ଜାତୀୟ |

୧୩ ଭାରତୀୟ ଧୀବର ଗିରଫ

୧୩ ଭାରତୀୟ ଧୀବର ଗିରଫ
ରାମେଶ୍ୱରମ୍‌,୩୧।୧୨: ଶ୍ରୀଲଙ୍କା ନୌସେନା ୧୩ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଭାରତୀୟ ସାମୁଦ୍ରିକ ସୀମା ବାହାରେ ଧୀବରମାନେ ମାଛ ଧରୁଥିବା ଅଭିଯୋଗ ହୋଇଛି। ସେମାନେ ନେନ୍ଦୁଥିଭୁଠାରେ ମାଛ ଧରୁଥିଲେ। ଅଧିକ ପଚରାଉଚରା ପାଇଁ ଶ୍ରୀଲଙ୍କା ନୌସେନା ସେମାନଙ୍କୁ ଖଙ୍ଗେସନ୍ଥୁରାଇକୁ ନେଇଛି ବୋଲି ତାମିଲନାଡୁ ମତ୍ସ୍ୟବିଭାଗ ସହ ନିର୍ଦ୍ଦେଶକ ଏ.ମଣିକନ୍ଦନ୍‌ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଡିସେମ୍ବର ୧୨ରେ ଶ୍ରୀଲଙ୍କା ନୌସେନା ୨୭ ଭାରତୀୟ ଧୀବରଙ୍କୁ ଗିରଫ କରିଥିଲା। ଇତିମଧ୍ୟରେ ଶ୍ରୀଲଙ୍କା ନୌସେନା ୬୯ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛି ସେମାନେ ରବିବାର ଆସି ତାମିଲନାଡୁରେ ପହଞ୍ଚିଛନ୍ତି।
All Right Reserved By

ଜାତୀୟ |

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଲକ୍ଷ୍ନୌ, ୧୬।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି। ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ପ୍ରଶାନ୍ତ କିଶୋରଙ୍କୁ ନୂଆ ପଦବୀ

ପ୍ରଶାନ୍ତ କିଶୋରଙ୍କୁ ନୂଆ ପଦବୀ

ପାଟନା,୧୬।୧୦: ନିକଟରେ ଜେଡିୟୁରେ ଯୋଗ ଦେଇଥିବା ପ୍ରଶାନ୍ତ କିଶୋର ଏବେ ଦଳର ୨ ନମ୍ବର ବ୍ୟକ୍ତିତ୍ୱ ଭାବେ ପରିଗଣିତ ହେବେ। ନିର୍ବାଚନ ରଣ କୌଶଳରେ ନିପୁଣ ଥିବା ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ନିଯୁକ୍ତ କରିଛନ୍ତି। 

୧୪ ବର୍ଷ ବୟସ୍କା ନାବାଳିକା ୩ ଥର ବୈଶ୍ୟାଳୟରେ ହେଲେ ବିକ୍ରି

୧୪ ବର୍ଷ ବୟସ୍କା ନାବାଳିକା ୩ ଥର ବୈଶ୍ୟାଳୟରେ ହେଲେ ବିକ୍ରି

ରାଞ୍ଚି,୧୬।୧୦: ଝାଡ଼ଖଣ୍ଡ ରାଞ୍ଚିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୩ ଥର ବୈଶ୍ୟାଳୟରେ ବିକ୍ରି ହୋଇଥିବା ଜଣେ ନାବାଳିକାକୁ ବିକ୍ରି କରାଯାଉଥିବା ବେଳେ ପୋଲିସ ଉଦ୍ଧାର କରିଛି।

କଂଗ୍ରେସ ହେଲା ଭାଜପା ମୁହାଁ

କଂଗ୍ରେସ ହେଲା ଭାଜପା ମୁହାଁ

ନୂଆଦିଲ୍ଲୀ,୧୬।୧୦: ଗୋଆର କଂଗ୍ରେସ ନେତା ଦୟାନନ୍ଦ ସୋପତେ ଓ ସୁଭାଷ ସିରୋଡକର ମଙ୍ଗଳବାର ନୂଆଦିଲ୍ଲୀଠାରେ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବା ପରେ ବିଦ୍ଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। 

ଉତ୍ତରକାଶୀରେ ଭୂକମ୍ପ

ଉତ୍ତରକାଶୀରେ ଭୂକମ୍ପ

ନୂଆଦିଲ୍ଲୀ,୧୬।୧୦: ଉତ୍ତରାଞ୍ଚଳ ଉତ୍ତରକାଶୀ ଜିଲାରେ ମଙ୍ଗଳବାର ଭୋର୍‌ ୪ଟା ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। 

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦: ପୃଥିବୀରେ ଡାଟା ଚୋରି ଘଟଣା ବଢ଼ିବାରେ ଲାଗିଛି। ଡାଟା ଚୋରି ଘଟଣାରେ ଭାରତ ପୃଥିବୀରେ ଦ୍ୱିତୀୟସ୍ଥାନ ହାସଲ କରିଛି। 

ମହିଳାଙ୍କ ଯୌନ କ୍ଷୁଧା ମେଣ୍ଟାଇ ନ ପାରି ପୁରୁଷ କଲେ ଆତ୍ମହତ୍ୟା

ମହିଳାଙ୍କ ଯୌନ କ୍ଷୁଧା ମେଣ୍ଟାଇ ନ ପାରି ପୁରୁଷ କଲେ ଆତ୍ମହତ୍ୟା

ମୁମ୍ବାଇ,୧୬।୧୦: ମାୟାନଗରୀ ମୁମ୍ବାଇରେ ଘଟିଛି ଏକ ଅଭାବନୀୟ ଘଟଣା।  ମହାରାଷ୍ଟ୍ରରେ ୩୮ ବର୍ଷୀୟ ପୁରୁଷ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଛନ୍ତି।

ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ

ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ସିଆରପିଏଫ୍‌ କ୍ୟାମ୍ପ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ଆହତ ହୋଇଛନ୍ତି। 

କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ସରଗରମ

କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ସରଗରମ

ପଣଜୀ,୧୬।୧୦: ଗୋଆର ୨ ଜଣ କଂଗ୍ରେସ ନେତା ଦୟାନନ୍ଦ ସୋପତେ ଓ ସୁଭାଷ ସିରୋଡକରଙ୍କ ମଙ୍ଗଳବାର ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି। ଏମାନେ ଭାଜପାରେ ଯୋଗଦେବେ ବୋଲି ଆଲୋଚନା ହେଉଛି। 

ଯୌନଉତ୍ପୀଡ଼ନ ବଢ଼ିଛି ୫୪ ପ୍ରତିଶତ

ଯୌନଉତ୍ପୀଡ଼ନ ବଢ଼ିଛି ୫୪ ପ୍ରତିଶତ

ନୂଆଦିଲ୍ଲୀ,୧୬।୧୦: ଦେଶର ବିଭିନ୍ନ କାର୍ଯ୍ୟାଳୟରେ ଯୌନଉତ୍ପୀଡ଼ନ ମାମଲାରେ ୫୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୪ରେ ଏହାର ସଂଖ୍ୟା ୩୭୧ଥିବାବେଳେ ୨୦୧୭ରେ ଏଭଳି ୫୭୦ ମାମଲା ଦାଏର ହୋଇଛି।

ହିସାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ହିସାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ହରିୟାଣା,୧୬।୧୦: ସତଲୋକ ଆଶ୍ରମର ମୁଖ୍ୟ ବାବା ରାମପାଲଙ୍କୁ ୪ ମହିଳା ଓ ଏକ ଶିଶୁ ହତ୍ୟା ମାମଲାର ଶୁଣାଣି ମଙ୍ଗଳବାର ହେବା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ହିସାରରେ ୧୪୪ ଧାରା ଜାରି କରାଯାଇଛି।

ନିରୁପାୟ ହୋଇ ନଡା ଜାଳୁଛନ୍ତି ଚାଷୀ: ବଢୁଛି ପ୍ରଦୂଷଣର ମାତ୍ରା

ନିରୁପାୟ ହୋଇ ନଡା ଜାଳୁଛନ୍ତି ଚାଷୀ: ବଢୁଛି ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ,୧୬।୧୦: ରାଜଧାନୀ ଦିଲ୍ଲୀର ପଡୋଶୀ ରାଜ୍ୟ ପଞ୍ଜାବର ଚାଷୀମାନେ ନଡା ପୋଡିବା ବନ୍ଦ କରୁ ନାହାଁନ୍ତି। ଫଳରେ ଦିଲ୍ଲୀର ବାୟୁ ମଣ୍ଡଳ ବେଳକୁ ବେଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି।