Dharitri News
ଖେଳ |

ବିଶ୍ୱ ବ୍ଲିଜ୍‌ ଚେସ୍‌ ଚାମ୍ପିୟନ୍‌ଶିପ୍‌: ଆନନ୍ଦଙ୍କୁ ବ୍ରୋଞ୍ଜ

ବିଶ୍ୱ ବ୍ଲିଜ୍‌ ଚେସ୍‌ ଚାମ୍ପିୟନ୍‌ଶିପ୍‌:  ଆନନ୍ଦଙ୍କୁ ବ୍ରୋଞ୍ଜ ରିୟାଦ, ୩୧।୧୨- ପାଞ୍ଚଥର ବିଶ୍ବ ଚାମ୍ପିୟନ୍‌ ବିଶ୍ୱନାଥନ ଆନନ୍ଦ ଚଳିତ ସିଜନରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ସୌଦି ଆରବର ରାଜଧାନୀ ରିୟାଦଠାରେ ଚାଲିଥିବା ବିଶ୍ୱ ଚେସ୍‌ ଚାମ୍ପିୟନ୍‌ଶିପ୍‌ର ରାପିଡ୍‌ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଆନନ୍ଦ ବ୍ଲିଜ୍‌ ଇଭେଣ୍ଟର ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ଲିଜ୍‌ ଇଭେଣ୍ଟରେ ପ୍ରଥମ ରାଉଣ୍ଡରେ ରୁଷିଆର ଇଆନ ନେପୋମ୍ନିଚାତଚିଙ୍କଠାରୁ ପରାଜିତ ହେବା ପରେ ସେ ଫ୍ରାନ୍ସର ମାକ୍ସିମେ ଭାଚିର ଲାଗ୍ରାଭେଙ୍କୁ ହରାଇ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ଟୁର୍ନାମେଣ୍ଟର ୧୧ ରାଉଣ୍ଡ ସୁଦ୍ଧା ୭ ପଏଣ୍ଟ ପାଇଥିବା ଆନନ୍ଦ ଅନ୍ତିମ ରାଉଣ୍ଡରେ ଫ୍ରାନ୍ସର ଇଟିଏନ୍ନେ ବାକ୍ରୋଟ, ରୁଷିଆର ଭ୍ଲାଦିମିର ଫେଡୋସିଭ, ଜର୍ଜିଆର ବାଦୁର ଜୋବାଭା, ଆର୍ମେନିଆର ତିଗ୍ରେନ ପେଟ୍ରୋସିଆନ ଓ ଭାଚିର ଲାଗ୍ରାଭେଙ୍କୁ ପରାଜିତ କରି ଟୁର୍ନାମେଣ୍ଟର ୨ୟ ପଦକ ପାଇଛନ୍ତି। ତାଙ୍କଠାରୁ ଅଧିକ ହାଫ୍‌ ପଏଣ୍ଟ ଅର୍ଜନ କରିଥିବା ରୁଷିଆର ସେର୍ଗେ କାର୍ଜାକିନ ୨ୟ ସ୍ଥାନ ସହ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ବିଶ୍ୱ କ୍ଲାସିକ ଚାମ୍ପିୟନ୍‌ ମାଗ୍ନସ କାର୍ଲସେନ ପୁଣି ଥରେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି। ସେ ବ୍ଲିଜ୍‌ ଇଭେଣ୍ଟ ପୋଡିୟମ୍‌ରେ ଟପ୍‌ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିଣିଛନ୍ତି। ସେ ଫାଇନାଲ ଦିବସରେ ୧୦ଟି ମୁକାବିଲାରୁ ୯ଟି ଜିତି ସର୍ବାଧିକ ୧୬ ପଏଣ୍ଟ ସହ ଏହି ସଫଳତା ପାଇଛନ୍ତି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ପି. ହରିକ୍ରିଷ୍ଣା ଓ ଭିଦିତ ଗୁଜରାଥି ୧୨.୫ ପଏଣ୍ଟ ଅର୍ଜନ କରିଥିବାବେଳେ ବି. ଆଧିବାନ ୧୧ ଓ ସୂର୍ଯ୍ୟ ଶେଖର ଗାଙ୍ଗୁଲି ଓ ଏସ୍‌.ପି. ସେଥୁରମଣ ୧୦ ଲେଖାଏ ପଏଣ୍ଟ ସହ ଅଭିଯାନ ଶେଷ କରିଛନ୍ତି।

ଖେଳ |

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ବାଙ୍ଗାଲୋରସ୍ଥିତ ଏଥେନା ସ୍ପୋଟର୍‌ସ କ୍ଲବଠାରେ ଓଡ଼ିଶା ୟୁଥ୍‌ ପକ୍ଷରୁ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଘସିପୁରା,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଠାରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦପୁର ଉପଜିଲାପାଳ ନିତ୍ୟାନନ୍ଦ ବାରିକ, ଆନନ୍ଦପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ନୂଆଦିଲ୍ଲୀ,୨୦।୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଅଜୟ ରେଡ୍ଡୀଙ୍କ ନେତୃତ୍ୱାଧୀନ ଭାରତ ଟାଇଟଲ ହାସଲ କରିଛି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଭାରତ ଦୁଇ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଚାମ୍ପିୟନ ହେବା ସହିତ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ କରିଛି। ଏହା ପୂର୍ବରୁ ଗ୍ରୁପ୍‌ ମ୍ୟାଚ୍‌ରେ ମଧ୍ୟ ଭାରତ ଗତ ୧୩ ତାରିଖରେ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ମୋଟ ଉପରେ ଏହି ମେଗା ଇଭେଣ୍ଟରେ ଭାରତ ଦୁଇଥର ପାକିସ୍ତାନକୁ ହରାଇଛି।

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଟୌରାଙ୍ଗ(ନ୍ୟୁଜିଲାଣ୍ଡ),୨୦।୧- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ଟୁର୍ନାମେଣ୍ଟର ଫାଇନାଲ୍‌ରେ ଭାରତୀୟ ଦଳ ପ୍ରବେଶ କରିଛି। ଶବିବାର ବ୍ଲାକ ପାର୍କଠାରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୩-୧ ଗୋଲ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସଫଳତା ପାଇଛି।

ଶାରାପୋଭାଙ୍କ ଅଭିଯାନ ଶେଷ

ଶାରାପୋଭାଙ୍କ ଅଭିଯାନ ଶେଷ

ମେଲବୋର୍ନ, ୨୦।୧- ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ପୂର୍ବତନ ଚାମ୍ପିୟନ୍‌ ମାରିଆ ଶାରାପୋଭାଙ୍କ ଅଭିଯାନ ଶନିବାର ଶେଷ ହୋଇଛି। ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଅଧିକାରୀ ଶାରାପୋଭାଙ୍କୁ ୨୧ତମ ସିଡ୍‌ ଜର୍ମାନୀର ଆଞ୍ଜେଲିନ୍‌ କର୍ବର ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ମେଲବୋର୍ନ, ୨୦।୧(ପି.ଟି.)- ଭେଟେରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଓ ତାଙ୍କ ଯୋଡ଼ିଦାର ପୂରବ ରାଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଡବଲ୍ସ ବର୍ଗରେ ପ୍ରି-କ୍ୱାର୍ଟର୍‌ରେ ସ୍ଥାନ ପକ୍କା କରିଛନ୍ତି।

ଆଜିଠାରୁ ରାଜ୍ୟ କୁସ୍ତି ପ୍ରତିଯୋଗିତା

ଭୁବନେଶ୍ୱର, ୨୦।୧ ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ଖୋର୍ଦ୍ଧା କୁସ୍ତି ସଂଘ ପକ୍ଷରୁ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୨୦ ଓ ୨୧ ତାରିଖରେ ରାଜ୍ୟ (ଆନ୍ତଃ ଜିଲା) କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ୧୫୦ ପ୍ରତିଯୋଗୀ ଓ ୫୦ ଜଣ ଅଫିସିଆଲ୍‌ ଅଂଶଗ୍ରହଣ କରିବେ।

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୯।୧ (ପି.ଟି.)-କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) ଶୁକ୍ରବାର ଇଣ୍ଟରନ୍ୟାଶନାଲ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌)ର ବିବାଦୀୟ ହାଇପରଆଣ୍ଡ୍ରୋଜେନିଜମ ନିୟମକୁ ଆଉ ୬ ମାସ ପାଇଁ ସସ୍‌ପେଣ୍ଡ କରିଛନ୍ତି। ଫଳରେ ଏହାର ଶିକାର ହୋଇଥିବା ଓଡ଼ିଶାର ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ମେଲବୋର୍ନ, ୧୯।୧(ପି.ଟି.)- ଭାରତର ଡିଭିଜ ଶରନ ଓ ରୋହନ ବୋପାନ୍ନା ନିଜ ପାର୍ଟନରଙ୍କ ସହ ଅଷ୍ଟ୍ରେଲିଆନ ଓପନ ଟେନିସ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ମେଲବୋର୍ନ, ୧୯।୧(ଏଏଫପି)- ଟିନ୍‌ ଏଜ୍‌ ସେନସେଶନ ୧୫ ବର୍ଷୀୟା ମାର୍ତା କୋଷ୍ଟ୍ୟୁକଙ୍କ ବିଜୟରେ ବ୍ରେକ୍‌ ଲଗାଇଛନ୍ତି ୪ର୍ଥ ସିଡ୍‌ ଏଲିନା ସ୍ବିତୋଲିନା। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସର ଶୁକ୍ରବାର ଅନୁଷ୍ଠିତ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ନିଜ ଦେଶର କୋଷ୍ଟ୍ୟୁକଙ୍କୁ ସିଧାସଳଖ ୬-୨, ୬-୨ ସେଟ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ୟୁକ୍ରେନର ସ୍ବିତୋଲିନା।

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ, ୧୯।୧(ଏଏଫପି)- ସ୍ଥାନୀୟ ବେସିନ ରିଜର୍ଭ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୫ ରନରେ ପାକିସ୍ତାନକୁ ହରାଇ ଦେଇଛି। ଏଥି ସହିତ ପାକିସ୍ତାନ ବିପକ୍ଷ ସିରିଜକୁ ନ୍ୟୁଜିଲାଣ୍ଡ ବିରଳ ୫-୦ରେ କ୍ଲିନ୍‌ ସୁଇପ୍‌ କରିଛି।

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ମାଉଣ୍ଟ ମାଉନଗାନୁଇ(ନ୍ୟୁଜିଲାଣ୍ଡ), ୧୯।୧(ପି.ଟି.)- ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଭାରତ ୧୦ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଏଥିସହ ଭାରତ ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ପକ୍କା କରିଛି।