ମେଟ୍ରୋ |

ଗୀତା ପାଠ କଲେ ଶାନ୍ତି ମିଳିବ: ଗଜପତି

ଗୀତା ପାଠ କଲେ ଶାନ୍ତି ମିଳିବ: ଗଜପତି
ପୁରୀ ଅଫିସ, ୩୦।୧୨: ସାମ୍ପ୍ରତିକ ସମାଜରେ ଶାନ୍ତି ପାଇବା ବି ସମସ୍ୟା ହେଲାଣି। ପ୍ରତ୍ୟେକ ମଣିଷ ଭିତରେ ଶାନ୍ତି ଅଛି, ହେଲେ ମଣିଷ ଏହାର ସାନ୍ନିଧ୍ୟ ପାଇପାରୁନାହିଁ। କେବଳ ଲୋଭ, ମୋହ, ମାୟା ପଛରେ ଧାଉଁଛି। ତେଣୁ ମଣିଷକୁ ଶାନ୍ତି ପାଇବାକୁ ହେଲେ ଭଗବତ ଗୀତା ପାଠ କରିବା ଦରକାର। ଏହି ମହାନ୍‌ ଗ୍ରନ୍ଥରେ ଶାନ୍ତି ଓ ଅହିଂସାର ବାର୍ତ୍ତା ରହିଛି ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ବାଲିଘାଇସ୍ଥିତ ହରିହରାନନ୍ଦ ଗୁରୁକୁଳମ୍‌ ପରିସରରେ ପରମହଂସ ଯୋଗାନନ୍ଦଙ୍କ ୧୨୫ତମ ଜନ୍ମବାର୍ଷିକ ଉପଲକ୍ଷେ ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାର ଶନିବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଗଜପତି ମହାରାଜା ଯୋଗଦେଇ ଏହି ମହତ୍‌ବାଣୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରିୟାଯୋଗ ଆଶ୍ରମର ମୁଖ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ, ସ୍ବାମୀ ସମର୍ପଣାନନ୍ଦ ଗିରି ମହାରାଜ, ସ୍ବାମୀ ଅନିର୍ବାଣାନନ୍ଦ ଗିରି, ବ୍ରଜବନ୍ଧୁ ଦାସ ବାବାଜୀ ପ୍ରମୁଖ ଯୋଗଦେଇ ଭଗବତ ଗୀତାର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ଗଜପତି ମହାରାଜା ପୁରସ୍କୃତ କରିଥିଲେ। ଗ୍ରୁପ୍‌-ଏ’ରେ ସ୍ବରିତ ମିଶ୍ର ପ୍ରଥମ, ପ୍ରଜ୍ଞାପ୍ରିୟଦର୍ଶିନୀ ଦ୍ୱିତୀୟ, ନୟନ ଦ୍ୱିବେଦୀ ତୃତୀୟ, ଗ୍ରୁପ୍‌-ବି’ରେ ହିରଣ୍ମୟ ତ୍ରିପାଠୀ ପ୍ରଥମ, ପ୍ରଭୁପାଦ ଶତପଥୀ ଦ୍ୱିତୀୟ, ଶ୍ରୀୟଶ୍ରୀ ମେହେର ତୃତୀୟ, ଗ୍ରୁପ୍‌-ସି’ରେ ଶୁଭଲକ୍ଷ୍ମୀ ଦାଶ ପ୍ରଥମ, ସୌମ୍ୟଶ୍ୱେତା ବେହେରା ଦ୍ୱିତୀୟ, ଭିଟ୍ଟଲ ଭରଦ୍ୱାଜ ତୃତୀୟ, ଗ୍ରୁପ୍‌-ଡି’ରେ ଅଭିପ୍‌ସା ମିଶ୍ର ପ୍ରଥମ, ଭରତ ନାୟକ ଦ୍ୱିତୀୟ, ଜାନକୀ ସାହୁ ତୃତୀୟ ଏବଂ ଗ୍ରୁପ୍‌-ଇ’ରେ ମଦନ ମୋହନ ପାଣିଗ୍ରାହୀ ପ୍ରଥମ, ସୌମ୍ୟଜ୍ୟୋତି ପ୍ରଧାନ ଦ୍ୱିତୀୟ ଏବଂ ଶୁଭଶ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏମାନଙ୍କ ବ୍ୟତୀତ ୨୫ ଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଥିଲ। ଏଥିସହ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଭଗବତ ଗୀତା, ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ଗୀତା ପ୍ରତି ପିଲାଙ୍କ ଆଗ୍ରହ ବୃଦ୍ଧି ଲକ୍ଷ୍ୟ ନେଇ ଚଳିତବର୍ଷ ଜିଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରାଥମିକ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ୫ଟି ଗ୍ରୁପ୍‌ରେ ମୋଟ ୨୦୦୦ ଜଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ବିଭିନ୍ନ ଜିଲାରୁ ୨୭୨ଜଣ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିଲେ। ବିଚାରକ ମଣ୍ଡଳୀ ପ୍ରତି ଗ୍ରୁପ୍‌ରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ବାଛିଥିଲେ।
All Right Reserved By

ମେଟ୍ରୋ |

ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସିର ତତ୍ପରତା: ବସିଲା ଶୃଙ୍ଖଳା କମିଟି ବୈଠକ

ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସିର ତତ୍ପରତା: ବସିଲା ଶୃଙ୍ଖଳା କମିଟି ବୈଠକ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ସଦ୍ୟ ଘୋଷିତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଖୁସି ଖବର ଆଣିଛି। ୩ ପ୍ରମୁଖ ରାଜ୍ୟରେ ସବୁ ବର୍ଗର ନେତାଙ୍କ ସମନ୍ବୟ ଦଳ ପାଇଁ ବିଜୟ ଆଣିଛି। 

ଏଏପି ନେତା,କର୍ମୀ ବିଜେଡିରେ ସାମିଲ

ଏଏପି ନେତା,କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ଆମ୍‌ ଆଦମୀ ପାର୍ଟି(ଏଏପି) ରାଜ୍ୟ ସାଧାରଣ ସମ୍ପାଦକ ନନ୍ଦଲାଲ ସିଂହ, ମୁଖପାତ୍ର ଭରଦ୍ୱାଜ ମିଶ୍ର, ଯୁବ ସଭାପତି ସୁବ୍ରତ ଛାଟୋଇ, ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି ଏବଂ ବଲାଙ୍ଗୀର ଜିଲ୍ଲା ସଂଯୋଜକ ଅଜୟ ଦାସ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି।  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ଉପରୋକ୍ତ ବ୍ୟକ୍ତି ବିଶେଷମାନେ ବିଜେଡିରେ ସାମିଲ ହୋଇଛନ୍ତି। 

ପୁଣି କମିଲା ବସ ଭଡ଼ା

ପୁଣି କମିଲା ବସ ଭଡ଼ା

ଭୁବନେଶ୍ୱର, ୧୨।୧୨: ପୁଣି କମିଲା ବସ ଭଡ଼ା। ଡିଜେଲ ଦର କମିବାରୁ ରାଜ୍ୟରେ ବସ ଭଡ଼ା କମିଛି। ସାଧାରଣ ବସ ଭଡ଼ା କିଲୋମିଟର୍‌ ପିଛା ମାତ୍ର ୨ ପଇସା କମିଛି। 

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ନିମାପଡ଼ା,୧୨।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ ଲାଞ୍ଚ ନେଉଥିବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ରମାବିଲିରେ ହାତୀ ଉପଦ୍ରବ : ୫ ମାଣ ଫସଲ ନଷ୍ଟ

ରମାବିଲିରେ ହାତୀ ଉପଦ୍ରବ : ୫ ମାଣ ଫସଲ ନଷ୍ଟ

ଖୋର୍ଦ୍ଧା ଅଫିସ,୧୨ା୧୨: ଖୋର୍ଦ୍ଧା ଜିଲା ଟାଙ୍ଗୀ ରେଞ୍ଜ୍‌ ଅଧୀନ ରମାବିଲିଠାରେ ହାତୀ ଉପଦ୍ରବ ଲାଗି ରହିଛି। 

୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ, ୪୦ହଜାର କଳାକାରଙ୍କୁ ଭତ୍ତା: ମୁଖ୍ୟମନ୍ତ୍ରୀ

୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ, ୪୦ହଜାର କଳାକାରଙ୍କୁ ଭତ୍ତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନାରୁ କେହି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ। ଆସନ୍ତା ୧୫ରୁ ଏହି ଯୋଜନାରେ ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ। ସେହିଭଳି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀମାନଙ୍କୁ ମାସିକ ୧୨ ଶହ ଟଙ୍କା ସହାୟତା ପ୍ରଦାନ କରାଯିବ। 

କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାର ଚାଷୀଙ୍କୁ ୫ ବର୍ଷ ଧରି ମିଳିବ ଆର୍ଥିକ ସହାୟତା: ନିରଞ୍ଜନ

କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାର ଚାଷୀଙ୍କୁ ୫ ବର୍ଷ ଧରି ମିଳିବ ଆର୍ଥିକ ସହାୟତା: ନିରଞ୍ଜନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁ ଦେଶବାସୀ ଭାଜପାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମଙ୍ଗଳବାର ୫ଟି ରାଜ୍ୟର ବିଧାନସଭା ଫଳାଫଳ ଏହାକୁ ପ୍ରମାଣିତ କରୁଛି। ତେବେ ଓଡ଼ିଶାରେ ମଧ୍ୟ ଚାଷୀଙ୍କ ସମସ୍ୟା କମ୍‌ ନୁହେଁ। ରାଜ୍ୟର ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟୁଛି।

ଗଣିଆ ଗଲା ୩ ରଥ ଚକ

ଗଣିଆ ଗଲା ୩ ରଥ ଚକ

ପୁରୀ ଅଫିସ, ୧୨ା୧୨: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରାଜିତ ତିନି ରଥର ୩ଟି ଚକ ବୁଧବାର ନୟାଗଡ଼ ଜିଲା ଗଣିଆକୁ ଯାଇଛି। ଏକ ବର୍ଣ୍ଣାଢ୍ୟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଗଣିଆବାସୀ ରଥ ଚକକୁ ସାଥୀରେ ନେଇ ଯାଇଛନ୍ତି। ଗଣିଆସ୍ଥିତ ଶ୍ରୀରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଏହି ରଥଚକ ସ୍ଥାପନ କରାଯିବ ବୋଲି ମନୋରଞ୍ଜନ ଦାଶ ସୂଚନା ଦେଇଛନ୍ତି । 

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୨।୧୨: ବିବାହ କରିବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଆଜି ପଞ୍ଜାବର ଜଳନ୍ଧରଠାରେ ହିନ୍ଦୁ ଧର୍ମାନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ। ଏହାକୁ ନେଇ କପିଲଙ୍କୁ ଦେଶବିଦେଶର ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳୁଥିବା ଦେଖାଯାଉଛି। ଏହି କ୍ରମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ କପିଲ-ଗିନ୍ନିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି। 

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଆଳରେ ଭାଜପାକୁ ଗାଳିଦେବା ପାଇଁ ଯେଉଁ କୃଷକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଛନ୍ତି ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିବ। 

୫ରାଜ୍ୟର ଫଳାଫଳ,  ଓଡ଼ିଶାକୁ ନେଇ ଚର୍ଚ୍ଚା

୫ରାଜ୍ୟର ଫଳାଫଳ, ଓଡ଼ିଶାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) କ୍ଷମତା ବଜାୟ ରଖିଛି। ସେହିପରି ମିଜୋରମରେ ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ) କଂଗ୍ରେସକୁ ପରାଜିତ କରି ସରକାର ଗଠନ କରିବାକୁ ଯାଉଛି। 

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)-ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ ଶାସନରୁ କ୍ଷମତା ଯିବ। ରାଜ୍ୟର ୯୪ ପ୍ରତିଶତ (ଏସ୍‌ସି,ଏସ୍‌ଟି,ଓବିସି,ସଂଖ୍ୟାଘୁ)ଙ୍କ ପାଖକୁ  କ୍ଷମତା ଆସିବ । ଛତିଶଗଡ଼ରେ ଯେପରି ଓବିସି,ଏସ୍‌ସି,ଏସ୍‌ଟି ଭୋଟ କଂଗ୍ରେସକୁ କ୍ଷମତାସୀନ କରିଲା, ଓଡ଼ିଶାରେ ତା’ର ପୁନରାବୃତ୍ତି ହେବ।