ଅନ୍ତର୍ଜାତୀୟ |

୨୦୦୯ ପରେ ଇରାନରେ ସବୁଠାରୁ ବଡ଼ ବିରୋଧ ପ୍ରଦର୍ଶନ

୨୦୦୯ ପରେ ଇରାନରେ ସବୁଠାରୁ ବଡ଼ ବିରୋଧ ପ୍ରଦର୍ଶନ

ତେହେରାନ୍‌,୩୧।୧୨: ଇରାନର ଦୁର୍ବଳ ଅର୍ଥ ବ୍ୟବସ୍ଥା ବିରୋଧରେ ଶନିବାର ରାଜଧାନୀ ତେହେରାନରେ ବଡ ଧରଣର ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିରେ ବହୁମାତ୍ରାରେ କଲେଜ ଛାତ୍ରୀଛାତ୍ର ଓ ଯୁବବର୍ଗ ସାମିଲ ହୋଇଥିଲେ। ଏମାନେ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ୨୦୦୯ ରାଷ୍ଟ୍ରପତି ନିର୍ବାଚନ ବିବାଦ ପରେ ଏହା ସବୁଠାରୁ ବଡ ବିରୋଧ ବୋଲି କୁହାଯାଉଛି। ପ୍ରଦର୍ଶନକାରୀ ଯଦି ରାଜରାସ୍ତାରୁ ନ ହଟନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାରଠାରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଏମାନଙ୍କ ମଧ୍ୟରୁ ୨ଜଣଙ୍କ ପ୍ରାଣହାନି ଘଟିଥିବା କୁହାଯାଉଛି।

All Right Reserved By

Model This Week

Model This Week

ଅନ୍ତର୍ଜାତୀୟ |

ଇଣ୍ଡୋନେସିଆ ତୈଳକୂପରେ ଅଗ୍ନିକାଣ୍ଡ: ୧୦ ମୃତ

ଇଣ୍ଡୋନେସିଆ ତୈଳକୂପରେ ଅଗ୍ନିକାଣ୍ଡ: ୧୦ ମୃତ

ଜାକର୍ତ୍ତା, ୨୫।୪ : ଇଣ୍ଡୋନେସିଆ ଆସେହ ପ୍ରଦେଶରେ ଥିବା ଏକ ତୈଳକୂପରେ ଅଗ୍ନିକାଣ୍ଡ ଘଟି ୧୦ଜଣଙ୍କ ମୃତ୍ୟୁ ଘଟିଛି। ପାଇପ୍‌ ଲାଇନ୍‌ ଓ୍ବେଲ୍‌ଣ୍ଡିଂ ସମୟରେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦକୁ ଲଗାମ ଦିଅ

ଆତଙ୍କବାଦକୁ ଲଗାମ ଦିଅ

ବେଜିଂ/ନୂଆଦିଲ୍ଲୀ,୨୪।୪(ପି.ଟି.)- ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନକୁ ଚାଇନାରେ ଚେତାବନୀ ଦେଇଛି ଭାରତ। ବେଜିଂରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରାମନ୍‌ ମଙ୍ଗଳବାର ଯୋଗଦେଇ ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ଇସ୍‌ଲାମାବାଦ୍‌କୁ ତାଗିଦ୍‌ କରିଛନ୍ତି।

ତାଲିବାନ ଆତଙ୍କବାଦୀ ଆକ୍ରମଣ: ୪ ପୋଲିସ ନିହତ

ତାଲିବାନ ଆତଙ୍କବାଦୀ ଆକ୍ରମଣ: ୪ ପୋଲିସ ନିହତ

କାବୁଲ, ୨୪।୪ : ଆଫଗାନୀସ୍ତାନ ଘନଜୀ ପ୍ରଦେଶ ଜାଗହାଟୁ ଜିଲାରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୋଲିସ ନିହତ ହୋଇଛନ୍ତି। ଏହି ଘଟଣାରେ ୭ଜଣ ସାଧାରଣ ଲୋକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ଭ୍ୟାନ୍‌ ଧକ୍କାରେ ୧୦ ମୃତ

ଭ୍ୟାନ୍‌ ଧକ୍କାରେ ୧୦ ମୃତ

ଟରୋଣ୍ଟୋ, ୨୪।୪ : ଦ୍ରୁତ ଗତିରେ ଯାଉଥିବା ଏକ ଭ୍ୟାନ୍‌ ଧକ୍କାରେ ଟରୋଣ୍ଟୋରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିବାବେଳେ ଅନେକଙ୍କ ଅବସ୍ଥା ସଙ୍କଟ ଜନକ ରହିଛି ବୋଲି ସ୍ଥାନୀୟ ପୋଲିସ କହିଛି।

ଚାଇନାର କାରାଓକେ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ: ୧୮ ମୃତ

ଚାଇନାର କାରାଓକେ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ: ୧୮ ମୃତ

ବେଜିଂ, ୨୪।୪ : ଚାଇନା କିଙ୍ଗୁଆନ୍‌ ସହରରେ ଥିବା କାରାଓକେ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ପୋଲିସ କହିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ମେକ୍ସିକୋ ହିଂସା: ୩ ମାସରେ ୭,୬୬୭ ଲୋକଙ୍କୁ ହତ୍ୟା

