Dharitri News
ଅନ୍ତର୍ଜାତୀୟ |

କାଲିଫର୍ନିଆ ଲ’ଅଫିସ ଆକ୍ରମଣକାରୀ ଚିହ୍ନଟ

କାଲିଫର୍ନିଆ ଲ’ଅଫିସ ଆକ୍ରମଣକାରୀ ଚିହ୍ନଟ ଲସ୍‌ଏଞ୍ଜେଲସ୍‌,୩୧।୧୨: କାଲିଫର୍ନିଆ ଲ’ ଅଫିସରେ ଗୁଳିମାଡ କରିଥିବା ବନ୍ଧୁକଧାରୀ ୫୮ ବର୍ଷୀୟ ଜନ୍‌ ଆଲେକ୍‌ଜାଣ୍ଡର ମେଣ୍ଡୋଜାଙ୍କୁ ଚିହ୍ନଟ କରାଯାଇଛି। ରେଡୋଣ୍ଡୋ ବିଚ୍‌ ନିବାସୀ ମେଣ୍ଡୋଜା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ନିଜ ଉପରକୁ ଗୁଳି କରି ଆହତ ହୋଇଥିଲେ। ଜନ୍‌ ଆଲେକ୍‌ଜାଣ୍ଡର ଜଣେ ପେସାଦାର ବନ୍ଧୁକଧାରୀ ନୁହନ୍ତି ଓ ତାଙ୍କୁ ପ୍ରାୟୋଜିତ ଭାବେ ଏହି କାମ ଦିଆଯାଇଥିବା ଲଙ୍ଗ ବିଚ୍‌ ପୋଲିସ ପ୍ରକାଶ କରିଛି।

ଅନ୍ତର୍ଜାତୀୟ |

ବୟସ ୭ ବର୍ଷ, କାମ ହୋମ୍‌ ଡେଲିଭରି

ବୟସ ୭ ବର୍ଷ, କାମ ହୋମ୍‌ ଡେଲିଭରି

ପେଇଚିଙ୍ଗ,୨୩।୧: ସୋସିଆଲ ମିଡିଆରେ ଏବେ ଜଣେ ୭ ବର୍ଷ ପିଲାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଛୋଟ ପିଲାଟି ଘର ଘର ବୁଲି ଜିନିଷ ବିତରଣ କରୁଛି। ଯେଉଁ ବୟସରେ ସ୍କୁଲ ବ୍ୟାଗ୍‌ କାନ୍ଧରେ ପକାଇବା କଥା ସେ ବୟସରେ ଶିଶୁଟି ବିଭିନ୍ନ ଜିନିଷର ବୋଝ ବୋହି ହୋମ୍‌ ଡେଲିଭରି ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ସୀମାରେ ପାକ୍‌ ସେନା ମୁଖ୍ୟ

ସୀମାରେ ପାକ୍‌ ସେନା ମୁଖ୍ୟ

ଇସଲାମାବାଦ,୨୩।୧: ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଗୁଳିଗୋଳା ବିନିମୟରେ ଅଶାନ୍ତି ଲାଗି ରହିଛି। ଇତି ମଧ୍ୟରେ ପାକ୍‌ ସେନା ମୁଖ୍ୟ ଜେନେରାଲ୍‌ କମର ଜାବେଦ୍‌ ବାଜଓ୍ବା ସୀମାରେ ମୁତୟନ ଥିବା ପାକ୍‌ ସେନାଙ୍କୁ ଭେଟିଛନ୍ତି।

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ମାନିଲା,୨୩।୧: ଫିଲିପାଇନ୍ସର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ମାଉଣ୍ଟ ମେୟନ୍‌ ପାହାଡ଼ରେ ସୋମବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଆକାଶକୁ ବହୁ ପରିମାଣର ଧୂଆଁ ଓ ପାଉଁଶ ଉଠୁଥିବା ଦେଖିବାକୁ ମିଳିଥିଲା। ସମୁଦ୍ର ପତ୍ତନଠାରୁ ଏହା ୨୪୬୨ ମିଟର ଉଚ୍ଚରେ ଅବସ୍ଥିତ।

ଚାଇନା ତିଆରି କରିବ ନିଜସ୍ବ ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ୍‌

ଚାଇନା ତିଆରି କରିବ ନିଜସ୍ବ ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ୍‌

ବେଜିଂ,୨୩।୧: ଚାଇନା ସେନ୍‌ଜେନ୍‌ରେ ଏକ ନିଜସ୍ବ ପାଣିକୂଳ କାଦୁଅ ପଙ୍କରେ ମାଟି ଉପରକୁ ଚେର କାଢି ବଢୁଥିବା ଗ୍ରୀଷ୍ମମଣ୍ଡଳୀୟ ଗଛର ସଂଗ୍ରହାଳୟ (ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ)ତିଆରି କରିବ।

 ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଓ୍ବାଶିଂଟନ, ୨୩।୧: ଆମେରିକା ଉପରେ ଆଗାମୀ କିଛି ମାସ ମଧ୍ୟରେ ଉତ୍ତରକୋରିଆ ଆଣବିକ ଆକ୍ରମଣ କରିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଆମେରିକା ସେଣ୍ଟ୍ରାଲ ଇଣ୍ଟେଲଜେନ୍ସ ଏଜେନ୍ସି(ସିଆଇଏ) ପକ୍ଷରୁ ସୂଚିତ କରାଯାଇଛି।

 ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ଓ୍ବାଶିଂଟନ, ୨୩।୧: ଆଫଗାନୀସ୍ଥାନ କାବୁଲର ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଉପରେ ଆମେରିକାର ଚାପ ବଢ଼ିବାରେ ଲାଗିଛି।

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

ବୋଗୋଟା,୨୨।୧: କଲମ୍ବିଆରେ ହୋଇଥିବା ଭୂସ୍ଖଳନରେ ଏକ ବସ୍‌ ଖାଲ ମଧ୍ୟକୁ ଖସି ପଡିବା ଫଳରେ ଜଣେ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ତୁକେରେସ୍‌ ସହର ନିକଟ ବାଲେ ଅଞ୍ଚଳରେ ଘଟିଛି।

ଚାଇନା ନୌସେନାରେ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନ ସାମିଲ

ଚାଇନା ନୌସେନାରେ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନ ସାମିଲ

ବେଜିଂ, ୨୨।୧: ଚାଇନା ନୌସେନାରେ ଅତ୍ୟାଧୁନିକ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନକୁ ସାମିଲ୍‌ କରାଯାଇଛି। ଏହାଦ୍ୱାରା ନୌସେନାର ଶକ୍ତି ବୃଦ୍ଧି ପାଇବ ବୋଲି ଚାଇନା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୋମବାର ସୂଚିତ କରାଯାଇଛି

ଜାତିସଂଘ ସଦସ୍ୟ ଅପହୃତ

ଜାତିସଂଘ ସଦସ୍ୟ ଅପହୃତ

କାବୁଲ, ୨୨।୧: ଜଣେ ଜାତିସଂଘ ମହିଳା ସଦସ୍ୟ ଏବଂ ତାଙ୍କ ଝିଅଙ୍କୁ ଆଫଗାନୀସ୍ତାନ କାବୁଲର ଖୈର କାହାନ୍‌ଠାରୁ ଅପହରଣ କରି ନିଆଯାଇଛି। ସଦସ୍ୟ ଜଣଙ୍କ ତାଙ୍କ ଝିଅକୁ ସୋମବାର ସ୍କୁଲରେ ଛାଡିବାକୁ ଯାଉଥିବା ବେଳେ ଏପରି ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ଢ଼ାକା, ୨୨।୧: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ ବୋଲି ବଂଲାଦେଶ କହିଛି। ଏହା ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି।

ଆଫଗାନୀସ୍ତାନରେ ସୈନ୍ୟ ସଂଖ୍ୟା ବଢ଼ାଇବ ଆମେରିକା

ଆଫଗାନୀସ୍ତାନରେ ସୈନ୍ୟ ସଂଖ୍ୟା ବଢ଼ାଇବ ଆମେରିକା

ଓ୍ବାଶିଂଟନ, ୨୨।୧: ଆଫଗାନୀସ୍ତାନରେ ଆମେରିକା ଆତଙ୍କବାଦୀ ବିରୋଧରେ ସଂଗ୍ରାମ ଜାରି ରଖିଛି। ଏହି ମର୍ମରେ ଅଧିକ ଏକ ହଜାର ସୈନ୍ୟ ସେଠାକୁ ପଠାଇବା ଆମେରିକା ଯୋଜନା କରିଛି ।

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ,୨୨।୧: ଅଷ୍ଟ୍ରେଲିଆ ସିଡ୍‌ନୀର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ରିଚମଣ୍ଡଠାରେ ସୋମବାର ସକାଳେ ଏକ ଟ୍ରେନ୍‌ ଦୁର୍ଘଟଣା ହେବା ଫଳରେ ପାଖାପାଖି ୧୨ ଜଣ ଆହତ ହୋଇଛନ୍ତି।