ସମ୍ବଲପୁର

ସିଲେଇ ଏଠାରେ ଶିଳ୍ପ, ଆଣିଛି ଆତ୍ମନିଯୁକ୍ତିର ସୁଯୋଗ

ସିଲେଇ ଏଠାରେ ଶିଳ୍ପ, ଆଣିଛି ଆତ୍ମନିଯୁକ୍ତିର ସୁଯୋଗ
ବଲାଙ୍ଗୀର ଅଫିସ,୩୧।୧୨ (ବୀରେନ୍ଦ୍ର କୁମାର ଝାଙ୍କର)-ସିଲେଇ ମେଶିନ୍‌ରେ ଗୋଟିଏ ଗଁାରେ କିଭଳି ଆର୍ଥିକ ଓ ସାମାଜିକ ସଂସ୍କାର ଆଣିହୁଏ ଏହା ବଲାଙ୍ଗୀର ସହର ସିନ୍ନିକଟ ରିନ୍‌ବଚନ ଗଁ।କୁ ଗଲେ ଜାଣିହୁଏ । ଏହି ଗଁ।ର ଅର୍ଦ୍ଧାଧିକ ପରିବାରର ମହିଳା ଓ ଯୁବକ ପ୍ରାୟ ଦେଢ଼ ଦଶନ୍ଧି ଧରି ସିଲେଇ ମେଶିନ୍‌ରେ ଯେଉଁ ପ୍ରଗତିଶୀଳ ଆନ୍ଦୋଳନ ଜାରି ରଖିଛନ୍ତି ତାହା ଅନେକଙ୍କ ପାଇଁ ସାଜିଛି ପ୍ରେରଣାର ଉତ୍ସ । ନୂଅଁ। ବରଷରେ ଏଭଳି କିଛି କର୍ତ୍ତବ୍ୟନିଷ୍ଠ, କର୍ମତପତ୍ର ଓ ଏକତାବଦ୍ଧ ତଥା ନିଆରା ଉଦ୍ୟମୀ ମହିଳା, ଯୁବତୀ ଓ ଯୁବକଙ୍କ କାହାଣୀ ନିଶ୍ଚିତ ରୂପେ ଅନେକଙ୍କ ପାଇଁ ଉତ୍ସାହପ୍ରଦ ହେବ । ବଲାଙ୍ଗୀର ସହରଠୁ ପ୍ରାୟ ୫କିଲୋମିଟର ଦୂରରେ ରହିଛି ସଦର ବ୍ଳକ ମାଧିଆପାଲି ପଞ୍ଚାୟତର ରିନ୍‌ବଚନ ଗଁ। । ୩ଟି ୱାର୍ଡ ବିଶିଷ୍ଟ ଏହି ଗଁ।ରେ ବାସ କରନ୍ତି ଦୁଇଶହ ପରିବାର । ଏଥିରୁ ୭୦ରୁ ଉର୍ଦ୍ଧ୍ୱ ପରିବାରର ଶତାଧିକ ମହିଳା ଓ ପୁରୁଷ ସିଲେଇ ଶିକ୍ଷା କରି ଏକ ନୂଆ ଢ଼ଙ୍ଗରେ ଜୀବନ ଜୀବିକା ଗଢ଼ିବାକୁ ସକ୍ଷମ ହୋଇଛନ୍ତି । ଏହି ଗଁ।ର ଲୋକେ ଦୀର୍ଘବର୍ଷ ହେଲା ସିଲେଇ ସହ ଯୋଡି ହୋଇଥିଲେ ବି ପ୍ରାୟ ଦେଢ଼ ଦଶନ୍ଧି ତଳେ ଗଁ।ରେ ବ୍ୟବସାୟିକ ଭିତ୍ତିରେ ଆରମ୍ଭ କରିଥିଲେ ସିଲେଇ ଆନ୍ଦୋଳନ । କୌଣସି ବିଶେଷଜ୍ଞ ତାଲିମଦାତାଙ୍କୁଠାରୁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ନଥିଲେ ମଧ୍ୟ ଗଁ।ର ଶତାଧିକ ମହିଳା ସେମାନଙ୍କର ଗଭୀର ନିଷ୍ଠା ବଳରେ ସିଲେଇ କାରିଗରୀରେ ସିଦ୍ଧହସ୍ତା ହୋଇଛନ୍ତି । ଏହାକୁ ବ୍ୟବସାୟିକ ଭାବେ ଗ୍ରହଣ କରିଥିବାରୁ ଆର୍ଥିକ ଦିଗରୁ ସିଧାସଳଖ ଲାଭବାନ୍‌ ହେବା ସହ ଏହା ସେମାନଙ୍କ ସାମାଜିକ ଜୀବନକୁ ଅଧିକ ଶୃଙ୍ଖଳିତ ଓ ସମ୍ମାନଜନକ କରିବାରେ ବେଶ୍‌ ସହାୟକ ହୋଇଛି । ପ୍ରାୟ ଦେଢ଼ ଦଶନ୍ଧି ପୂର୍ବରୁ ଗଁ।ରେ ପାରମ୍ପରିକ ସିଲେଇ ଦୋକାନ ରହିଥିଲା । ଏଥିରେ କେତେକ ମହିଳା ଘରେ ସିଲେଇ କରିବା ସହ ଆନୁସଙ୍ଗିକ କାମ କରୁଥିଲେ। ପରେ ମହିଳାମାନେ ନିଜ ଉଦ୍ୟମରେ ପରସ୍ପରଠାରୁ ସିଲେଇ ଶିଖିଲେ । କିଛିବର୍ଷ ପୂର୍ବରୁ ପ୍ରାଥମିକ ସ୍କୁଲଗୁଡିକରେ ୟୁନିଫର୍ମ ଯୋଗାଣ ପ୍ରକ୍ରିୟା ଆରମ୍ଭ ହେଲା । ଏହି ଗଁ।ର ଶତାଧିକ ମହିଳା ସିଲେଇ କାମରେ ନିୟୋଜିତ ହେଲେ। ଘରେ ଘରେ ମେଶିନ୍‌ ରଖି ସରକାରୀ ଓ ଘରୋଇ ସ୍କୁଲ ଡ୍ରେସ, ସେଲୱାର, ନାଇଟି, ଶାୟା ତିଆରି କଲେ । ବଲାଙ୍ଗୀର ସହରର ବିଭିନ୍ନ ରେଡିମେଟ୍‌ ଲୁଗା ଦୋକାନୀ ଏହି ଗଁ।ର ମହିଳା, ଯୁବକଙ୍କ ସହ ଯୋଡି ହେଲେ । ଏହି କାମ ଯୋଗୁଁ ମହିଳା ଓ ଯୁବକଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେଲା । ଘର କାମ ପରେ ବଳକା ସମୟକୁ ସିଲେଇରେ କଟାଇଲେ । ଏହାଦ୍ୱାରା ଗଁ।ରେ ଏକ ଶୃଙ୍ଖଳିତ ଓ ପରସ୍ପର ସହଯୋଗ ପରମ୍ପରା ସୃଷ୍ଟି ହେଲା । ଘରେ ବସି ବେଶ୍‌ ଦୁଇପଇସା ରୋଜଗାର କଲେ । ୨୦୦୯ମସିହାରେ ଏହି ଗଁ।ର ବନିତା ସାହୁଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଲା । ଏହାପରେ ଦୁଇବର୍ଷ ଭିତରେ ଶାଶୁ, ଶୁଶ୍ୱରଙ୍କ ମଧ୍ୟ ବିୟୋଗ ଘଟିଲା । ଏଭଳି ସଙ୍ଗୀନ ସମୟରେ ଦୁଇ ଯୁବତୀ ଝିଅଙ୍କୁ ଧରି କୁଆଡେ ଯିବେ, କ’ଣ କରିବେ ବୋଲି ଚିନ୍ତା ପଡିଲେ ବନିତା । ତେବେ ସିଲେଇ ମେଶିନ୍‌ ହିଁ ହେଲା ତାଙ୍କ ସାହାରା । ସିଲେଇ ମେଶିନ୍‌ରେ ରୋଜଗାର କରି ଦୁଇ ଝିଅଙ୍କୁ ବାହା ଦେଇ ଏବେ ବେଶ୍‌ ସ୍ବାବଲମ୍ବନଶୀଳ ଜୀବନ ଜୀଉଁଛନ୍ତି ବନିତା । ତାଙ୍କ ସଂଘର୍ଷ କାହାଣୀ ଓ ଉଦ୍‌ଯୋଗ ଅନ୍ୟକୁ ପ୍ରେରଣା ଦେଇଛି । ତାଙ୍କ ଦୁଇ ଝିଅ ବି ସିଲେଇରେ ସିଦ୍ଧଦସ୍ତା । ଗଁ।ର କଲେଜ ପଢ଼ୁଥିବା ଲୀନା ସାହୁ ପାଠ ପଢ଼ିଲା ଭିତରେ ସିଲେଇ ଶିକ୍ଷା କରି ବେଶ୍‌ ଦୁଇପଇସା ଅର୍ଜନ କରୁଛନ୍ତି । ଗଁ।ର ନମିତା ସାହୁ, ବିମଳା ନାଏକ, ବାସନ୍ତି ନାଏକ, ମହିମା ସାହୁ ଭଳି ଅନେକ ଯୁବତୀ ପାଠ ପଢ଼ିଲା ପରେ ସିଲେଇ କାର୍ଯ୍ୟ କରି ରୋଜଗାରକ୍ଷମ ହୋଇ ନିଜ ଦୈନନ୍ଦିନ ଖର୍ଚ୍ଚ ସହ ଅଭାବ ଅସୁବିଧା ସମୟରେ ପରିବାକୁ ସହଯୋଗ କରୁଛନ୍ତି । ଗଁ।ର ରମେଶ ସାହୁ, ଶ୍ରୀକାନ୍ତ ସାହୁ, ବାଞ୍ଚା ସାହୁ ଭଳି ଅନେକ ବ୍ୟକ୍ତି ସିଲେଇ ସହ ଯୋଡି ହୋଇ ଗଁ।ରେ ଏକ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି । କର୍ମନିଯୁକ୍ତି ଫଳରେ ଗଁ।ରେ ଏକ ସୁସ୍ଥ ବାତାବରଣ ତିଆରି ହୋଇଛି । ଅର୍ଥନୈତିକ ଦିଗରୁ ଲାଭବାନ ହେବା ପରେ ଗଁ।ରେ ପାରସ୍ପରିକ ସହଯୋଗ ଓ ଏକତା ବଢ଼ିଛି। ପ୍ରତିବର୍ଷ ସିଲେଇ ସହ ଯୋଡି ହୋଇଥିବା ଶତାଧିକ ମହିଳା, ଯୁବତୀ ଓ ପୁରୁଷ ଭୋଜି ଆୟୋଜନ କରି ନୂଆବର୍ଷ ପାଳନ କରୁଥିବା ଜଣାପଡିଛି । ତେବେ ଏଠାରେ ଏତେ ସଂଖ୍ୟକ ମହିଳା ନିଜ ଉଦ୍ୟମରେ ସିଲେଇ କାର୍ଯ୍ୟ କରୁଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଏମାନଙ୍କୁ ଉତ୍ସାହିତ କରିନାହାନ୍ତି । ଗଁ।ରେ ଏକ କମ୍ପ୍ୟୁନିଟି ସେଣ୍ଟର ହେଲେ ଯୁବତୀ ଓ ମହିଳାମାନେ ଲାଭବାନ୍‌ ହୋଇପାରନ୍ତେ । ଏହାବାଦ୍‌ ବିଭିନ୍ନ ଅତ୍ୟାଧୁନିକ ଫେସନ୍‌ ଓ ଡିଜାଇନ୍‌ର ସିଲେଇ ଶିକ୍ଷା ଦିଆଗଲେ ଏମାନେ ଆହୁରି ଲାଭବାନ୍‌ ହେବା ସହ କୁଶଳୀ ହୋଇପାରନ୍ତେ । ଏଦିଗରେ ସରକାରୀ ଉଦ୍ୟମ ଓ ସହଯୋଗ ଲୋଡା ବୋଲି ଗଁ।ର ମହିଳା, ଯୁବତୀ ତଥା ଯୁବକମାନେ କହିଛନ୍ତି।
All Right Reserved By

ସମ୍ବଲପୁର

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ଭଦ୍ରକଠାରେ ଶେଷ ହୋଇଥିବା ୩୩ତମ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ଏବଂ ୫ମ କେଡଟ୍‌ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୂର ଜିଲାକୁ ୫ଟି ପଦକ ମିଳିଛି। ପ୍ରତିଯୋଗିତାରେ ଜିଲାରୁ ମୋଟ ୨୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ବିଭିନ୍ନ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ଅନୁଷ୍କା ଦାଶ ଏବଂ ଦୁର୍ଲଭ କୁମାର ନାୟକଙ୍କୁ ରୋପ୍ୟ ପଦକ ମିଳିଥିବାବେଳେ ସୁରଜ ପଟ୍ଟନାୟକ, କ୍ରୀସ କୁଦେଇ ଏବଂ ମୋର୍ଯ୍ୟ ବଲ୍ଲଭ ଥନାପତିଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ବରଗଡ଼ ଅଫିସ୍‌,୧୯।୧୦- ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଗୋବିନ୍ଦପାଲିସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ କ୍ଲବ ପ୍ରାଙ୍ଗଣରେ କ୍ଲବର ସଭାପତି ରାକେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଜସଜ୍ଜା ସହ ପୂଜା କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା। 

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଶୁକ୍ରବାର କଳାହାଣ୍ଡି ଜିଲାପାଳଙ୍କ ଏନ୍‌ଏସିସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷା ବିଜୟା ଲକ୍ଷ୍ମୀ କନ୍ଦପାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲାପାଳ ଗାଭାଲି ପରାଗ ହର୍ଷଦ ଯୋଗଦେଇ ୨୮ଟି ଆବେଦନର ଶୁଣାଣି କରି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜୁନାଗଡ଼ ଏନ୍‌ଏସିର କାଉନସିଲରମାନେ ୱାର୍ଡ ଅନୁଯାୟୀ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ଜିଲାପାଳଙ୍କୁ ଦାବି ଜଣାଇଥିଲେ। 

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ବଲାଙ୍ଗୀର ଅଫିସ,୧୯।୧୦-ବଲାଙ୍ଗୀର-ଟିଟିଲାଗଡ଼ ରୋଡ ମଠଖାଇ ମନ୍ଦିରରେ ଶୁକ୍ରବାର ଦଶହରା ପୂଜା ଅବସରରେ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଗତ ୩ବର୍ଷ ହେଲା ମନ୍ଦିରରେ ଏଭଳି ଉତ୍ତେଜନା ଲାଗି ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲ,୧୯।୧୦(ଡି.ଏନ୍‌.ଏ.)- ଖପ୍ରାଖୋଲ ପୂଜା ମଣ୍ଡପଠାରେ ମା’ଦୁର୍ଗାଙ୍କ ୪୫ତମ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲ୍ବବରଣ, କଳସ ଶୋଭାଯାତ୍ରା, ନବପତ୍ରିକା ପୂଜା ଆଦି ଷଷ୍ଠୀ ଦିନରୁ ଆରମ୍ଭ ହୋଇଥିବା ବେଳେ ମହାସପ୍ତମୀରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଜୀବନ୍ୟାସ, ଚଣ୍ଡୀପାଠ ଆଦି ଅନୁଷ୍ଠିତ ହୋଇଥିଲା। 

ମା’କନକ ଦୁର୍ଗା ମନ୍ଦିରରେ ପୂଜା କାର୍ଯ୍ୟ ସମ୍ପନ୍ନ

ମା’କନକ ଦୁର୍ଗା ମନ୍ଦିରରେ ପୂଜା କାର୍ଯ୍ୟ ସମ୍ପନ୍ନ

ଦେବଗଡ,୧୯।୧୦(ସ୍ବ.ପ୍ର.)- ଦେବଗଡ଼ ପୌରାଞ୍ଚଳସ୍ଥିତ ୩ନମ୍ବର ୱାର୍ଡ ମନୋରମା କ୍ଲବ ମଠ ସାହିରେ ନବନିର୍ମିତ ମା’ କନକ ଦୁର୍ଗା ମନ୍ଦିରରେ ଶୁକ୍ରବାର ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ମା’ କନକ ଦୁର୍ଗା ମନ୍ଦିର ପୂଜା ପାଇଁ ନୟାଗଡ଼ ଜିଲା ରଣପୁର ଗ୍ରାମର ପଣ୍ଡିତ ଦୀନବନ୍ଧୁ ଶତପଥୀ ପୂଜକ ଭାବେ ଯୋଗ ଦେଇ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ସରୋଜ ମେହେର, ତାଙ୍କ ସ୍ତ୍ରୀ କିଶୋରୀ ମେହେର ଦାୟିତ୍ୱ ତୁଲାଇଥିଲେ। 

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୩ଟି ପୂଜା କମିଟି ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରାଯାଇଛି। ଉଫୁଲାସ୍ଥିତ ଶୈଲସୂତା କ୍ଲବ ପୂଜା କମିଟି ପକ୍ଷରୁ ପାଳିତ ହୋଇଆସୁଥିବା ଶାରଦୀୟ ପୂଜା ଉତ୍ସବ ସର୍ବପୁରାତନ ହୋଇଥିବା ବେଳେ ମୁଖ୍ୟବସ୍ତିର ତ୍ରିବେଣୀଛକ ଦୁର୍ଗାପୂଜା ୨୧ବର୍ଷରେ ପହଞ୍ଚିଛି।

କେସିଙ୍ଗା ସାର୍ବଜନୀନ ଦୁର୍ଗା ପୂଜା: ରାବଣ ପୋଡି ମୁଖ୍ୟ ଆକର୍ଷଣ

କେସିଙ୍ଗା ସାର୍ବଜନୀନ ଦୁର୍ଗା ପୂଜା: ରାବଣ ପୋଡି ମୁଖ୍ୟ ଆକର୍ଷଣ

କେସିଙ୍ଗା,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ସହର ଦୁର୍ଗାମଣ୍ଡପଠାରେ ୬୧ତମ ସାର୍ବଜନୀନ ଦୁର୍ଗାପୂଜା ଗତ ୮ତରିଖରୁ ଆରମ୍ଭ ହୋଇ ଶୁକ୍ରବାର ସମ୍ପନ୍ନ ହେବା ସହ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଗତ ୮ତାରିଖରୁ କଳସ ଅଧିବାସ, ପ୍ରାଣ ପ୍ରତିଷ୍ଠା, ବିଲ୍ବାବରଣ, ମହାସପ୍ତମୀ, ସନ୍ଧିପୂଜା, କୁମାରୀ ପୂଜା, ସୋମାନାଥ ବ୍ରତ, ଅପରାଜିତା ପୂଜା, ହୋମ ଚଣ୍ଡୀପାଠ, ସୂର୍ଯ୍ୟ ପୂଜା ଆଦି ଅନୁଷ୍ଠିତ ହୋଇଥିଲା।

 ଦୁର୍ଗାପୂଜା: ଦେଉଣ୍ଡିରେ ନୃତ୍ୟ ପ୍ରତିଯୋଗିତା

ଦୁର୍ଗାପୂଜା: ଦେଉଣ୍ଡିରେ ନୃତ୍ୟ ପ୍ରତିଯୋଗିତା

ଜୁନାଗଡ଼,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ପଞ୍ଚାୟତ ଦେଉଣ୍ଡି ସ୍କୁଲଛକଠାରେ ଦୁର୍ଗାପୂଜା ଉପଲକ୍ଷେ ଏକ ନୃତ୍ୟ ପ୍ରତିଯୋଗିତା ଅନଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲା ସମେତ ପଡୋଶୀ ଜିଲାର ବିଭିନ୍ନ ଅଞ୍ଚଳରୁ  ପ୍ରାୟ ୨୦ଟି ଦଳ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। କୁଟ୍ରୁର ବିକେ ଟାଇଗର ଗ୍ରୁପ ପ୍ରଥମ, ସମ୍ବଲପୁରର ଆରତୀ ରାଉତ ଦ୍ୱିତୀୟ, ଭବାନୀପାଟଣାର ସୌରଭ ସିଂହ ତୃତୀୟ, ବଣ୍ଡାବୁଟୁରାର ମିସ୍‌ ରିତା ଚତୁର୍ଥ, ସମ୍ବଲପୁର ଅତାବିରାର ପ୍ରଶାନ୍ତ ଭୋଇ ପଞ୍ଚମ ଏବଂ ଲଡୁଗଁାର ମିସ୍‌ ସଲମା ଷଷ୍ଠ ସ୍ଥାନ ଅଧିକାର କରିଥିଲେ। 

ଜରାସିଂହାରେ ପ୍ରସିଦ୍ଧ ପାଟଖଣ୍ଡାଯାତ୍ରା ଆରମ୍ଭ

ଜରାସିଂହାରେ ପ୍ରସିଦ୍ଧ ପାଟଖଣ୍ଡାଯାତ୍ରା ଆରମ୍ଭ

ଦେଓଗାଁ,୧୯।୧୦(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧୀନ ଜରାସିଂହାରେ ପାଟଖଣ୍ଡାଯାତ୍ରା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପାଟଖଣ୍ଡା ଦେବତା ସାଲେପାଲି ନିକଟସ୍ଥ ଦେଝାର ଜଙ୍ଗଲରୁ ଆବିର୍ଭାବ ହୋଇଥିଲେ। ଏହି ସମୟରେ ସ୍ବତନ୍ତ୍ର ବାଜା, ଘଣ୍ଟ, ଶଙ୍ଖ ଓ ହୁଳହୁଳିରେ ଉଛୁଳି ପଡିଥିଲା ଜମିଦାରଙ୍କ ଗିଣ୍ଡୁଲବାହାଲ ଖଳା। ଜରାସିଂହା ଜମିଦାର ତଥା ଦେବତାଙ୍କ ମୁଖ୍ୟ ସେବକ ସାମନ୍ତ ଦୁର୍ଗା ପ୍ରସାଦ ସିଂଦେଓଙ୍କ ସହ ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଦେବତାଙ୍କୁ ବରଣ କରାଯାଇଥିଲା। ପରମ୍ପରା ଅନୁସାରେ ପାଟଖଣ୍ଡା ଦେବତା ବିଭିନ୍ନ ଭଙ୍ଗିରେ ନୃତ୍ୟ କରି ସୋନଗଡ଼ ନଦୀ ମଧ୍ୟ ଦେଇ ଢୋଲରେ ବସି ପୀଠସ୍ଥଳୀକୁ ପ୍ରବେଶ କରିଥିଲେ। ପୀଠରେ ପହଞ୍ଚତ୍ବା ପରେ ପୂଜାର୍ଚ୍ଚନା କରାଯାଇଥିଲା।

ଛୋରିଆଗଡ଼ ଦୁର୍ଗାପୂଜା: ଘୁମୁରା ପ୍ରତିଯୋଗିତା

ଛୋରିଆଗଡ଼ ଦୁର୍ଗାପୂଜା: ଘୁମୁରା ପ୍ରତିଯୋଗିତା

ଜୁନାଗଡ଼,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ଠାରେ ଶାରଦୀୟ ଦୁର୍ଗାପୂଜା ପୂଜା ଉପଲକ୍ଷେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ୧୦ରୁ ଊର୍ଦ୍ଧ୍ୱ ଘୁମୁରା ଦଳ ଯୋଗଦେଇ ନିଜ କଳା ପରିବେଷଣ କରିଥିଲେ। ସେଥିମଧ୍ୟରୁ ଜୟପାଟଣାର ଜଗଜ୍ଜନନୀ ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ କଲମପୁର ବ୍ଲକ ପୋଟେସ ଗ୍ରାମର ମା’ଠାକୁରାଣୀ ଘୁମୁରା ଦଳ ଏବଂ ତୃତୀୟ ସ୍ଥାନ ଲଡୁଗାଁର ଶିବଶକ୍ତି ଘୁମୁରା ଦଳ ହୋଇଥିଲା।

ଅଟୋ-ବାଇକ୍‌ ଧକ୍କା: ୩ ଆହତ

ଅଟୋ-ବାଇକ୍‌ ଧକ୍କା: ୩ ଆହତ

ସମ୍ବଲପୁର,୧୮।୧୦(ବ୍ୟୁରୋ)-ଗୁରୁବାର ଅପରାହ୍ନ ୨ଟାରେ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ଅଟୋ-ବାଇକ୍‌ ଧକ୍କା ହେବାରୁ ଅଟୋ ଡ଼୍ରାଇଭରଙ୍କ ସହ ବାଇକ୍‌ରେ ବସିଥିବା ୨ଜଣ ଆହତ ହୋଇଛନ୍ତି। ୩ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।