ଜାତୀୟ |

ଗୋଟିଏ ଫୋନ୍‌ କଲ୍‌ରେ ଫେରିଲେ ନୀତିନ ପଟେଲ

ଗୋଟିଏ ଫୋନ୍‌ କଲ୍‌ରେ ଫେରିଲେ ନୀତିନ ପଟେଲ

ଅହମ୍ମଦାବାଦ, ୩୧।୧୨: ଗୁଜରାଟରେ ସରକାର ଗଢିବା ପରେ ଦୋଛକିରେ ଥିଲା ଭାଜପା। ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଅସନ୍ତୋଷକୁ ନେଇ ହୋଇଥିଲା କିଛି ଆଲୋଚନା ଓ ସମାଲୋଚନା। ନୀତିନ କଂଗ୍ରେସରେ ଯୋଗଦେବେ ବୋଲି ଆଲୋଚନା ହେଉଥିଲା। ହେଲେ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ସହ ନୀତିନ ଫୋନରେ କଥା ହେବା ପରେ ମାତ୍ର ୪ଘଣ୍ଟା ମଧ୍ୟରେ ନିଜ ପଦର ଦାୟିତ୍ୱ ନେଇଛନ୍ତି। ସୂଚନାଯୋଗ୍ୟ, ନୀତିନଙ୍କୁ ତାଙ୍କ ପସନ୍ଦର ବିଭାଗ ନ ମିଳିବାରୁ ସେ ନାରାଜ ଥିଲେ। ଉପମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ବାଣିଜ୍ୟ ଓ ସହରୀ ବିକାଶ ବିଭାଗ ମିଳିବା କଥା ହେଲେ ଏହା ତାଙ୍କୁ ନ ମିଳିବାରୁ ସେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ପାର୍ଟି ଅଧ୍ୟକ୍ଷ ଅମିତ ଶାହଙ୍କୁ ତାଙ୍କ ଅଭିଯୋଗ ଜଣାଇଥିଲେ।

All Right Reserved By

Model This Week

ନିକିତା

ଜାତୀୟ |

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ବମ୍ବେ, ୨୨।୪ : ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟ ଅମୃତା ପ୍ରୀତମ୍‌ ଏବଂ ସାହୀର ଲୁଧିୟାନୀଙ୍କ ଉପରେ ହେବାକୁଥିବା ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ। ତାଙ୍କ ସହିତ ଅଭିଷେକ ବଚ୍ଚନ ଅପୋଜିଟ୍‌ରେ ରହିବେ। ଫିଲ୍ମର ନିର୍ମାଣ ସଞ୍ଜୟ ଲିଲା ଭସାଂଲୀ କରୁଛନ୍ତି। ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯାଇଛି।

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି  ୮୨ ଆପସ୍‌

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି ୮୨ ଆପସ୍‌

ଜବଲପୁର, ୨୦।୪ : ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଆଦିତ୍ୟ ଚୌବେ ମାତ୍ର ୧୨ ବର୍ଷ ବୟସରେ ତିଆରି କରିଛନ୍ତି ୮୨ ଆପସ୍‌। ସେ ସମ୍ପ୍ରତି ୮ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ୯ ବର୍ଷ ବୟସରୁ ସେ ଏଭଳି ଆପସ୍‌ ତିଆରି କରୁଛନ୍ତି। ଇତି ମଧ୍ୟରେ ସେ ‘ଆଦି’ ନାମକ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି।

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟବିଚାରପତି ରାଜେନ୍ଦ୍ର ସାଚରଙ୍କ ବିୟୋଗ

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟବିଚାରପତି ରାଜେନ୍ଦ୍ର ସାଚରଙ୍କ ବିୟୋଗ

ନୂଆଦିଲ୍ଲୀ ୨୦।୪ : ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ରାଜେନ୍ଦ୍ର ସାଚର ଶୁକ୍ରବାର ୯୪ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି। ୧୯୮୫ ଅଗଷ୍ଟ ୬ ତାରିଖଠାରୁ ୧୯୮୫ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ।

୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ: ମିଳିବ ମୃତ୍ୟୁଦଣ୍ଡ

୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ: ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ ୨୦।୪ : ଶିଶୁଯୌନଶୋଷଣ ନେଇ ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ କ୍ଷେତ୍ରରେ ମୃତ୍ୟୁଦଣ୍ଡ ଦେବା ନେଇ ଶୀର୍ଷ ଅଦାଲତ ମତ ସ୍ଫଷ୍ଟ କରନ୍ତୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୨୭ରେ ହେବ।

ହିମପାତ, ଭୂସ୍ଖଳନ: ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ

ହିମପାତ, ଭୂସ୍ଖଳନ: ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର, ୨୦।୪ : ଜମ୍ମୁ-କଶ୍ମୀରରେ ଲଦାଖ ଅଞ୍ଚଳରେ ହିମପାତ ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର ଶ୍ରୀନଗର-ଲେହ ଏବଂ ମୁଗଲ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ୩ଶହ କିଲୋମିଟର ଲମ୍ବ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଏବେ ସମ୍ଭବ ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

କଲିକତା, ୨୦।୪ : ଜୀବନସାଥିଙ୍କ ମୃତ୍ୟୁପରେ ଏକୁଟିଆ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ କଲିକତାର ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବ୍‌ରେ ଏପ୍ରିଲ୍‌ ୨୨ତାରିଖରେ ଏକ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ବିବାହ କରିବାକୁ ଚାହୁଁଥିବା ବୃଦ୍ଧମାନଙ୍କୁ ଏଥିପାଇଁ ୬ ଶହ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ।

ଜନ୍ମଦିନରେ ୧୨ ଘଣ୍ଟିଆ ଅନଶନ

ଜନ୍ମଦିନରେ ୧୨ ଘଣ୍ଟିଆ ଅନଶନ

ଅମରାବତୀ, ୨୦।୪ : ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ନିଜର ଜନ୍ମଦିବସରେ ଆରମ୍ଭ କରିଛନ୍ତି ୧୨ଘଣ୍ଟିଆ ଅନଶନ। ଶୁକ୍ରବାର ଚନ୍ଦ୍ରାବାବୁ ୬୯ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବାକୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ସେ ବିଜୟଓ୍ବାଡାରେ ସକାଳ ୭ଟାଠାରୁ ଅନଶନରେ ବସିଛନ୍ତି।

ଦାଉଦ୍‌ଙ୍କ ସମ୍ପତ୍ତି: ଜବତ ପାଇଁ କେନ୍ଦ୍ରକୁ  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ଦାଉଦ୍‌ଙ୍କ ସମ୍ପତ୍ତି: ଜବତ ପାଇଁ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୦।୪ : ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସମ୍ପତ୍ତି ଜବତ ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଶୀର୍ଷ ଅଦାଲତ ଶୁକ୍ରବାର ଦାଉଦ୍‌ଙ୍କ ଭଉଣୀ ହସିନା ପାର୍‌କର ଏବଂ ମା’ ଅମିନା ବି କାସକର୍‌ଙ୍କ ଆବେଦନ ଖାରଜ କରିଛନ୍ତି।

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିଲେ ବିରୋଧୀ ଦଳ

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିଲେ ବିରୋଧୀ ଦଳ

ନୂଆଦିଲ୍ଲୀ, ୨୦।୪ : ସିବିଆଇର ସ୍ବତନ୍ତ୍ର ବିଚାରପତି ବି.ଏଚ୍‌. ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସୁପ୍ରିମ୍‌କୋର୍ଟଙ୍କ ରାୟପରେ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି। ଏନେଇ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମହାଭିଯୋଗ ପ୍ରସ୍ତାବ ପାଇଁ ୫୦ ଜଣ ସଦସ୍ୟଙ୍କ ହସ୍ତାକ୍ଷର ମଧ୍ୟ ସଂଗ୍ରହ କରାଯାଇଛି।

କର୍ନାଟକ: କଂଗ୍ରେସର ୯୧ ପ୍ରତିଶତ ପ୍ରାର୍ଥୀ କୋଟିପତି

କର୍ନାଟକ: କଂଗ୍ରେସର ୯୧ ପ୍ରତିଶତ ପ୍ରାର୍ଥୀ କୋଟିପତି

ବାଙ୍ଗାଲୋର, ୨୦।୪ : କର୍ନାଟକରେ ମେ ୧୨ରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରୁ ୯୧ ପ୍ରତିଶତ କୋଟିପତି ବୋଲି ସତ୍ୟପାଠରେ ଦର୍ଶାଯାଇଛି। କଂଗ୍ରେସ ୨୧୮ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ସେମାନଙ୍କ ମଧ୍ୟରେ ୩୨ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଅପରାଧୀକ ମାମଲା ରହିଥିବା ଜଣାପଡିଛି।

ୟୁଟ୍ୟୁବ୍‌ ଯୋଗୁ ୪୦ ବର୍ଷ ପରେ ଘରକୁ ଫେରିଲେ ଗମ୍ଭୀର

ୟୁଟ୍ୟୁବ୍‌ ଯୋଗୁ ୪୦ ବର୍ଷ ପରେ ଘରକୁ ଫେରିଲେ ଗମ୍ଭୀର

ଇମ୍ଫାଲ୍‌, ୨୦।୪ : ୟୁଟ୍ୟୁବ୍‌ ଯୋଗୁ ୪୦ ବର୍ଷ ପରେ ମଣିପୁର ଇମ୍ଫାଲ୍‌ର ଖୁମ୍‌ବଙ୍ଗ ଗାଁର ଜଣେ ବ୍ୟକ୍ତି ଘରକୁ ଫେରିଛନ୍ତି। ସେ ହେଉଛନ୍ତି ୬୬ ବର୍ଷ ବୟସ୍କ ଖୋମ୍‌ଦ୍ରାମ ଗମ୍ଭୀର ସିଂ। ୧୯୭୮ରେ ୨୬ ବର୍ଷ ବୟସରେ ଗମ୍ଭୀର କୌଣସି ଏକ କାରଣରୁ ଘରୁ ଲୁଚି ପଳାଇଥିଲେ। ତାଙ୍କ ପରିବାର ଅନେକ ଖୋଜାଖୋଜି କରୁଥିଲେ। ଗତ ଅକ୍ଟୋବରରେ ବମ୍ବେର ଜଣେ ଫଟୋଗ୍ରାଫର ଫିରୋଜ୍‌ ଶକିର୍‌ ଗମ୍ଭୀରଙ୍କର ଏକ ଭିଡ଼ିଓ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥିଲେ।

ନରୋଦା ପାଟିଆ ମାମଲା: ମାୟା କୋଡନାନୀ ଖଲାସ, ବାବୁ ବଜରଙ୍ଗୀଙ୍କୁ ଆଜୀବନ ଜେଲ

ନରୋଦା ପାଟିଆ ମାମଲା: ମାୟା କୋଡନାନୀ ଖଲାସ, ବାବୁ ବଜରଙ୍ଗୀଙ୍କୁ ଆଜୀବନ ଜେଲ

ଅହମ୍ମଦାବାଦ୍‌, ୨୦।୪ : ନରୋଦା ପାଟିଆ ମାମଲାରେ ଗୁଜରାଟ ହାଇକୋର୍ଟ ଅଭିଯୁକ୍ତ ମାୟା କୋଡନାନୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତ ବାବୁ ବଜରଙ୍ଗୀଙ୍କୁ ଏହି ମାମଲାରେ ଦୋଷୀ ଦର୍ଶାଇ ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି।