Dharitri News
ରାୟଗଡା

ପାହାଡ଼ିଆ ଗାଁରେ ପାଣି ଚିନ୍ତା

ପାହାଡ଼ିଆ ଗାଁରେ ପାଣି ଚିନ୍ତା ପାଣ୍ଡ୍ରିପାଣି,୩୧।୧୨-ସରକାରଙ୍କ ଦ୍ୱାରା ପ୍ରତି ଗାଆଁକୁ ରାସ୍ତା ଓ ପାନୀୟ ଜଳ ସୁବିଧାରୁ ବଞ୍ଚତ୍ତ ଥିବା ଏପରି ଏକ ଗ୍ରାମ ହେଉଛି ମାଛାଗୁଡ଼ା। ମାଲକାନଗିରି ସଦର ବ୍ଳକ ସେରପାଲ୍ଲୀ ପଞ୍ଚାୟତ ପେଦାୱାଡ଼ାର ହାମ୍ଲେଟ ଗ୍ରାମ ମାଛାଗୁଡା। ତିରିଶ ବର୍ଷ ତଳୁ ଏଠାରେ ଛଅଟି କୋୟା ପରିବାରର ସତେଇଶ ଜଣ ସଦସ୍ୟ ବସବାସ କରିଆସୁଛନ୍ତି। ଏହି ଗାଆଁଟି ଡଙ୍ଗରଗୁଡ଼ା ପାହାଡ଼ର ପାଞ୍ଚ ଶହ ଫୁଟ ଉଚ୍ଚରେ ରହିଛି। ପାନୀୟ ଜଳ ଓ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଏକ ନାଳ ଉପରେ ନିର୍ଭର କରନ୍ତି ସ୍ଥାନୀୟ ବାସିନ୍ଦା। ବର୍ତ୍ତମାନ ଉକ୍ତ ନାଳଟି ଉପଯୋଗୀ ଅବସ୍ଥାରେ ନାହିଁ। ସେହିପରି ମାଛାଗୁଡାକୁ ଭଲ ରାସ୍ତାଟିଏ ନାହିଁ। ଶୀତରୁ ବର୍ଷାଋତୁ ପର୍ଯ୍ୟନ୍ତ ନାଳରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଲୋକେ ଯାତାୟତ କରିଥାନ୍ତି। ସେହି ରାସ୍ତାରେ ଛୋଟଛୋଟ ପିଲାମାନେ ପାଠ ପଢିବା ପାଇଁ ଡଙ୍ଗରଗୁଡା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସିଥାନ୍ତି। ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସେହି ମାର୍ଗରେ ଡାକ୍ତରଖାନାକୁ ନିଆଯାଇଥାଏ। ବର୍ଷା ଦିନରେ ନାଳ ପାଣିରେ ଭର୍ତ୍ତି ଥିବାବେଳେ ଅସ୍ଥାୟୀ ରାସ୍ତାଟି ଧୋଇଯାଏ। ପାଠ ପଢିବାକୁ ଯିବା ସମୟରେ ଛୋଟଛୋଟ ପିଲାମାନେ ଭାସିଯାଇଥିବା ନଜିର ମଧ୍ୟ ରହିଛି। ରୋଗୀ କିମ୍ବା ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନେବାକୁ ଅସୁବିଧା ହେବା ସହ ଦୋଳାକରି ପାଞ୍ଚଶହ ମିଟର ଅଣାଯିବା ପରେ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ହୁଏ। ଗାଁକୁ ରାସ୍ତା ଓ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଗ୍ରାମର ବୁଦ୍ରୀ ମାଢ଼ି, ଉଙ୍ଗୀ ମାଡକାମୀ, କସୀ ଓଡି, ବୁଟକି ମାଢ଼ି, ଗାଙ୍ଗୀ ମାଡକାମୀ ଓ ରାମବତୀ ମାଡକାମୀ ପ୍ରମୁଖ ଦାବି ଜଣାଇଛନ୍ତି।

ରାୟଗଡା

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ଝରିଗାଁ,୧୬।୧(ସ୍ବ.ପ୍ର.)- ଝରିଗାଁ ସଦରଠାରେ ରାଜ୍ୟ ପୋଲିସ ହାଉସିଙ୍ଗ ବୋର୍ଡ ଦ୍ୱାରା ୨କୋଟି ୫ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିବା ନୂତନ ପୋଲିସ କାର୍ଯ୍ୟାଳୟ ଗୃହର ମଙ୍ଗଳବାର ଉଦ୍‌ଘାଟନ ହୋଇଛି।

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ପାପଡ଼ାହାଣ୍ଡି,୧୬।୧(ଡି.ଏନ.ଏ.)- ପାପଡ଼ାହାଣ୍ଡି ସଦରରେ ଏକ ୧୦୨ ଆମ୍ବୁଲାନ୍ସରୁ ମଦ ଚାଲାଣବେଳେ ଧରାପଡ଼ି ଡ୍ରାଇଭର ଗିରଫ। ଗିରଫ ଡ୍ରାଇଭର ଜଣଙ୍କ ହେଲେ ଟୁଟୁ ହରିଜନ।

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଡାବୁଗାଁ,୧୬।୧(ଡି.ଏନ.ଏ.)-ଜଣେ ଯୁବକ ନିଜ ଫେସବୁକରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେବା ଘଟଣାକୁ ନେଇ ମଙ୍ଗଳବାର ଡାବୁଗାଁ ବ୍ଲକ ସଦରଠାରେ ବନ୍ଦ ପାଳନ କରାଯାଇଛି।

୩ ଜିଲାପାଳଙ୍କ ବଦଳି

କୋରାପୁଟ,୧୬।୧(ସ୍ବ.ପ୍ର.)-କୋରାପୁଟ ଜିଲାପାଳ ଅନୁପମ ଶାହାଙ୍କ ମଙ୍ଗଳବାର ଗଜପତି ଜିଲାକୁ ବଦଳି ହୋଇଥିବାବେଳେ ମାଲକାନଗିରି ଜିଲାପାଳ କେ.ଚକ୍ରବର୍ତ୍ତିଙ୍କୁ କୋରାପୁଟ ଜିଲାକୁ ବଦଳି କରାଯାଇଛି।

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ନବରଙ୍ଗପୁର,୧୬।୧(ବି.ପ୍ର.)-ନବରଙ୍ଗପୁର ୨୬ନଂ ଜାତୀୟ ରାଜପଥ ଏସ୍‌ବିଆଇ ବଜାର ବ୍ରାଞ୍ଚ ସମ୍ମୁଖରେ ବସ୍‌ ଏବଂ ମୋଟର ସାଇକେଲ୍‌ ମଧ୍ୟରେ ଦୁର୍ଘଟଣା। ଏଥିରେ ମୋଟରସାଇକେଲ୍‌ ଆରୋହୀ ଗୁରୁତର ଥିବା ଜଣାପଡ଼ିଛି।

କୋଟିଆ ବିବାଦ: ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଟିମ୍‌

କୋରାପୁଟ,୧୬।୧(ସ୍ବ.ପ୍ର.)-ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଗ୍ରାମ ପଞ୍ଚାୟତକୁ ମଙ୍ଗଳବାର ସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସର ଏକ ଟିମ୍‌ ଗସ୍ତ କରିଛି।

ଆଧାର କାର୍ଡରେ ତ୍ରୁଟି: ଟଙ୍କା ଉଠାଇ ପାରୁନାହାନ୍ତି ଡଙ୍ଗରିଆ କନ୍ଧ

ଆଧାର କାର୍ଡରେ ତ୍ରୁଟି: ଟଙ୍କା ଉଠାଇ ପାରୁନାହାନ୍ତି ଡଙ୍ଗରିଆ କନ୍ଧ

କଲ୍ୟାଣସିଂହପୁର, ୧୬।୧(ଡି.ଏନ୍‌.ଏ)- ଆଧାରକାର୍ଡକୁ ବ୍ୟାଙ୍କ ପାସ୍‌ ବହି ଓ ଅନେକ କାର୍ଯ୍ୟରେ ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଆଧାରକାର୍ଡ଼ରେ ତ୍ରୁଟି ଯୋଗୁ ଡ଼ଙ୍ଗରିଆ କନ୍ଧମାନେ ବ୍ୟାଙ୍କରେ ଜମା କରିଥିବା ଟଙ୍କା ଉଠାଇ ପାରୁନାହାନ୍ତି ।

ଲମତାଗୁଡା ସରପଞ୍ଚ ଉପନିର୍ବାଚନ : ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା, ପ୍ରଚାର ଜୋରଦାର

ତେନ୍ତୁଳିଖୁଣ୍ଟି,୧୬।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ୧୯ ତାରିଖରେ ଅନୁଷ୍ଠିତ ହେବ। ବିମଳା ନାୟକଙ୍କ ଓ ବୃନ୍ଦାବତୀ ମୁଦୁଲି ନିର୍ବାଚନ ମଇଦାରେ ଅବତୀର୍ଣ୍ଣ ହୋଇଛନ୍ତି।

ପାଠପଢାରେ ବାଧକ ଟ୍ୟୁମର

ପାଠପଢାରେ ବାଧକ ଟ୍ୟୁମର

ପାପଡାହାଣ୍ଡି,୧୬।୧(ଡି.ଏନ.ଏ.)-ବାପା ଛାଡି ଆର ପାରିକୁ ଚାଲିଗଲେ। ଏହା ପରେ ମା’ ଛାଡି କୁଆଡେ ଚାଲିଗଲେ। ବୃଦ୍ଧ ଜେଜେବାପାଙ୍କ ଭରସାରେ ରହିଥିଲେ ଅର୍ଜୁନ। ପାଠ ପଢା ଆରମ୍ଭ କରିବା ବେଳକୁ ଅର୍ଜୁନଙ୍କୁ ମାଡି ବସିଛି ରୋଗ। ବେକ ନିକଟରେ ଏକ ଟ୍ୟୁମର ହୋଇଛି। ଯନ୍ତ୍ରଣା ଯୋଗୁ ପାଠ ପଢାରେ ଲାଗିଛି ଡୋରୀ।

କୋଟିଆ: ଗୋଟିଏ ଆଧାର ନମ୍ବରରେ ୨ ପରିଚୟପତ୍ର

କୋଟିଆ: ଗୋଟିଏ ଆଧାର ନମ୍ବରରେ ୨ ପରିଚୟପତ୍ର

ପଟ୍ଟାଙ୍ଗି,୧୫।୧(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତକୁ ଲାଗିଥିବା କୋଟିଆ ପଞ୍ଚାୟତ କୁ ନେଇ ବ୍ଲକ ଓ ଜିଲା ପ୍ରଶାସନର ଚିନ୍ତା ବଢିଯାଇଛି। ପ୍ରଶାସନିକ କର୍ମଚାରୀମାନେ କୋଟିଆକୁ ଗସ୍ତ କରି ହୋଇଥିବା ଉନ୍ନୟନମୂଳକ ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ବେଳେ ଉକ୍ତ ପଞ୍ଚାୟତକୁ ବିଭିନ୍ନ ରାଜନୈତିକ ଦଳଠାରୁ ଆରମ୍ଭ କରି ନାଗରିକ ମଞ୍ଚର କର୍ମକର୍ତ୍ତା ଗସ୍ତ କରି ଓଡିଶା ସରକାରଙ୍କ ଦ୍ୱାରା କେଉଁ କାର୍ଯ୍ୟ ସବୁ ହୋଇଛି, ଆନ୍ଧ୍ର ସରକାର ଦ୍ୱାରା କି କାର୍ଯ୍ୟ ହୋଇଛି ତାହାକୁ ନେଇ ନିଜ ନିଜ ସ୍ତରରେ ସମୀକ୍ଷା କରୁଛନ୍ତି।ଏହି ସମୟରେ ଅଧିକାଂଶ ପରିବାରରେ ଦୁଇ ଦୁଇଟି ଆଧାର ପରିଚୟ ପତ୍ର ଥିବା ଦେଖିବାକୁ ମିଳିଥିଲା । ଯାହାକି ଗୋଟିଏ ନମ୍ବରରେ ଦୁଇଟି ଲେଖାଏ ଆଧାର ପରିଚୟ ପତ୍ର ରହିଛି ।

 ଶିକୁଳିରେ ବନ୍ଧାପଡ଼ିଛି ଜୀବନ: ଅର୍ଥାଭାବ ଯୋଗୁ ହୋଇପାରୁନି ଚିକିତ୍ସା

ଶିକୁଳିରେ ବନ୍ଧାପଡ଼ିଛି ଜୀବନ: ଅର୍ଥାଭାବ ଯୋଗୁ ହୋଇପାରୁନି ଚିକିତ୍ସା

ମାଥିଲି(ଡି.ଏନ୍‌.ଏ.)/ଗୋବିନ୍ଦପାଲି,୧୫।୧ ରାଜୀବ ଖିଲ। ଏକଦା ଜଣେ ସଫଳ ଚାଷୀ ଥିଲେ। ତାଙ୍କ ହାତ ସ୍ପର୍ଶରେ ହସି ଉଠୁଥିଲା କ୍ଷେତ। ଚାଷରୁ ଯାହାକିଛି ଫସଲ ଅମଳ ହେଉଥିଲା ସେଥିରେ ଭଲ ଭାବେ ଚଳୁଥିଲା ପରିବାର। ମାତ୍ର କିଛିବର୍ଷ ହେଲା ଚିତ୍ର କିନ୍ତୁ ଓଲଟା। ସେତେବେଳେ ତାଙ୍କ ଉପରେ ପରିବାର ନିର୍ଭର କରୁଥିଲା। ବର୍ତ୍ତମାନ ସେ ପରିବାର ପାଇଁ ବୋଝ ପାଲଟିଛନ୍ତି। ଏକ ଘଟଣାକ୍ରମରେ ମାନସିକ ସ୍ଥିତି ହରାଇବା ପରଠୁ ଏହି ୨୭ ବର୍ଷୀୟ ଯୁବକଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। ଶିକୁଳିରେ ବନ୍ଧା ହୋଇ ଯନ୍ତ୍ରଣାରେ ବିତୁଛି ଦିନ। ମାଲକାନଗିରି ଜିଲା ଗୋବିନ୍ଦପାଲି ସଦର ପଞ୍ଚାୟତର ଡାବୁଗୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ବେଦନାଦାୟକ ଦୃଶ୍ୟ।

ପ୍ଲେଟ୍‌ ପକାଇ ନଦୀ ପାର ହେଉଛନ୍ତି ଲୋକେ: ଧିମେଇଛି ପୋଲ ତିଆରି କାମ

ପ୍ଲେଟ୍‌ ପକାଇ ନଦୀ ପାର ହେଉଛନ୍ତି ଲୋକେ: ଧିମେଇଛି ପୋଲ ତିଆରି କାମ

ଶିଖାପାଲୀ,୧୫।୧ ମାଲକାନଗିରି ଜିଲା ଏମ୍‌ଭି-୨୦, ୨୧ ଏବଂ ପିଟାଗାଟା ଗଁା ବାଟରେ ପଡ଼େ ତମସା ନଦୀ । ଏହା ଉପରେ ପୋଲ ନିର୍ମାଣ କାର୍ଯ୍ୟ ଧିମେଇଥିବା ଯୋଗୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୦ ପଞ୍ଚାୟତର ଲୋକେ ଏହା ଉପରେ ନିର୍ଭର କରନ୍ତି।