ଫୁରସତ |

ନୂଆବର୍ଷରେ ନୂଆ ଜୀବନ

 ନୂଆବର୍ଷରେ ନୂଆ ଜୀବନ

ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ଏହି କାମନା ସଭିଙ୍କର ଥାଏ। କିନ୍ତୁ କେତେଜଣଙ୍କ କ୍ଷେତ୍ରରେ ଏହା ସତ ହୁଏ ତ ଆଉ କେତେକଙ୍କ ନିମନ୍ତେ ନବବର୍ଷର ଖୁସି ଦୁଃଖର ରୂପ ନେଇ ଆସିଥାଏ। ତଥାପି ସେମାନେ ହାରି ଯାଇ ନ ଥାନ୍ତି। ନିଜ ଭାଗ୍ୟ ସହ ନିଜେ ଲଢି ହେଉ କିମ୍ବା ଅନ୍ୟ କାହାର ସହାୟତାରେ ସେମାନେ ଦୁଃଖ କଷ୍ଟକୁ ଅତିକ୍ରମି ଯାଇ ପୁଣିଥରେ ଆଗକୁ ବଢିଥାନ୍ତି। ଏପରି କି ବିପଦରେ ପଡ଼ି ସେମାନଙ୍କ ଜୀବଦ ଦୀପ ଲିଭି ଲିଭି ଆସୁଥିବା ବେଳେ କେହି ଜଣେ ଆସି ସେମାନଙ୍କୁ ଉଦ୍ଧାର କରିଥାନ୍ତି। ଯଦ୍ୱାରା ସେମାନେ ପୁଣି ଏକ ନୂଆବର୍ଷର ନୂଆ ସକାଳ ଦେଖିବାର ସୌଭାଗ୍ୟ ପାଇଥାନ୍ତି। ଏଠାରେ ସେମିତି କେତେଜଣ ବ୍ୟକ୍ତିଙ୍କ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁମାନେ କାହାକୁ ବିପଦରୁ ରକ୍ଷା କରିଛନ୍ତି କିମ୍ବା ନିଜ ଦ୍ୱାରା ନିଜେ ଉଦ୍ଧାର ହୋଇଛନ୍ତି...

ସୁଶାନ୍ତଙ୍କ ପାଇଁ ପାଇଲେ ନୂଆ ଜୀବନ

ପାଖେଇ ଆସୁଥାଏ ନୂଆବର୍ଷ ୨୦୧୦। ଆଉ ମାତ୍ର କେଇଟା ଦିନ ବାକିଥାଏ। ବୋଧହୁଏ ଡିସେମ୍ବର ୨୩ ତାରିଖ ସମୟ ପାଖାପାଖି ଅପରାହ୍ନ ୪ଟା ୩୦ ହେବ। ଭୁବନେଶ୍ୱର ରେଳଷ୍ଟେଶନର ମୁଖ୍ୟ ଟିକେଟ କାଉଣ୍ଟର ପାଖେ ଜଣେ ବ୍ୟକ୍ତି ନେହୁରା ହୋଇ ଡାକ ପକାଉଥାନ୍ତି ଭାଇ ଟିକେ ଶୁଣିବେ କି। ବୟସ ତାଙ୍କର ପାଖାପାଖି ୫୦-୫୫ ଭିତରେ ହେବ। ମୁହଁରେ ଲମ୍ବା ଦାଢି, ଚୁଟି ଅଡୁଆତଡୁଆ ହେବାସହ ଦେହରେ ମଇଳା କମ୍ବଳଟିଏ ଘୋଡାଇଥାନ୍ତି। ଆତଯାତ କରୁଥିବା ଯାତ୍ରୀମାନେ ତାଙ୍କ ଆଡକୁ ଟିକେ ଅନାଇ ଯେଝା ରାସ୍ତାରେ ଯିଏ ଚାଲି ଯାଉଥାନ୍ତି। ସେହି ସମୟରେ କୌଣସି କାମ ପାଇଁ ସୁଶାନ୍ତ ସାହୁ ସେଠାକୁ ଯାଇଥାନ୍ତି। ସେ ଜଣେ ସାମାଜିକ କର୍ମୀ। ବ୍ୟକ୍ତି ଜଣଙ୍କର ବିକଳ ଡାକ ଶୁଣି ସେ ତାଙ୍କ ପାଖକୁ ଗଲେ ଆଉ ପଚାରିଲେ କ’ଣ ଅସୁବିଧା ତୁମର ହୋଇଛି। ସେ କହିଲେ- ଆଜ୍ଞା ସାତ ଆଠ ଦିନ ହେଲା ଅଖିଆ ଅପିଆ ଅବସ୍ଥାରେ ଏଠି ପଡିଛି। ଚାଲି ପାରୁନି। ଅନେକଙ୍କୁ ଅନୁରୋଧ କରୁଛି, ପଇସା ଯାଚୁଛି, ମୋ ପାଇଁ ପାଣି ଓ ପାଉଁରୁଟି ଟିକେ ଆଣିଦେବାକୁ। କିନ୍ତୁ କେହି ଶୁଣୁ ନାହନ୍ତି। ତୁମେ ଏଇ ପଇସା ନିଅ, ମୋ ପାଇଁ ଟିକେ ଖାଇବା ନେଇଆସ। ଭଗବାନ ତୁମର ମଙ୍ଗଳ କରିବେ। ସୁଶାନ୍ତ କହିଲେ- ପଇସା ରଖ। ମୁଁ ତୁମ ପାଇଁ ପାଣି ଓ ପାଉଁରୁଟି ନେଇଆସୁଛି। ପାଉଁରୁଟି ଖାଇ ପାଣି ପିଇ ସାରିବା ପରେ ବ୍ୟକ୍ତି ଜଣଙ୍କ ପୁଣି କହିଲେ, ମୋର ଟିକେ ଚୁଡା ଭଜା ଖାଇବାକୁ ଇଚ୍ଛା ହେଉଛି। ପୁଣି ଦୋକାନରୁ ଚୁଡା ଭଜା ଆଣି ସୁଶାନ୍ତ ତାଙ୍କୁ ଦେଲେ। ତା’ପରେ ବ୍ୟକ୍ତି ଜଣଙ୍କ ସୁଶାନ୍ତଙ୍କୁ ଇଂଲିଶ ଭାଷାରେ ଧନ୍ୟବାଦ ଦେବା ସହ ତାଙ୍କର ପରିଚୟ ଜାଣିବାକୁ ଚାହିଁଲେ। ଏଭଳି ବେଶଭୂଷା ସାଙ୍ଗକୁ ତାଙ୍କ ମହଁରୁ ଏତେ ସୁନ୍ଦର ଇଂଲିଶ କଥାବାର୍ତ୍ତା ଶୁଣି ସୁଶାନ୍ତ ଚକିତ ହୋଇଗଲେ। ନିଜ ପରିଚୟ ଦେଇ ସାରିବା ପରେ ତାଙ୍କ ପରିଚୟ ଜାଣିବାକୁ ଚାହିଁଲେ ସୁଶାନ୍ତ। ଏଥର ବ୍ୟକ୍ତି ପୁଣି ଇଂଲିଶରେ କହିଲେ- ଆଇ ଆମ୍‌ ଏଜିଏମ୍‌ (ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ )ଇନ୍‌ ଆଇଓବି (ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ)। ମାଇଁ ସେଲ୍ଫ ସୁରେଶ ଖୁଣ୍ଟିଆ। ସୁଶାନ୍ତ ପୁଣି ପଚାରିଲେ- ତା’ହେଲେ ଏଭଳି ଅବସ୍ଥାରେ ଆପଣ ଏଠି କ’ଣ ପାଇଁ। କିନ୍ତୁ ସେ କିଛି କହିଲେ ନାହିଁ। ତାଙ୍କ ଦେହରୁ ଦୁର୍ଗନ୍ଧ ବାହାରୁଥାଏ। କମ୍ବଳ ଉପରେ ମାଛି ଭଣଭଣ ହୋଇ ଉଡୁଥାନ୍ତି। ସୁଶାନ୍ତ ପଚାରିଲେ ଏମିତି ଦୁର୍ଗନ୍ଧ କାହିଁକି ହେଉଛି। ବ୍ୟକ୍ତି ଜଣଙ୍କ ଉତ୍ତର ଦେଲେ, ମୋ ବାମପଟ ଗୋଡରେ ଘା’ ହୋଇଯାଇଛି। କିନ୍ତୁ ପ୍ରକୃତରେ କମ୍ବଳ କାଢି ସୁଶାନ୍ତ ଦେଖିଲେ, ତାଙ୍କ ଗୋଡରେ ଗଭୀର କ୍ଷତ ହୋଇ ପଚି ଯାଇଥିଲା ଆଉ ସେଥିରେ ପୁଳା ପୁଳା ଧଳା ପୋକ ଲାଗି ଯାଇଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ସୁଶାନ୍ତ ତାଙ୍କୁ ମେଡିକାଲ ନେବା ପାଇଁ ଚାହିଁଥିଲେ। ପରେ ସେ ତାଙ୍କର ଜଣେ ବନ୍ଧୁ ଅଜୟ କୁମାର ମହାପାତ୍ରଙ୍କୁ ଡାକିଥିଲେ। ଅଜୟ ବି ଥିଲେ ଜଣେ ସାମାଜିକ କର୍ମୀ। ଉଭୟ ମିଶି ବ୍ୟକ୍ତି ଜଣଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ତା’ପରେ ଆଇଓବିର ଭିଏସ୍‌ଏସ୍‌ ନଗର ଶାଖା ସହ ସୁଶାନ୍ତ ଯୋଗାଯୋଗ କରିଥିଲେ। କିଛି ଘଣ୍ଟା ପରେ ବ୍ୟାଙ୍କରୁ ମଧ୍ୟ ଫୋନ୍‌ ଆସିଲା ଯେ, ହଁ ସେ ଆମର ଜଣେ ଷ୍ଟାଫ୍‌। ଗତ ଆଠବର୍ଷ ହେଲାଣି ଆବ୍‌ସେଣ୍ଟ ଅଛନ୍ତି। ତାଙ୍କର କ’ଣ ହୋଇଛି। ସୁଶାନ୍ତ ସବୁକଥା କହିଲେ। କିଛି ସମୟ ପରେ ବ୍ୟାଙ୍କ କର୍ମଚାରୀମାନେ ହସ୍‌ପିଟାଲ୍‌ରେ ପହଞ୍ଚତ୍ ବ୍ୟକ୍ତି ଜଣଙ୍କର (ସୁରେଶ) ଏତାଦୃଶ ଅବସ୍ଥା ଦେଖି ତାଙ୍କଠାରୁ ସବୁକଥା ବୁଝିଥିଲେ। ପରେ ସୁଶାନ୍ତ ସୁରେଶଙ୍କର ଘର ଠିକଣା ବୁଝି ତାଙ୍କ ଘରକୁ ଖବର ପଠାଇଥିଲେ। ଖବର ପାଇ ଘରଲୋକେ ବି ହସ୍‌ପିଟାଲ୍‌ରେ ପହଞ୍ଚତ୍ଥିଲେ ଆଉ ପାରିବାରିକ ବିଶୃଙ୍ଖଳା ଯୋଗୁ ଏପରି ଅବସ୍ଥା ହୋଇଛି ବୋଲି କହିଥିଲେ। କିଛି ମାସ ଚିକିତ୍ସିତ ହେବା ପରେ ସୁରେଶ ସୁସ୍ଥ ହୋଇଯାଇଥିଲେ ସତ କିନ୍ତୁ ଘରକୁ ନ ଫେରି ଜରାଶ୍ରମରେ ରହିବାକୁ ସେ ସ୍ଥିର କରି ନେଇଥିଲେ। ତେବେ ସେ ଯାହା ହେଉ, ସୁଶାନ୍ତଙ୍କ ପାଇଁ ଯେ ସୁରେଶ ଆଉ ଏକ ନୂଆବର୍ଷ ଦେଖିବାର ସୁଯୋଗ ପାଇଥିଲେ ତାହାକୁ ଅସ୍ବୀକାର କରିହେବ ନାହିଁ।

ମଉଳିଲା ଆଶା କିନ୍ତୁ ମିଳିଲା ଦ୍ୱିତୀୟ ଜୀବନ

ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ଚେକାମରା ଗାଁର ସୁଶୀଲ କୁମାର ସିଂ ଜଣେ ଶିକ୍ଷାବିତ୍‌। ନୂଆବର୍ଷ ୨୦୧୮ରେ ପରିବାର ସହିତ ରାଜଧାନୀରେ ବସବାସ କରିବାର ସ୍ବପ୍ନ ନେଇ ଏକ ଫ୍ଲାଟ୍‌ କିଣିବା ପାଇଁ ସେ ଚିନ୍ତା କରିଥିଲେ। ସେଥିପାଇଁ ଗତ ୩/୪ ମାସ ପୂର୍ବରୁ ପନତ୍ୀ ଉପାଲି ଉପମିତା ପ୍ରଧାନ ଓ ଦୁଇ ଝିଅ ଏସ୍‌. ଉପତନୟା ଓ ଏସ୍‌. ଉପତନୁଜାଙ୍କ ସହିତ ଦୁଇଜଣ ଡ୍ରାଇଭରଙ୍କୁ ନେଇ ନିଜ ଗାଡ଼ିରେ ବାହାରିଥିଲେ ରାଜଧାନୀ ଭୁବନେଶ୍ୱର। ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ପହଞ୍ଚତ୍ଥିଲେ ଉପାଲିଙ୍କ ସାନ ଭଉଣୀ ଓ ଭଉଣୀଜ୍ୱାଇଁ। ଚନ୍ଦ୍ରଶେଖରପୁରରେ ଫ୍ଲାଟ୍‌ ପସନ୍ଦ ହେବାରୁ ଅଗ୍ରିମ ଅର୍ଥ ପୈଠ କରି ହୋଟେଲ୍‌ରେ ରାତ୍ରି ଭୋଜନ ସାରି ଉଭୟ ଭଉଣୀ ନିଜ ନିଜ ଘରକୁ ଫେରିଥିଲେ। ରାତି ୧୧ଟା ୩୦ରେ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସୁଶୀଲ। ଦିନତମାମ୍‌ ବୁଲାବୁଲିରେ ଥକି ପଡ଼ିଥିବାରୁ ଗାଡ଼ିରେ ବସିବାର କିଛି ସମୟ ପରେ ସୁଶୀଲଙ୍କ ପରିବାର ନିଦରେ ଶୋଇ ପଡ଼ିଥିଲେ। ଦୁଇ ଡ୍ରାଇଭର ଅଦଳବଦଳ କରି ଗାଡ଼ି ଚଲାଉଥାନ୍ତି। ବାଲେଶ୍ୱର ପହଞ୍ଚତ୍ବାକୁ ପ୍ରାୟ ୫୦କି.ମି. ଥାଏ, ସିମୁଳିଆ ଥାନା ଅଧୀନ ମଇତାପୁର ଛକରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌ ପଛରେ ହଠାତ୍‌ ଧକ୍କା ହେଲା ସୁଶୀଲଙ୍କ ଗାଡ଼ି। ସେତେବେଳକୁ ରାତି ପ୍ରାୟ ୨ଟା ୩୦ ହେବ। ଧକ୍କାରେ ସୁଶୀଲଙ୍କ ସହ ଦୁଇଝିଅଙ୍କ ସମେତ ଦୁଇ ଡ୍ରାଇଭର ରକ୍ତ ଜୁଡୁବୁଡୁ ହୋଇ ଚେତାଶୂନ୍ୟ ଭାବେ ପଡ଼ିଥାନ୍ତି। ଉପାଲି କ୍ଷତବିକ୍ଷତ ହୋଇ ଚେତାଶୂନ୍ୟ ହୋଇଥିଲେ ମଧ୍ୟ କିଛି ସମୟ ପରେ ତାଙ୍କର ଚେତା ଫେରିଆସିଥିଲା। ପାରିପାର୍ଶ୍ୱିକ ଅବସ୍ଥା ଦେଖି ସେ ହତାଶ ହୋଇଯାଇଥିଲେ। ତଥାପି ମନକୁ ଦୃଢ କରି ନିଜ କଷ୍ଟକୁ ଭୁଲି ସମସ୍ତଙ୍କ ଚେତା ଫେରାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କାହାର ଚେତା ଫେରି ନ ଥିଲା। ଭାଗ୍ୟ ଦାଉ ସାଧିଲା ପରି ସେହି ସମୟରେ କିଛି ଲୁଟେରା ସେଠି ପହଞ୍ଚତ୍ଗଲେ। ସେମାନଙ୍କୁ ପ୍ରତିବାଦ କରିବା ସହ ମନରେ ସାହସ ବାନ୍ଧି ଉପାଲି ଆରମ୍ଭ କରିଥିଲେ ମୃତ୍ୟୁ ଓ ଲୁଟେରାଙ୍କ ସହ ଲଢ଼େଇ। ଏଥିସହିତ ମୋବାଇଲ୍‌ ଖୋଜି ଫୋନ୍‌ କରିଥିଲେ ନୀଳଗିରି ଥାନାଧିକାରୀ ରମେଶ ସିଂକୁ। ସେ ତାଙ୍କର ଚିହ୍ନାଜଣା ଥିଲେ। କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ। ଆମ୍ବୁଲାନ୍ସରେ ସମସ୍ତଙ୍କୁ ମଇତାପୁର ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ପଠାଯାଇଥିଲା। ସମସ୍ତଙ୍କୁ ପଠାଇ ସାରିବା ପରେ ହଠାତ୍‌ ଉପାଲି ମଧ୍ୟ ସଂଜ୍ଞାହୀନ ଭାବେ ପଡ଼ିଯାଇଥିଲେ। ମଇତାପୁରରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇ ସମସ୍ତଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏକମାସ ଚିକିତ୍ସିତ ହେବା ପରେ ସପରିବାର ନୀଳଗିରିସ୍ଥିତ ଘରକୁ ଫେରିଥିଲେ। ଏ ସମ୍ପର୍କରେ ସୁଶୀଲ କୁହନ୍ତି, ଏ ଘଟଣା ପରେ ନୂଆବର୍ଷରେ ରାଜଧାନୀରେ ବସବାସ କରିବାର ସ୍ବପ୍ନ ସିନା ଆମର ମଉଳି ଗଲା କିନ୍ତୁ ପରିବାରକୁ ଦ୍ୱିତୀୟ ଜନ୍ମ ଦେବା ପଛରେ ଉପାଲିଙ୍କର ସାହସିକତା ପାଇଁ ମୋତେ ଖୁବ୍‌ ଗର୍ବ ଲାଗିଥିଲା। ଏଥିସହିତ ଭଗବାନଙ୍କ ଆଶୀର୍ବାଦ ଏବଂ ନୀଳଗିରି ଥାନାଧିକାରୀଙ୍କ ସାହାଯ୍ୟକୁ ମୁଁ କେବେ ବି ଭୁଲି ପାରିବି ନାହିଁ। ତା’ଛଡ଼ା ଦ୍ୱିତୀୟ ଜନ୍ମ ମିଳିଥିବାରୁ ମୋ ଦ୍ୱାରା ଯେତେ ସମ୍ଭବ ସମାଜସେବା, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଥା ଶିକ୍ଷା ମାଧ୍ୟମରେ ଦେଶର ଉନ୍ନତି ପାଇଁ ଅବଶିଷ୍ଟ ସମୟ କଟାଇବାକୁ ଚେଷ୍ଟା କରିବି।

ଭାଇ ପାଇଁ ପାଇଲେ ନୂଆ ଜୀବନ

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନର ସୁନେଇ ରୂପେଇ ଜଙ୍ଗଲ ଭିତରେ ରହିଛି ବଙ୍ଗୀୟ ଜନବସତି। ନାଁ ଚାରିଘରିଆ। ସେଠାକାର ଜଣେ ବାସିନ୍ଦା ହେଲେ ମଣ୍ଟୁ ସର୍ଦ୍ଦାର। ବୟସ ତାଙ୍କର ପାଖାପାଖି ୫୦ ହେବ। ସେଦିନ ଥାଏ ୨୦୧୦ ମସିହା ଜାନୁୟାରୀ ୩ ତାରିଖ। ନୂଆବର୍ଷର ଆଗମନରେ ସମସ୍ତେ ଖୁସି ଥିବାବେଳେ ହଠାତ୍‌ ବିପଦ ଘନେଇ ଆସିଥିଲା ମଣ୍ଟୁଙ୍କ ଉପରେ। ମଣ୍ଟୁଙ୍କ ଘର ପାଖରେ ରହିଛି ବାଉଁଶଗଡ଼ି କିମ୍ଭିରିଆ ନଈ। ନଈ ପାର ହୋଇ ଆଖପାଖ ଚାଷଜମିକୁ ମୂଲରେ ଧାନ କାଟିବା ପାଇଁ ସେଦିନ ଘରୁ ବାହାରିଥିଲେ ମଣ୍ଟୁ। କିନ୍ତୁ ନଈ ତୁଠରେ ତାଙ୍କର ସାମ୍ନା ହୋଇଥିଲା ଏକ ବଉଳା କୁମ୍ଭୀର ସହ। କୁମ୍ଭୀରଟି ଝାମ୍ପି ନେଇଥିଲା ତାଙ୍କୁ। ମଣ୍ଟୁଙ୍କ ହାତ, ପିଠିକୁ କାମୁଡି ତାଙ୍କୁ ପାଣି ଭିତରକୁ ଟାଣି ନେଉଥିବାବେଳେ ସେ ମରିଗଲି ମରିଗଲି ବୋଲି ଖୁବ୍‌ ଜୋର୍‌ରେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସାନ ଭାଇ ଅଶ୍ୱିନୀ ସର୍ଦ୍ଦାର ପହଞ୍ଚତ୍ ଏକ ଧାରୁଆ ଅସ୍ତ୍ର ଧରି ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ସେହି ଅସ୍ତ୍ରରେ କୁମ୍ଭୀରର ପେଟକୁ ଖୁବ୍‌ ଜୋର୍‌ରେ ଆଘାତ କରିବାରୁ କୁମ୍ଭୀରଟି ପ୍ରାଣ ବିକଳରେ ମଣ୍ଟୁଙ୍କୁ ଛାଡି ସେଠାରୁ ଚାଲିଯାଇଥିଲା। ସାନ ଭାଇ ଲାଗି ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର ପାଇଥିବା ମଣ୍ଟୁ୍‌ଙ୍କର କିନ୍ତୁ ଏହି ଘଟଣାରେ ସାରାଜୀବନ ପାଇଁ ଗୋଟିଏ ଗୋଡ ଅକାମି ହୋଇଯାଇଥିଲା। ସେବେଠାରୁ ଯେବେ ବି ଜାନୁୟାରୀ ୩ ତାରିଖ ଆସେ ଆମ ଲୋମ ଟାଙ୍କୁରି ଉଠେ ବୋଲି କହିଥାନ୍ତି ଦୁଇଭାଇ ମଣ୍ଟୁ ଓ ଅଶ୍ୱିନୀ।

ସେଲ୍ଫି ହୋଇଥାନ୍ତା କାଳ

ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରିଂ ଗାଁର ଜଣେ ବାସିନ୍ଦା ହେଲେ ବିଦ୍ୟାଧର ମହନ୍ତ। ତାଙ୍କ ଗାଁଠାରୁ ମାତ୍ର ଗୋଟେ କି.ମି ଦୂରରେ ବହିଯାଇଛି ବୈତରଣୀ ନଈ। ନିକଟରେ ଭୀମକୁଣ୍ଡ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଥିବାରୁ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଲାଗି ରହିଥାଏ ଏଠାରେ। ସେଦିନ ଥାଏ ୨୦୧୬ ଡିସେମ୍ବର ୩୧ ତାରିଖ। ସମୟ ପାଖାପାଖି ମଧ୍ୟାହ୍ନ ୧୨ଟା ୩୦ ହେବ। ନଈକୁ ଗାଧୋଇ ବାହାରିଥାନ୍ତି ବିଦ୍ୟାଧର। ନଈ ପାଖରେ ଯାଇ ଦେଖିଲେ ଗୋଟିଏ ୨୨/୨୩ ବର୍ଷର ଯୁବକ ନଈ ଭିତରେ ଥିବା ଏକ ପଥର ଉପରେ ଠିଆ ହୋଇ ସେଲ୍ଫି ନେବାରେ ବ୍ୟସ୍ତ। ପିଲାଟି ଯେଉଁଠି ଠିଆ ହୋଇଥାଏ ସେଠାରୁ ଖସିଲେ ନଈ ସ୍ରୋତରେ ପଡିବା ସୁନିଶ୍ଚିତ। ଆଉ ଏହି ସ୍ରୋତରେ ଥରେ ଯିଏ ପଡିବ, ତା’ର ମୃତ୍ୟୁ ନିଶ୍ଚିତ। ସେଲ୍ଫି ନଉ ନଉ ପିଲାଟିର ଗୋଡ଼ ଖସିଗଲା ଆଉ ସେ ସ୍ରୋତରେ ପଡି ଭାସି ଯାଉଥିଲା। ବିଦ୍ୟାଧର ଏହା ଦେଖି ସଙ୍ଗେ ସଙ୍ଗେ ନଈ ଭିତରକୁ ଡେଇଁ ନିଜ ଜୀବନ ସହ ଖେଳି ପିଲାଟିକୁ କୂଳକୁ ଆଣିଥିଲେ। ସେତେବେଳକୁ ପିଲାଟି ପେଟେ ପାଣି ପିଇସାରିଥାଏ। ତା’ସହିତ ତା’ର ଗୋଟିଏ ଗୋଡ ବି ଭାଙ୍ଗି ଯାଇଥାଏ। ପିଲାଟି ଟିକେ ଆଶ୍ୱସ୍ତି ଅନୁଭବ କରିବା ପରେ ବିଦ୍ୟାଧର ତାଙ୍କୁ ତାଙ୍କ ନାଁ ଗାଁ ବିଷୟରେ ପଚାରିଥିଲେ। ପିଲାଟି ଭୟରେ କିଛି କହୁ ନ ଥାଏ। ସେହି ସମୟରେ ପିଲାଟିର ଅନ୍ୟସାଙ୍ଗମାନେ ଆସି ସେଠି ପହଞ୍ଚତ୍ଗଲେ। ସେଇଠୁ ଜଣାଗଲା ଯେ, ବାଲେଶ୍ୱରରୁ ପ୍ରାୟ ୩୦/୪୦ ଜଣ ପିଲା ମିଶି ନୂଆବର୍ଷ ପିକ୍‌ନିକ୍‌ କରିବାକୁ ଏଠିକି ଆସିଥିଲେ। ସେମାନଙ୍କ ଭିତରୁ ସେଲ୍ଫି ନେଉଥିବା ପିଲା ହେଉଛି ଜଣେ। ପରେ ସେହି ପିଲାଟିକୁ ତାଙ୍କ ସାଙ୍ଗମାନେ ମିଶି ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ତେବେ ସେ ଯାହା ହେଉ ବିଦ୍ୟାଧରଙ୍କ ସାହସିକତା ପାଇଁ ଯେ ସେଦିନ ଗୋଟିଏ ପିଲା ନୂଆ ଜୀବନ ପାଇଥିଲା ଏଥିରେ ସନ୍ଦେହ ନାହିଁ।

ବନ୍ଧୁତ୍ୱ ଫେରାଇ ଦେଇଥିଲା ଯୁବତୀଙ୍କ ଜୀବନ

ଗଞ୍ଜାମର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ୍‌ ଗାଁରେ ଘର ହୋଇଥିଲେ ହେଁ ପାଠପଢା ପାଇଁ ଭୁବନେଶ୍ୱରରେ ରହିଥାନ୍ତି ପୀତାମ୍ବର ପଲେଇ। ନୂଆବର୍ଷ ୨୦୧୮ସମୟରେ ବ୍ୟସ୍ତରହିବା କାରଣରୁ ସାଙ୍ଗମାନଙ୍କ ସହ ଭୋଜି କିମ୍ବା ପିକ୍‌ନିକ୍‌ କରିପାରିବେ କି ନାହିଁ ସେ ନେଇ ଚିନ୍ତାରେ ଥାନ୍ତି ପୀତାମ୍ବର। ସେଥିପାଇଁ ଆଗୁଆ ପିକ୍‌ନିକ୍‌ କରି ନୂଆବର୍ଷର ଖୁସିକୁ ମନେଇବା ପାଇଁ କେତେଜଣ ସାଙ୍ଗଙ୍କ ସହ ମିଶି ସେ ଗତ ୨୦/୨୫ ଦିନ ତଳେ ଯାଇଥିଲେ ଗୋପାଳପୁର ବେଳାଭୂମି। ସେଠାରେ ସେମାନେ ବେଳାଭୂମିରେ ଗାଧୋଉଥିବା ସମୟରେ କିଛି ଦୂରରେ ଗୋଟିଏ ଝିଅ ସମୁଦ୍ର ଭିତରକୁ ଭାସି ଯାଉଥିବାର ଦେଖିଲେ। ସଙ୍ଗେସଙ୍ଗେ ପୀତାମ୍ବର ତାଙ୍କ ସାଙ୍ଗମାନଙ୍କ ସହାୟତାରେ ସେହି ଝିଅକୁ ସମୁଦ୍ରରୁ ଉଦ୍ଧାର କରିଆଣି କୂଳରେ ଛାଡିଥିଲେ। କିନ୍ତୁ ଏଥିପାଇଁ ପୀତାମ୍ବର ଓ ତାଙ୍କ ସାଙ୍ଗମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। କାରଣ ସମୁଦ୍ରର ବଡ଼ ବଡ଼ ଲହଡିକୁ ଭାଙ୍ଗି ସେ ଝିଅ ପାଖରେ ପହଞ୍ଚତ୍ବା ସେତେ ସହଜ ନ ଥିଲା। ତଥାପି ଝିଅଟିକୁ ରକ୍ଷା କରିବା ପାଇଁ ନିଜ ଜୀବନ ସହ ଖେଳି ଯାଇଥିଲେ ଏହି ପିଲାମାନେ। ଯାହାହେଉ ଭଗବାନଙ୍କ ଆଶୀର୍ବାଦ, ପୀତାମ୍ବର ଏବଂ ତାଙ୍କ ସାଙ୍ଗମାନଙ୍କ ସାହସିକତା ଯୋଗୁ ସେଦିନ ସେହି ଝିଅଟି ଯେ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଥିଲା ଏହାକୁ ଅସ୍ବୀକାର କରିହେବ ନାହିଁ।
ତେବେ ସେ ଯାହା ହେଉ ଏ ସମସ୍ତ ଘଟଣା ଉପରେ ନଜର ପକାଇଲେ ଜଣାଯାଏ, ନୂଆବର୍ଷରେ ଆତ୍ମୀୟମାନଙ୍କ ସହ ପିକ୍‌ନିକ୍‌ କିମ୍ବା ଭୋଜି କଲେ ଯେତିକି ଆନନ୍ଦ ମିଳିଥାଏ, ଠିକ୍‌ ସେମିତି ବିପଦରେ ପଡିଥିବା ଲୋକଙ୍କୁ ସାମାନ୍ୟ ସାହାଯ୍ୟ କରିଦେଲେ ତା’ଠାରୁ ଅଧିକ ଆତ୍ମସନ୍ତୋଷ ମିଳିଥାଏ।
-ଅମ୍ବ୍ରିତା
ମାନସ ବିଶ୍ୱାଳ,

ଭାସ୍କର ରାଉତରାୟ,
ପ୍ରିୟଦର୍ଶନ ଜେନା

All Right Reserved By

ଫୁରସତ |

ଯେଉଁଠି ଅପରାଧ ନୁହେଁ ମହିଳାଙ୍କୁ ଅପହରଣ

ଯେଉଁଠି ଅପରାଧ ନୁହେଁ ମହିଳାଙ୍କୁ ଅପହରଣ

ଭୂମଧ୍ୟସାଗରୀୟ ଅଞ୍ଚଳରେ ଥିବା ମାଲ୍ଟା ଦେଶରେ ରହିଛି ଏକ ଭିନ୍ନ ପରମ୍ପରା। ସେଠାରେ ମହିଳାଙ୍କୁ ଅପହରଣ କରିବା ଏକ ମାମୁଲି ଘଟଣା। ଅପହରଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଦଣ୍ଡବିଧାନ କରାଯାଇ ନ ଥାଏ। ସେହିପରି ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ସେଠାରେ ସମ୍ମାନ ଦୃଷ୍ଟିରେ ଦେଖାଯାଏ।

କୋବ୍ରାଠାରୁ ବି ବିଷଧର

କୋବ୍ରାଠାରୁ ବି ବିଷଧର

ପୃଥିବୀରେ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ବ୍ଲାକ କୋବ୍ରାର ବିଷ ସବୁଠାରୁ ମାରାତ୍ମକ ବୋଲି କୁହାଯାଏ। ହେଲେ ତା’ଠାରୁ ଅଧିକ ବିଷାକ୍ତ ହେଉଛି ‘ହଗ୍‌ଓ୍ବିଡ’ ନାମକ ଏକ ଘାସ(ବୈଜ୍ଞାନିକ ନାମ ‘ହେରକିଲମ୍‌ ମେଟାଗୋଜିଏନମ୍‌’)।

ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ ମନ୍ଦିର, ନିତି ପୂଜା କରନ୍ତି ସ୍ବାମୀ

ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ ମନ୍ଦିର, ନିତି ପୂଜା କରନ୍ତି ସ୍ବାମୀ

ଶାହଜାହନ ମୁମତାଜଙ୍କ ପାଇଁ ‘ତାଜମହଲ’ ଗଢ଼ିବା ପରି ଭବ୍ୟ କାରୁକାର୍ଯ୍ୟ ନ ହେଲେ ମଧ୍ୟ ସ୍ତ୍ରୀଙ୍କ ପାଇଁ ମନ୍ଦିର ଗଢ଼ିଛନ୍ତି ଜଣେ ବ୍ୟକ୍ତି। ତେଲେଙ୍ଗାନାର ସିଦ୍ଧିପେତ ଜିଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍‌ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ଚନ୍ଦ୍ର ଗୌଡ଼ ସ୍ତ୍ରୀ ରାଜମଣିଙ୍କ ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିଛନ୍ତି।

‘ଅନର କିଲିଂ’ ନୁହେଁ ଅପରାଧ

‘ଅନର କିଲିଂ’ ନୁହେଁ ଅପରାଧ

ମିଶର ଓ ସିରିଆରେ ଅନର କିଲିଂ ଅପରାଧ ପରିସର ଭୁକ୍ତ ନୁହେଁ। ଏଠାରେ ପ୍ରତିବର୍ଷ ଅନେକ ଏଭଳି ଘଟଣା ଘଟିଥାଏ।

ପୁରୁଣା ଶାଢ଼ିର ନୂଆ ରୂପ

ପୁରୁଣା ଶାଢ଼ିର ନୂଆ ରୂପ

ଶାଢ଼ି ଯେତେ ଦାମୀ ହେଉନା କାହିଁକି, କେବେ କେବେ ନୂଆ ପରେ ନୂଆ ଶାଢ଼ି କିଣିବା ଭିତରେ ଏହା ପିନ୍ଧା ନ ହୋଇ ଦୀର୍ଘଦିନ ଧରି ଆଲମିରାରେ ରହିଯାଏ ତ କେବେ ରହି ରହି ଅପ୍‌ଡେଟ୍‌ ଫ୍ୟାଶନ୍‌ ଦୁନିଆରେ ଆଉଟ୍‌ଡେଟେଡ୍‌ ହୋଇଯାଏ। ଆଉ ପୁରୁଣା ଶାଢ଼ି ଭାବେ ଏସବୁ ପାଲଟିଯାଏ ଅଦରକାରୀ। ହେଲେ ଅନେକେ ଏହାକୁ ନଷ୍ଟ କରିବା ପରିବର୍ତ୍ତେ ନୂଆ ରୂପ ଦେଇ କରିଥାନ୍ତି ପୁନଃ ବ୍ୟବହାର ଉପଯୋଗୀ...

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ଓ୍ବାଶିଂଟନ୍‌: ଯେଉଁ ଦେଶର ସଂସଦରେ ଅଧିକ ସଂଖ୍ୟାରେ ମହିଳା ସଭ୍ୟ ଥାଆନ୍ତି ସେ ଦେଶରେ ଦୁର୍ନୀତି ଅପେକ୍ଷାକୃତ କମ୍‌ ହୋଇଥାଏ। ଜଣେ ମୂଳ ଭାରତୀୟଙ୍କ ସମେତ କେତେଜଣ ବୈଜ୍ଞାନିକ ୧୨୫ଟି ଦେଶରୁ ତଥ୍ୟ ସଂଗ୍ରହ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏ ସମ୍ପର୍କିତ ଅଧ୍ୟୟନ ଜର୍ନାଲ୍‌ ଅଫ୍‌ ଇକୋନୋମିକ୍‌ ବିହେଭିୟର ଆଣ୍ଡ ଅର୍ଗାନାଇଜେଶନ୍‌ରେ ପ୍ରକାଶ ପାଇଛି।

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ବିବାହ ଉତ୍ସବ ହେଉ ଅବା ପୂଜା ପାର୍ବଣ ଏଥିପାଇଁ ଦରକାର ପୂଜା ସାମଗ୍ରୀ ଏବଂ ପଣ୍ଡିତ। ଅନେକ ସମୟରେ ବିଶେଷ କରି ଗଣେଶ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା ସମୟରେ ପଣ୍ଡିତ ଜଣେ ମିଳିବା କାଠିକର ପାଠ ହୋଇଥାଏ।

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ଜାପାନରେ ଏକ ରେଷ୍ଟୁରାଣ୍ଟରେ ଚନ୍ଦା ଗ୍ରାହକଙ୍କୁ ସ୍ବତନ୍ତ୍ର ପ୍ରକାର ରିହାତି ଦିଆଯାଇଥାଏ। ରେଷ୍ଟୁରାଣ୍ଟରେ ଚନ୍ଦା ଲୋକଙ୍କ ପାଇଁ ରହିଛି ବିଶେଷ ସୁବିଧା। ଏଠାକୁ ଆସି ଚନ୍ଦା ବ୍ୟକ୍ତି ନିଜକୁ ଭାଗ୍ୟବାନ ମନେ କରିବା ସହିତ ସେମାନଙ୍କ ମନୋବଳ ଦୃଢ଼ ହୋଇଥାଏ ବୋଲି କୁହନ୍ତି ରେଷ୍ଟୁରାଣ୍ଟ ମାଲିକ। ରେଷ୍ଟୁରାଣ୍ଟର ମାଲିକାଣୀ ଯୋଶିକା ଟୋୟୋଡୋଙ୍କ କହିବା ଅନୁଯାୟୀ ଜାପାନରେ ବୟସ ବଢ଼ିବା ସହିତ ଚନ୍ଦା ହେବା ଏକ ମାମୁଲି କଥା।

ଗଛ କାଟିଲେ ବାହାରୁଛି ରକ୍ତ

ଗଛ କାଟିଲେ ବାହାରୁଛି ରକ୍ତ

ମଧ୍ୟପ୍ରଦେଶ: ଗଛ କାଟିଲେ ସାଧାରଣତଃ ଅଠା ବା ଗଛର କ୍ଷୀର ବାହାରିଥାଏ। ହେଲେ ମଧ୍ୟପ୍ରଦେଶର ଏକ ଗାଁରେ ଥିବା ଗଛକୁ କାଟିଲେ ରକ୍ତ ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ କଥାଟା ସତ ବୋଲି ଗ୍ରାମବାସୀ ମତ ଦିଅନ୍ତି। ଜାଳେଣି ଉଦ୍ଦେଶ୍ୟରେ ଜଣେ ଯୁବକ ଏକ ଗଛ କାଟିବାରୁ ଏଥିରୁ ଲାଲ ରଙ୍ଗର ଅଠାଳିଆ ଅଂଶ ବାହାରିବାରୁ ସେ ଚମକି ପଡିଥିଲେ। ଏକଥା ଗ୍ରାମବାସୀ ମିଛ ଭାବି ଗଛ ନିକଟକୁ ଯାଇ ଦେଖିବା ବେଳକୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ସମବୟସ୍କ ମହିଳାଙ୍କ ପ୍ରତି କାହିଁକି  ଆକର୍ଷିତ ହୁଅନ୍ତି ପୁରୁଷ

ସମବୟସ୍କ ମହିଳାଙ୍କ ପ୍ରତି କାହିଁକି ଆକର୍ଷିତ ହୁଅନ୍ତି ପୁରୁଷ

ପୂର୍ବରୁ ବିବାହ ପାଇଁ ଜଣେ ପୁରୁଷ ନିଜ ବୟସଠାରୁ କମ୍‌ ବୟସର ନାରୀଙ୍କୁ ପସନ୍ଦ କରୁଥିଲେ। ଲୋକକଥା ଅନୁଯାୟୀ ମହିଳାମାନଙ୍କର ଆୟୁଷ କମ୍‌ ହୋଇଥିବାରୁ ଏପରି କଥାକୁ ଗୁରୁତ୍ୱ ଦିଆଯାଉଥିଲା। ହେଲେ ସମୟର ପରିବର୍ତ୍ତନ ସହ ମଣିଷର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି।

କଥା ଛୋଟ, ହେଲେ..

କଥା ଛୋଟ, ହେଲେ..

ନିମ୍ନୋକ୍ତ କେତୋଟି ବିଷୟରେ ଆମେ ହୁଏତ ଅଳ୍ପ ବହୁତ ଅବଗତ ହୋଇଥାଇପାରୁ, ହେଲେ ଠିକ୍‌ ସମୟରେ ଅନେକେ ଏହାକୁ ଉପଯୋଗ କରିବାରେ ସଫଳ ହୋଇ ନ ଥାନ୍ତି । ଏକ ସୁସ୍ଥ ଜୀବନ ପାଇଁ ଏଭଳି ଟିପ୍ସ ଆପଣେଇ ପାରନ୍ତି...

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ସୋସିଆଲ ସାଇଟ୍‌ର ବ୍ୟବହାର ଆଜିକାଲି କେତେ ବଢ଼ିଯାଇଛି, ତାହା କହିବା ବାହୁଲ୍ୟ। ଅନେକେ ଏହା ସହ ଓତଃପ୍ରୋତ ଭାବରେ ଜଡ଼ିତ ରହୁଛନ୍ତି। ପୁଣି କେତେକେ ଅଧିକାଂଶ ସମୟ ସୋସିଆଲ ସାଇଟ୍‌ ସହ ସମୟ ବିତାଉଛନ୍ତି। ହେଲେ ଏହାର ବହୁଳ ବ୍ୟବହାର ମସ୍ତିଷ୍କର କାର୍ଯ୍ୟଧାରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ।

Model This Week

ପ୍ରଭାତ