ବ୍ରହ୍ମପୁର

ଦୁର୍ଘଟଣାରେ ୩ ଆହତ

ଦୁର୍ଘଟଣାରେ ୩ ଆହତ
ବୁଗୁଡ଼ା,୩୧।୧୨(ଡି.ଏନ.ଏ.)- ବୁଗୁଡ଼ା ସହର ଶକ୍ତିନଗର ରାସ୍ତାରେ ରବିବାର ସକାଳ ପ୍ରାୟ ୧୦ଟା ସମୟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ତିନିଜଣ ଆରୋହୀ ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ପ୍ରଫୁଲ୍ଲ ମହାରଣା ଓ ତାଙ୍କ ପୁଅ ସଞ୍ଜୟ ମହାରଣା ଓ ଅନ୍ୟଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମର ଅଭିମନ୍ୟୁ ଖଟାଇ। ପ୍ରଫୁଲ୍ଲ ସପରିବାରେ ତାଙ୍କ ବନ୍ଧୁ ଘରକୁ ଯାଇ ବାଇକରେ ଗଁାକୁ ଫେରୁଥିଲେ। ବୁଗୁଡ଼ା ଶକ୍ତିନଗରଠାରେ ସକାଳ ପ୍ରାୟ ୧୦ଟା ସମୟରେ ବିପରୀତ ଦିଗରୁ ଆସୁଥିବା ଅଭିମନ୍ୟୁଙ୍କ ବାଇକ ସହ ତାଙ୍କର ଧକ୍କା ହୋଇଥିଲା। ଫଳରେ ସେମାନେ ତିନିଜଣ ଆହତ ହୋଇଥିଲେ। ପରେ ସେମାନଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
All Right Reserved By

ବ୍ରହ୍ମପୁର

ପ୍ରବଳ ଥଣ୍ଡାରେ ୬ ବାଛୁରୀ ମୃତ

ଆସିକା,୧୮।୧୨ (ଡି.ଏନ୍‌.ଏ.)- ପେଥାଇ ଜନିତ କୋହଲା ପାଗ ଓ ଝିପିଝିପି ଲଗାଣ ବର୍ଷା ସୋମବାରଠାରୁ ଆସିକା ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ସକାଳେ ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତର ଖଣ୍ଡବନ୍ଧ ଗ୍ରାମ ନିକଟରେ ଏକ ଗାଈ କୁଆଁରୀରେ ୬ଟି ବାଛୁରୀଙ୍କର ମୃତ୍ୟୁ ଘଟିଛି। ୨ ଗାଈ ଓ ୪ ବାଛୁରୀ ଗୁରୁତର ହୋଇ ଚିକିତ୍ସାଧିନ ଅଛନ୍ତି।
    ପ୍ରକାଶ ଯେ, ଖଣ୍ଡବନ୍ଧ ଗ୍ରାମର ଜଣେ ଗୋପାଳକ ଗୁଣ୍ଠପଡା ନିକଟସ୍ଥ ରୁଖିଆ ପାହାଡ ପାଦଦେଶରେ ପକାଇଥିବା ଗାଈ କୁଆଁରୀରେ ଏଭଳି ଅଘଟଣ ଘଟିଛି। ଖବର ପାଇ ଆସିକା ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ପରିଡା ପହଞ୍ଚତ୍ ଗୁରୁତର ଅସୁସ୍ଥ ଗାଈ ବାଛୁରୀଙ୍କ ଚିକିତ୍ସା କରିଛନ୍ତି।  ବର୍ଷାରେ ଭିଜିବା ସହ ଅତ୍ୟଧିକ ଥଣ୍ଡାରୁ ବାଛୁରୀଙ୍କ ମୃତ୍ୟୁ ଘଟିଥିବା ପରିଡା ପ୍ରକାଶ କରିଛନ୍ତି। ଗୁରୁତର ଅସୁସ୍ଥ ଗାଈ ବାଛୁରୀ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଓ ସେମାନଙ୍କ ଚିକିତ୍ସା ଚାଲିଥିବା ଡା. ପରିଡା ସୂଚନା ଦେଇଛନ୍ତି।

ପେଥାଇ ପ୍ରଭାବରେ ୧୧ ପଞ୍ଚାୟତ ପ୍ରଭାବିତ

ପେଥାଇ ପ୍ରଭାବରେ ୧୧ ପଞ୍ଚାୟତ ପ୍ରଭାବିତ

ତୁମୁଡିବନ୍ଧ, ୧୮।୧୨(ଡି.ଏନ୍‌.ଏ.)-ପେଥାଇ ପ୍ରଭାବରେ ତୁମୁଡିବନ୍ଧ ଅଞ୍ଚଳର ମାଲିପଡା, ଧୋବଲାଖମଣ, ମହୁଲଭୁରି, ବେନାରବାହାଲ, ଡଙ୍ଗରପଦର, ତେଲିମୁଣ୍ଡା, ଜାଲେସପଟ୍ଟା, ଭାଲିଆପାଣି ଅଞ୍ଚଳରେ ବହୁତ ପ୍ରଭାବିତ ହୋଇଛି । ବ୍ଲକରେ ୪୦.୮ ମି.ମି ବର୍ଷା ହୋଇଥିବାବେଳେ କୋହଲା ପାଗକୁ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଧାନ, କପା, କାନ୍ଦୁଲ, ମାଣ୍ଡିଆ ଆଦି ସଶ୍ୟ ଅମଳ ସମୟ ହୋଇଥିବାରୁ ବର୍ଷା ପ୍ରଭାବରେ ବ୍ୟାପକ କ୍ଷତି ସମ୍ଭାବନା ରହିଛିା ତୁମୁଡିବନ୍ଧ ବ୍ଲକ ଅଞ୍ଚଳର ଅଧିକାଂଶ ଧାନ କ୍ଷେତ ଓ ଖଳାରେ ପଡିରହିଥିବାରୁ ନଷ୍ଟ ହେବାର ସମ୍ଭାବନା ଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ମୁଣ୍ଡିଗଡ, କୁର୍ତମଗଡ, କରୁକୁଡୁପା, ସିର୍ଲା, ବେଲଘର, ଗୁମା, ଲଙ୍କାଗଡ ପ୍ରମୁଖ ପଞ୍ଚାୟତରେ ଧାନ ସହିତ କପା ଚାଷମଧ୍ୟ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।  

ଜୋନାଲସ୍ତରୀୟ ମହିଳା କବାଡ଼ି: ପିସିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାମ୍ପିୟନ୍‌

ଜୋନାଲସ୍ତରୀୟ ମହିଳା କବାଡ଼ି: ପିସିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାମ୍ପିୟନ୍‌

ସୋରଡ଼ା,୧୮।୧୨(ଡି.ଏନ୍‌.ଏ.)- ଜୋନାଲ ସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କବାଡ଼ି ପ୍ରତିଯୋଗିତାରେ ପ୍ରକଶ ଚନ୍ଦ୍ର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମହିଳା ଦଳ ଚାମ୍ପିୟନ ହୋଇଛନ୍ତି। ପୋଲସରା ନିକଟ ବର୍ତ୍ତିନୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଜୋନାଲ ସ୍ତରୀୟ ପ୍ରତିଯୋଗିତରେ ଭାଗ ନେଇ ଚାମ୍ପିୟନ ହୋଇଥିଲେ। କ୍ରୀଡ଼ା ଅଧ୍ୟାପିକା ଏଲିଜା ପଟ୍ଟନାୟକଙ୍କ ନେତୃତ୍ୱରେ ୧୧ ଜଣିଆ ଏହି ଦଳ ସୋମବାର ଯାଜପୁରଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେଇ ଫେରିଛନ୍ତି।

ତିତ୍‌ଲି ପରେ ପେଥାଇ ମାଡ଼, ଚିନ୍ତାରେ ଚାଷୀ

ତିତ୍‌ଲି ପରେ ପେଥାଇ ମାଡ଼, ଚିନ୍ତାରେ ଚାଷୀ

ଚିକିଟି,୧୮।୧୨(ଡି.ଏନ.ଏ.)- ପେଥାଇର ପ୍ରଭାବରେ ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ର ୧୭ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ ୨ଦିନ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କେତେଜଣ ଚାଷୀ ଧାନ କାଟିଆଣି ଖଳାରେ ରଖିଥିବାବେଳେ ବହୁ ଧାନ ବିଲରେ ଥିଲା। ବର୍ଷା ଯୋଗୁ ବିଲ ଓ ଖଳାରେ ଥିବା ଧାନ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀ ଏବେ ଚିନ୍ତାରେ। ଅକ୍ଟୋବର ୧୧ରେ ହୋଇଥିବା ତିତ୍‌ଲି ପ୍ରଭାବରେ ବର୍ଷା ଓ ପବନ ଫଳରେ ଚିକିଟି ବ୍ଲକ୍‌ର ଅର୍ଦ୍ଧାଧିକ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଧାନ ଜମିରେ ପାଣି ମାଡିଯିବା ସହ ପଟୁ ଓ ବାଲି ମାଡି କ୍ଷତିଗ୍ରସ୍ତ ହୋଇଥିଲା।  ୩ମାସ ବିତିଯାଇଥିଲେ ସୁଦ୍ଧା କ୍ଷତିପୁରଣ ମିଳିପାରିନାହିଁ।

ଦାରିଙ୍ଗବାଡ଼ିରେ ପେଥାଇ ପ୍ରଭାବ: ପିଠା କାର୍ଯ୍ୟକ୍ରମ ବାତିଲ

 ଦାରିଙ୍ଗବାଡ଼ି,୧୮।୧୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପେଥାଇ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି।  ଗତ ତିନିଦିନ ହେବ ଉକ୍ତ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିବା ସାଙ୍ଗକୁ କୋହଲା ପାଗ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି।

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ଭଞ୍ଜନଗର,୧୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ରବିବାର ସକାଳେ ଦିଗପହଣ୍ଡି ରେଞ୍ଜରୁ ଏକ ଦନ୍ତାହାତୀର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। 

ଋଷିକୁଲ୍ୟାରୁ ପୁରୀ ଜିଲାକୁ ପାଣି ଯୋଗାଣ ପ୍ରସଙ୍ଗ : ପ୍ରଥମେ ବ୍ରିଜ୍‌ , ବ୍ୟାରେଜ ନିର୍ମାଣ କର: ସୁରକ୍ଷା ମଞ୍ଚ

ଛତ୍ରପୁର,୧୮ା୧୨(ଡି.ଏନ.ଏ)-ଗଞ୍ଜାମ ବ୍ଲକ ଶ୍ରୀବଣା ନିକଟସ୍ଥ ଋଷିକୁଲ୍ୟା ନଦୀରୁ ପୁରୀ ଜିଲାର ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ, ସତ୍ୟବାଦୀ ବ୍ଲକକୁ ପାଣି ଯୋଗାଣ ହେବ ା ଏଥିସହ ଗଞ୍ଜାମ ବ୍ଲକର ୯ ପଞ୍ଚାୟତକୁ ମଧ୍ୟ ପାଣି ମିଳିବ ା 

୨୦୦ ଅଭିଯୋଗ ଶୁଣିଲେ ଜିଲାପାଳ

୨୦୦ ଅଭିଯୋଗ ଶୁଣିଲେ ଜିଲାପାଳ

ଭଞ୍ଜନଗର,୧୮।୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଭଞ୍ଜନଗର ଠାରେ ଉପଖଣ୍ଡର ୨୦୦ ଅଭିଯୋଗ ଶୁଣାଣି କରିଛନ୍ତି। ଏଥିସହ ୧୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ଜିଲା ରେଡ଼କ୍ରସ ଫଣ୍ଡରୁ ୭୬ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଜିଲା ଆଖୁ ଚାଷୀ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସଂଘର ଦାବି ଯେ, ତୁରନ୍ତ ଆସିକା ଚିନି କାରଖାନାରେ ଆଖୁପେଡ଼ା ଆରମ୍ଭ 

ପିଅନଙ୍କୁ ଖୁଣ୍ଟରେ ବାନ୍ଧିବା ଭିଡିଓ ଭାଇରାଲ

ପିଅନଙ୍କୁ ଖୁଣ୍ଟରେ ବାନ୍ଧିବା ଭିଡିଓ ଭାଇରାଲ

ବ୍ର୍ରହ୍ମପୁର ଅଫିସ,୧୮ା୧୨-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନଉଠିଛି ା ପୂର୍ବରୁ ଛାତ୍ରୀଛାତ୍ରମାନେ ନିଜକୁ ଅସୁରକ୍ଷିତ ମନେକରୁଥିବା ବେଳେ ଏବେ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ମାସିକ ଅପରାଧ ସମୀକ୍ଷା କଲେ ଏସ୍‌ପି :  ପୁରୁଣା ମାମଲା ଶେଷ କରିବାକୁ ନିର୍ଦ୍ଦେଶ

ମାସିକ ଅପରାଧ ସମୀକ୍ଷା କଲେ ଏସ୍‌ପି : ପୁରୁଣା ମାମଲା ଶେଷ କରିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୧୮ା୧୨:ବ୍ରହ୍ମପୁର ପୋଲିସ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ସିସିଟିଏନଏସ ସମ୍ମିଳନୀ କକ୍ଷରେ ସୋମବାର ମାସିକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ା 

ପ୍ରତିଯୋଗିତା ପାଇଁ ଷ୍ଟାଡିୟମ୍‌ ଭରସା

ପ୍ରତିଯୋଗିତା ପାଇଁ ଷ୍ଟାଡିୟମ୍‌ ଭରସା

ବ୍ରହ୍ମପୁର ଅଫିସ,୧୮ା୧୨-ଛାତ୍ରୀଛାତ୍ରଙ୍କ ପାଇଁ ପଢ଼ା ସହ ଖେଳ ମଧ୍ୟ ଜରୁରି । ସୁସ୍ଥ ମନ ଏବଂ ସୁସ୍ଥ ଶରୀର ଗଠନରେ ଖେଳର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ ରାଜ୍ୟଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ, ଖେଳକୁ ପ୍ରାଥମିକତା ଦିଅନ୍ତି ବୋଲି ସର୍ବଦା କୁହନ୍ତି । ହେଲେ ତୃଣମୂଳସ୍ତରରେ ଚିତ୍ର ଭିନ୍ନ । ବ୍ରହ୍ମପୁର ସହରର ଅଧିକାଂଶ ବିଦ୍ୟାଳୟରେ ଖେଳିବା ପାଇଁ ପଡ଼ିଆ ନାହିଁ । 

ଆବୁଧାବିରେ ଫସିଛନ୍ତି ଶ୍ରମିକ

ଛତ୍ରପୁର,୧୭।୧୨(ଡି.ଏନ.ଏ.)-ଆବୁଧାବିରେ ଗଞ୍ଜାମ ଜିଲା ଛତ୍ରପୁରର ଜଣେ ଶ୍ରମିକ ଫସି ରହିଛନ୍ତି। ସେ ହେଲେ ରାଜୁ ସାହୁଙ୍କ ପୁଅ ସୁରେଶ । ସୁରେଶ ୬ ମାସ ପୂର୍ବେ କାମ କରିବା ପାଇଁ ଆବୁଧାବି ଯାଇଥିଲେ ।