ମେକ୍ସିକୋ ହିଂସା: ୩ ମାସରେ ୭,୬୬୭ ଲୋକଙ୍କୁ ହତ୍ୟା

ମେକ୍ସିକୋ ସିଟି, ୨୩।୪ : ଗତ ୩ ମାସ ମଧ୍ୟରେ ମେକ୍ସିକୋରେ ହୋଇଥିବା ବିଭିନ୍ନ ହିଂସାକାଣ୍ଡରେ ଇତିମଧ୍ୟରେ ୭,୬୬୭ ଲୋକଙ୍କର ମୃତ୍ୟୁ ଘଟିଛି। ୨୦୧୭ରେ ଏହି ସମୟରେ ୬,୪୦୬ଙ୍କର ମୃତ୍ୟୁ ଘଟିଥିବାବେଳେ ଚଳିତ ବର୍ଷ ପ୍ରଥମ ତିନି ମାସରେ ଏଥିରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି।

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଓ୍ବାଶିଂଟନ, ୨୩।୪ : ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ଭ୍ରୁଣ ସୃଷ୍ଟି ହୋଇପାରି ନ ଥାଏ। ଆଗାମୀ ଦିନରେ ପୁରୁଷଙ୍କ ପାଇଁ ଏଭଳି ଟ୍ୟାବଲେଟ୍‌ ବଜାରରେ ଉପଲବ୍ଧ ହେବ। ଏହାର ବ୍ୟବହାରଦ୍ୱାରା ଶୁକ୍ରାଣୁର ଗତି ଶିଥିଳ ହୋଇଯିବ।

ପାକିସ୍ତାନ ସୈନ୍ୟବାହିନୀ ବିରୋଧରେ ପାସ୍ତୁନଙ୍କ ପ୍ରଦର୍ଶନ

ପାକିସ୍ତାନ ସୈନ୍ୟବାହିନୀ ବିରୋଧରେ ପାସ୍ତୁନଙ୍କ ପ୍ରଦର୍ଶନ

ଲାହୋର, ୨୩।୪ : ପାକିସ୍ତାନ ସୈନ୍ୟ ବାହିନୀ ପାସ୍ତୁନଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ଏନେଇ ପାସ୍ତୁନମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମ୍ପ୍ରଦାୟ ପାକିସ୍ତାନ ଓ ଆଫଗାନୀସ୍ତାନ ସୀମାର ଉଭୟ ପାର୍ଶ୍ୱରେ ବାସ କରୁଛନ୍ତି। ତେବେ ବିଭିନ୍ନ କାରଣରୁ ପାକିସ୍ତାନ ସରକାର ଏହି ସମ୍ପ୍ରଦାୟ ପ୍ରତି ଯତ୍ନଶୀଳ ନ ହେବା ଏବଂ ସୈନ୍ୟ ବାହିନୀ ପକ୍ଷରୁ ସେମାନଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରାଯିବା ବିରୋଧରେ ପାସ୍ତୁନମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷର ନିଆଁ କୁହୁଳୁଛି।

ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ଚାଇନାରେ ୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି

ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ଚାଇନାରେ ୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି

ବେଜିଂ, ୨୩।୪ : ଚାଇନାରେ ପ୍ରଦୂଷଣ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଫଳରେ ପ୍ରତିବର୍ଷ ଏହାଯୋଗୁ ସୃଷ୍ଟି ହେଉଥିବା ବିଭିନ୍ନ ରୋଗରେ ୧୬ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଆମେରିକା ହେଲଥ୍‌ ଇଫେକ୍ଟସ୍‌ ପ୍ରତିଷ୍ଠାନ ଦ୍ୱାରା ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଗ୍ରାମୀଣ ଅଞ୍ଚଳରେ ବ୍ୟବହୃତ ହେଉଥିବା ଜାଳେଣୀରୁ ନିର୍ଗତ ପ୍ରଦୂଷଣ ଯୋଗୁ ବର୍ଷକୁ ୬ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ରିପୋର୍ଟରେ ସୂଚିତ କରାଯାଇଛି।

ଲିବିୟା ଉପକୂଳରୁ ୨୬୩ ଅନୁପ୍ରବେଶକାରୀ ଉଦ୍ଧାର

ଲିବିୟା ଉପକୂଳରୁ ୨୬୩ ଅନୁପ୍ରବେଶକାରୀ ଉଦ୍ଧାର

ତ୍ରିପୋଲି, ୨୩।୪ : ଲିବିୟା ଉପକୂଳରୁ ୨୬୩ ଅନୁପ୍ରବେଶକାରୀଙ୍କୁ ତଟରକ୍ଷୀ ବାହିନୀ ଉଦ୍ଧାର କରିଛି। ସେମାନେ ଦୁଇଟି ବୋଟରେ ଆସୁଥିବାବେଳେ ଅଧିକ ଲୋକ ସବାର ହୋଇଥିବା ଯୋଗୁ ତାହା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

ଉତ୍ତରକୋରିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩୦ ମୃତ

ଉତ୍ତରକୋରିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩୦ ମୃତ

ପୋୟାଙ୍ଗାୟାଙ୍ଗ, ୨୩।୪ : ଉତ୍ତରକୋରିଆ ହୁଆଙ୍ଗହାଏଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ ବିଦେଶୀ ପର୍ଯ୍ୟଟକ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଇନାର ନାଗରିକ।