ରାଜ୍ୟ | ରାୟଗଡା

କଇଁଛ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୩ ଗିରଫ

କଇଁଛ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୩ ଗିରଫ

ମାଲକାନଗିରି/କାଲିମେଳା, ୩୧।୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୬ କ୍ୱିଣ୍ଟାଲ କଇଁଛ ଜବତ କରାଯାଇଛି। କଇଁଛମାନଙ୍କର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ନୂଆବର୍ଷ ପାଇଁ ଆନ୍ଧ୍ରରୁ କାଲିମେଳାକୁ ଏହି କଇଁଛ ଚୋରାଚାଲାଣ ହେଉଥିବା ନେଇ ବନବିଭାଗକୁ ଖବର ମିଳିଥିଲା। ପରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨ ବସ୍ତାରେ ୧୫ଶହରୁ ଊର୍ଦ୍ଧ୍ୱ କଇଁଛ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରେ ମାଲକାନଗିରି ଡିଏଫଓ ଉପସ୍ଥିତ ଥିବା ଜଣାପଡିଛି।

All Right Reserved By

Model This Week

Model This Week

ରାଜ୍ୟ | ରାୟଗଡା

ଆର୍ଥିକ ଅନିୟମିତତା ମାମଲା: ପୂର୍ବତନ ଡିପିସିଙ୍କ ସମେତ ୩ ଜଣଙ୍କୁ ଜେଲ୍‌

ଆର୍ଥିକ ଅନିୟମିତତା ମାମଲା: ପୂର୍ବତନ ଡିପିସିଙ୍କ ସମେତ ୩ ଜଣଙ୍କୁ ଜେଲ୍‌

ବାରିପଦା ଅଫିସ,୨୬।୪: ବାଲେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ତାରାପ୍ରସାଦ ରଥ ଗୁରୁବାର ଏକ ଆର୍ଥିକ ଅନିୟମିତତା ମାମଲାର ଶୁଣାଣି କରି ସର୍ବଶିକ୍ଷା ଅଭିଯାନର ପୂର୍ବତନ ମୟୂରଭଞ୍ଜ ଜିଲା ସଂଯୋଜକ ବଂଶୀଧନ ନାୟକଙ୍କ ସମେତ ୩ ଜଣଙ୍କୁ ୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।

ନାବାଳିକା ବଳାତ୍କାର: ସମ୍ପର୍କୀୟ ଭାଇ ଅଭିଯୁକ୍ତ

ନାବାଳିକା ବଳାତ୍କାର: ସମ୍ପର୍କୀୟ ଭାଇ ଅଭିଯୁକ୍ତ

ପାଟଣା,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଦମାହୁଦା ପଞ୍ଚାୟତ ବବଡ଼ପଶି ଗ୍ରାମର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ବଳାତ୍କାର କରିଥିବା ବୁଧବାର ଅଭିଯୋଗ ହୋଇଛି।

ଅଗ୍ନିକାଣ୍ଡ: ୮ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୮ ବଖରା ଜଳିଗଲା

ଜଗତ୍‌ସିଂହପୁର ଅଫିସ,୨୬।୪: ଜଗତ୍‌ସିଂହପୁର ଜିଲା ନୂଆଗାଁ ଥାନା ଅନ୍ତର୍ଗତ ଗୋଠଡ଼ା ଇଛାପୁର ଗ୍ରାମରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲଲାଟ ବିଶ୍ୱାଳ, ବିନୟ ବିଶ୍ୱାଳ ଏବଂ ଶତ୍ରୁଘ୍ନ ବିଶ୍ୱାଳଙ୍କ ୮ ବଖରା ଘର ଜଳିଯାଇଛି।

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୨୬।୪: ଜଗତ୍‌ସିଂହପୁର ଜିଲା କଣ୍ଟାବଲ୍ଲଭପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ଉକ୍ତ ଗ୍ରାମର ୨ଜଣ ନାବାଳକ ଗଣବଳାତ୍କାର କରିଥିବା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି।

ଚୋରା ମଦ ଜବତ, ୩ ବେପାରୀ ଗିରଫ

ଚୋରା ମଦ ଜବତ, ୩ ବେପାରୀ ଗିରଫ

ନିମାପଡା,୨୬।୪(ଡି.ଏନ୍‌.ଏ.): ନିମାପଡା ଅବକାରୀ ବିଭାଗ ଓ ପୁରୀ ଅବକାରୀ ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ଗୁରୁବାର ନିମାପଡା ଓ କାକଟପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଏଥିରେ ୮୦ ବୋତଲ ଚୋରା ମଦ ଓ ବିଅର ଜବତ କରାଯାଇଛି।

୩ବର୍ଷର ଝିଅକୁ ଚୁଲିରେ ପୋଡି ହତ୍ୟା ଉଦ୍ୟମ: ମା’ ଅଟକ

୩ବର୍ଷର ଝିଅକୁ ଚୁଲିରେ ପୋଡି ହତ୍ୟା ଉଦ୍ୟମ: ମା’ ଅଟକ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ମୁକ୍ତିବିହାରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ବର୍ଷର ଶିଶୁକନ୍ୟା କାନ୍ଦୁଥିବା ଯୋଗୁ ମା’ ତାକୁ ଚୁଲିରେ ପୁରାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଜଣାପଡିଛି। ଏଥିରେ ଶିଶୁଟି ଶରୀରର ୯୫% ଭାଗ ପୋଡି ଯାଇଛି।

ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଅନୁଷ୍ଠିତ

ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର,୨୬।୪(ବି.ପ୍ର.): ସ୍ଥାନୀୟ ମିଶନଶକ୍ତି ବୈଠକ ଗୃହରେ ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ ତମ ଜୟନ୍ତୀ ପାଳିତ

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର ଅଫିସ,୨୬।୪: ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ ତମ ଜୟନ୍ତୀ ଉତ୍ସବ ଗୁରୁବାର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି। ଓଡ଼ିଆ ଭାଷା ଆଧାରରେ ସ୍ବତନ୍ତ୍ର ଓଡିଶା ଗଠନ କ୍ଷେତ୍ରରେ ମହାରାଜା ମୁଖ୍ୟଭୂମିକା ଗ୍ରହଣ କରିଥିଲେ।

ସଡ଼କ ସୁରକ୍ଷା ସପ୍ତାହରେ ମାନବ ଶୃଙ୍ଖଳ

ସଡ଼କ ସୁରକ୍ଷା ସପ୍ତାହରେ ମାନବ ଶୃଙ୍ଖଳ

ବ୍ରହ୍ମପୁର ଅଫିସ,୨୬।୪: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଟ୍ରାଫିକ୍‌ ପୋଲିସ ପକ୍ଷରୁ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଗୁରୁବାର ଏକ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଯାଇଛି। ଟ୍ରାଫିକ ନିୟମ ମାନିବା ସହ ଗାଡି ଚଳାଇବା ବେଳେ ସୁରକ୍ଷିତ ଯାତ୍ରା କରିବା ପାଇଁ ପୋଲିସ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା।

ଆରଡିରେ ମାର୍କେଟ କମ୍ପ୍ଲେକ୍ସ ଭୁଶୁଡିବା ପ୍ରସଙ୍ଗ: ଯନ୍ତ୍ରୀ, ଠିକାଦାରଙ୍କୁ ଗିରଫ ଦାବି

ଆରଡିରେ ମାର୍କେଟ କମ୍ପ୍ଲେକ୍ସ ଭୁଶୁଡିବା ପ୍ରସଙ୍ଗ: ଯନ୍ତ୍ରୀ, ଠିକାଦାରଙ୍କୁ ଗିରଫ ଦାବି

ଆରଡି, ୨୬।୪, (ଡି.ଏନ.ଏ.): ଭଦ୍ରକ ଜିଲା ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ଚଳିତମାସ ୧୯ ତାରିଖରେ ଏକ ନବ ର୍ନିମିତ ମାର୍କେଟ କମ୍ପ୍ଲେକ୍ସ ଶିବଗଙ୍ଗା ପୁଷ୍କରିଣୀ ମଧ୍ୟକୁ ଭୁଶୁଡି ପଡିଥିଲା। ଏହାର ପ୍ରତିବାଦ ସ୍ବରୂପ ଭାଜପା ପକ୍ଷରୁ ଗୁରୁବାର ଏକ ସଭାର ଆୟୋଜନ କରାଯାଇଥିଲା ।

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ପୁରୀ ଅଫିସ, ୨୬।୪: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମହିଷା ବ୍ରହ୍ମପୁରରେ ପୁଣି ବାରୁଦ ବିସ୍ଫୋରଣ ଘଟିଛି। ସକାଳେ ଘଟିଥିବା ଏହି ବିସ୍ଫୋରଣରେ ଦୁଇ ଭାଇ ଗୁରୁତର ଆହତ ହୋଇ ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସେମାନେ ହେଲେ ସୁମନ ଭୋଇ ଓ ସମୀର ଭୋଇ। ଉଭୟଙ୍କ ବୟସ ୬ ରୁ ୮ ବର୍ଷ ହେବ ବୋଲି କୁହାଯାଉଛି। ବିସ୍ଫୋରଣରେ ଉଭୟଙ୍କ ଶରୀରର ବିଭିନ୍ନ ଅଂଶ ପୋଡିଯାଇଛି।

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ପୁରୀ ଅଫିସ, ୨୬।୪: ଚଳିତ ମାସ ୨୯ ତାରିଖରେ ବିଶ୍ୱ ନୃତ୍ୟ ଦିବସ। ଏହି ଉପଲକ୍ଷେ ଶ୍ରୀକ୍ଷେତ୍ର ନୃତ୍ୟଶିଳ୍ପୀ ସଂଘ ପକ୍ଷରୁ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।