ଖେଳ |

ଗୀତାଙ୍କୁ ହରାଇ ରାଜ୍ୟଗୋଷ୍ଠୀ ଯୋଗ୍ୟତା ପାଇଲେ ପୂଜା

ଗୀତାଙ୍କୁ ହରାଇ ରାଜ୍ୟଗୋଷ୍ଠୀ ଯୋଗ୍ୟତା ପାଇଲେ ପୂଜା
ନୂଆଦିଲ୍ଲୀ, ୩୧।୧୨- ଭାରତୀୟ ରେସଲିଂ ଜଗତରେ ରବିବାର ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଛି। ବଲିଉଡ୍‌ ଫିଲ୍ମ ‘ଦଙ୍ଗଲ’ରେ ଅଭିନୟ କରିବା ପାଇଁ ଚୟନ ପ୍ରକ୍ରିୟାରେ ଭାଗ ନେଇଥିବା ହରିୟାଣା ରେସ୍‌ଲର ପୂଜା ଧାନ୍ଦା, ଗୀତା ଫୋଗତ୍‌ଙ୍କୁ ହରାଇ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଚୟନ ଶିବିରରେ ପୂଜା ନିଜ ପ୍ରଦର୍ଶନରେ ପ୍ରତିପକ୍ଷ ଯୋଦ୍ଧା ତଥା ଦର୍ଶକଙ୍କୁ ହତ୍‌ବାକ୍‌ କରି ଦେଇଛନ୍ତିି। ପୂଜା ୫୭ କିଗ୍ରା ଫ୍ରିଷ୍ଟାଇଲ୍‌ ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଅଧିକାର ପାଇଛନ୍ତି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଫୋଗତ୍‌ ଭଉଣୀଙ୍କୁ ରବିବାର ମିଶ୍ରିତ ଫଳାଫଳ ମିଳିଛି। ବବିତା (୫୩ କିଗ୍ରା) ଓ ଭିନେଶ (୫୦ କିଗ୍ରା) ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଥିବାବେଳେ ଗୀତା ଓ ରିତୁ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି। ରିଓ ଅଲିମ୍ପିକ୍‌ ବ୍ରୋଞ୍ଜ ପଦକଧାରୀ ସାକ୍ଷୀ ମଲିକ ୬୨ କିଗ୍ରା ବର୍ଗରେ ରେସ୍ମା ମାନେଙ୍କୁ ହରାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା ପାଇଛନ୍ତି। ଉଲ୍ଲେଖଥାଉ କି, ଦଙ୍ଗଲ ଫିଲ୍ମର ଗୀତାଙ୍କ ଭୂମିକା ପାଇଁ ହୋଇଥିବା ଚୟନ ପ୍ରକ୍ରିୟାରେ ପୂଜା ଭାଗ ନେଇଥିଲେ। କିନ୍ତୁ ତାଙ୍କୁ ଗୀତାଙ୍କ ସାନ ଭଉଣୀ ବବିତାଙ୍କ ଭୂମିକାରେ ଚୟନ କରାଯାଇଥିଲା। ଶୁଟିଂ ଆରମ୍ଭ ହେବା ପରେ ଆଣ୍ଠୁଜନିତ ଆଘାତ ସମସ୍ୟା କାରଣରୁ ସେ ଫିଲ୍ମରୁ ଓହରିଯାଇଥିଲେ।
All Right Reserved By

ଖେଳ |

ପରାଜୟରୁ ଓଡ଼ିଶାର ଅଭିଯାନ

ପରାଜୟରୁ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର, ୨୦।୯(ସ୍ପୋଟର୍‌ସ ବ୍ୟୁରୋ)- ପରାଜୟରୁ ଓଡ଼ିଶା କ୍ରିକେଟ ଦଳ ତା’ର ଘରୋଇ କ୍ରିକେଟ ସିଜନ ଆରମ୍ଭ କରିଛି। ଗୁରୁବାର ବିଜୟ ହଜାରେ ଟ୍ରଫି ଏକଦିବସୀୟ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ୬ ଉଇକେଟ୍‌ରେ ଓଡ଼ିଶାକୁ ପରାସ୍ତ କରିଛି।

ପାଣ୍ଡ୍ୟାଙ୍କ ପରେ ଅକ୍ଷର, ଶାର୍ଦ୍ଦୁଳ ବାହାରିଲେ

ପାଣ୍ଡ୍ୟାଙ୍କ ପରେ ଅକ୍ଷର, ଶାର୍ଦ୍ଦୁଳ ବାହାରିଲେ

ଦୁବାଇ, ୨୦।୯(ପି.ଟି.)- ଚଳିତ ଏସିଆ କପ୍‌ ଅଧାରୁ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ କ୍ରିକେଟ ଦଳକୁ ଆଘାତ ସମସ୍ୟା ଚିନ୍ତାରେ ପକାଇଛି। ପ୍ରଥମେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ୍‌ ପଡ଼ିଥିବାବେଳେ ଏବେ ଏହି ତାଲିକାରେ ସ୍ପିନର ଅକ୍ଷର ପଟେଲ ଓ ସ୍ପିଡ୍‌ଷ୍ଟାର ଶାର୍ଦ୍ଦୁଳ ଠାକୁର ଯୋଡ଼ି ହୋଇଛନ୍ତି। 

ରୋନାଲ୍ଡୋଙ୍କୁ ରେଡ୍‌ କାର୍ଡ

ରୋନାଲ୍ଡୋଙ୍କୁ ରେଡ୍‌ କାର୍ଡ

ଭାଲେନସିଆ (ସ୍ପେନ), ୨୦।୯- ତାରକା ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ରେଡ୍‌ କାର୍ଡ ମିଳିଛି। ଏଠାରେ ଖେଳାଯାଇଥିବା ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ୍‌-ଏଚ୍‌’ର ଭାଲେନସିଆ ବିପକ୍ଷ ମ୍ୟାଚ୍‌ରେ ଜୁଭେଣ୍ଟସ୍‌ର ଦାମୀ ଖେଳାଳି ରୋନାଲ୍ଡୋଙ୍କୁ ରେଫରି ରେଡ୍‌ କାର୍ଡ ଦେଖାଇବାରୁ ମ୍ୟାଚ୍‌ ଅଧାରୁ ସେ ପଡ଼ିଆ ଛାଡ଼ିଥିଲେ।

ବେଜିଂ, ସାଂଘାଇ ଟୁର୍ନାମେଣ୍ଟରୁ ନାଡାଲ ଓହରିଲେ

ବେଜିଂ, ସାଂଘାଇ ଟୁର୍ନାମେଣ୍ଟରୁ ନାଡାଲ ଓହରିଲେ

ବାର୍ସିଲୋନା, ୨୦।୯(ଏଏଫ୍‌ପି)- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ତଥା ସ୍ପାନିଶ ତାରକା ରାଫାଲ ନାଡାଲ ଆଘାତ ସମସ୍ୟା ଲାଗି ଆଗାମୀ ଚାଇନା ଓପନ୍‌ ଓ ସାଂଘାଇ ମାଷ୍ଟର୍ସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। 

ଦୁଇ ଦଶନ୍ଧି ତଳର ବିଶ୍ୱରେକର୍ଡ ଭାଙ୍ଗିଲେ ନଦୀମ

ଦୁଇ ଦଶନ୍ଧି ତଳର ବିଶ୍ୱରେକର୍ଡ ଭାଙ୍ଗିଲେ ନଦୀମ

ଚେନ୍ନାଇ, ୨୦।୯(ପି.ଟି.)- ଝାଡ଼ଖଣ୍ଡ ବାମହାତୀ ସ୍ପିନର ଶାହବାଜ ନଦୀମ ଦୁଇ ଦଶନ୍ଧି ତଳର ବିଶ୍ୱରେକର୍ଡ ଭାଙ୍ଗି ନୂତନ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଗୁରୁବାର ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ନଦୀମ ୧୦ ରନ ବିନିମୟରେ ୮ଟି ଉଇକେଟ୍‌ ଅକ୍ତିଆର କରିଥିଲେ।

ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଲେ ଆର୍ଥର

ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଲେ ଆର୍ଥର

ଦୁବାଇ, ୨୦।୯(ପି.ଟି.)- ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାରେ ଭାରତ ନିକଟରୁ ଶୋଚନୀୟଭାବେ ପରାସ୍ତ ହେବା ପରେ ପାକିସ୍ତାନ କୋଚ୍‌ ମିକି ଆର୍ଥର ଦଳର ବ୍ୟାଟ୍ସମ୍ୟାନଙ୍କୁ ଦାୟୀ କରିଛନ୍ତି। ବ୍ୟାଟ୍ସମ୍ୟାନମାନେ ଚାପର ସମ୍ମୁଖୀନ ହୋଇପାରିଲେ ନାହିଁ ବୋଲି ଆର୍ଥର କହିଛନ୍ତି।

ପାଣ୍ଡ୍ୟା ଆଉଟ୍‌: ଚହରଙ୍କୁ ଡାକରା

ପାଣ୍ଡ୍ୟା ଆଉଟ୍‌: ଚହରଙ୍କୁ ଡାକରା

ଦୁବାଇ, ୨୦।୯(ପି.ଟି.)- ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଅଧାରୁ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ଦଳକୁ ଶକ୍ତ ଧକ୍କା ଲାଗିଛି। ଆହତ ସମସ୍ୟା ଲାଗି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅନ୍ୟତମ ଅଲ୍‌ରାଉଣ୍ଡର ଦୀପକ ଚହରଙ୍କୁ ଦଳ ସହ ଯୋଗଦେବାକୁ ଡାକରା ମିଳିଛି। 

ଦୃଷ୍ଟିହୀନ ଟି୨୦ କ୍ରିକେଟ: ଭାରତୀୟ ଦଳରେ ପଙ୍କଜ, ନକୁଳ

ଦୃଷ୍ଟିହୀନ ଟି୨୦ କ୍ରିକେଟ: ଭାରତୀୟ ଦଳରେ ପଙ୍କଜ, ନକୁଳ

ଭୁବନେଶ୍ୱର, ୨୦।୯(ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭାରତ ଓ ଇଂଲଣ୍ଡ ଦୃଷ୍ଟିହୀନ କ୍ରିକେଟ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଅକ୍ଟୋବର ୨ରୁ ବାଙ୍ଗାଲୋରରେ ଆରମ୍ଭ ହେବ। ଏଥିଲାଗି ଓଡ଼ିଶାର ପଙ୍କଜ ଭୁଏ ଓ ନକୁଳ ବଡ଼ନାୟକଙ୍କୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସ୍ଥାନ ମିଳିଛି।

କ୍ୟାମ୍ପରେ ଅମିତ, ଚାପ ନା ବାସ୍ତବତା

କ୍ୟାମ୍ପରେ ଅମିତ, ଚାପ ନା ବାସ୍ତବତା

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଓ ବିଶ୍ୱକପକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବର ୧୨ରେ ଘୋଷିତ ୨୫ ଜଣିଆ କୋର ଗ୍ରୁପ ଖେଳାଳି ତାଲିକାରେ ଜଣେ ହେଲେ ଓଡ଼ିଶା ଖେଳାଳି ସାମିଲ ନ ଥିଲେ। ବୀରେନ୍ଦ୍ର ଲାକ୍ରା ଆହତ ସମସ୍ୟାରେ ଥିବା ପ୍ରକାଶ କରାଯାଇଥିଲା।

ଓଏଏର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା ଜଗମୋହନ ସଭାପତି, ଆଶୀର୍ବାଦ ସମ୍ପାଦକ

ଓଏଏର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା ଜଗମୋହନ ସଭାପତି, ଆଶୀର୍ବାଦ ସମ୍ପାଦକ

କଟକ ଅଫିସ,୨୦ା୯- ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ(ଓଏଏ)ର ନୂତନ କର୍ମକର୍ତ୍ତାଙ୍କ ନାମ ବୁଧବାର ଘୋଷଣା କରାଯାଇଛି । ପ୍ରତ୍ୟେକ ପଦବୀ ନିମନ୍ତେ ଥିବା ନିର୍ଦ୍ଦିଷ୍ଟ ସିଟ ସଂଖ୍ୟା ତୁଳନାରେ ଅଧିକ ଆବେଦନକାରୀ ନ ଥିବାରୁ ନିର୍ବାଚନର ଆବଶ୍ୟକତା ପଡ଼ିନାହିଁ ।

୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବେ ଉତ୍ତର, ଦକ୍ଷିଣ କୋରିଆ

୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବେ ଉତ୍ତର, ଦକ୍ଷିଣ କୋରିଆ

ସିଓଲ,୨୦।୯(ଏଏଫ୍‌ପି)- ଉତ୍ତର ଓ ଦକ୍ଷିଣ କୋରିଆ ଯୁଗ୍ମ ଭାବେ ୨୦୩୨ ଅଲିମ୍ପିକ୍ସ ପାଇଁ ଆୟୋଜନ ଅଧିକାର ବା ବିଡ୍‌ ଦାଖଲ କରିବାକୁ ଘୋଷଣା କରିଛନ୍ତି।  ଦକ୍ଷିଣ କୋରିଆ ସଫଳତାର ସହ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ କରିବା ପରେ କୋରିଆ

ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌ ପ୍ରି କ୍ୱାର୍ଟରରେ ଶ୍ରୀକାନ୍ତ, ଅଶ୍ୱିନୀ- ସାତ୍ତ୍ୱିକ୍‌

ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌ ପ୍ରି କ୍ୱାର୍ଟରରେ ଶ୍ରୀକାନ୍ତ, ଅଶ୍ୱିନୀ- ସାତ୍ତ୍ୱିକ୍‌

ଚାଙ୍ଗଝଉ, ୨୦।୯ (ପି.ଟି.)- ଏଠାରେ ଚାଲିଥିବା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ତାରକା ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।