ବ୍ରହ୍ମପୁର

ପରିବାରକୁ ଗଁ।ରୁ ବାସନ୍ଦ ଅଭିଯୋଗ

ପାତ୍ରପୁର,୩୧।୧୨ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କେଶରିପଡ଼ା ପଞ୍ଚାୟତ ତୁଟିପୁର ଗ୍ରାମରେ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ତୁଟିପୁର ଗ୍ରାମରେ ୪ଶହ ପରିବାର ବସବାସ କରନ୍ତି। ସେଥିରୁ ୫ ପରିବାର ଲିଆରି ଥିବା ବେଳେ ଅନ୍ୟ ସମସ୍ତ ପରିବାର ତେଲଗୁ ସମ୍ପ୍ରଦାୟର। ଦଶହରା ପୂଜା ସମୟରେ ସାମାନ୍ୟ କଥାକୁ ନେଇ ହୋଇଥିବା ଗଣ୍ଡଗୋଳ ପରେ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ଗୁଲାପି ବେହେରା ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ପରିବାର ଲୋକେ ଜରଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ। କୌଣସି ସୁଫଳ ନ ମିଳିବାରୁ ଗୁଲାପିଙ୍କ ପରିବାର ଏବେ ରାଜ୍ୟ ଛାଡ଼ି ଆନ୍ଧ୍ରରେ ଆଶ୍ରୟ ନେଇଛନ୍ତି।
ଦଶହରା ପୂଜା ବେଳେ ଗ୍ରାମର ଅସ୍ଥାୟୀ ପୀଠକୁ ଠାକୁରାଣୀଙ୍କୁ ଶୋଭାଯାତ୍ରାରେ ଅଣାଯାଉଥିଲା। ଏହି ସମୟରେ କୌଣସି କଥାକୁ ନେଇ ଗୁଲାପିଙ୍କ ପୁଅ ମାଧବ ଓ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିର ଜଣେ ବାଦ୍ୟକାରଙ୍କ ସହ ଗଣ୍ଡଗୋଳ ହୋଇଥିଲା। ବାଦ୍ୟକାରଙ୍କ ସହ ଗଣ୍ଡଗୋଳ କରିଥିବାରୁ ମାଧବ ଓ ଗ୍ରାମର ଉକ୍ତ ବ୍ୟକ୍ତିଙ୍କ ଉପରେ ୧୦ ହଜାର ଟଙ୍କା ଲେଖାଏ ଜରିମାନା ପକାଯାଇଥିଲା। ଜରିମାନା ନ ଦେଲେ ବାସନ୍ଦ କରାଯିବ କୁହାଯାଇଥିଲା।
ଜରିମାନା ନ ଦେବାରୁ ପରିବାରକୁ ମାନସିକ ସ୍ତରରେ ଅତ୍ୟାଚାର କରାଯାଉଥିବା ଗୁଲାପି ଅଭିଯୋଗ କରିଛନ୍ତି। ଗଁାରେ କେହି ଆମ ସହ କଥା ହେଉନାହାନ୍ତି। ପରିବାର ସହ କେହି କଥା ହେଲେ ତାଙ୍କ ଉପରେ ବି ଜରିମାନା ପକାଯାଉଛି। ଏ ନେଇ ଅଭିଯୋଗ କରିବାକୁ ଜରଡ଼ା ଥାନାକୁ ଯାଇଥିଲୁ। ଗ୍ରାମର ଭଦ୍ରବ୍ୟକ୍ତିଙ୍କୁ ଆଣିଲେ ଯାଇ ରିପୋର୍ଟ ରଖିବୁ ବୋଲି ଜରଡ଼ା ଥାନା ପକ୍ଷରୁ କୁହାଯାଇଥିବା ଗୁଲାପି ଅଭିଯୋଗ କରିିଛନ୍ତି। ଅନ୍ୟପକ୍ଷରେ ଜରଡ଼ା ଥାନାଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ କହିଛନ୍ତି, ଏଭଳି କୌଣସି ଅଭିଯୋଗ ଆସିନାହଁି ା ଯଦି ଆସେ ଏହାର ବିଧିବଦ୍ଧ ତଦନ୍ତ କରାଯିବ।

All Right Reserved By

ବ୍ରହ୍ମପୁର

ପ୍ରଶାସନ ଶୁଣିଲାନି, ଯୁବକମାନେ କଲେ ଗ୍ରାମ ସଫେଇ

ପ୍ରଶାସନ ଶୁଣିଲାନି, ଯୁବକମାନେ କଲେ ଗ୍ରାମ ସଫେଇ

ବାଲିପଡ଼ା,୨୧ା୬- ପଞ୍ଚାୟତ ନିର୍ବାଚନ ସରି ଏକ ବର୍ଷରୁ ଅଧିକ ସମୟ ବିତିଲାଣି। ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲା ପରେ ମଧ୍ୟ ଗାଁ ପରିମଳ ବ୍ୟବସ୍ଥା ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ କୌଣସି ପ୍ରକାର ଦୃଷ୍ଟି ଦେଲେ ନାହିଁ।

ଜରଡ଼ାରେ ଠାକୁରାଣୀ ଯାତ୍ରା ଆରମ୍ଭ

ଜରଡ଼ାରେ ଠାକୁରାଣୀ ଯାତ୍ରା ଆରମ୍ଭ

ପାତ୍ରପୁର,୨୧ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ସାରଥୀ ଧାମରେ ୭ଦିନିଆ ଠାକୁରାଣୀ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ମଧ୍ୟ ରାତିରେ ମା’ଙ୍କୁ ସ୍ଥାୟୀ ପୀଠରୁ ଗ୍ରାମାବସୀ ପଟୁଆରରେ ଆଣିଥିଲେ।

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବ୍ଲେଡରେ କାଟିଦେଲେ ପେଟ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବ୍ଲେଡରେ କାଟିଦେଲେ ପେଟ

ଦିଗପହଣ୍ଡି,୨୧ା୬(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି। ସେ ହେଲେ ଶିବ ପ୍ରସାଦ ସ୍ବାଇଁ। ଶିବଙ୍କ ପେଟକୁ ଦୁର୍ବୃତ୍ତମାନେ ବ୍ଲେଡରେ କାଟି ଦେଇଛନ୍ତି।

ଯୁବକଙ୍କ ଆତ୍ମହତ୍ୟା

ଦିଗପହଣ୍ଡି,୨୧ା୬(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଏସ. ବେଲାଳସେନ ଦୋରା (୩୫) ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଶବ ଜବତ କରିବା ସହ ନଂ.୪/୧୮ରେ ଥାନା ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି।

ବନ୍ୟା,ବାତ୍ୟା ମୁକାବିଲା ପାଇଁ ମକଡ୍ରିଲ

ବନ୍ୟା,ବାତ୍ୟା ମୁକାବିଲା ପାଇଁ ମକଡ୍ରିଲ

ଧରାକୋଟ,୨୧।୬(ଡି.ଏନ୍‌.ଏ.)-ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଧରାକୋଟ ଅଗ୍ନିଶମ ବିଭାଗ ତରଫରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସର ଓ ନେଳିଆବନ୍ଧରେ ଦୁଇଦିନ ଧରି ମକଡ୍ରିଲ କରାଯାଇଛି।

ହିଞ୍ଜିଳିକାଟୁରେ ଯୋଗ ଦିବସ

ହିଞ୍ଜିଳିକାଟୁରେ ଯୋଗ ଦିବସ

ହିଞ୍ଜିଳିକାଟୁ,୨୧।୬(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଆର୍‌ଏମ୍‌ସି ପରିସରରେ ଆର୍‌ଏସ୍‌ଏସ୍‌ ପକ୍ଷରୁ ଗୁରୁବାର ଭୋରରେ ସ୍ବତନ୍ତ୍ର ଯୋଗାଭ୍ୟାସ ହୋଇଥିଲା।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ହତ୍ୟା, ଥାନାରେ ଅଭିଯୋଗ

ବୁଗୁଡ଼ା, ୨୧।୬(ଡି.ଏନ୍‌.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ନୂଆଶାଣିତ ବଜାର ଗ୍ରାମରେ ବୁଧବାର ରାତିରେ ଗୋଟିଏ ପରିବାରର ଲୋକେ ସେହି ଗ୍ରାମର ଅଜ୍ଞାନ ସ୍ବାଇଁ(୬୦)ଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି।

ଆମ୍ବ ଗଛରେ ପିଟି ହେଲା ଅଟୋ: ଜଣେ ମୃତ, ୪ ଗୁରୁତର

ଆମ୍ବ ଗଛରେ ପିଟି ହେଲା ଅଟୋ: ଜଣେ ମୃତ, ୪ ଗୁରୁତର

ଆର୍‌.ଉଦୟଗିରି,୨୧।୬(ଡି.ଏନ୍‌.ଏ.): ଆର୍‌ ଉଦୟଗିରି ଥାନା ଅନ୍ତର୍ଗତ ହାଟପଦା ନିକଟରେ ଏକ ଆମ୍ବ ଗଛରେ ଗୁରୁବାର ଏକ ଅଟୋ ପିଟି ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

ମା’ ରାମଚଣ୍ଡୀଙ୍କ ଯାତ୍ରାକୁ ନେଇ ପ୍ରସ୍ତୁତି ଜୋରଦାର: ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ରମୁଣିସାହି

ମା’ ରାମଚଣ୍ଡୀଙ୍କ ଯାତ୍ରାକୁ ନେଇ ପ୍ରସ୍ତୁତି ଜୋରଦାର: ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ରମୁଣିସାହି

ଶେରଗଡ଼,୨୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗ୍ରାମର ମା’ ରାମଚଣ୍ଡୀଙ୍କ ଯାତ୍ରା ଶୁକ୍ରବାରଠାରୁ ଆରମ୍ଭ ହୋଇ ବୁଧବାର ପର୍ଯ୍ୟନ୍ତ ଚାଲିବ। ଏଥିନିମନ୍ତେ ରମୁଣି ସାହିରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଦାରିଙ୍ଗବାଡ଼ିରେ ଯୋଗ ଦିବସ: ପ୍ରକୃତି ସହ ସନ୍ତୁଳିତ ରହିବାକୁ ଆହ୍ବାନ

ଦାରିଙ୍ଗବାଡ଼ିରେ ଯୋଗ ଦିବସ: ପ୍ରକୃତି ସହ ସନ୍ତୁଳିତ ରହିବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୧।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ହେଲିପ୍ୟାଡ ପଡ଼ିଆଠାରେ ଗୁରୁବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ସୁସ୍ଥ ଶରୀର ଗଠନ ପାଇଁ ଦୈନିକ ଯୋଗର ଆବଶ୍ୟକତା ରହିଛି। ମନରେ ଶାନ୍ତି ଆଣିବା ପାଇଁ ଯୋଗ ନିହାତି କରିବା ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଛତ୍ରପୁର,୨୧।୬(ଡି.ଏନ.ଏ) ଗଞ୍ଜାମ ଜିଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଦାଶଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ବୃଦ୍ଧଙ୍କୁ ଗୁଳିମାଡ଼ ଘଟଣା ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ବୃଦ୍ଧଙ୍କୁ ଗୁଳିମାଡ଼ ଘଟଣା ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ଫିରିଙ୍ଗିଆ, ୨୧ା୬-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଧୀନ ବାଲନ୍ଦାପଡା ପଞ୍ଚାୟତ ବାଘପଦର ଗ୍ରାମରେ ରବିବାର ରାତିରେ ଦିବାକର କହଁରଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେ ହେଲେ ବାଘପଦରର ରବୀନ୍ଦ୍ର କହଁର।

Model This Week

ପ୍ରଭାତ