ବାଲେଶ୍ୱର

୩ ଡ଼କାୟତ ଗିରଫ : ୨ବନ୍ଧୁକ, ୧୯ଗୁଳି ଜବତ

୩ ଡ଼କାୟତ ଗିରଫ : ୨ବନ୍ଧୁକ, ୧୯ଗୁଳି ଜବତ
ରୂପ୍‌ସା,୩୧।୧୨(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ହଳଦୀପଦା ସ୍ଥିତ ଏକ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ସନ୍ଦେହରେ ଧରିଥିବା ୩ ଡ଼କାୟତଙ୍କୁ ବସ୍ତା ଥାନା ପୋଲିସ ପଚରାଉଚୁରା ସାଙ୍ଗକୁ ତଦନ୍ତ କରି ରବିବାର ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ୨ଦେଶୀ ବନ୍ଧୁକ, ୧୦ ଲାଲ ରଙ୍ଗର ଗୁଳି, ୯ଟି ୮ମି.ମି. ବିଶିଷ୍ଟ ଗୁଳି, ଗୋଟିଏ ଛୁରୀ, ୨ଟି ଜିଆଇ ପାଇପ୍‌ ଓ ୩ଟି ସାଇକେଲ ଜବତ କରାଯାଇଛି । ସେମାନେ ହେଲେ ମଧ୍ୟପ୍ରଦେଶ ଜୟପୁର ଜିଲା ହୀରାପୁର ଥାନା ବୈଶାଳୀ ନଗରର ହାକିମ ଓରଫ୍‌ ହରଭଜନ ସିଂ, ଉତ୍ତରପ୍ରଦେଶ ବଦାୟୁନଜିଲା କାଦରଚକ ଥାନା ଧନୁପୁରା ଗ୍ରାମର ଗୋକୁଳ ସିଂ ଓ ଭରତ ସିଂ। ରେମୁଣା ଅଞ୍ଚଳରେ ଘରଭଡା ନେଇ ସେମାନେ ରହୁଥିଲେ। ଦିନରେ ଗାଁ ଗାଁ ବୁଲି ଫେରି କରି ପ୍ଲାଷ୍ଟିକ୍‌ ଓ ଆଲୁମିନିୟମ୍‌ ସାମଗ୍ରୀ ବ୍ୟବସାୟ କରୁଥିଲେ। ପରେ ରାତିରେ ଡକାୟତି କରୁଥିଲେ ବୋଲି ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବସ୍ତା ଏସ୍‌ଡ଼ିପିଓ ରଣଜିତ୍‌ ପୃଷ୍ଟି, ଆଇଆଇସି ଧନେଶ୍ୱର ସାହୁ ସୂଚନା ଦେଇଛନ୍ତି। ଗତ ଶନିବାର ରାତିରେ ୫ଜଣ ଡ଼କାୟତ ବ୍ୟାଙ୍କ ଲୁଟ୍‌ କରିବା ପାଇଁ ଠୁଳ ହୋଇ ଯୋଜନା କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଦେଖି ସନ୍ଦେହ କରି ପରେ କାବୁ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଚତୁରତାର ସହ ଚମ୍ପଟ ମାରିଥିଲେ। ଧରା ପଡ଼ିଥିବା ଯୁବକଙ୍କଠାରୁ ବନ୍ଧୁକ ଓ ଗୁଳି ମିଳିବାରୁ ଗ୍ରାମବାସୀ ନିର୍ଦ୍ଧୁମ ମାଡ଼ ମାରି ଥାନାକୁ ଖବର ଦେଇଥିଲେ। ଆଇଆଇସି ସାହୁ, ଏସ୍‌ଆଇ ସୁଦୀପ ମହାପାତ୍ର, ଏଏସ୍‌ଆଇ ମନୋରଞ୍ଜନ ପୁହାଣ ଓ ଚିତ୍ତରଞ୍ଜନ ମହାନ୍ତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ୩ଅଭିଯୁକ୍ତଙ୍କୁ ଥାନାକୁ ଧରି ଆଣିଥିଲେ। ପରେ ପଚରାଉଚୁରା କରିବାରୁ ସେମାନଙ୍କ ନିକଟରୁ ପୋଲିସକୁ କେତେକ ତଥ୍ୟ ମିଳିଥିଲା। ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି। ଫେରାର ଥିବା ଅନ୍ୟ ୨ ଜଣଙ୍କୁ ଧରିବା ଲାଗି ଉଦ୍ୟମ କରାଯାଉଛି। ଉଲ୍ଲେଖନୀୟଯେ, ପୂର୍ବରୁ ରେମୁଣା ଅଞ୍ଚଳରେ ଥରେ ବ୍ୟାଙ୍କ ଡ଼କାୟତି ଉଦ୍ୟମ ହୋଇଥିଲା। ଏ ନେଇ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଅଭିଯୋଗ ମତେ ପୋଲିସ ଏକ ମାମଲା (ନଂ.୩୭୧/୧୭) ରୁଜୁ କରିଥିଲା। ଗାଁ ଗାଁରେ ବୁଲି ଫେରି କରୁଥିବା ରାଜ୍ୟ ବାହାର ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରୁ କେତେକ ଚୋରି, ଡ଼କାୟତି, ଛିନ୍‌ତାଇ ଘଟଣାରେ ସମ୍ପୃକ୍ତ ରହୁଥିବାରୁ ଜନସାଧାରଣ ଏଥିପ୍ରତି ସତର୍କ ରହିବା ଆବଶ୍ୟକ ବୋଲି ଏସ୍‌ଡ଼ିପିଓ ପୃଷ୍ଟି କରିଥିଲେ।
All Right Reserved By

ବାଲେଶ୍ୱର

ଚାଷ ଜମିକୁ ହେଉନି ଜଳସେଚନ

ଚାଷ ଜମିକୁ ହେଉନି ଜଳସେଚନ

କେନ୍ଦୁଝର, ୨୦ା୧ (ସ୍ବ.ପ୍ର.)-ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ଆଦିବାସୀ ଚାଷୀ ମାନଙ୍କ ଆଗ୍ରହ ଥିଲେ ହେଁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ସେମାନେ ଚାଷକାର୍ଯ୍ୟ କରିପାରୁନାହାନ୍ତି। 

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଆଦିମାତା ଚାମ୍ପିୟନ୍‌

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଆଦିମାତା ଚାମ୍ପିୟନ୍‌

ଆନନ୍ଦପୁର,୨୦। ୧(ସ୍ବ.ପ୍ର.)-  ଆନନ୍ଦପୁର ୩ ନମ୍ବର ଓାର୍ଡ ଡାହାଣିବଣିଆ ଖେଳପଡିଆଠାରେ ଆଦିମାତା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। 

କଟା ଚାଲୁଛି, ଲାଗୁନି ନୂଆ ଗଛ

କଟା ଚାଲୁଛି, ଲାଗୁନି ନୂଆ ଗଛ

କେନ୍ଦୁଝର, ୨୦ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଖଣିଖାଦାନ, ଶିଳ୍ପ ପରେ ରାସ୍ତା ପାଇଁ ବହୁ ପୁରୁଣା ଓ ନାମୀଦାମୀ ଗଛ ଧରାଶାୟୀ ହୋଇସାରିଛି| 

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ବଳାତ୍କାରୀଙ୍କୁ ୭, ସହଯୋଗୀଙ୍କୁ ୫ ବର୍ଷ ଜେଲ୍‌

ଭଦ୍ରକ ଅଫିସ, ୨୦।୧ - ଭଦ୍ରକ ସ୍ପେଶାଲ ଟ୍ରାକ୍‌ ଜଜ୍‌ ଜନକ ରାଉତ ଏକ ନାବାଳିକାଙ୍କୁ  ଅପହରଣ ପରେ ବଳାତ୍କାର ମାମଲାର ବିଚାର କରି ଶନିବାର ବଳାତ୍କାରୀଙ୍କୁ ୭ ଓ ସହଯୋଗୀଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡ ଶୁଣାଣି କରିଛନ୍ତି। 

ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ର ଅସନ୍ତୋଷ

ଚାନ୍ଦବାଲି, ୨୦।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ୩ କଲେଜର ଡେଭ୍‌ଲପମେଣ୍ଟ ଫି’ ବୃଦ୍ଧିକୁ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। 

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ବାରିପଦା ଅଫିସ,୨୦।୧- ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମର ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ନେଇ ଅଭିଯୋଗ ହୋଇଛି।  

୮ ମାସ ପରେ ଅପହୃତା ନାବାଳିକା ଉଦ୍ଧାର

ଉଦଳା,୨୦।୧ (ଡି.ଏନ.ଏ.) - ୮ ମାସ ପୂର୍ବରୁ ଅପହୃତା ଜଣେ ନାବାଳିକାଙ୍କୁ ଉଦଳା ପୋଲିସ ଗୁଜୁରାଟରୁ ଊଦ୍ଧାର କରିଛି। ତାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ରାଇଦାଣ୍ଡିଆ ଗ୍ରାମର ନିର୍ମଳ ମଲ୍ଲିକଙ୍କୁ  ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। 

‘ପିଠା’ରେ ଗଣ୍ଡଗୋଳ: ଉତ୍ତ୍ୟକ୍ତ ମହିଳାଙ୍କ ରାସ୍ତା ଅବରୋଧ

‘ପିଠା’ରେ ଗଣ୍ଡଗୋଳ: ଉତ୍ତ୍ୟକ୍ତ ମହିଳାଙ୍କ ରାସ୍ତା ଅବରୋଧ

ବଡ଼ସାହି,୨୦ା୧(ସ୍ବ.ପ୍ର.)-‘ପିଠା’ କାର୍ଯ୍ୟକ୍ରମକୁ ହାତ ତିଆରି ପିଠା ଆଣିଲେ ମିଳିବ ପ୍ରୋତ୍ସାହନ ରାଶି । ଏପରି କଥାରେ ବିଶ୍ୱାସ କରି ବଡ଼ସାହି ବ୍ଳକ ଅଧୀନ ପଟିସାରୀ ପଞ୍ଚାୟତରେ ଶନିବାର ହେଉଥିବା ‘ପିଠା’ କାର୍ଯ୍ୟକ୍ରମରେ ପଞ୍ଚାୟତର ୧୨/୧୩ ଏସଏଚଜି ଗ୍ରୁପର ଶତାଧିକ ମହିଳା ହାତ ତିଆରି ପିଠା ସହ ସାମିଲ ହୋଇଥିଲେ| 

ଉନ୍ନତମାନର ଚିକିତ୍ସା ଯୋଗାଇବା ନେଇ ଆଲୋଚନା

ଉନ୍ନତମାନର ଚିକିତ୍ସା ଯୋଗାଇବା ନେଇ ଆଲୋଚନା

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ରୋଟାରୀ କ୍ଲବର ଚକ୍ଷୁ ଚିକିତ୍ସାଳୟକୁ ନୂଆଦିଲ୍ଲୀ ଏମ୍‌ସର ବରିଷ୍ଠ ଡାକ୍ତର ଅଶୋକ କୁମାର ମହାପାତ୍ର ପରିଦର୍ଶନ କରିଥିଲେ। ବାଲେଶ୍ୱର ରୋଟାରୀ କ୍ଲବର ଚକ୍ଷୁ ଚିକିତ୍ସାଳୟ ଉନ୍ନତମାନର ସେବା ଯୋଗାଇ ଚାଲିଛି। 

୭ ପ୍ରତିଭାଙ୍କୁ ମିଳିବ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ’

୭ ପ୍ରତିଭାଙ୍କୁ ମିଳିବ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ’

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ଜିଲାର ଏକ ଅଗ୍ରଣୀ ସମାଜସେବୀ ସଙ୍ଗଠନ ‘ଜ୍ଞାନଶ୍ରୀ’ ପକ୍ଷରୁ ଚଳିତବର୍ଷ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ-୨୦୧୯’ରେ ୭ଜଣ ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ। ଏ ସମ୍ପର୍କରେ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରତିଭା ସମ୍ମାନ ଅଭ୍ୟର୍ଥନା କମିଟି ସଭାପତି ସୁବାସିନୀ ଜେନା ପ୍ରକାଶ କରିଛନ୍ତି। 

ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଭା ମହୋତ୍ସବ ଆରମ୍ଭ

ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଭା ମହୋତ୍ସବ ଆରମ୍ଭ

ଖଇରା, ୨୦।୧(ଡି.ଏନ.ଏ.)-ଖଇରା ବ୍ଲକର ଅଗ୍ରଣୀ ପୂଜ୍ୟପୂଜା ସଙ୍ଗଠନ ପ୍ରତିଭା ମହୋତ୍ସବ ପ୍ରତିଯୋଗିତା, ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି।

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧୯।୧-କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବାଲେଶ୍ୱର ରେଳଷ୍ଟେଶନରେ କାର୍ଯ୍ୟ କରୁଥିବା ଅଲ୍‌ ଇଣ୍ଡିଆ ଲାଲ୍‌ ବରଦୀ କୁଲି ୟୁନିଅନ୍‌ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନେଇ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର  ପ୍ରଦାନ କରାଯାଇଛି।