ରାଜ୍ୟ | ବାଲେଶ୍ୱର

ଏମିତି ବି ଆସେ ମୃତ୍ୟୁ: ଶୈବପୀଠକୁ ବୁଲିବାକୁ ଆସି ପର୍ଯ୍ୟଟକ ମୃତ

ଏମିତି ବି ଆସେ ମୃତ୍ୟୁ: ଶୈବପୀଠକୁ ବୁଲିବାକୁ ଆସି ପର୍ଯ୍ୟଟକ ମୃତ
ନୀଳଗିରି, ୩୧।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ତଥା କୁଳଡିହା ଅଭୟାରଣ୍ୟରେ ଥିବା ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ନୂଆବର୍ଷ କଟାଇବାକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ମେଦିନାପୁର ଜିଲା ଦେବରା ଥାନା ଅଧୀନ ବାଲିଚୌକ ଗାଁର ଲକ୍ଷ୍ମଣଚନ୍ଦ୍ର ସିଂ। ସୂଚନା ଅନୁଯାୟୀ, ସିଂ ରବିବାର ପୂର୍ବାହ୍ନରେ ସ୍ତ୍ରୀ ପୁଷ୍ପା, ପୁଅ କମଳେଶ, ଝିଅ କେୟା ଓ ପୁତୁରା ସହିତ ଖଡଗପୁର ଷ୍ଟେଶନରୁ ଆସି ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଥିଲେ। ପରେ ଷ୍ଟେଶନରୁ ସେମାନେ ଅଟୋରେ ବସି ପୀଠରେ ପହଞ୍ଚିଥିଲେ। ଅଟୋରୁ ଓହ୍ଲାଇବା ବେଳେ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରି ପଛପଟକୁ ହଠାତ୍‌ ଓଲଟି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ପହଞ୍ଚି ନ ଥିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇନାହିଁ।
All Right Reserved By

ରାଜ୍ୟ | ବାଲେଶ୍ୱର

ମନ କିଣୁଛି ତୋରଣ

ମନ କିଣୁଛି ତୋରଣ

ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ। ଆଖି ଝଲସେଇଦେଲା ଭଳି ସୁଉଚ୍ଚ ତୋରଣ ପାଖରେ ଅଟକିଯାଉଛି ଆଖି। ସୁନା, ଚାନ୍ଦି ଅଳଙ୍କାରରେ ସଜେଇ ହୋଇ ଧରାବତରଣ କରିଛନ୍ତି ମା’ ଦୁର୍ଗତିନାଶିନୀ।

ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୧୮।୧୦:ବିଜୟା ଦଶମୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣ ବୀରବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏହିଦିନ ରତ୍ନସିଂହାସନରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହେବ।

ଓଡ଼ିଶା ଦ୍ୱିତୀୟ ଡେଙ୍ଗୁ ପ୍ରବଣ ରାଜ୍ୟ

ଓଡ଼ିଶା ଦ୍ୱିତୀୟ ଡେଙ୍ଗୁ ପ୍ରବଣ ରାଜ୍ୟ

କଟକ ଅଫିସ, ୧୮।୧୦: ଦେଶରେ ଏବେ ଡେଙ୍ଗୁ ମାଡ଼ି ଚାଲିଛି। ଡେଙ୍ଗୁ ପ୍ରବଣ ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୋଟ ୩୮୮୩ ଜଣ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି, ଅର୍ଥାତ୍‌ ୨୦୧୮ରେ ଦେଶର ଦ୍ୱିତୀୟ ସର୍ବାଧିକ ଡେଙ୍ଗୁ ରୋଗୀ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ଭେକ୍ଟର ବର୍ଣ୍ଣ ଡିଜିଜ୍‌ କଣ୍ଟ୍ରୋଲ ପ୍ରୋଗ୍ରାମ ପକ୍ଷରୁ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରସ୍ତୁତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। 

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ମା’ଙ୍କୁ ଚକ୍ଷୁଦାନ, ଜୀବନ୍ୟାସ ଏବଂ ପ୍ରାଣ ପ୍ରତିଷ୍ଠା ନୀତି ପରେ ବୁଧବାର ପୂଜାମଣ୍ଡପଗୁଡ଼ିକରେ ମହାଷ୍ଟମୀ ତଥା ଦୁର୍ଗାଷ୍ଟମୀ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମା’ ଦୁର୍ଗତିନାଶିନୀଙ୍କ ଆରାଧନା ସମଗ୍ର ସହରରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସବୁଆଡ଼େ ଗହଳି ଚହଳି ଲାଗିରହୁଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ମଣ୍ଡପଗୁଡ଼ିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପୂଜାରେ ଜମୁଛି ମେଲୋଡି, ଭଜନ ସନ୍ଧ୍ୟା: ଆକୃଷ୍ଟ କରୁଛି ରାମଲୀଳା

ପୂଜାରେ ଜମୁଛି ମେଲୋଡି, ଭଜନ ସନ୍ଧ୍ୟା: ଆକୃଷ୍ଟ କରୁଛି ରାମଲୀଳା

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ମା’ଙ୍କ ଆରାଧନା ଲାଗି ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ରାଜଧାନୀରେ ଥିବା ବିଭିନ୍ନ ପୂଜାମଣ୍ଡପରେ ସନ୍ଧ୍ୟା ହେବା କ୍ଷଣି ଆରମ୍ଭ ହୋଇଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। 

ରାଜ୍ୟପାଳ ଦେଖିବେ କଟକ ଦଶହରା

ରାଜ୍ୟପାଳ ଦେଖିବେ କଟକ ଦଶହରା

କଟକ ଅଫିସ,୧୮।୧୦ - ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗୁରୁବାର ମହାନବମୀରେ କଟକ ଗସ୍ତ କରି ଦଶହରା ପୂଜା ଦେଖିବେ। ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। 

ପୂଜା ବୁଲିଲେ ଜିଲାପାଳ, ଅଭିନେତା

ପୂଜା ବୁଲିଲେ ଜିଲାପାଳ, ଅଭିନେତା

କଟକ ଅଫିସ,୧୮।୧୦ - ପୂଜା କାହା ପାଇଁ ଖୁସି ଆଣିଛି ତ ଆଉ କାହା ପାଇଁ ଦାୟିତ୍ୱ ବଢ଼ାଇ ଦେଇଛି। ତେବେ ଏହା ଭିତରେ ସମସ୍ତେ ମା’ ଦୁର୍ଗାଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରୁଛନ୍ତି। 

ମିଳିଛି ମୌକା, ପୂଜା ମଣ୍ଡପ ବୁଲିବେ ନେତା

ମିଳିଛି ମୌକା, ପୂଜା ମଣ୍ଡପ ବୁଲିବେ ନେତା

କଟକ ଅଫିସ,୧୮।୧୦ - ଆଗକୁ ଅଛି ସାଧାରଣ ନିର୍ବାଚନ। ଏହାକୁ ନେଇ ଢ଼େର୍‌ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ରହିଛି। ଦଳ ବଦଳ, ବିଦ୍ରୋହୀଙ୍କ ଗର୍ଜନ ଓ ମିଶ୍ରଣ ଭିତରେ ରାଜନୈତିକ ଦଳଗୁଡିକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। 

ମିଠାରେ ବିଷ

ମିଠାରେ ବିଷ

କଟକ ଅଫିସ,୧୮।୧୦ - ପୂଜା ପାଇଁ ଏବେ ବଜାରର ବିଭିନ୍ନ ମିଠା ଦୋକାନଠାରୁ ଆରମ୍ଭ କରି ଟିଫିନ୍‌ ସେଣ୍ଟରରେ ଭଳିକି ଭଳି ମିଠା ମିଳୁଛି। ଶୋ’ କେସ୍‌ରେ ଚକ୍‌ ଚକ୍‌ ଦିଶୁଥିବା ଓ ପାଟିକୁ ସୁସ୍ବାଦୁ କରୁଥିବା ଏହି ମିଠା ଯେ ଶରୀର ପାଇଁ କ୍ଷତିକାରକ ତାହା ହୁଏତ କେହି ଜାଣି ନ ଥିବେ। କ୍ଷୀର, ଛେନା, ଖୁଆ ସହ ବିଭିନ୍ନ ପୁଷ୍ଟିକର ସାମଗ୍ରୀରେ ତିଆରି ହେଉଥିବା ଏହି ମିଠାରେ ମିଶାଯାଉଛି ବିଷ। ମିଠାକୁ ଅଧିକ ଆକର୍ଷଣୀୟ କରିବା ସହ ତାଜା ରଖିବା ପାଇଁ ହାନିକାରକ କେମିକାଲ ବ୍ୟବହାର କରାଯାଉଛି। ପ୍ରତିଦିନ ଲୋକେ ଏହାକୁ ଖାଇ ଅଜାଣରେ ରୋଗ କିଣୁଛନ୍ତି।

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋଣାର୍କ, ୧୭।୧୦(ଡି.ଏନ.ଏ.)- ଅର୍କକ୍ଷେତ୍ର କୋଣାର୍କରେ ଘଟିଛି କଳଙ୍କିତ ଘଟଣା। ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ବନ୍ଦ କୋଠରୀରେ ରଖି ଗଣବଳାତ୍କାର କରାଯାଇଛି।

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି।