
ନୂଆଦିଲ୍ଲୀ,୩୧।୧୨: ଖୁବ୍ଶୀଘ୍ର ରାଜଧାନୀ ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଥିବା ମହିଳାଙ୍କ ଶୌଚାଳୟ ଗୋଲାପି ରଙ୍ଗର ହେବ ବୋଲି ଦିଲ୍ଲୀ ମ୍ୟୁନିସପାଲିଟି ପକ୍ଷରୁ ସୂଚିତ କରାଯାଇଛି। ଉତ୍ତର ଦିଲ୍ଲୀ ପୌରନିଗମରୁ ଏହା ଆରମ୍ଭ ହେବ। ନିଗମର ୭ଟି ସ୍ଥାନରେ ଥିବା ମହିଳା ଶୌଚାଳୟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଲାପି ରଙ୍ଗ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟଗୁଡିକୁ ମଧ୍ୟ କରାଯିବ ବୋଲି ଜଣାପଡିଛି। ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ଏହି ଯୋଜନା କାର୍ଯ୍ୟକାରୀହେବ ବୋଲି ଜଣାପଡିଛି।