ରାଜ୍ୟ |

ମହିଳାଙ୍କୁ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌

ମହିଳାଙ୍କୁ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌

ସାକ୍ଷୀଗୋପାଳ, ୩୧।୧୨(ଡି.ଏନ.ଏ.): ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ତାଙ୍କ ନାମ ପୁଷ୍ପଲତା ଦାଶ(୪୮)।
ସୂଚନା ଅନୁଯାୟୀ, ପୁଷ୍ପଲତା ଘରେ ଏକାକୀ ଥିବା ବେଳେ ୪ରୁ ୫ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ତାଙ୍କୁ କାବୁ କରିନେଇଥିଲେ। ପରେ ତାଙ୍କ ମୁହଁ, ଗୋଡ଼, ହାତକୁ ସେଲୋଟେପ୍‌ରେ ବାନ୍ଧି ପାଇଖାନା ଭିତରେ ପୁରାଇ ଦେଇଥିଲେ। ଭୁବନେଶ୍ୱରରୁ ଫେରି ତାଙ୍କ ପୁଅ ଲକ୍ଷ୍ମୀଧର ମା’ଙ୍କୁ ଖୋଜାଖୋଜି କରିଥିଲେ। ଘର ଆଲମିରାରୁ ସବୁ ଜିନିଷପତ୍ର ଏଣେତେଣେ ପଡିଥିବା ସହ ୫୦ହଜାର ଟଙ୍କା ଓ ସୁନାଗହଣା ଲୁଟ୍‌ ହୋଇଥିବା ଦେଖି ସେ ପାଖପଡୋଶୀଙ୍କୁ ଡାକ ପକାଇଥିଲେ। କିଛି ସମୟ ଖୋଜାଖୋଜି ପରେ ପାଇଖାନା ମଧ୍ୟରୁ ପୁଷ୍ପଲତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଡେଲାଙ୍ଗ ଓ ସତ୍ୟବାଦୀ ଥାନା ପୋଲିସ ହତ୍ୟାକାଣ୍ଡକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟପକ୍ଷେ ସନ୍ଧାନୀ କୁକୁର ସହ ଫରେନ୍ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ପିପିଲି ଏସ୍‌ଡିପିଓ ଦିଲୀପ କୁମାର ତ୍ରିପାଠୀ କହିଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ |

କୋମାରେ ସାଲେପୁର ପୀଡ଼ିତା

କୋମାରେ ସାଲେପୁର ପୀଡ଼ିତା

କଟକ ଅଫିସ, ୨୩।୪- ବଳାତ୍କାର ଶିକାର ହେବା ପରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସାଲେପୁର ଅଞ୍ଚଳର ୬ ବର୍ଷ ବୟସର ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି। ମେଡିକାଲର ଶିଶୁ ରୋଗ ବିଭାଗ ଆଇସିୟୁରେ ପୀଡ଼ିତା କୋମାରେ ଅଛନ୍ତି। ଭେଣ୍ଟିଲେଟର ମଧ୍ୟରେ ରଖାଯାଇ ତାଙ୍କର ଚିକିତ୍ସା ଜାରି ରହିଛି।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

ଭୁବନେଶ୍ୱର, ୨୩।୪(ବ୍ୟୁରୋ) - ଦେଶର ସର୍ବାଧିକ ସଡ଼କ ଦୁର୍ଘଟଣା ଓଡ଼ିଶାରେ ଘଟୁଛି। ଲୋକେ ଟ୍ରାଫିକ ନିୟମକୁ ପାଳନ କରୁନାହାନ୍ତି। ବାଇକ୍‌ ଚାଳକମାନେ ହାତରେ ଓ ଗାଡ଼ି ହ୍ୟାଣ୍ଡେଲ୍‌ରେ ହେଲ୍‌ମେଟ୍‌ ରଖି ଗାଡ଼ି ଚଳାଉଛନ୍ତି। କାର ଚଳାଇବା ସମୟରେ ଚାଳକ ସିଟ୍‌୍‌ ବେଲ୍ଟ ପିନ୍ଧୁ ନାହାନ୍ତି। ଚେକିଂ ହେଉଥିବା ବା ଟ୍ରାଫିକ ପୋଷ୍ଟ ଦେଖିଲେ ସେମାନଙ୍କର ନିୟମ କଥା ମନେ ପଡୁଛି।

ଅଦାଲତ ଭିତରେ ସ୍ତ୍ରୀଙ୍କୁ ଖଣ୍ଡାରେ ହାଣି ହତ୍ୟା: ୨ ଗୁରୁତର, ସ୍ବାମୀ ଗିରଫ

ଅଦାଲତ ଭିତରେ ସ୍ତ୍ରୀଙ୍କୁ ଖଣ୍ଡାରେ ହାଣି ହତ୍ୟା: ୨ ଗୁରୁତର, ସ୍ବାମୀ ଗିରଫ

ସମ୍ବଲପୁର,୨୩।୪(ବ୍ୟୁରୋ)-ସମ୍ବଲପୁର ଜିଲା ଫେମିଲି କୋର୍ଟ (ପାରିବାରିକ ଅଦାଲତ)ରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ସମସ୍ୟାର ଆଲୋଚନା (କାଉନସେଲିଂ) ପାଇଁ ଉପସ୍ଥିତ ଥିବାବେଳେ ଅଦାଲତ ଭିତରେ ସ୍ତ୍ରୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛି ସ୍ବାମୀ। ଶାଶୁ ଓ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୩।୪: ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତରକୁ ନେଇ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ସୋମବାର ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଏରିୟର ଟଙ୍କା ପାଇଁ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।

ସଡ଼କ ସୁରକ୍ଷା ପାଇଁ ସଚେତନତା

ସଡ଼କ ସୁରକ୍ଷା ପାଇଁ ସଚେତନତା

ଖୋର୍ଦ୍ଧା ଅଫିସ,୨୩।୪: ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲା ଆମ ପୋଲିସ ପକ୍ଷରୁ ସୋମବାର ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଟାଉନ ଥାନାଠାରୁ ବାହାରି ଏହି ଶୋଭାଯାତ୍ରା ନୂଆ ବସ୍‌ଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଥିଲା।

ନିଆଁରେ ପୋଡି ମହିଳା ମୃତ

ନିଆଁରେ ପୋଡି ମହିଳା ମୃତ

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଦୀପ ନିଆଁରେ ପୋଡିହୋଇ ସାଲିଆସାହି ଅଞ୍ଚଳର ଜଣେ ମହିଳାଙ୍କର ସୋମବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଜ୍ୟୋତିର୍ମୟୀ ରଥ ।

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କ୍ରାଇମବ୍ରାଞ୍ଚର ଘନ ଘନ ଚଢ଼ାଉ :ଅଟକ ସଂଖ୍ୟା ୮କୁ ବୃଦ୍ଧି

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କ୍ରାଇମବ୍ରାଞ୍ଚର ଘନ ଘନ ଚଢ଼ାଉ :ଅଟକ ସଂଖ୍ୟା ୮କୁ ବୃଦ୍ଧି

ବଲାଙ୍ଗୀର ଅଫିସ/ପାଟଣାଗଡ, ୨୩।୪(ଡି.ଏନ୍‌.ଏ)- ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ରବିବାର ଦୁଇ ଅଧ୍ୟାପକଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ଭଇଁଷା ଜ୍ୟୋତି ବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ସହ ନୂଆପଡା କଲେଜ ଓଡ଼ିଆ ବିଭାଗ ଅଧ୍ୟାପକ ଶିବ ପ୍ରସାଦ ସାଙ୍କ ସହ ଅନ୍ୟ ୪ ଜଣଙ୍କୁ ବଲାଙ୍ଗୀର ସର୍କିଟ ହାଉସଠାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ସୋମବାର ସ୍କାଏକିଙ୍ଗ କୋରିଅର ମାଲିକ ଦିଲୀପ ଦାସ ଓ କର୍ମଚାରୀ ସୁଶାନ୍ତ ସେଠଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଘରୁ ଉଠାଇ ନେଇଥିବା ଜଣାପଡିଛି।

ଜିଲାପାଳଙ୍କ ଜନ ଶୁଣାଣି

ଜିଲାପାଳଙ୍କ ଜନ ଶୁଣାଣି

ସାକ୍ଷୀଗୋପାଳ,୨୩।୪(ଡି.ଏନ୍‌.ଏ.): ସତ୍ୟାବାଦୀ ବ୍ଲକରେ ସୋମବାର ପୁରୀ ଜିଲାପାଳଙ୍କ ଜନ ଶୁଣାଣି ଶିବିିର ଅନୁଷ୍ଠିତ ହୋଇଯାଇଛି। ମୋଟ ୯୮ ଅଭିଯୋଗ ଶୁଣିବାପରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ ଦେଇଥିଲେ।

ଏମ୍‌ସିଆଇ ଟିମ୍‌ର ବଲାଙ୍ଗୀର ମେଡିକାଲ କଲେଜ ପରିଦର୍ଶନ: ୨୦୧୮ରେ ନାମଲେଖା ଆରମ୍ଭ ନେଇ ଆଶା ଉଜ୍ଜୀବିତ

ଏମ୍‌ସିଆଇ ଟିମ୍‌ର ବଲାଙ୍ଗୀର ମେଡିକାଲ କଲେଜ ପରିଦର୍ଶନ: ୨୦୧୮ରେ ନାମଲେଖା ଆରମ୍ଭ ନେଇ ଆଶା ଉଜ୍ଜୀବିତ

ବଲାଙ୍ଗୀର ଅଫିସ, ୨୩।୪- ମେଡିକାଲ କାଲନସିଲ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ଏକ ୩ ଜଣିଆ ଟିମ୍‌ ସୋମବାର ବଲାଙ୍ଗୀର ପହଞ୍ଚତ୍ ବହୁ ପ୍ରତୀକ୍ଷିତ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିଛନ୍ତି। ଏହି କଲେଜରେ ୨୦୧୮ ମସିହାରେ ନାମଲେଖା ଆରମ୍ଭ ହେବାକୁ ନେଇ ଅନିଶ୍ଚିତତା ଲାଗିରହିଥିଲା। ଏମସିଆଇ ଟିମ୍‌ ଦ୍ୱିତୀୟ ପର୍ଯ୍ୟାୟ ପରିଦର୍ଶନ କରିବାକୁ ଆସୁ ନ ଥିବାରୁ ଚଳିତ ଶିକ୍ଷାବର୍ଷରେ ନାମଲେଖା ଆରମ୍ଭ ହେବ କି ନାହିଁ ସେନେଇ ଅନିଶ୍ଚିତତା ଲାଗିରହିଥିଲା। ସୋମବାର ଏହି ଟିମର ତିନି ଜଣିଆ ସଦସ୍ୟ ଗନ୍ଧରେଲସ୍ଥିତ ନବନିର୍ମିତ ବଲାଙ୍ଗୀର ମେଡିକାଲ କଲେଜ କୋଠା ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମେଡିକାଲ କଲେଜ ହସପିଟାଲ ଭାବେ ଅଫ୍‌ଗ୍ରେଡ ହୋଇଥିବା ହସ୍‌ପିଟାଲର ବିଭିନ୍ନ ୱାର୍ଡକୁ ବୁଲି ଦେଖିଥିଲେ।

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ଆଇସିଟି ବିଦ୍ୟାଳୟ ସଂଯୋଜନ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରାୟ ୪ ହଜାର ବିଦ୍ୟାଳୟ ସଂଯୋଜକ ସାମିଲ ହୋଇଥିଲେ।

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

ବଲାଙ୍ଗୀର ଅଫିସ, ୨୩।୪- ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ସୋମବାର ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିବା ଘଟଣା ଚର୍ଚ୍ଚାରା ବିଷୟ ହୋଇଛି। ବଲାଙ୍ଗୀର ମାଲପଡାର ଅଭିଯୁକ୍ତ ଭିକି ରଥଙ୍କୁ ଟାଉନ୍‌ ଥାନା ପୋଲିସ ସୋମବାର କୋର୍ଟଚାଲାଣ କରିଥିଲା। ପୋଲିସ ଟିମ୍‌ ଅଭିଯୁକ୍ତ ରଥକୁ କୋର୍ଟକୁ ନେଇକରି ଯାଉଥିବାବେଳେ କୋର୍ଟ ପରିସରରୁ ପୋଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ରଥ ଫେରାର ହୋଇଯାଇଥିବା ଜଣାପଡିଛି। ଏନେଇ ଟାଉନ୍‌ ଥାନା ଆଇଆଇସି ଗୋକୁଳାନନ୍ଦ ସାହୁଙ୍କୁ ପଚରାଯିବାରୁ ଡକାୟତି ଉଦ୍ୟମ ଯୋଜନା କରୁଥିବା ମାମଲାରେ ରବିବାର ଗିରଫ କରାଯାଇଥିବା ଅଭିଯୁକ୍ତ ରଥକୁ ସୋମବାର କୋର୍ଟଚାଲାଣ କରାଯିବା ପରେ କୋର୍ଟରୁ ସେ ଚମ୍ପଟ୍‌ ମାରିଥିବା ସୂଚନା ଦେଇଛନ୍ତି।

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସଭାପତି ଶିବ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ଶିକ୍ଷା ସ୍ବେଚ୍ଛାସେବୀ ରେଳ ଷ୍ଟେସନଠାରେ ଏକତ୍ର ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି।