ମେଟ୍ରୋ |

ମହାଲକ୍ଷ୍ମୀ ପିନ୍ଧିବେ ନୂଆ କିରୀଟ

ମହାଲକ୍ଷ୍ମୀ ପିନ୍ଧିବେ ନୂଆ କିରୀଟ

ପୁରୀ ଅଫିସ,୩୦।୧୨: ଶ୍ରୀମନ୍ଦିର ପରିସର ମା’ ମହାଲକ୍ଷ୍ମୀଙ୍କ ପାଇଁ ନୂଆ କିରୀଟ ନିର୍ମାଣ ଆରମ୍ଭ ହୋଇଛି। କଟକର ଏକ ଗହଣା ଦୋକାନରେ ଏହା ନିର୍ମାଣ ହେଉଛି। ଏହା ସମ୍ପୂର୍ଣ୍ଣ ହେବା ପରେ ଅଣାଯାଇ ମା’ଙ୍କୁ ପିନ୍ଧାଯିବ। ମହାଲକ୍ଷ୍ମୀ ନୂଆ କିରୀଟରେ ଶୋଭାପାଇବେ ବୋଲି ଜଣାପଡିଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାପ ଦିଆଯାଇଥିଲା। ସେହି ମୁତାବକ ନୂଆ କିରୀଟ ନିର୍ମାଣ ଚାଲିଛି। ନିର୍ମାଣ ପରେ କିରୀଟ ମାପ କରାଯିବ। ଯାହା ସୁନା ଲାଗିଥିବ ତାହାର ମୂଲ୍ୟ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି। ତେବେ ମା’ଙ୍କ କିରୀଟ ପାଇଁ ଆବଶ୍ୟକ ଅର୍ଥ ନିମନ୍ତେ ଜଣେ ଶ୍ରଦ୍ଧାଳୁ ଆଗ୍ରହ ଦେଖାଇଥିବା ଜଣାପଡିଛି। ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। କିରୀଟ ନିର୍ମାଣ ସରିବା ପରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ମହାଲକ୍ଷ୍ମୀଙ୍କ କିରୀଟ ଦୁର୍ବଳ ହୋଇପଡିଥିଲା। ଏଥିରେ ଲାଗିଥିବା ଓଷୁଅ ଛାଡିଯାଇଥିଲା। ତେଣୁ ନୂଆ କିରୀଟ ନିର୍ମାଣ ଲାଗି ଲକ୍ଷ୍ମୀ ମନ୍ଦିରର ପୂଜକ ଏବଂ ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଥିଲେ। ଏ ନେଇ ଏକାଧିକଥର ଆଲୋଚନା ହୋଇଥିଲା। ସେହି ପୁରୁଣା କିରୀଟକୁ ମରାମତି କରାଯିବ କି ନୂଆ ତିଆରି ହେବ ସେଥିପାଇଁ ବଣିଆଙ୍କ ପରାମର୍ଶ ନିଆଯାଇଥିଲା। ଶ୍ରୀମନ୍ଦିର ବଣିଆ ଏବଂ କଟକର ଦୁଇଜଣ ବଣିଆ ଆସି କିରୀଟର ସ୍ଥିତି ପରଖିଥିଲେ। ସେମାନେ ଏ ସମ୍ପର୍କିତ ରିପୋର୍ଟ ମୁଖ୍ୟ ପ୍ରଶାସକଙ୍କୁ ଦେଇଥିଲେ। ଗତ ମାର୍ଗଶିର ମାସରେ ମା’ ମହାଲକ୍ଷ୍ମୀ ୩ଟି ଯାକ ଗୁରୁବାର ବିନା ମକୁଟରେ ପୂଜା ପାଇଥିଲେ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେଣୁ ମାର୍ଗଶିର ଶେଷ ଗୁରୁବାର ମା’ଙ୍କୁ କିରୀଟ ଲଗାଇବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଥିଲା। ପୁରୁଣା କିରୀଟକୁ ସାମାନ୍ୟ ମରାମତି କରାଯାଇ ମା’ଙ୍କୁ ଲାଗି କରାଯାଇଥିଲା। ଏହାପରେ ମହାଲକ୍ଷ୍ମୀଙ୍କ ଲାଗି ନୂଆ କିରୀଟ ତିଆରି କରାଯିବ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିସରସ୍ଥ ମହାଲକ୍ଷ୍ମୀ ଠାକୁରାଣୀଙ୍କ କିରୀଟ ଭାଙ୍ଗି ଯାଇଥିଲା। କିରୀଟ ଭାଙ୍ଗିଯାଇଥିବାରୁ ସେବାୟତମାନେ ତାହାକୁ ବାହାର କରି ମନ୍ଦିର ପରିସରସ୍ଥ ଆଲମିରାରେ ରଖିଥିଲେ। ଏ ନେଇ କେବଳ ଧରିତ୍ରୀରେ ପ୍ରଥମେ ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ ଆଲୋଚନା ଜୋର୍‌ ଧରିଥିଲା।

All Right Reserved By

Model This Week

Model This Week

ମେଟ୍ରୋ |

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଭାଜପା ନେତା ନୀଳମଣି ସାମଲ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି। ୨୦୧୪ରେ ସେ ବରୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।

ଥାନା ବାବୁଙ୍କ ଥାର୍ଡ ଡିଗ୍ରୀ ପରିସ୍ରା ନ ପିଇବାରୁ ନିସ୍ତୁକ ପିଟିଲେ

ଥାନା ବାବୁଙ୍କ ଥାର୍ଡ ଡିଗ୍ରୀ ପରିସ୍ରା ନ ପିଇବାରୁ ନିସ୍ତୁକ ପିଟିଲେ

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ, ୨୬।୪- ଏକ ଚୋରି ମାମଲାରେ ଯୁବକଙ୍କୁ ଥାନାକୁ ଉଠାଇ ଆଣିଲା ପୋଲିସ। ତାଙ୍କୁ ଦୋଷ ମାନିବାକୁ ବାଧ୍ୟ କଲା। କିନ୍ତୁ ସେ ନ ମାନିବାରୁ ଆରମ୍ଭ ହେଲା ଥାର୍ଡ ଡିଗ୍ରୀ। ଦୋଷ ସ୍ବୀକାର କରିବା ପାଇଁ ତାଙ୍କୁ ଜୋରଜବରଦସ୍ତି ପରିସ୍ରା ପିଆଇବାକୁ ଉଦ୍ୟମ କରାଗଲା। ଏଥିରେ ବିଫଳ ହେବାରୁ ନିସ୍ତୁକ ମାଡ଼ ମରାଗଲା।

ଶଳାଙ୍କ ଲୁହା ଚେନ୍‌ ମାଡ଼ରେ ଭିଣୋଇ ଗୁରୁତର

ଭୁବନେଶ୍ୱର, ୨୬।୪(ବ୍ୟୁରୋ)- କ୍ୟାପିଟାଲ ଥାନା କେଦାରପଲ୍ଲୀ ବସ୍ତିରେ ବୁଧବାର ସନ୍ଧ୍ୟାରେ ଘରୋଇ କଳିକୁ କେନ୍ଦ୍ରକରି ଶଳା ମାଡରେ ଭିଣୋଇ ଗୁରତର ଆହତ ହୋଇଛନ୍ତି। ଭିଣୋଇଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଭିଣୋଇ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ଶଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରେଭେନ୍‌ଶାରେ ସ୍ବତନ୍ତ୍ର ଇସି ବୈଠକ ଉପସ୍ଥାପିତ ହେଲା ୭୪ କୋଟିର ବଜେଟ୍‌

ରେଭେନ୍‌ଶାରେ ସ୍ବତନ୍ତ୍ର ଇସି ବୈଠକ ଉପସ୍ଥାପିତ ହେଲା ୭୪ କୋଟିର ବଜେଟ୍‌

କଟକ ଅଫିସ, ୨୬।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ପରିଷଦ(ଇସି) ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଗତ ୨୦ ତାରିଖରେ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକରେ ହୋଇଥିବା ସମସ୍ତ ନିଷ୍ପତ୍ତିକୁ ଗୃହୀତ କରାଯିବା ସହ ଆସନ୍ତା ଶିକ୍ଷାବର୍ଷ ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା।

ଠିକାଦାରଙ୍କ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ ସାନି ପ୍ରକାଶ ପାଇଁ ନିର୍ଦ୍ଦେଶ

କଟକ ଅଫିସ,୨୬।୪- ପ୍ରକଳ୍ପର କାର୍ଯ୍ୟ ଚାଲୁଥିଲାବେଳେ ଯଦି ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପାଏ ସେନେଇ ଠିକାଦାରଙ୍କୁ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଇଥାଏ। ଏ ନେଇ ସରକାରଙ୍କ ପକ୍ଷରୁ ଠିକାଦାରଙ୍କ ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। କିନ୍ତୁ ଏହି ବିଜ୍ଞପ୍ତି ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ଶତାଧିକ ଠିକାଦାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବିଗୁଡୁଛି ସାଲେପୁର ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଶ୍ୱାସ କ୍ରିୟାରେ ଗୁରୁତର ସମସ୍ୟା

କଟକ ଅଫିସ, ୨୬।୪-ବଳାତ୍କାରର ଶିକାର ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସାଲେପୁର ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ବୁଧବାର ଦିନତମାମ ପୀଡିତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହାପରେ ଚିକିତ୍ସା ନିମନ୍ତେ ଗଠିତ ୧୩ ଜଣିଆ ଡାକ୍ତରୀ ଟିମ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ ବୁଧବାର ବସିଥିଲା।

ସାଆନ୍ଦା ଜଙ୍ଗଲରେ ଗଛକଟା ମାମଲା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ

ସାଆନ୍ଦା ଜଙ୍ଗଲରେ ଗଛକଟା ମାମଲା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୬।୪- ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ସାଆନ୍ଦା ଡିପିଏଫ୍‌ ଜଙ୍ଗଲରେ ବେଆଇନ ଗଛକଟା ହେଉଛି। ଏଥିସହିତ ବେଆଇନ କାର୍ଯ୍ୟକଳାପ ଚାଲିଛି। ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ କ୍ଷେତ୍ରରେ ପ୍ରଶାସନିକ ନିଷ୍କ୍ରିୟତାକୁ ନେଇ ଆଗତ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା।

ଅର୍ଥତତ୍ତ୍ବ ନିର୍ଦ୍ଦେଶକଙ୍କ ମିସ୍‌ କେସ୍‌ ହାଇକୋର୍ଟରେ ରଦ୍ଦ

ଅର୍ଥତତ୍ତ୍ବ ନିର୍ଦ୍ଦେଶକଙ୍କ ମିସ୍‌ କେସ୍‌ ହାଇକୋର୍ଟରେ ରଦ୍ଦ

କଟକ ଅଫିସ, ୨୬।୪- ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ନିର୍ଦ୍ଦେଶକ ଶ୍ରୀକୃଷ୍ଣ ପାଢୀଙ୍କ ମିସ୍‌ ପିଟିଶନକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ହାଇକୋର୍ଟ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ସର୍ତ୍ତ ଅନୁଯାୟୀ ନଗଦ ୧ କୋଟି ଟଙ୍କାର ବ୍ୟାଙ୍କ ଜମା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୨୬।୪- ଜଗତ୍‌ସିଂହପୁର ଜିଲା ବାଲିକୁଦା ପୂର୍ତ୍ତ ସେକ୍ସନର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ବୁଧବାର ଭିଜିଲାନ୍ସ ଯାଞ୍ଚ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ଆସିବା ପରେ ମିଶ୍ରଙ୍କ ଘର, ଅଫିସ ସମେତ ଭୁବନେଶ୍ୱର ଓ ଜଗତ୍‌ସିଂହପୁରର ୮ଟି ସ୍ଥାନରେ ଏହି ଯାଞ୍ଚ କରାଯାଇଛି।

ଜୟନାରାୟଣଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ନେଫ୍ରୋଲୋଜି ବିଭାଗରେ ଭର୍ତ୍ତି

ଜୟନାରାୟଣଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ନେଫ୍ରୋଲୋଜି ବିଭାଗରେ ଭର୍ତ୍ତି

କଟକ ଅଫିସ, ୨୬।୪-ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ଜୟନାରାୟଣ ମିଶ୍ରଙ୍କ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ୫ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ନେଫ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ଶଶିଭୁଷଣ ରାଉତଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଉକ୍ତ ବିଭାଗର ବରିଷ୍ଠ ପ୍ରଫେସର ଡା. ଚିତ୍ତରଞ୍ଜନ କର, କାର୍ଡିଓଲୋଜି, ଏଣ୍ଡୋକ୍ରାଇନୋଲୋଜି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ: ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣିବ ପୋଲିସ

କଟକ ଅଫିସ, ୨୫।୪- ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବୁଧବାର ଡିଜିପି ଆର୍‌.ପି. ଶର୍ମା ସୂଚନା ଦେଇଛନ୍ତି।

ବାରିପଦାରେ ସାଇକେଲ ଯୋଗାଣ ମାମଲା: ସାନି ଟେଣ୍ଡର ହାଇକୋର୍ଟରେ ରଦ୍ଦ

ବାରିପଦାରେ ସାଇକେଲ ଯୋଗାଣ ମାମଲା: ସାନି ଟେଣ୍ଡର ହାଇକୋର୍ଟରେ ରଦ୍ଦ

କଟକ ଅଫିସ, ୨୫।୪- ବାରିପଦା ଜିଲାରେ ସାଇକେଲ ଯୋଗାଣ ପାଇଁ ହୋଇଥିବା ସାନି ଟେଣ୍ଡରକୁ ହାଇକୋର୍ଟ ଅବୈଧ ଘୋଷଣା କରିବା ସହ ତାହାକୁ ରଦ୍ଦ କରିଦେଇଛନ୍ତି। ଏଥିସହ ଜିଲା ଶ୍ରମ ଅଧିକାରୀ ସ୍ଥାନୀୟ ସାଇକେଲ ଷ୍ଟୋରଗୁଡ଼ିକରୁ ଶ୍ରମିକମାନଙ୍କୁ ସାଇକେଲ ଯୋଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି।