ବାଲେଶ୍ୱର

ବଡସାହିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ବଡସାହିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ବଡସାହି,୩୧।୧୨(ସ୍ବ.ପ୍ର)- ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଅନେକ ଉକତ୍ଣ୍ଠା । ପୁରୁଣା ବର୍ଷରେ କିଛି ସ୍ମୃତି ସାଉଁଟିବା ପାଇଁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ ଜମୁଛି । ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ ଏଠାକାର ଦୁଇ ଦୁଇଟି ଐତିହାସିକ ସ୍ଥଳୀ ପର୍ଯ୍ୟଟକଙ୍କୁ ଟାଣିବାରେ ସକ୍ଷମ ହୋଇପାରୁଛି।
ମୟୂରଭଞ୍ଜ ଜିଲା ବଡସାହି ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠରେ ନୂଆ ବର୍ଷ ପାଇଁ ଆରମ୍ଭ ହେଲାଣି ଭିଡ । ପୁରାଣ ବର୍ଣ୍ଣିତ ବିଭିନ୍ନ ତଥ୍ୟ ସହିତ ରାଜା ରାଜୁଡା ଅମଳରୁ ନିର୍ମାଣ ହୋଇଥିବା ପ୍ରସିଦ୍ଧ କଖାରୁଆ ବୈଦ୍ୟନାଥ ପୀଠରେ ପର୍ଯ୍ୟଟକଙ୍କ ଗହଳି ଆରମ୍ଭ ହୋଇଗଲାଣି। ଠାକୁରଙ୍କର ଆର୍ଶିବାଦ ପାଇବାକୁ ପୁରା ପରିବାର ଧରି ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ । ଏଥିନିମନ୍ତେ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ନିତିଦିନ ଭଳି ଏବେ ମନ୍ଦିର ପରିସରରେ ଉଠାଦୋକାନୀଙ୍କ ପସରା ମେଲିଛି ା ଅନେକ ଯୁବ ପିଢି ମନ୍ଦିର ସମ୍ମୁଖରେ ମୋବାଇଲରେ ସେଲଫି ନେଉଥିବାର ଦେଖିବାକୁ ମିଳିଥିଲା । ନବବର୍ଷ ଅବସରରେ ପର୍ଯ୍ୟଟକଙ୍କୁ ନଜରରେ ରଖି ପାନ୍ଥ ନିବାସ ମରାମତି କରାଯାଇଛି। ସେହିଭଳି ମା’ ହିଙ୍ଗୁଳାଙ୍କ ପୀଠ ମଧ୍ୟ ବାଦ୍‌ ପଡି ନ ଥିଲା । ସେଠାରେ ମଧ୍ୟ ବହୁ ପର୍ଯ୍ୟଟକ ମା’ଙ୍କ ଦର୍ଶନ କରି ଫେରିଛନ୍ତି । ଅନ୍ୟ ପଟେ ପ୍ରସିଦ୍ଧ ଐତିହାସିକ ସ୍ଥଳୀ ତଥା ମୟୂରଭଞ୍ଜର ପ୍ରଥମ ରାଜଧାନୀ ହରିପୁର ଗଡରେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ଦେଖାଯାଇଥିଲା । ହରିପୁର ଗଡର ରସିକରାୟ ମନ୍ଦିର ଓ ରାଜବାଟୀର ଭଗ୍ନାବଶେଷର କଳାନୈପୁଣ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିୁଛି । ପ୍ରାଚୀନ କଳାକୃତିକୁ ଦେଖିବା ସହ ନିଜ ମୋବାଇଲ ସେଲଫିରେ ବିଗତ ବର୍ଷର ଇତିହାସକୁ ସାଉଁଟିବାରେ ଲାଗିଛନ୍ତି ଲୋକେ । କିଏ କିଏ ନିଜ ପିଲା ଛୁଆଙ୍କୁ ଧରି ଏହି ଗଡର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ପତଳା ପତଳା ଇଟାରେ ନିର୍ମିତ ରସିକରାୟ ମନ୍ଦିର କାରୁକାର୍ଯ୍ୟର ଗୁଣଗାନ କରିଥିଲେ । ତେବେ ୧୪ଶହ ଶ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବା ରାଜବାଟୀର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି । ସେହିପରି ମାଣତ୍ରୀ କୁଣ୍ଡିର ପୁନରୁଦ୍ଧାର ସହିତ ବୋଟିଂ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି ।

All Right Reserved By

Model This Week

Model This Week

ବାଲେଶ୍ୱର

ଦୋକାନ ଘର ଭୁଶୁଡିବା ଘଟଣା ନିରପେକ୍ଷ ତଦନ୍ତ ଦାବି କଲା ଭାଜପା

ଭଦ୍ରକ ଅଫିସ/ଆରଡ଼ି, ୨୪।୪- ପ୍ରାଚୀନ ଶୈବ ପୀଠ ଆରଡି ଧାମରେ ନାଲ୍‌କୋ ପକ୍ଷରୁ ପ୍ରଦତ୍ତ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୃହ ଭୁଶୁଡିବା ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଭାଜପା ପକ୍ଷରୁ ଦାବି କରାଯାଇଛି। ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଦଳୀୟ କର୍ମୀ ବଦ୍ରି ଧଳ ଦୋକାନ ଗୃହ ନିର୍ମାଣରେ ଅନିୟମିତତା ଓ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଥିଲେ।

ଯୌତୁକ ନିର୍ଯାତନା ନେଇ ଥାନାରେ ମାମଲା

ଭଣ୍ଡାରିପୋଖରୀ,୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପାଟୁଳୀ ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦିଆଯିବା ସାଙ୍ଗକୁ ବିଷ ପିଆଇ ମାରିଦେବାକୁ ଉଦ୍ୟମ କରାଯାଇଥିବାନେଇ ମହିଳାଙ୍କ ବାପା ରମେଶ ଚନ୍ଦ୍ର ଦାସ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି ।

ପିଲା କଳିରୁ ଗଣ୍ଡଗୋଳ, ଜଣେ ଗିରଫ

ଭଣ୍ଡାରିପୋଖରୀ,୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଚାଙ୍ଗୁଆ ଗ୍ରାମରେ ସୋମବାର ଅପରାହ୍ନରେ ସାଇକେଲ ଧକ୍କାକୁ ନେଇ ଦୁଇ ପିଲା କଳି କରିବା ଘଟଣାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି।

ସ୍କୁଟି ଧକ୍କାରେ ଚାଷୀ ମୃତ

ଭଣ୍ଡାରିପୋଖରୀ,୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରାମଚନ୍ଦ୍ରପୁର ଗ୍ରାମର ମହେନ୍ଦ୍ର ରାଉତ ୨୧ ତାରିଖ ବିଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ପଛପଟୁ ଏକ ସ୍କୁଟି ଧକ୍କା ଦେଇଥିଲା

ପିକ୍‌ଅପ୍‌ ସହ ୫୦ ବସ୍ତା କୋଇଲା ଜବତ

ତିହିଡ଼ି, ୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗଦି ବଜାର ନିକଟରୁ ପୋଲିସ ସୋମବାର ଅପରାହ୍ନରେ ଏକ ପିକ୍‌ଅପ୍‌ରେ ଚୋରା ଚାଲାଣ ହେଉଥିବା ୫୦ ବସ୍ତା କୋଇଲା ଜବତ କରିଛି।

ବଡ଼ଗାଲୋରେ ଶ୍ରୀଜଗନ୍ନାଥ ସପ୍ତାହ

ତିହିଡ଼ି,୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଫତେପୁର ପଞ୍ଚାୟତ ଅଧୀନ ବଡ଼ଗାଲୋ ଗ୍ରାମରେ ଚାଲିଥିବା ସାର୍ବଜନୀନ ଶ୍ରୀଜଗନ୍ନାଥ ସପ୍ତାହ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।

