ଜୀବନଚର୍ଯ୍ୟା |

ମଣିଷ ପାଖରେ ରହିଛି ୨୭ ପ୍ରକାର ଭାବପ୍ରବଣତା

 ମଣିଷ ପାଖରେ ରହିଛି ୨୭ ପ୍ରକାର ଭାବପ୍ରବଣତା
ଲସଏଞ୍ଜେଲସ୍‌: ମଣିଷ ପାଖରେ ୨୭ ପ୍ରକାର ଭାବପ୍ରବଣତା ରହିଛି ବୋଲି ଗବେଷକ ଜାଣିପାରିଛନ୍ତି। ଦୀର୍ଘଦିନର ପରୀକ୍ଷାନିରୀକ୍ଷା ପରେ ଗବେଷକ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ୮ଶହରୁ ଅଧିକ ପୁରୁଷ ଓ ମହିଳାଙ୍କୁ ନେଇ କରାଯାଇଥିବା ସର୍ଭେରେ ୨ହଜାରରୁ ଉର୍ଦ୍ଧ୍ୱ ଭିଡିଓ କ୍ଲିପ୍‌ ଉତ୍ତୋଳିତ କରାଯାଇଥିଲା। ଏହାର ଯାଞ୍ଚ୍‌ କରିବା ପରେ ଗବେଷଣାଗତ ତଥ୍ୟ ମିଳିଛି। ସାଧାରଣତଃ ଖୁସି, ଦୁଃଖ, ରାଗ, ଆଶ୍ଚର୍ଯ୍ୟ, ଭୟ, ଘୃଣା ପ୍ରଭୃତି ଭାବପ୍ରବଣତା ମଣିଷ ପାଖରେ ଦେଖିବାକୁ ମିଳିଥାଏ। ମାତ୍ର ଏହି ନୂତନ ଗବେଷଣାରୁ ଅନ୍ୟ ଭାବପ୍ରଣତାଗୁଡିକ ସମ୍ପର୍କରେ ଜଣାପଡିଛି ବୋଲି ୟୁସି ବ୍ରେକଲେ ବିଶ୍ୱବିଦ୍ୟାଳୟର ପ୍ରଫେସର ଡାଚର୍‌ କେଲ୍ଟନର କହିଛନ୍ତି। ମାନସିକ ରୋଗ ବିଶେଷଜ୍ଞ ଏସମ୍ପର୍କରେ ଅଧିକ ଗବେଷଣା ଜାରି ରଖିଛନ୍ତି। ଜଣାପଡିଥିବା ନୂତନ ଭାବପ୍ରବଣତାଗୁଡିକ ଉପରେ ବିଭିନ୍ନ ରଙ୍ଗର ପ୍ରଭାବ ପଡିଥାଏ ବୋଲି ଗବେଷକ କହିଛନ୍ତି। ଅନଲାଇନ୍‌ ସର୍ଭେରେ ଅଂଶଗ୍ରହଣ କରିଥିବା ୮୫୩ ପୁରୁଷ ଓ ମହିଳାଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇ ଅନେକ ଭିଡିଓ କ୍ଲିପ୍‌ ଗ୍ରହଣ କରାଯାଇଥିଲା। ଏହାକୁ ପରୀକ୍ଷାଗାରରେ ଯାଞ୍ଚ୍‌ କରାଯିବା ପରେ ପ୍ରକୃତ ସତ୍ୟ ଜଣାପଡିଥିଲା ବୋଲି ଏନେଇ ଗବେଷଣା କରୁଥିବା ଶିକ୍ଷାର୍ଥୀ ଆଳାନ୍‌ କାଓ୍ବେନ୍‌ କହିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ଘରେ ମୂଷା ଉପଦ୍ରବ କରୁଥିଲେ....

ଘରେ ମୂଷା ଉପଦ୍ରବ କରୁଥିଲେ....

ଚାଷୀଙ୍କର ଫସଲକୁ କୀଟ, ପତଙ୍ଗ, ବିହଙ୍ଗ, ଭାଲୁ, ମାଙ୍କଡ଼, ହାତୀ ଓ ଅନ୍ୟାନ୍ୟ ସୂକ୍ଷ୍ମାତିସୂକ୍ଷ୍ମ ଜୀବ ଯଥା ଅଷ୍ଟପଦୀ, ଦ୍ୱିପଦୀ ଓ ସୂତ୍ରଜୀବ ଫସଲର ଭିନ୍ନ ଭିନ୍ନ ଅବସ୍ଥାରେ ଆକ୍ରମଣ କରନ୍ତି। 

ଶକ୍ତିର ଘର ‘ସଜନା’

ଶକ୍ତିର ଘର ‘ସଜନା’

ସାଧାରଣତଃ ସଜନାକୁ ଏକ ପନିପରିବା ଭାବେ ବ୍ୟବହାର କରାଯାଏ। ଡାଲିରେ ସଜନା ନାଡି ପଡି ରନ୍ଧା ହୋଇଥିଲେ ଖୁବ୍‌ ସ୍ବାଦଯୁକ୍ତ ହୋଇଥାଏ।

ବହୁ ରୋଗଠୁ ଦୂରେଇ ରହିବା ଲାଗି ସକାଳେ ପିଅନ୍ତୁ ଉଷୁମ ପାଣିରେ ମିଶାଇ ଏହି ଲୁଣ...

ବହୁ ରୋଗଠୁ ଦୂରେଇ ରହିବା ଲାଗି ସକାଳେ ପିଅନ୍ତୁ ଉଷୁମ ପାଣିରେ ମିଶାଇ ଏହି ଲୁଣ...

ସକାଳେ ଟିପେ କଳା ଲୁଣ(ସୈନ୍ଧବ ଲବଣ) ଗ୍ଲାସେ ଉଷୁମ ପାଣି ସହିତ ପିଇଲେ ମିଳିଥାଏ ଅନେକ ଉପକାର। 

ମେହେନ୍ଦି ରସମରେ ରୁହନ୍ତୁ ଷ୍ଟାଇଲିଶ

ମେହେନ୍ଦି ରସମରେ ରୁହନ୍ତୁ ଷ୍ଟାଇଲିଶ

ରିଙ୍ଗ୍‌ ସେରିମନିରୁ ଆରମ୍ଭକରି ବିବାହ ପର୍ଯ୍ୟନ୍ତ ପ୍ରତିଟି  ଛୋଟ ବଡ଼ ଜିନିଷ କିଣିବା ବେଳେ ଯୁବତୀମାନେ ବେଶ୍‌  ସଚେତନ ହୋଇଥାନ୍ତି। କିନ୍ତୁ ଏହି ବ୍ୟସ୍ତତା ଭିତରେ  ଯଦି ଆପଣ ମେହେନ୍ଦି ରସମ୍‌କୁ ଅଣଦେଖା କରନ୍ତି ତେବେ ବିବାହର ମସ୍ତିରେ କେଉଁଠି ନା କେଉଁଠି କମି ରହିଯିବ। ମେହେନ୍ଦି ରସମକୁ ଖାସ୍‌ କରିବା ପାଇଁ ଆପଣାନ୍ତୁ କିଛି ଟିପ୍ସ...

ଘରେ କରନ୍ତୁ ବ୍ୟାୟାମ

ଘରେ କରନ୍ତୁ ବ୍ୟାୟାମ

ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର ସହ ବ୍ୟାୟାମ ବି ଜରୁରୀ। ଅନେକେ ଖାଦ୍ୟ ମାମଲାରେ ସତର୍କ ରହନ୍ତି। କିନ୍ତୁ ବ୍ୟାୟାମ ବେଳକୁ ବେପରୁଆ ହୋଇଯାଆନ୍ତି। ତେବେ ବ୍ୟାୟାମର ଥାଏ ବିଭିନ୍ନ ଉପକାରିତା। କିଛି ଶରୀରକୁ ସୁଗଠିତ କରେ ତ ଆଉ କିଛି ସୁସ୍ଥ ଓ ନିରୋଗ ରଖେ। ଜାଣନ୍ତୁ ବ୍ୟାୟମର ସେମିତି କିଛି 
ଉପକାରିତା ସମ୍ପର୍କରେ....

ଆଖି   ତଳ କଳା  ପଡ଼ିଥିଲେ...

ଆଖି ତଳ କଳା ପଡ଼ିଥିଲେ...

ଶରୀରରେ ଭିଟାମିନ୍‌ ବା ଅନ୍ୟ ପୋଷକ ତତ୍ତ୍ୱ କମ୍‌ ହେଲେ, ନିଦ ଠିକ୍‌ ଭାବେ ନ ହେଲେ, ଟେନ୍‌ସନରେ ରହିଲେ କିମ୍ବା ଆନୁବଂଶିକ କାରଣରୁ ବି ଆଖି ତଳ କଳା ପଡ଼ିଥାଏ। ତେବେ କିଛି ଘରୋଇ ଟିପ୍ସ ଆପଣାଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ...

ସାଇନସ୍‌ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ  ଏହି ସହଜ ଉପାୟ...

ସାଇନସ୍‌ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ସହଜ ଉପାୟ...

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ୨୦ରୁ ୨୫ଟି ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ମିଳିଥାଏ ସୁଫଳ।

ଉଷୁମ ଲେମ୍ବୁପାଣି : କିଛି କଥା

ଉଷୁମ ଲେମ୍ବୁପାଣି : କିଛି କଥା

ଉଷୁମ ଲେମ୍ବୁପାଣିରେ ଅନେକ ଉପକାରୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ...

ସ୍ବାସ୍ଥ୍ୟୋପୋକାରୀ  ପିଆଜ

ସ୍ବାସ୍ଥ୍ୟୋପୋକାରୀ ପିଆଜ

ବିଶେଷ ଭାବରେ ଫାଷ୍ଟଫୁଡ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ପିଆଜର ଆବଶ୍ୟକତା ପଡିଥାଏ। ଅନେକ ଖାଦ୍ୟର  ସ୍ବାଦକୁ ଏହା ବଢ଼ାଇ ଦେଇଥାଏ। ଏଥିରେ ଅନେକ ସ୍ବାସ୍ଥ୍ୟପୋକାରୀ ଗୁଣ ଭରି ରହିଛି।  ସେ ସମ୍ପର୍କରେ ଟିପ୍ସ...

କରନ୍ତୁ ଏହି ୫ଟି କାମ, ଯଦି ଚାହାନ୍ତି କମାଇବାକୁ ଓଜନ

କରନ୍ତୁ ଏହି ୫ଟି କାମ, ଯଦି ଚାହାନ୍ତି କମାଇବାକୁ ଓଜନ

ଆଧୁନିକ ଜୀବନଶୈଳୀ ଓ ଖାଦ୍ୟ ପଦାର୍ଥ ତଥା ଜଙ୍କ୍‌ଫୁଡ୍‌ ଖାଇବା ଦ୍ୱାରା ଅନେକ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଥାନ୍ତି। ଏହି  ସବୁ ସମସ୍ୟା ବିଶେଷକରି ଯୁବପିଢିଙ୍କଠାରେ ଅଧିକ ମାତ୍ରାରେ ଦେଖାଯାଇଥାଏ। ଏହି ସମସ୍ୟା ଠାରୁ ମୁକ୍ତି ପାଇବା ନିମନ୍ତେ ଅନେକ ଚେଷ୍ଟାକରି ମଧ୍ୟ କୌଣସି ସୁଫଳ ମିଳି ନ ଥାଏ। ଯଦି ଆପଣ ଏହି ସମସ୍ୟା ନେଇ ଚିନ୍ତିତ ଅଛନ୍ତି, ତେବେ ସକାଳୁ ଉଠି ଏହି ୫ଟି କାମ କରି ଦେଖନ୍ତୁ ଯାହା ଆପଣକୁ ଦେବ ଏପରି ସମସ୍ୟାରୁ ମୁକ୍ତି।

ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା ପାଇବାର ସହଜ ଉପାୟ

ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା ପାଇବାର ସହଜ ଉପାୟ

ମ୍ୟାଲେରିଆ ସଂକ୍ରମଣଜନିତ ସମସ୍ୟାରୁ ରକ୍ଷା ପାଇବାର ସହଜ ଉପାୟ ହାତ ପାଅନ୍ତାରେ ରହିଛି। ଏଭଳି ଏକ ଉପାୟ ସଦ୍ୟତମ ଗବେଷଣାରୁ ଜଣାପଡିଛି।

ଫ୍ରଏଡାୟ ଧାରାରେ ମାନସିକ ସ୍ବାସ୍ଥ୍ୟ

ଫ୍ରଏଡାୟ ଧାରାରେ ମାନସିକ ସ୍ବାସ୍ଥ୍ୟ

ଆମତ୍ୀୟତାକୁ ସୃଜନଶୀଳ ଓ ଘୃଣାଭାବକୁ ଧ୍ୱଂସାମତ୍କ ଶକ୍ତି ଭାବରେ ଫ୍ରଏଡ ବର୍ଣ୍ଣନା କରିଛନ୍ତି । ଆମ ଦୈନନ୍ଦିନ ଜୀବନ ସଂଗ୍ରାମ ପାଇଁ ଉଭୟ ସୃଜନଶୀଳ ଓ ଧ୍ୱଂସାମତ୍କ ଶକ୍ତିର ସମନ୍ବୟ ଆବଶ୍ୟକ । ଚାକିରି, ବ୍ୟବସାୟ ବା ଅନ୍ୟ କୌଣସି ବୃତ୍ତି ଅଥବା କୌଣସି ସାମାଜିକ ସମସ୍ୟାର ସମାଧାନ ପାଇଁ ଆମେ ଯେଉଁ ଉସତ୍ାହ ଓ ଆକ୍ରମଣାମତ୍କ ପଦକ୍ଷେପ ନେଉ, ତାହା ସୃଜନଶୀଳ ଶକ୍ତିର ପ୍ରଭାବ । ଏକ ଶକ୍ତିର ସଦ୍‌ବିନିଯୋଗ ନ ହୋଇ ଅବାସ୍ତବ ବ୍ୟବହାର ହେଲେ, ଏହା ମାନସିକ ସ୍ବାସ୍ଥ୍ୟ ଉପରେ କୁ-ପ୍ରଭାବ ପକାଏ।