ରାୟଗଡା

ରହସ୍ୟରେ ରହିଲା ଛାତ୍ରଙ୍କ ଆତ୍ମହତ୍ୟା ଘଟଣା, ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା

ରହସ୍ୟରେ ରହିଲା ଛାତ୍ରଙ୍କ ଆତ୍ମହତ୍ୟା ଘଟଣା, ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା
ଗୁଣପୁର,୩୧।୧୨(ଡି.ଏନ.ଏ.)- ଗୁଣପୁରସ୍ଥିତ ଜିଆଇଇଟିର ଛାତ୍ର ନିରୋଜ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାରୁ ଏବେ ଯାଏଁ ହଟିପାରିଲାନି ପରଦା। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ ଏବେ ବି କାରଣ ଅସ୍ପଷ୍ଟ ହୋଇ ରହିଛି। ସହରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ନିରୋଜ ଗୁଣପୁର ଜିଆଇଇଟିରେ ସିଭିଲ ଇଞ୍ଜିନିୟର ୪ର୍ଥ ବର୍ଷରେ ଅଧ୍ୟୟନ ରତ ଥିଲେ । ବଳରାମ ନଗରସ୍ଥିତ ତୁଳସି ନଗରଠାରେ ଜନୈକ ସାଙ୍ଗଙ୍କ ସହ ଭଡା ଘରେ ରହି ପାଠ ପଢୁଥିଲେ । ପରୀକ୍ଷା ସାରି ସାଙ୍ଗ ଜଣଙ୍କ ଘରକୁ ଫେରି ଦେଖିଲା ବେଳକୁ କବାଟ ବନ୍ଦ ରହିଥିଲା । ସେ କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଥିଲେ ନିରୋଜ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଘଟଣାର ଛଅ ଦିନ ପରେ ବି ସହରରେ ଚର୍ଚ୍ଚା ଥମିବାରେ ନା ଧରୁନି । ଘଟଣାକୁ ନେଇ ଅନେକ ମତ ପ୍ରକାଶ ପାଉଛି । ଏହି ଘଟଣାର ତଦନ୍ତ କାହିଁକି କରାଗଲା ନାହିଁ ତାହାକୁ ନେଇ ସୋସିଆଲ ମିଡିଆରେ ନାନା ପ୍ରଶ୍ନ ଉଠୁଛି । ତେବେ ନିରୋଜଙ୍କ ଭାଇ ଦେବାଶିଷ କହିଥିଲେ, ନିରୋଜ ସର୍ବଦା ବିଷାଦରେ ରହୁଥିଲେ । କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି । ଏଥିପାଇଁ କିଏ ଦାୟୀ ଏସବୁ ପ୍ରଶ୍ନ ବୁଦ୍ଧଜୀବୀମାନଙ୍କୁ ଖୁବ୍‌ ଆନ୍ଦୋଳିତ କରିଛି । ଏପରି ଘଟଣା ଏବେ ଏକ ଅପମୃତ୍ୟୁ ମାମଲା ମଧ୍ୟରେ ଚାପି ହୋଇ ରହିଯାଇଛି।
All Right Reserved By

ରାୟଗଡା

ସରକାରଙ୍କ ଚେତାବନୀକୁ ବେଖାତିର: ମଣ୍ଡିରେ କାଟ୍‌ ଖାଇ କିଣା ହେଉଛି ଧାନ

ସରକାରଙ୍କ ଚେତାବନୀକୁ ବେଖାତିର: ମଣ୍ଡିରେ କାଟ୍‌ ଖାଇ କିଣା ହେଉଛି ଧାନ

ଜୟପୁର,୧୨ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ମଣ୍ଡି ଆରମ୍ଭ ହେବାର ଏକ ମାସ ପରେ ଧାନକିଣା ଆରମ୍ଭ ହୋଇଛି ଏନେଇ ଚାଷୀ ଓ ମିଲ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି। ଚାଷୀମାନେ ଧାନକୁ ବିନା ଯାଞ୍ଚ ଏବଂ ଢଳେଇ କରାଯାଇ କିଣିବାକୁ ଦାବି କରିଥିଲେ। 

ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ଧାନ

ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ଧାନ

କୁନ୍ଦୁରା,୧୨ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ମାସକ ତଳୁ ଖରିଫ୍‌ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହିଛି। ମିଲ୍‌ ମାଲିକ ଓ କ୍ରୟକାରୀ ସଂସ୍ଥାର ଅସହଯୋଗ ଫଳରେ ଧାନକିଣା ଆଗେଇ ପାରୁନାହିଁ। 

ବିଭିନ୍ନ ଦାବିରେ ଧାରଣାକୁ ଓହ୍ଲାଇଲା ବ୍ୟାଙ୍କ କର୍ମଚାରୀ ସଂଘ

ବିଭିନ୍ନ ଦାବିରେ ଧାରଣାକୁ ଓହ୍ଲାଇଲା ବ୍ୟାଙ୍କ କର୍ମଚାରୀ ସଂଘ

ଜୟପୁର,୧୧ା୧୨(ଡି.ଏନ୍‌.ଏ.): ଜୟପୁରସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି)ର ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ମଙ୍ଗଳବାର ଧାରଣାକୁ ଓହ୍ଲାଇଛନ୍ତି।

ଆଦିବାସୀ ମାନ୍ୟତା ଦାବି ଉଠାଲା ଗିରିଜନ ବିକାଶ ପରିଷଦ

ଆଦିବାସୀ ମାନ୍ୟତା ଦାବି ଉଠାଲା ଗିରିଜନ ବିକାଶ ପରିଷଦ

ନନ୍ଦପୁର,୧୧ା୧୨(ଡି.ଏନ୍‌.ଏ.): ନନ୍ଦପୁର ସଦର ସ୍ଥିତ ସର୍ବେଶ୍ୱର ମନ୍ଦିରରେ ମଙ୍ଗଳବାର ଦକ୍ଷିଣ ଓଡ଼ିଶା ଗିରିଜନ ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପରିଷଦର ଅବିଭକ୍ତ କୋରାପୁଟ ଜିଲାର କର୍ମକର୍ତ୍ତା ଯୋଗ ଦେଇଥିଲେ। ଆନ୍ଧ୍ରପ୍ରଦେଶରେ ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକ ମଧ୍ୟ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ରହିଛନ୍ତି। 

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

ତିନି ପଞ୍ଚାୟତକୁ ମରୁଡି ଘୋଷଣା ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ

ତିନି ପଞ୍ଚାୟତକୁ ମରୁଡି ଘୋଷଣା ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ

ଜୟପୁର,୧୧।୧୨(ଡି.ଏନ.ଏ)- ବୋରିଗୁମ୍ମା ବ୍ଲକର ତିନି ପଞ୍ଚାୟତର ଚାଷ ଜମି ଗୁଡ଼ିକରେ ପାଣି ଅଭାବ ଯୋଗଁୁ ଖରିଫ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ଡେଙ୍ଗପଦର, ଆଉଁଳି ଏବଂ ସାନପରିଆ ପଞ୍ଚାୟତକୁ ସରକାର ମରୁଡ଼ି ଘୋଷଣା କରିବା ଦାବି ନେଇ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସୋମବାର ଘେରାଉ କରିବା ସହିତ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। 

ପୂର୍ବତନ ସରପଞ୍ଚଙ୍କ ଅଶ୍ଳିଳ ଭିଡିଓ ଭାଇରାଲ: ସ୍ତ୍ରୀ-ସ୍ବାମୀଙ୍କ ଥାନାରେ ପୃଥକ ଅଭିଯୋଗ

ପୂର୍ବତନ ସରପଞ୍ଚଙ୍କ ଅଶ୍ଳିଳ ଭିଡିଓ ଭାଇରାଲ: ସ୍ତ୍ରୀ-ସ୍ବାମୀଙ୍କ ଥାନାରେ ପୃଥକ ଅଭିଯୋଗ

ନବରଙ୍ଗପୁର,୧୧।୧୨(ବି.ପ୍ର.): ନବରଙ୍ଗପୁର ଜିଲା ଡାବୁଗାଁ ଥାନାଅଧିନ ଜଣେ ପୂର୍ବତନ ମହିଳା ସରପଞ୍ଚଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ହୋଇଥିବା ନେଇ ତାଙ୍କ ସ୍ବାମୀ ସୋମବାର ନନ୍ଦପୁରା ଗାଁର ଜଣେ ଠିକାଦାର ମହେଶ ଦାଶ ପନକା ନାମରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତିା ଭିଡିଓ ଭାଇରାଲ କାହଁିକି କଲୁ ବୋଲି ପରାଚରିବା ପରେ ଠିକାଦାର ଜଣକ ବିଭିନ୍ନ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତିା

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଝରିଗାଁ ଲ୍ୟାମ୍ପ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଝରିଗାଁ ଲ୍ୟାମ୍ପ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର/ଝରିଗାଁ,୧୧।୧୨(ବି.ପ୍ର./ସ୍ବ.ପ୍ର.)- ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଝରିଗାଁ ଲ୍ୟାମ୍ପ୍ସ ସମ୍ପାଦକ ଗୟା ନାରାୟଣ ମାଟିଆଙ୍କ ଘର ସମେତ ୮ଟି ସ୍ଥାନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ଚଢାଉ ଜାରି ରହିଛି ା

ଚିକିତ୍ସାରେ ଅର୍ଥ ବାଧକ: କଥା କହିପାରୁନି ୧୮ ବର୍ଷର ପୁଅ

ଖଇରପୁଟ,୧୧।୧୨(ଡି.ଏନ.ଏ) - ମାଲକାନଗିରି ଜିଲା ଖଇରପୁଟ ବ୍ଲକ ସର୍ଗିଗୁଡା ଗ୍ରାମରେ  ଜଣେ  ୧୮ ବର୍ଷର ଯୁବକ ଜନ୍ମରୁ ନିଜ ପରିବାର ଉପରେ ବୋଝ ସାଜିଛନ୍ତି। ଅତି ଦୟନୀୟ ଅବସ୍ଥାରେ ପରିବାର ଏବଂ ଯୁବକ ଜଣକ ଦିନ ବିତାଉଛନ୍ତି ା ସରକାର ଚାହଁିଲେ   ମୋ ପୁଅକୁ  ଭଲ  କରିଦେବେ ବୋଲି ମାଆବାପା ଆକୁଳ ନିବେଦନ କରିଛନ୍ତି ା  

ବିଧାୟକଙ୍କ ହସ୍ତକ୍ଷେପ ଯୋଗୁ ୨୪ ଘଣ୍ଟା ମଧ୍ୟରେ ଖୋଳାଗଲା ନଳକୂପ

ଗୋବିନ୍ଦପାଲ୍ଲୀ,୧୧।୧୨(ଡି.ଏନ୍‌.ଏ.)-ଖଇରପୁଟ ବ୍ଲକ ଗୋବିନ୍ଦପାଲିସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଏକ ନଳକୂପ ସୋମବାର ଖୋଳାଯାଇଛି। ବହୁ ଦିନ ଧରି ଏଠାରେ ପାନୀୟ ଜଳ ହଇରାଣ ହେବାକୁ ପଡୁଥିଲା।

ଟୋକନ ନ ମିଳିବାରୁ ଚାଷୀଙ୍କ ଲ୍ୟାମ୍ପସ ଘେରାଉ

ଟୋକନ ନ ମିଳିବାରୁ ଚାଷୀଙ୍କ ଲ୍ୟାମ୍ପସ ଘେରାଉ

ପାପଡାହାଣ୍ଡି/ମଇଦଲପୁର,୧୦।୧୨(ଡି.ଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଲ୍ୟାମ୍ପସର ଶତାଧିକ ଚାଷୀ ଟୋକନ ନ ପାଇ ସୋମବାର ଲ୍ୟାମ୍ପସ କାର୍ଯ୍ୟାଳୟ ଘେରାଉ କରିଥିଲେ। 

ସରକାରୀ ସହାୟତା  ସ୍ବପ୍ନ

ସରକାରୀ ସହାୟତା ସ୍ବପ୍ନ

ଗୋବିନ୍ଦପାଲି,୧୦।୧୨- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତର ପୂଜାରିଗୁଡା ଗ୍ରାମରେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ସମାରୀ ହନ୍ତାଳ। ସ୍ବର୍ଗତ ଅଦିଆ ହନ୍ତାଳଙ୍କ ସ୍ତ୍ରୀ ସମାରୀଙ୍କୁ ବୟସ ୭୦ ଟପିଲାଣି। ଏଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନି। ତାଙ୍କର ଆଧାର କାର୍ଡ କିମ୍ବା ଭୋଟ ପରିଚୟପତ୍ର ନାହିଁ। ତାଙ୍କ କାନକୁ ଭଲ ଶୁଭୁନାହିଁ କି ଆଖିକୁ ଭଲ ଦେଖାଯାଉନାହିଁ।