କରଣ ସମାଜ ବୈଠକ

କେନ୍ଦୁଝର, ୨୪।୪(ସ୍ବ.ପ୍ର.)-ଆଗାମୀ ସାଧାରଣ ସଭା ନିମନ୍ତେ କେନ୍ଦୁଝର କରଣ ସମାଜ ପକ୍ଷରୁ ଏକ ବୈଠକ ସଂଘର ସଭାପତି ତ୍ରିଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦାବିପତ୍ର

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦାବିପତ୍ର

ବାରିପଦା ଅଫିସ,୨୪।୪- ମୟୂରଭଞ୍ଜ ଜିଲା ସମେତ ବାରିପଦା ସହରରେ ବର୍ତ୍ତମାନ ବିଦ୍ୟୁତ୍‌ ସମସ୍ୟା ଦେଖାଦେଉଛି। ଅଘୋଷିତ ଭାବେ ଘନ ଘନ ବିଦ୍ୟୁତ୍‌ କାଟ କରାଯାଉଛି। ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସଚ୍ଚିଦାନନ୍ଦଙ୍କ ଜୟନ୍ତୀ ସମାରୋହ

ଭଦ୍ରକ ଅଫିସ, ୨୪।୪- ସୋମବାର ଭଦ୍ରକର ବିଶିଷ୍ଟ ଆଇନଜୀବୀ ତଥା ବାର ଆସୋସିଏଶନର ପୂର୍ବତନ ସଭାପତି ସ୍ବର୍ଗତ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୭୫ତମ ଜୟନ୍ତୀ ଅବସରରେ ଜିଲା ସ୍ମୃତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ସଡକ ସୁରକ୍ଷା ପାଇଁ ବାଇକ ରାଲି

ସଡକ ସୁରକ୍ଷା ପାଇଁ ବାଇକ ରାଲି

ଭଦ୍ରକ ଅଫିସ,୨୪।୪- ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ପରିବହନ ବିଭାଗ ଓ ସଞ୍ଜୀବ ହିରୋ ମିଳିତ ସହଯୋଗରେ ମଙ୍ଗଳବାର ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି।

ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ

ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ

ଜଳେଶ୍ୱର, ୨୪। ୪ (ଡି.ଏନ.ଏ)-ଜଳେଶ୍ୱର ଥାନା ଆରୁହା ପଞ୍ଚାୟତ ଅନ୍ତର୍ଗତ ନିମପୁର ଗ୍ରାମର ଅନୀଲ ସିଂଙ୍କ ସ୍ତ୍ରୀ ଗୀତାରାଣୀଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ସୋମବାର ଗୀତାରାଣୀଙ୍କ ବାପା ବିଜୟାନନ୍ଦ ପରିଡ଼ା ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଏହି ହତ୍ୟାକାଣ୍ଡରେ ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀ ସମ୍ପୃକ୍ତ ଥିବା ଏତଲାରେ ଦର୍ଶାଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଯୌତୁକଜନିତ ବଧୂହତ୍ୟା ମାମଲା (ନଂ.୧୧୩/୨୦୧୮) ରୁଜୁ କରିଛି। ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

ସାଇ ମନ୍ଦିର ପ୍ରତିଷ୍ଠା

ଖଇରା, ୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଦେଉଳି ଛକସ୍ଥିତ ଏସ୍‌ଆର୍‌ ଗ୍ରୁପ୍‌ କ୍ୟାମ୍ପସ ପରିସରରେ ରବିବାର ସିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠା ଉସତ୍ବ ଆଧ୍ୟାମତ୍କ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆର୍‌ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ରାଜେଶ ମହାକୁଡ଼ଙ୍କ ପୌରୋହିତ୍ୟରେ ୧୦୮ କଳସ ଅଣାଯାଇଥିଲା। ରବିନାରାୟଣ ଶତ୍‌ପଥି, ମୁକ୍ତିକାନ୍ତ ପାଢ଼ୀଙ୍କ ସମେତ ମୋଟ ୫ଜଣ ପଣ୍ଡିତଙ୍କ ଦ୍ୱାରା ସାଇନାଥ, ଗଣେଶ ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଓ ଯଜ୍ଞାଦି କର୍ମ ଅନୁଷ୍ଠିତ ହୋଇଥିଲା।