ ୧୧୩/୧୭) ରୁଜୁ ହୋଇଛି। ବେତନଟୀ ଏସଡିପିଓ ଗୋବିନ୍ଦ ଚନ୍ଦ୍ର ସେଠୀ କହନ୍ତି, ବଡସାହି ବଜାର ମା’ଅମ୍ବିକା ଜୁଏଲାରୀ ଦୋକାନରୁ ହୋଇଥିବା ଡକାୟତି ଘଟଣାର ସୁରାକ ମିଳିଛି ା ଅନୁରୂପ ଭାବେ ଡକାୟତି ଯୋଜନା କରୁଥିବା ଏକ ଦଳକୁ ବାଲେଶ୍ୱର ପୋଲିସ ଗିରଫ କରିଛି । ସେମାନଙ୍କର ବୟାନରୁ ବଡସାହି ଗହଣା ଦୋକାନ ଡକାୟତିରେ ସେମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଥିବାରୁ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ।

All Right Reserved By

Model This Week

ନିକିତା

ବାଲେଶ୍ୱର

ମୃତ୍ୟୁମୁଖରୁ ବଞ୍ଚିଲା ବଳଦ

ରାଇସୁଆଁ, ୨୦।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ବରଦାପାଳ ଗ୍ରାମରେ ଶୁକ୍ରବାର ଏକ ବଳଦ ଅସାବଧାନତା ଯୋଗୁଁ କୂଅରେ ପଡିଯାଇଥିଲା।

ପୋଲିସ ମାଡ଼ରେ ଡ୍ରାଇଭର ଆହତ

ଯୋଡା,୨୦।୪(ଡି.ଏନ.ଏ.): ସ୍ଥାନୀୟ ୨୧୫ ନଂ ଜାତୀୟ ରାଜପଥ ସ୍ବାଇଁ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ୧୧ଟାରେ ଟ୍ରାଫିକ୍‌ ବ୍ୟବସ୍ଥା ସୁଧାର ଆଣିବା ବେଳେ ପୋଲିସ ମାଡରେ ଜଣେ ଟ୍ରକ୍‌ ଡ୍ରାଇଭର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି।

୧୨୦ ହିତାଧିକାରୀଙ୍କୁ ଗ୍ୟାସ୍‌ ଟାଙ୍କି ବଣ୍ଟନ

୧୨୦ ହିତାଧିକାରୀଙ୍କୁ ଗ୍ୟାସ୍‌ ଟାଙ୍କି ବଣ୍ଟନ

ବଡସାହି, ୨୦।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ କଲ୍ୟାଣ ମଣ୍ଡପଠାରେ ଉଜ୍ଜ୍ୱଳା ଯୋଜନାରେ ୧୨୦ ହିତାଧିକାରୀଙ୍କୁ ଗ୍ୟାସ୍‌ ଟାଙ୍କି ପ୍ରଦାନ କରାଯାଇଛି।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌ର ବାର୍ଷିକ ଉତ୍ସବ

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌ର ବାର୍ଷିକ ଉତ୍ସବ

କେନ୍ଦୁଝର, (ସ୍ବ.ପ୍ର.): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝର ଦ୍ୱିତୀୟ କ୍ୟାମ୍ପସ୍‌ର ବାର୍ଷିକ ଉତ୍ସବ ସ୍ଥାନୀୟ ଡିଏନ ହାଇସ୍କୁଲ ପ୍ରେକ୍ଷାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିରାଣି

ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିରାଣି

ବାଲେଶ୍ୱର ଅଫିସ, ୨୦।୪-ଦଲିଲ ପାସ୍‌ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ କିରାଣି ବାଲେଶ୍ୱର ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ସେ ହେଲେ ବାଲିଆପାଳ ଉପପ୍ରବନ୍ଧକ ଅଫିସରେ କାର୍ଯ୍ୟରତ ନବକୁମାର ଦାସ।

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଜଣେ ଗୁରୁତର

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଜଣେ ଗୁରୁତର

ରାଇସୁଆଁ, ୨୦।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ରାଇସୁଆଁ ଭାରତ ପେଟ୍ରୋଲ ପମ୍ପ୍‌ ନିକଟରେ ଶୁକ୍ରବାର ୧୦ଟା ୩୦ମିନିଟ ସମୟରେ ଏକ ବାଇକ୍‌କୁ ଏକ ଗ୍ୟାସ ସିଲିଣ୍ଡର ଗାଡି ଧକ୍କା ଦେବାକୁ ୩ ଜଣ ଆହତ ହୋଇଛନ୍ତି। ବାଇକ୍‌ରେ କେନ୍ଦୁଝର ଆଡୁ ରାଇସୁଆଁ ଅଭିମୁଖେ ଆସୁଥିବା ସମୟରେ ଏକ ଗ୍ୟାସ ସିଲିଣ୍ଡର ଗାଡି ସେମାନଙ୍କୁ ଧକ୍କାଦେଇ ଦ୍ରୁତ ଗତିରେ ପଦ୍ମପୁର ଅଭିମୁଖେ ପଳାଇଥିଲା।

ଭଣ୍ଡାରିଡିହାରେ ଗ୍ୟାସ ଡିପୋ ଖୋଲିଲା

ଭଣ୍ଡାରିଡିହାରେ ଗ୍ୟାସ ଡିପୋ ଖୋଲିଲା

ଘସିପୁରା,୨୦।୪(ଡି.ଏନ.ଏ.): ଘସିପୁରା ବ୍ଲକ ଭଣ୍ଡାରିଡିହା ଗ୍ରାମରେ ଖାଉଟିମାନଙ୍କ ନିମନ୍ତେ ଏକ ଗ୍ୟାସ ଡିପୋ ଖୋଲିଥିବା ଜଣାପଡିଛି। ଆୟୋଜିତ ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ଉପସଭାପତି ଅକ୍ଷୟକୁମାର ସାହୁ, ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ବିଜେଡି ବ୍ଲକ ସଭାପତି ବଳରାମ ସାହୁ, ଯୁବ ବିଜେଡି ସଭାପତି ଲିପୁନ ନାୟକ, ସ୍ଥାନୀୟ ସଭ୍ୟ ଓ ସରପଞ୍ଚ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।

ଧାରଣାରେ ବସିବେ ରାତି ଜଗୁଆଳ

ଘସିପୁରା,୨୦।୪(ଡି.ଏନ.ଏ.)-ନିଖିଳ ଓଡ଼ିଶା ଆଇସିଡିଏସ୍‌ ରାତି ଜଗୁଆଳ-ପିଅନ ମହାସଂଘର ଚାକିରି ଓ ଦରମା ସର୍ତାବଳୀକୁ ଆଧାର କରି ଆସନ୍ତା ୨୩ରୁ ଧାରଣାରେ ବସିବାକୁ ନିଷ୍ପତ୍ତି ଗ୍ରାହଣ କରାଯାଇଛି। ଏହିକ୍ରମରେ କେନ୍ଦୁଝର ଜିଲା ତଥା ଆନନ୍ଦପୁର ଅଞ୍ଚଳର ବହୁ ସଂଖ୍ୟାରେ ରାତି ଜଗୁଆଳ, ପିଅନ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପ୍ରସିଦ୍ଧ ଅମ୍ବିକା ମନ୍ଦିରରେ ଧ୍ୱଜାପୂଜା, ଯଜ୍ଞ

ଖଇରା୨୦।୪(ଡି.ଏନ.ଏ)-ଖଇରା ବ୍ଲକ ଅଧୀନ କୁପାରୀସ୍ଥିତ ପ୍ରସିଦ୍ଧ ଅମ୍ବିକା ମନ୍ଦିରରେ ପବିତ୍ର ଅକ୍ଷୟତୃତୀୟାରେ ଧ୍ୱଜାପୂଜା, ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଓଁକାର ମୁନୀ ଉଦାସୀନ ଓରଫ ବଡବାବା ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଯଜ୍ଞ କୁଣ୍ଡରେ ସକାଳ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଯଜ୍ଞକର୍ମ ଅନୁଷ୍ଠିତ ହୋଇଥିଲା।

ଇମାମୀ ନଗରରେ ରଥ ଅନୁକୂଳ ଓ ଚନ୍ଦ୍ରନ ଯାତ୍ରା

ବାଲେଶ୍ୱର ଅଫିସ୍‌,୧୯।୪-ବାଲେଶ୍ୱର ଜିଲା ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀ ନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଘୋଷଯାତ୍ରା ପାଇଁ ମହା ଅକ୍ଷୟତୃତୀୟାରେ ଅନୁକୂଳ ହୋଇଛି ରଥନିର୍ମାଣ। ଚଳଚଞ୍ଚଳ ହୋଇଉଠିଛି ଇମାମୀ ନଗରସ୍ଥ ରଥ ଖଳା। ଦେଉଳ ପୁରୋହିତ ରିତି ନୀୟମରେ ୩ ଖଣ୍ଡ କାଠରେ କୁରାଡ଼ି ସ୍ପର୍ଶ କରି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଗତ ବୁଧବାର ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଓ ଦ୍ୱାଦଶ ଯାତ୍ରା ବନ୍ଧାପନା ପରେ ମଦନ ମୋହନ, ଭୁଦେବୀ ଓ ଶ୍ରୀଦେବୀ ବିରାଟ ପଟୁଆରରେ ବିମାନକୁ ବିଜେ କରିଥିଲେ। ମହାପ୍ରଭୁଙ୍କ ସେବକ ପ୍ରଭୁ ଶ୍ରୀ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ଶୁଭଦ୍ରାଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ଧରି ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା, କାହାଳୀ ଓ ହରିବଳ ହୁଳହୁଳି ଧ୍ୱନିରେ ରଥଖଳାକୁ ଯାଇଥିଲେ। ସେଠାରେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ।

ସାଧୁପଡ଼ାରେ ସ୍ବଚ୍ଛ ଭାରତ ଅଭିଯାନ

ସାଧୁପଡ଼ାରେ ସ୍ବଚ୍ଛ ଭାରତ ଅଭିଯାନ

ପାଟଣା, ୨୦।୪(ସ୍ବ.ପ୍ର.): ସ୍ଥାନୀୟ ବ୍ଲକ ବଡ଼ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ପାଟଣା ଭାଜପା ମଣ୍ଡଳ ତରଫରୁ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟ କରାଯାଇଛି। ଭାଜପା ମହିଳା ନେତ୍ରୀ ଦଶମତୀ ଚାତାରଙ୍କ ନେତୃତ୍ୱରେ ପୂର୍ଣ୍ଣ ମହାନ୍ତ, ନୀର ମହାନ୍ତ, ଜଗନ୍ନାଥ ମହାନ୍ତ, ପୂର୍ବତନ ବଡ଼ପାଟଣା ସରପଞ୍ଚ ସୋମବାରୀ ମୁଣ୍ଡା ଓ ପ୍ରମିଳା ବେହେରାଙ୍କ ସମେତ ବହୁ ଭାଜପା କର୍ମୀ ସଫେଇ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।

ଐତିହ୍ୟ ସଂସ୍କୃତିକୁ ନେଇ ଆଲୋଚନାଚକ୍ର

ଘସିପୁରା,୨୦।୪(ଡି.ଏନ.ଏ.): ଆନନ୍ଦପୁର ପୌରପରିଷଦର ଫକୀରପୁର ସାହିତ୍ୟ ସଂସଦ, ଗ୍ରାମ ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଗ୍ରାମର ଐତିହ୍ୟ ଓ ସଂସ୍କୃତିକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍‌ ବୈଲୋଚନ ସୂତାରଙ୍କ ସଭାପତିତ୍ୱରେ ଫକୀରପୁରର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ନେଇ ଏକ ପୁସ୍ତକ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଥିଲା। ଡକ୍ୟୁମେଣ୍ଟାରୀ ଫିଲ୍ମର ଶୁଭ ମହୁରତ ଇତି ମଧ୍ୟରେ ଶେଷ ହୋଇଥିବାବେଳେ ପୁସ୍ତକ ଆସନ୍ତା ମେ ଶେଷ ସୁଦ୍ଧା ଶେଷ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା।