Dharitri News
ରାୟଗଡା

ଗରିବ ଘରେ ଲଣ୍ଠନ ସାହାରା,୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ ଲାଇଟ

ଗରିବ ଘରେ ଲଣ୍ଠନ ସାହାରା,୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ ଲାଇଟ ଜୟପୁର,୩୧।୧୨(ନି.ପ୍ର.)- ଦିବା ଲୋକରେ ଜଳୁଛି ଷ୍ଟ୍ରିଟ ଲାଇଟ୍‌। ଅକାରଣରେ ନଷ୍ଟ ହେଉଛି ଅନେକ ବିଜୁଳି। ଗୋଟିଏ ଦିନ କି ୨ ଦିନ ନୁହଁ ଦୀର୍ଘ ବର୍ଷ ଧରି ଦିନରେ ଜଳୁଛି ଲାଇଟ୍‌ । ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଓଡିଶାର ପ୍ରମୁଖ ସହର ଜୟପୁରରେ। ସହରର ଗୋଡି ଧୋବା ସାହି, ପାଇଲ ସାହି, ସୁନାରୀ ସାହି, ଜୟନଗର, ରାଜୁ ସାହି, ପାଇକ ସାହି, ପ୍ରସାଦର ରାଓପେଟା ପ୍ରଥମ ଗଳି ଆଦି ଅଞ୍ଚଳରେ ୨୪ ଘଣ୍ଟା ଷ୍ଟ୍ରିଟ ଲାଇଟ ଜଳୁଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏ ପଟେ ବିଜୁଳିର ଅପବ୍ୟବହାର ଅନ୍ୟପଟେ ଏମିତି ବହୁତ ଗରିବ ଘର ଅଛି ଯେଉଁଠି ଲଣ୍ଠନ ପାଲଟିଛି ଆଲୁଅର ସାହାରା । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ଘଟୁଥିବାବେଳେ ସରକାରଙ୍କ ବିଜୁଳି ବଞ୍ଚାଓ ଦେଶ ବଞ୍ଚାଓ ନାରା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ଅପରପକ୍ଷେ ବଦ୍ୟୁତ ନଷ୍ଟ ହେଉଥିବାବେଳେ ବିଦ୍ୟୁତ ବିଲ୍‌ର ବୋଝ ମଧ୍ୟ ପୌରପାଳିକା ଉପରେ ପଡୁଛି । କିନ୍ତୁ ସହରରେ ଏମିତି କିଛି ସାହି ଅଛି ଯେଉଁଠି ଏମାନଙ୍କ ପାଇଁ ସାହାରା ପାଲଟିଛି ଲଣ୍ଠନ ଆଲୁଅ। ତେଣୁ ବିଭାଗୀୟ ଅଧିକାରୀମାନେ ବିଳୁଛି ବଞ୍ଚାଅ ଅଭିଯାନରେ ସାମିଲ ହେବା ପାଇଁ ବୁଦ୍ଧି ଯିବି ମହଲରେ ମତ ପ୍ରକାଶ ପାଇଛି।

Model This Week

ସୁରଶ୍ରୀ
Pilanka Dharitri

ରାୟଗଡା

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ଝରିଗାଁ,୧୬।୧(ସ୍ବ.ପ୍ର.)- ଝରିଗାଁ ସଦରଠାରେ ରାଜ୍ୟ ପୋଲିସ ହାଉସିଙ୍ଗ ବୋର୍ଡ ଦ୍ୱାରା ୨କୋଟି ୫ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିବା ନୂତନ ପୋଲିସ କାର୍ଯ୍ୟାଳୟ ଗୃହର ମଙ୍ଗଳବାର ଉଦ୍‌ଘାଟନ ହୋଇଛି।

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ପାପଡ଼ାହାଣ୍ଡି,୧୬।୧(ଡି.ଏନ.ଏ.)- ପାପଡ଼ାହାଣ୍ଡି ସଦରରେ ଏକ ୧୦୨ ଆମ୍ବୁଲାନ୍ସରୁ ମଦ ଚାଲାଣବେଳେ ଧରାପଡ଼ି ଡ୍ରାଇଭର ଗିରଫ। ଗିରଫ ଡ୍ରାଇଭର ଜଣଙ୍କ ହେଲେ ଟୁଟୁ ହରିଜନ।

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଡାବୁଗାଁ,୧୬।୧(ଡି.ଏନ.ଏ.)-ଜଣେ ଯୁବକ ନିଜ ଫେସବୁକରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେବା ଘଟଣାକୁ ନେଇ ମଙ୍ଗଳବାର ଡାବୁଗାଁ ବ୍ଲକ ସଦରଠାରେ ବନ୍ଦ ପାଳନ କରାଯାଇଛି।

୩ ଜିଲାପାଳଙ୍କ ବଦଳି

କୋରାପୁଟ,୧୬।୧(ସ୍ବ.ପ୍ର.)-କୋରାପୁଟ ଜିଲାପାଳ ଅନୁପମ ଶାହାଙ୍କ ମଙ୍ଗଳବାର ଗଜପତି ଜିଲାକୁ ବଦଳି ହୋଇଥିବାବେଳେ ମାଲକାନଗିରି ଜିଲାପାଳ କେ.ଚକ୍ରବର୍ତ୍ତିଙ୍କୁ କୋରାପୁଟ ଜିଲାକୁ ବଦଳି କରାଯାଇଛି।

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ନବରଙ୍ଗପୁର,୧୬।୧(ବି.ପ୍ର.)-ନବରଙ୍ଗପୁର ୨୬ନଂ ଜାତୀୟ ରାଜପଥ ଏସ୍‌ବିଆଇ ବଜାର ବ୍ରାଞ୍ଚ ସମ୍ମୁଖରେ ବସ୍‌ ଏବଂ ମୋଟର ସାଇକେଲ୍‌ ମଧ୍ୟରେ ଦୁର୍ଘଟଣା। ଏଥିରେ ମୋଟରସାଇକେଲ୍‌ ଆରୋହୀ ଗୁରୁତର ଥିବା ଜଣାପଡ଼ିଛି।

କୋଟିଆ ବିବାଦ: ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଟିମ୍‌

କୋରାପୁଟ,୧୬।୧(ସ୍ବ.ପ୍ର.)-ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଗ୍ରାମ ପଞ୍ଚାୟତକୁ ମଙ୍ଗଳବାର ସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସର ଏକ ଟିମ୍‌ ଗସ୍ତ କରିଛି।

ଆଧାର କାର୍ଡରେ ତ୍ରୁଟି: ଟଙ୍କା ଉଠାଇ ପାରୁନାହାନ୍ତି ଡଙ୍ଗରିଆ କନ୍ଧ

ଆଧାର କାର୍ଡରେ ତ୍ରୁଟି: ଟଙ୍କା ଉଠାଇ ପାରୁନାହାନ୍ତି ଡଙ୍ଗରିଆ କନ୍ଧ

କଲ୍ୟାଣସିଂହପୁର, ୧୬।୧(ଡି.ଏନ୍‌.ଏ)- ଆଧାରକାର୍ଡକୁ ବ୍ୟାଙ୍କ ପାସ୍‌ ବହି ଓ ଅନେକ କାର୍ଯ୍ୟରେ ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଆଧାରକାର୍ଡ଼ରେ ତ୍ରୁଟି ଯୋଗୁ ଡ଼ଙ୍ଗରିଆ କନ୍ଧମାନେ ବ୍ୟାଙ୍କରେ ଜମା କରିଥିବା ଟଙ୍କା ଉଠାଇ ପାରୁନାହାନ୍ତି ।

ଲମତାଗୁଡା ସରପଞ୍ଚ ଉପନିର୍ବାଚନ : ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା, ପ୍ରଚାର ଜୋରଦାର

ତେନ୍ତୁଳିଖୁଣ୍ଟି,୧୬।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ୧୯ ତାରିଖରେ ଅନୁଷ୍ଠିତ ହେବ। ବିମଳା ନାୟକଙ୍କ ଓ ବୃନ୍ଦାବତୀ ମୁଦୁଲି ନିର୍ବାଚନ ମଇଦାରେ ଅବତୀର୍ଣ୍ଣ ହୋଇଛନ୍ତି।

ପାଠପଢାରେ ବାଧକ ଟ୍ୟୁମର

ପାଠପଢାରେ ବାଧକ ଟ୍ୟୁମର

ପାପଡାହାଣ୍ଡି,୧୬।୧(ଡି.ଏନ.ଏ.)-ବାପା ଛାଡି ଆର ପାରିକୁ ଚାଲିଗଲେ। ଏହା ପରେ ମା’ ଛାଡି କୁଆଡେ ଚାଲିଗଲେ। ବୃଦ୍ଧ ଜେଜେବାପାଙ୍କ ଭରସାରେ ରହିଥିଲେ ଅର୍ଜୁନ। ପାଠ ପଢା ଆରମ୍ଭ କରିବା ବେଳକୁ ଅର୍ଜୁନଙ୍କୁ ମାଡି ବସିଛି ରୋଗ। ବେକ ନିକଟରେ ଏକ ଟ୍ୟୁମର ହୋଇଛି। ଯନ୍ତ୍ରଣା ଯୋଗୁ ପାଠ ପଢାରେ ଲାଗିଛି ଡୋରୀ।

କୋଟିଆ: ଗୋଟିଏ ଆଧାର ନମ୍ବରରେ ୨ ପରିଚୟପତ୍ର

କୋଟିଆ: ଗୋଟିଏ ଆଧାର ନମ୍ବରରେ ୨ ପରିଚୟପତ୍ର

ପଟ୍ଟାଙ୍ଗି,୧୫।୧(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତକୁ ଲାଗିଥିବା କୋଟିଆ ପଞ୍ଚାୟତ କୁ ନେଇ ବ୍ଲକ ଓ ଜିଲା ପ୍ରଶାସନର ଚିନ୍ତା ବଢିଯାଇଛି। ପ୍ରଶାସନିକ କର୍ମଚାରୀମାନେ କୋଟିଆକୁ ଗସ୍ତ କରି ହୋଇଥିବା ଉନ୍ନୟନମୂଳକ ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ବେଳେ ଉକ୍ତ ପଞ୍ଚାୟତକୁ ବିଭିନ୍ନ ରାଜନୈତିକ ଦଳଠାରୁ ଆରମ୍ଭ କରି ନାଗରିକ ମଞ୍ଚର କର୍ମକର୍ତ୍ତା ଗସ୍ତ କରି ଓଡିଶା ସରକାରଙ୍କ ଦ୍ୱାରା କେଉଁ କାର୍ଯ୍ୟ ସବୁ ହୋଇଛି, ଆନ୍ଧ୍ର ସରକାର ଦ୍ୱାରା କି କାର୍ଯ୍ୟ ହୋଇଛି ତାହାକୁ ନେଇ ନିଜ ନିଜ ସ୍ତରରେ ସମୀକ୍ଷା କରୁଛନ୍ତି।ଏହି ସମୟରେ ଅଧିକାଂଶ ପରିବାରରେ ଦୁଇ ଦୁଇଟି ଆଧାର ପରିଚୟ ପତ୍ର ଥିବା ଦେଖିବାକୁ ମିଳିଥିଲା । ଯାହାକି ଗୋଟିଏ ନମ୍ବରରେ ଦୁଇଟି ଲେଖାଏ ଆଧାର ପରିଚୟ ପତ୍ର ରହିଛି ।

 ଶିକୁଳିରେ ବନ୍ଧାପଡ଼ିଛି ଜୀବନ: ଅର୍ଥାଭାବ ଯୋଗୁ ହୋଇପାରୁନି ଚିକିତ୍ସା

ଶିକୁଳିରେ ବନ୍ଧାପଡ଼ିଛି ଜୀବନ: ଅର୍ଥାଭାବ ଯୋଗୁ ହୋଇପାରୁନି ଚିକିତ୍ସା

ମାଥିଲି(ଡି.ଏନ୍‌.ଏ.)/ଗୋବିନ୍ଦପାଲି,୧୫।୧ ରାଜୀବ ଖିଲ। ଏକଦା ଜଣେ ସଫଳ ଚାଷୀ ଥିଲେ। ତାଙ୍କ ହାତ ସ୍ପର୍ଶରେ ହସି ଉଠୁଥିଲା କ୍ଷେତ। ଚାଷରୁ ଯାହାକିଛି ଫସଲ ଅମଳ ହେଉଥିଲା ସେଥିରେ ଭଲ ଭାବେ ଚଳୁଥିଲା ପରିବାର। ମାତ୍ର କିଛିବର୍ଷ ହେଲା ଚିତ୍ର କିନ୍ତୁ ଓଲଟା। ସେତେବେଳେ ତାଙ୍କ ଉପରେ ପରିବାର ନିର୍ଭର କରୁଥିଲା। ବର୍ତ୍ତମାନ ସେ ପରିବାର ପାଇଁ ବୋଝ ପାଲଟିଛନ୍ତି। ଏକ ଘଟଣାକ୍ରମରେ ମାନସିକ ସ୍ଥିତି ହରାଇବା ପରଠୁ ଏହି ୨୭ ବର୍ଷୀୟ ଯୁବକଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। ଶିକୁଳିରେ ବନ୍ଧା ହୋଇ ଯନ୍ତ୍ରଣାରେ ବିତୁଛି ଦିନ। ମାଲକାନଗିରି ଜିଲା ଗୋବିନ୍ଦପାଲି ସଦର ପଞ୍ଚାୟତର ଡାବୁଗୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ବେଦନାଦାୟକ ଦୃଶ୍ୟ।

ପ୍ଲେଟ୍‌ ପକାଇ ନଦୀ ପାର ହେଉଛନ୍ତି ଲୋକେ: ଧିମେଇଛି ପୋଲ ତିଆରି କାମ

ପ୍ଲେଟ୍‌ ପକାଇ ନଦୀ ପାର ହେଉଛନ୍ତି ଲୋକେ: ଧିମେଇଛି ପୋଲ ତିଆରି କାମ

ଶିଖାପାଲୀ,୧୫।୧ ମାଲକାନଗିରି ଜିଲା ଏମ୍‌ଭି-୨୦, ୨୧ ଏବଂ ପିଟାଗାଟା ଗଁା ବାଟରେ ପଡ଼େ ତମସା ନଦୀ । ଏହା ଉପରେ ପୋଲ ନିର୍ମାଣ କାର୍ଯ୍ୟ ଧିମେଇଥିବା ଯୋଗୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୦ ପଞ୍ଚାୟତର ଲୋକେ ଏହା ଉପରେ ନିର୍ଭର କରନ୍ତି।