ଅନ୍ତର୍ଜାତୀୟ |

ସିଆଚେନ୍‌ରେ ହିମସ୍ଖଳନ: ୫ ପାକିସ୍ତାନ ଯବାନ ନିଖୋଜ

ସିଆଚେନ୍‌ରେ ହିମସ୍ଖଳନ: ୫ ପାକିସ୍ତାନ ଯବାନ ନିଖୋଜ
ଇସଲାମାବାଦ,୩୧।୧୨: ଦୁନିଆର ସର୍ବୋଚ୍ଚ ରଣକ୍ଷେତ୍ର ସିଆଚିନ୍‌ରେ ହିମସ୍ଖଳନ ପରେ ପାକିସ୍ତାନ ସେନାର ୫ ଯବାନ ନିଖୋଜ ହୋଇଛନ୍ତି। ଶନିବାର ଏକ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପାକିସ୍ତାନ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ କିଛି ମେଶିନ୍‌ର ସାହାଯ୍ୟ ନିଆଯାଉଛି। ସୂଚନାଯୋଗ୍ୟ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏଠାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଶୀତରେ ଏଠାରେ ତାପମାତ୍ରା ଶୂନରୁ ମାଇନସ୍‌ ୬୦ ଡିଗ୍ରୀକୁ ଖସିଯାଉଥିବା ବେଳେ ହିମସ୍ଖଳନ ହୋଇ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ୨୦୧୨ରେ ହୋଇଥିବା ହିମସ୍ଖଳନାରେ ୧୨୪ ପାକିସ୍ତାନ ଯବାନଙ୍କ ସମେତ ୧୩୫ ଲୋକଙ୍କ ମୃତ୍ୟୁ ଘଟିଥିଲା।
All Right Reserved By

ଅନ୍ତର୍ଜାତୀୟ |

ମିଟିଂ ଚାଲିଥିବା ବେଳେ ଛାତରୁ ଖସିଲା ଅଜଗର: ଭିଡିଓ ଭାଇରାଲ

ମିଟିଂ ଚାଲିଥିବା ବେଳେ ଛାତରୁ ଖସିଲା ଅଜଗର: ଭିଡିଓ ଭାଇରାଲ

ବେଜିଂ,୧୫।୧୦: ଚାଇନାର ନାନିଙ୍ଗ ସହରରେ ଥିବା ଏକ ଇଣ୍ଡଷ୍ଟ୍ରିଆଲ ଓ କମର୍ସିଆଲ ବ୍ୟାଙ୍କରେ ଚାଲିଥିଲା ମିଟିଂ। ଏହି ସମୟରେ କେତେଜଣ କର୍ମଚାରୀ ବ୍ୟାଙ୍କର ମଧ୍ୟ ଭାଗରେ ଠିଆ ହୋଇ କଥା ହେଉଥିଲେ।

ଭାରତ ସୀମାରେ ଚାଇନାର ଦାଦାଗିରି

ଭାରତ ସୀମାରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ/ବେଜିଂ,୧୫।୧୦: ଭାରତ ସୀମାରେ ପୁଣି ଚାଇନା ଆରମ୍ଭ କରିଛି ଦାଦାଗିରି। ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶର ଦିଓ୍ବାଙ୍ଗ ଓ୍ବେଲୀରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିଲେ। 

ତାଲିବାନ ଆକ୍ରମଣରେ ୨୦ ଆଫଗାନ୍‌ ସେନା ନିହତ

ତାଲିବାନ ଆକ୍ରମଣରେ ୨୦ ଆଫଗାନ୍‌ ସେନା ନିହତ

ଫରହା,୧୫।୧୦: ଆଫଗାନିସ୍ତାନ ଇରାନ ସୀମାରେ ଥିବା ପଶ୍ଚିମ ଫରହା ଅଞ୍ଚଳରେ ରବିବାର ତାଲିବାନ ସେନା ଦ୍ୱାରା ୨ଟି ମିଲିଟାରୀ ଚେକ୍‌ ପୋଷ୍ଟ ଉପରେ ଆକ୍ରମଣ କରିବା ଫଳରେ ଅତିକମ୍‌ରେ ୨୦ ଆଫଗାନ୍‌ ସେନା ନିହତ ହୋଇଥିବା ସୂଚନା ମିଳିଛି।

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୦: ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ।  ଦେଶର ପ୍ରତି ୫ଟିରୁ ୪ଟି କମ୍ପାନୀରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍‌ ରହିଛି। 

ପାକିସ୍ତାନ-ଆଫଗାନିସ୍ତାନ ଫ୍ରେଣ୍ଡଶିପ୍‌ ଗେଟ୍‌ ବନ୍ଦ

ପାକିସ୍ତାନ-ଆଫଗାନିସ୍ତାନ ଫ୍ରେଣ୍ଡଶିପ୍‌ ଗେଟ୍‌ ବନ୍ଦ

କାବୁଲ,୧୫।୧୦: ପାକିସ୍ତାନ ଏବଂ ଆଫଗାନୀସ୍ତାନ ମଧ୍ୟରେ ଥିବା ପ୍ରେଣ୍ଡଶିପ୍‌ ଗେଟ୍‌କୁ ବନ୍ଦ କରାଯାଇଛି। ଚମନ ସହରର ଉତ୍ତରରେ ୬୦ କିମି ଦୂରରେ ଥିବା ପୋଷ୍ଟରେ ଦୁଇଦେଶ ସୈନିକଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଛି। 

ହ୍ବାଇଟ୍‌ ଗାଉନ୍‌ରେ ବରଙ୍କ କବର ସହିତ ବିବାହ କଲେ ଯୁବତୀ

ହ୍ବାଇଟ୍‌ ଗାଉନ୍‌ରେ ବରଙ୍କ କବର ସହିତ ବିବାହ କଲେ ଯୁବତୀ

ଇଣ୍ଡିଆନା,୧୪।୧୦: ଆମେରିକା ଇଣ୍ଡିଆନାରେ ବାସ କରୁଥିବା ଜଣେ ଯୁବତୀ ବରଙ୍କ କବର ସହିତ ବିବାହ କରିଛନ୍ତି। 

ମହଙ୍ଗା ହେବ ବ୍ରିଟିଶ୍‌ ଭିଜା

ମହଙ୍ଗା ହେବ ବ୍ରିଟିଶ୍‌ ଭିଜା

ନୂଆଦିଲ୍ଲୀ/ଲଣ୍ଡନ,୧୪।୧୦: ଭାରତ ସମେତ ଅଣ-ୟୁରୋପୀୟ ଦେଶଗୁଡ଼ିକ ପାଇଁ ଆସନ୍ତା ଡିସେମ୍ବରରୁ ବ୍ରିଟିଶ୍‌ ଭିଜା ମହଙ୍ଗା ହେବ। ଏହା ଉପରେ ଇମିଗ୍ରେସନ୍‌ ହେଲଥ୍‌ ସରଚାର୍ଜ ବର୍ଷ ପିଛା ୨ଶହ ପାଉଣ୍ଡ ପରିବର୍ତ୍ତେ ୪ ଶହ ପାଉଣ୍ଡକୁ ବୃଦ୍ଧି ପାଇବ। 

ସୋମାଲିଆରେ ଆତ୍ମଘାତୀ ବିସ୍ଫୋରଣ

ସୋମାଲିଆରେ ଆତ୍ମଘାତୀ ବିସ୍ଫୋରଣ

ମୋଗାଦିସୁ,୧୪।୧୦: ସୋମାଲିଆର ଦକ୍ଷିଣ ପଶ୍ଚିମରେ ଶନିବାର ହୋଇଥିବା ୨ଟି ଆତ୍ମଘାତୀ ବିସ୍ଫୋରଣରେ ଏବେ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। 

ଶତାଧିକ ଲୋକଙ୍କୁ ଅପହରଣ କଲା ଆଇଏସ୍‌

ଶତାଧିକ ଲୋକଙ୍କୁ ଅପହରଣ କଲା ଆଇଏସ୍‌

ବେରୁଟ୍‌, ୧୪।୧୦: ସିରିଆରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ଶତାଧିକ ଲୋକଙ୍କୁ ଅପହରଣ କରିଛନ୍ତି। ପୂର୍ବ ସିରିଆର ବିସ୍ଥାପିତଙ୍କ ପାଇଁ ଏକ ଶିବିରରେ ଆକ୍ରମଣ କରି ଆଇଏସ୍‌ ଆତଙ୍କବାଦୀ ଏପରି କରିଛନ୍ତି।

ଭାରତକୁ ପାକିସ୍ତାନର ମୂଲ୍ୟହୀନ ଧମକ

ଭାରତକୁ ପାକିସ୍ତାନର ମୂଲ୍ୟହୀନ ଧମକ

ଇସଲାମାବାଦ୍‌,୧୪।୧୦: ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଏହାର ଜବାବରେ ଭାରତ ପକ୍ଷରୁ କରାଯାଇଥିଲା ସର୍ଜିକାଲ ଷ୍ଟ୍ରାଇକ୍‌। 

ଜାତିସଂଘ ମାନବାଧିକାର ପରିଷଦକୁ ଭାରତ ୩ ବର୍ଷ ପାଇଁ ନିର୍ବାଚିତ

ଜାତିସଂଘ ମାନବାଧିକାର ପରିଷଦକୁ ଭାରତ ୩ ବର୍ଷ ପାଇଁ ନିର୍ବାଚିତ

ନୂଆଦିଲ୍ଲୀ/ନ୍ୟୁୟର୍କ, ୧୩।୧୦: ଜାତିସଂଘ ମାନବାଧିକାର ପରିଷଦ(ୟୁଏନଏଚଆରସ)କୁ ଭାରତ ତିନି ବର୍ଷ ପାଇଁ ନିର୍ବାଚିତ ହୋଇଛି। ୟୁଏନଏଚଆରସ ନିର୍ବାଚନରେ ସର୍ବାଧିକ ଭୋଟରେ ବିଜୟୀ ହୋଇ ଭାରତ ଏହି ଉପଲବ୍ଧି ହାସଲ କରିଛି। 

ଡାଟା ଲିକ୍‌ ହୋଇଥିବା ସ୍ପଷ୍ଟ କଲା ଫେସ୍‌ବୁକ୍‌

ଡାଟା ଲିକ୍‌ ହୋଇଥିବା ସ୍ପଷ୍ଟ କଲା ଫେସ୍‌ବୁକ୍‌

ଓ୍ବାଶିଂଟନ୍‌,୧୩।୧୦: ସୋସିଆଲ ମିଡିଆ ନେଟଓ୍ବର୍କିଂ ସାଇଟ୍‌ ଫେସ୍‌ବୁକ୍‌ ଡାଟା ଲିକ୍‌କୁ ନେଇ ଶୁକ୍ରବାର ଏକ ବଡ ତଥ୍ୟ ସାମ୍ନାକୁ ଆଣିଛି। ହ୍ୟାକର୍‌ମାନେ ବିଶ୍ୱର ପାଖାପାଖି ୩୦ ମିଲିୟନ ବା ୨.୯ କୋଟି ଉପଭୋକ୍ତାଙ୍କ ଡାଟା ଆକ୍‌ସେସ୍‌ କରିଥିବା ସ୍ଫଷ୍ଟ କରିଛି।