ବାଲେଶ୍ୱର

ପୋଖରୀରେ ବୁଡି ମହିଳା ମୃତ

ପୋଖରୀରେ ବୁଡି ମହିଳା ମୃତ
ଆରଡି, ୩୧।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲୀ ବ୍ଲକର ସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ପାରଡିଆ ଗ୍ରାମର ଜାନକୀ ଲତା ସେଠୀ(୩୫)ଙ୍କ ପୋଖରୀରେ ବୁଡିଯିବା ଯୋଗୁ ମୃତ୍ୟୁ ଘଟିଛି। ଆରଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ପ୍ରକାଶ ଯେ, ଜାନକୀ ପୋଖରୀରେ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ।
All Right Reserved By

ବାଲେଶ୍ୱର

ମିଳିତ ଅଭିଯୋଗ ଶୁଣାଣି

ମିଳିତ ଅଭିଯୋଗ ଶୁଣାଣି

ଚାନ୍ଦବାଲି,୨୪।୯(ଡି.ଏନ.ଏ.)-ଚାନ୍ଦବାଲି ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୦ଟି ଅଭିଯୋଗ ହସ୍ତଗତ ହୋଇଥିଲା।

ଭଣ୍ଡାରିପୋଖରୀ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ଭଣ୍ଡାରିପୋଖରୀ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ଭଣ୍ଡାରିପୋଖରୀ,୨୪।୯(ଡି.ଏନ.ଏ.)-ଭଣ୍ଡାରିପୋଖରୀ ସଞ୍ଜୁକ୍ତ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆସନ୍ତା ଡିସେମ୍ବର ମାସରେ ପାଳନ କରାଯିବ। ଏନେଇ  ପ୍ରସ୍ତୁତି ବୈଠକ ରବିବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପ୍ରଧାନ ଶିକ୍ଷକ କରୁଣାକର ଉପାଧ୍ୟାୟ ସଭାପତିତ୍ୱ କରିଥିଲେ। 

ଜାତୀୟ ହୋ ଯୁବ ସମ୍ମିଳନୀ ପ୍ରସ୍ତୁତି ବୈଠକ

ଜାତୀୟ ହୋ ଯୁବ ସମ୍ମିଳନୀ ପ୍ରସ୍ତୁତି ବୈଠକ

ଯୋଡ଼ା, ୨୪।୯(ଡି.ଏନ.ଏ.): କେନ୍ଦୁଝର ଜିଲାରେ ସକ୍ରୀୟ ଥିବା ଆଦିବାସୀ ସାମାଜିକ ସଙ୍ଗଠନ ହୋ ଉପରୁମ ଜୁମୁର ଆକାଳା ପକ୍ଷରୁ ଆସନ୍ତା ଅକ୍ଟୋବର ୨୦ ଓ ୨୧ରେ ହେବାକୁଥିବା ଜାତୀୟ ହୋ ଯୁବ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଡ଼ା, ଜୁରୁଡି, ବଡବିଲ୍‌, ବିଲେଇପଦା, ବଲାଣି, କିରିବୁରୁ, ନୂଆମୁଣ୍ଡି, ଗୁଆଲି, ଭଦ୍ରାସାହିରୁ ଶତାଧିକ ଯୁବତୀଯୁବକ ଯୋଗ ଦେଇଥିଲେ। 

ଚାଷୀଙ୍କୁ ପମ୍ପ୍‌ସେଟ୍‌ ବଣ୍ଟନ

ଚାଷୀଙ୍କୁ ପମ୍ପ୍‌ସେଟ୍‌ ବଣ୍ଟନ

ଚମ୍ପୁଆ, ୨୪।୯(ଡି.ଏନ.ଏ): ଚମ୍ପୁଆସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ମାଗଣା ପମ୍ପ୍‌ସେଟ୍‌ ବଣ୍ଟନ କରାଯାଇଛି। ଫୋକସ ଏରିଆ ଡେଭଲପ୍‌ମେଣ୍ଟ୍‌ ପ୍ରୋଗ୍ରାମ ପ୍ରକଳ୍ପ ଜରିଆରେ ପମ୍ପ୍‌ସେଟ୍‌ ବିତରଣ କରାଯାଇଛି। ଆଇଟିଡିଏ କାର୍ଯ୍ୟାଳୟରେ ଚମ୍ପୁଆ ଉପଜିଲାପାଳ ତଥା ଭାରପ୍ରାପ୍ତ ପ୍ରକଳ୍ପ ପ୍ରସାଶକ ପାରୁଲ ପଟାୱରୀ କେନ୍ଦୁଝର ଓସ୍କା ସୌଜନ୍ୟରେ ୫ ଜଣ ଅନୁସୂଚିତ ଜାତିର ଚାଷୀଙ୍କୁ ପମ୍ପ୍‌ସେଟ୍‌ ପ୍ରଦାନ କରିଥିଲେ।

ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ

ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ

ଚମ୍ପୁଆ, ୨୪।୯(ଡି.ଏନ.ଏ.): ୬ ଦଫା ଦାବିରେ ରାଜ୍ୟରେ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଅବସରରେ ଚମ୍ପୁଆ ଅଗ୍ନିଶମ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀମାନଙ୍କୁ ଓଡ଼ିଶା ପୋଲିସ କର୍ମଚାରୀଙ୍କ ସହ ସମାନ ଦରମା ଓ ଭତ୍ତା ପ୍ରଦାନ, ହାବିଲଦାର ଓ ଫାୟାରମ୍ୟାନଙ୍କ ଆସୋସିଏଶନକୁ ତୁରନ୍ତ ସରକାରୀ ପଞ୍ଜୀକରଣ ଭୁକ୍ତ କରିବ। ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ଦରମା ଏବଂ ନିଜ ଜିଲାରେ ନିଯୁକ୍ତି, ଅବସରଗ୍ରହଣ କରିଥିବା କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ, ଅନ୍ୟ କର୍ମଚାରୀଙ୍କ ଭଳି ୮ ଘଣ୍ଟା ଡ୍ୟୁଟିର ମୂତୟନ କରିବା, ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ  ଦାବି ହୋଇଛି। ଆନ୍ଦଳୋନରେ ଚମ୍ପୁଆର ଅଗ୍ନିଶମ ବିଭାଗର ହାବିଲଦାର ଓ ଫାୟାରମ୍ୟାନ ସାମିଲ ହୋଇଛନ୍ତି। 

ଶିଶୁ ମୃତ୍ୟୁ ଘଟଣା: ଡାକ୍ତରଖାନାରେ ଉତ୍ତେଜନା

ଶିଶୁ ମୃତ୍ୟୁ ଘଟଣା: ଡାକ୍ତରଖାନାରେ ଉତ୍ତେଜନା

କେନ୍ଦୁଝର,୨୪।୯(ସ୍ବ.ପ୍ର.): କେନ୍ଦୁଝର ମାତୃ ଓ ଶିଶୁ ଚିକିତ୍ସାଳୟରେ ସୋମବାର ଶିଶୁ ପୁତ୍ର ମୃତ୍ୟୁକୁ ନେଇ ଟାଉନ ଥାନା ଓ ସିଡିଏମ୍‌ଙ୍କୁ ଲିଖିତ ଅଭିଯୋଗ ହୋଇଛି। 

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୨୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନ୍‌ସନ ଦାବିରେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।

ଛାତ୍ରୀଙ୍କୁ ଦୁର୍ବ୍ୟବହାର,ଶିକ୍ଷକ ନିଲମ୍ବିତ

ଛାତ୍ରୀଙ୍କୁ ଦୁର୍ବ୍ୟବହାର,ଶିକ୍ଷକ ନିଲମ୍ବିତ

ଖଇରା,୨୪।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ  ଅଞ୍ଚଳର ଏକ ପ୍ରାଇମେରୀ ସ୍କୁଲ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଦାମୋଦର ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।  

ପଣପଣା ପଞ୍ଚାୟତରେ ନୂତନ ଭତ୍ତା ପ୍ରଦାନ

ପଣପଣା ପଞ୍ଚାୟତରେ ନୂତନ ଭତ୍ତା ପ୍ରଦାନ

ବାହାନଗା,୨୪।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ନୀଳଗିରି ବିଧାୟକଙ୍କ ଦ୍ୱାରା ନୂତନ ଭତ୍ତା ପ୍ରଦାନ କରାଯାଇଛି। 

 ଛାତ୍ର ନିଖୋଜ ଘଟଣା: ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଛାତ୍ର ନିଖୋଜ ଘଟଣା: ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ପାଟଣା, ୨୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପ୍ରାଥମିକ ବିଦ୍ୟାଳୟର ଛାତ୍ରବାସରୁ ଗତ ୧୨ ତାରିଖରେ ଜଣେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା  ୧୦ବର୍ଷର ଛାତ୍ର  ନିଖୋଜ  ହୋଇଯାଇଛନ୍ତି।

ଅଗ୍ନିଶମକର୍ମଚାରୀଙ୍କ ଆନ୍ଦୋଳନ

ଅଗ୍ନିଶମକର୍ମଚାରୀଙ୍କ ଆନ୍ଦୋଳନ

ଭଦ୍ରକ ଅଫିସ,୨୪।୯: ଜିଲାର ସମସ୍ତ ଅଗ୍ନିଶମ କାର୍ଯ୍ୟାଳୟର କର୍ମଚାରୀମାନେ ୬ ଦଫା ଦାବି ନେଇ ନିଜ ଅଫିସ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି। 

ତୁଡିଗଡିଆରେ ମହରମ: ବିଧାୟକ, ଆଇଆଇସି ଖେଳିଲେ ବାଡିଖେଳ

ତୁଡିଗଡିଆରେ ମହରମ: ବିଧାୟକ, ଆଇଆଇସି ଖେଳିଲେ ବାଡିଖେଳ

ଖଇରା,୨୪ା୯(ଡି.ଏନ.ଏ.)-ଖଇରା ବ୍ଲକ୍‌ ତୁଡିଗଡିଆ ନିକଟସ୍ଥ ତେନ୍ତୁଳିଆପଡା ମୁସଲିମ ବସ୍ତିରେ  ଶନିବାର ମହରମ ପର୍ବ ପାଳିତ ହୋଇଯାଇଛି।