Dharitri News
ମେଟ୍ରୋ |

ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ: ରାତି ୧୧ଟା ସୁଦ୍ଧା ପହୁଡ଼, ୨ଟାରେ ଦ୍ୱାରଫିଟା

ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ: ରାତି ୧୧ଟା ସୁଦ୍ଧା ପହୁଡ଼, ୨ଟାରେ ଦ୍ୱାରଫିଟା ପୁରୀ ଅଫିସ, ୩୦।୧୨: ଆସୁଛି ନବବର୍ଷ। ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ବାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ। ସହରର ସବୁଠି ଭିଡ଼। ଜମିଗଲାଣି ପର୍ଯ୍ୟଟକଙ୍କ ଗହଳି। ହୋଟେଲ, ଲଜ୍‌, ରେସ୍ତୋରଁ।, ହଲିଡେ ହୋମ୍‌ଗୁଡିକ ମଧ୍ୟ ପ୍ୟାକ୍‌ ହୋଇଯାଇଛି। ସମସ୍ତଙ୍କ ଅପେକ୍ଷା ୩୧ ତାରିଖ ରାତି ୧୨ଟାର ଜିରୋ ନାଇଟ୍‌ ସେଲିବ୍ରେଶନକୁ। ପର୍ଯ୍ୟଟକଙ୍କ ଭିଡ଼କୁ ଦେଖି ଜିଲା ପ୍ରଶାସନ ଓ ପୋଲିସ ମଧ୍ୟ ପ୍ରସ୍ତୁତ ହୋଇଛି। ସହରର ବଡ଼ ବଡ଼ ହୋଟେଲଗୁଡ଼ିକ ସଜେଇ ହୋଇଗଲାଣି। ରଙ୍ଗିନ ଆଲୋକମାଳାରେ ଝଲସୁଛି ହୋଟେଲ ଓ ରେସ୍ତୋରଁା। ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ କେତେକ ହୋଟେଲରେ ବିଶେଷ କାର୍ଯ୍ୟକ୍ରମ ବ୍ୟବସ୍ଥା ହୋଇଛି। କିନ୍ତୁ ଏଥର ଜିରୋ ନାଇଟ୍‌ ସେଲିବ୍ରେଶନ ଉପରେ ପୋଲିସର କଟକଣା ରହିଛି। ଅପରପକ୍ଷରେ ଏହାକୁ ଇଂଲିଶ ନବବର୍ଷ ବୋଲି କହିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଏହି ନବବର୍ଷ ପାଳନ ଆମ ପରମ୍ପରା ବିରୋଧୀ ବୋଲି ସେ ମତ ରଖିଛନ୍ତି। ସେହିପରି ମହୋଦଧିରେ ସ୍ନାନ କରି ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ପୁରୀରେ ଶ୍ରଦ୍ଧାଳୁମାନଙ୍କର ମଧ୍ୟ ପ୍ରବଳ ଭିଡ଼ ହେଲାଣି। ତେଣୁ ସେମାନଙ୍କ ନିରାପଦ ସ୍ନାନ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ୨୪ ଘଣ୍ଟିଆ ପୋଲିସ କର୍ମଚାରୀ ମୁତୟନ ରହିବେ। ଧାଡିରେ ଯିବା ଲାଗି ଅସ୍ଥାୟୀ ବ୍ୟାରିକେଡ୍‌ ତିଆରି ହୋଇଛି। ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ବାହାରିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଭିତରେ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି। ସେହିପରି ଲକ୍ଷାଧିକ ଭକ୍ତଙ୍କ ଭିଡ଼ ସମ୍ଭାବନା ଥିବାରୁ ୩୧ ତାରିଖ ରାତି ୧୧ଟା ମଧ୍ୟରେ ପହୁଡ଼ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି। ରାତି ୨ଟାରେ ଦ୍ୱାର ଫିଟି ଅନ୍ୟାନ୍ୟ ନୀତି ଚାଲିବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି। ନୂଆବର୍ଷ ପାଇଁ ପୋଲିସ ପକ୍ଷରୁ ଟ୍ରାଫିକ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୪୦ ପ୍ଲାଟୁନ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି। ପୋଲିସ କର୍ମଚାରୀମାନେ ବେଳାଭୂମି, ସହରର ବିଭିନ୍ନ ଛକ, ପ୍ରବେଶପଥ, ଶ୍ରୀମନ୍ଦିର ଭିତର ଏବଂ ବାହାର ସମେତ ପ୍ରମୁଖ ସ୍ଥାନମାନଙ୍କରେ ମୁତୟନ ହେବେ। ପୁରୀ ସହର ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ରହିବ। ସୁରକ୍ଷା ବ୍ୟବସ୍ଥାରେ ୮ ଜଣ ଅତିରିକ୍ତ ଏସ୍‌ପି ଏବଂ ଡେପୁଟି କମାଣ୍ଡାଣ୍ଟ, ୧୫ ଡିଏସ୍‌ପି, ୨୬ ଇନ୍ସପେକ୍ଟର, ୧୧୬ ଏସ୍‌ଆଇ ଓ ଏଏସ୍‌ଆଇ, ୩୦ ହାବିଲଦାର, ୧୭୬ କନଷ୍ଟେବଳ, ୪୮ ଟ୍ରାଫିକ କନଷ୍ଟେବଳ, ୫୦୦ ଜଣ ହୋମ୍‌ଗାର୍ଡ ମୁତୟନ ହେବେ। ସେହିପରି ଗୋଟିଏ ୟୁନିଟ୍‌ ବୋମା ନିଷ୍କ୍ରିୟକାରୀ ଦଳ, ୧ ୟୁନିଟ୍‌ ଏଟିଏସ୍‌, ୧ ୟୁନିଟ୍‌ ଓଡ୍ରାଫ ସହିତ ବେଳାଭୂମିରେ ଅଧିକ ୧୦୦ ଲାଇଫ୍‌ଗାର୍ଡ ମୁତୟନ ରହିବେ।

ମେଟ୍ରୋ |

ଫେରିଲେ ରୁଷିଆ ପର୍ଯ୍ୟଟକ

ଫେରିଲେ ରୁଷିଆ ପର୍ଯ୍ୟଟକ

ପୁରୀ ଅଫିସ, ୧୮।୧: ଶ୍ରୀକ୍ଷେତ୍ର ମୋହରେ ପଡ଼ିଛନ୍ତି ରୁଷିଆ ପର୍ଯ୍ୟଟକ ଆନ୍ଦ୍ରେଇ ଗ୍ଲାଗୋଲ୍‌ଭ। ୧୨ ଦିନ ପରେ ସେ ପୁଣି ଫେରିଛନ୍ତି ପୁରୀ। ଭାରତରେ ଶରଣାର୍ଥୀ ଭାବେ ରହିବା ଲାଗି ନୂଆଦିଲ୍ଲୀସ୍ଥିତ ୟୁନାଇଟେଡ୍‌ ନେଶନ୍ସ ହାଇକମିଶନର ଫର୍‌ ରିଫ୍ୟୁଜି (ୟୁଏନ୍‌ଏଚ୍‌ସିଆର)ରେ ହାଜର ହୋଇ ତାଙ୍କ ପକ୍ଷ ରଖିଛନ୍ତି। ଏହାର ଶୁଣାଣି ଆସନ୍ତା ଜୁଲାଇ ୭ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ତଦନ୍ତ ଆରମ୍ଭ

ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୮।୧: ପୁରୀ ରେଳ ଷ୍ଟେଶନରେ ସେନାର ସ୍ବତନ୍ତ୍ର ଟ୍ରେନ୍‌ରେ ହୋଇଥିବା ବିସ୍ଫୋରଣ ଘଟଣାର ଗୁରୁବାର ତଦନ୍ତ ଆରମ୍ଭ ହୋଇଛି। ଜିଆର୍‌ପିର ପ୍ରାଥମିକ ତଦନ୍ତରୁ ଗ୍ୟାସ୍‌ ଲିକ୍‌ରୁ ସିଲିଣ୍ଡର ବିସ୍ଫୋରଣ ହୋଇଛି ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପ୍ୟାଣ୍ଟ୍ରିକାରରେ ରହିଥିବା ୪ଟି ଅଗ୍ନି ନିର୍ବାପକ ଯନ୍ତ୍ର(ଫାୟାର ଏକ୍ସଷ୍ଟିଙ୍ଗୁଇସର)ର ଅବଧି ୧ବର୍ଷ ତଳୁ ସରିଯାଇଥିଲା।

ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ

ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଗୁରୁବାର ରାଜ୍ୟ ମେଡିକାଲ ନିଗମ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟରେ ଦୃଷ୍ଟିହୀନତା ଦୂରୀକରଣ ନିମନ୍ତେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ ହାସଲ କରିବା ଲାଗି ଗୁରୁତ୍ୱାରୋପ କରାଯାଇଛି।

ବିଜେଡିର ବିକ୍ଷୋଭ ରାଜନୈତିକ ଆକ୍ରମଣ: ଭାଜପା

ବିଜେଡିର ବିକ୍ଷୋଭ ରାଜନୈତିକ ଆକ୍ରମଣ: ଭାଜପା

ଭୁବନେଶ୍ୱର,୧୮।୧(ବ୍ୟୁରୋ): ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ ଗରିବ ଓଡ଼ିଆଙ୍କୁ ଲାଭ ପହଞ୍ଚାଇବା ନୁହେଁ ବରଂ ଧର୍ମେନ୍ଦ୍ରଙ୍କୁ ରାଜନୈତିକ ଆକ୍ରମଣ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଏ ନେଇ ଗୁରୁବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଏସ୍‌ସିଏସ୍‌ କଲେଜରେ ପୁଣି ଛାତ୍ର ଅଶାନ୍ତି

ଏସ୍‌ସିଏସ୍‌ କଲେଜରେ ପୁଣି ଛାତ୍ର ଅଶାନ୍ତି

ପୁରୀ ଅଫିସ, ୧୮।୧: ସାମନ୍ତ ଚନ୍ଦ୍ରଶେଖର କଲେଜରେ ଗୁରୁବାର ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ବୁଧବାର ହୋଇଥିବା ଗଣ୍ଡଗୋଳରେ ଆକ୍ରମଣକାରୀ ଛାତ୍ର ଗୋଷ୍ଠୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଗୁରୁବାର କଲେଜ ଫାଟକରେ ପୁଣି ତାଲା ପଡିଛି।

ପୁରୀରେ ଗଙ୍ଗାସାଗର ଯାତ୍ରୀଙ୍କ ଭିଡ଼

ପୁରୀରେ ଗଙ୍ଗାସାଗର ଯାତ୍ରୀଙ୍କ ଭିଡ଼

ପୁରୀ ଅଫିସ, ୧୮।୧: ଚାରି ଧାମ ମଧ୍ୟରୁ ଅନ୍ୟତମ ହେଉଛି ଶ୍ରୀକ୍ଷେତ୍ର। ପବିତ୍ର ମହୋଦଧିରେ ସ୍ନାନକରି ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ଏହି ବିଶ୍ୱାସକୁ ନେଇ ଏବେ ପୁରୀରେ ଗଙ୍ଗାସାଗର ଯାତ୍ରୀଙ୍କ ବେଶ୍‌ ଭିଡ଼ ଜମିଛି। ଗଙ୍ଗାସାଗରରେ ବୁଡ଼ ପକାଇ ସମସ୍ତେ ଛୁଟିଆସୁଛନ୍ତି ଶ୍ରୀକ୍ଷେତ୍ର ମାଟିକୁ।

ଗଙ୍ଗାସାଗର ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଗଙ୍ଗାସାଗର ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ପୁରୀ ଅଫିସ, ୧୮।୧: ପୁରୀ ଗଙ୍ଗାସାଗରରେ ତୀର୍ଥଯାତ୍ରୀଙ୍କ ଭିଡ଼ ଜମିଥିବା ବେଳେ ରେଳ ଷ୍ଟେଶନ ଟୁରିଷ୍ଟ କମ୍ପ୍ଲେକ୍ସଠାରେ ଗୁରୁବାର ସକାଳେ ଜଣେ ତୀର୍ଥଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ମଧ୍ୟପ୍ରଦେଶ ଶିବାପୁରୀର ପ୍ରେମ ନାରାୟଣ ଖୁସ୍‌ଓ୍ବା(୭୫)।

ବରିଷ୍ଠ ଗବେଷକ ବଳିୟାରସିଂହଙ୍କ ପରଲୋକ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ବିଶିଷ୍ଠ କବି, ସାହିତି୍ୟକ, ଗବେଷକ, ତଥା ଓଡ଼ିଶା ସଚିବାଳୟର ଅବସରପ୍ରାପ୍ତ ଅନୁଶାସନ ସଚିବ ଡ. ଚିନ୍ତାମଣି ବଳିୟାରସିଂହଙ୍କ ବୁଧବାର ସନ୍ଧ୍ୟାରେ ଦୃଦ୍‌ଘାତରେ ଭୁବନେଶ୍ୱର ବଡ଼ଗଡ଼ ବାସଭବନରେ ପରଲୋକ ହୋଇଛି।

ପୁରୀ ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ

ପୁରୀ ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୮।୧: ପୁରୀରେ ସେନା ବାହିନୀର ସ୍ବତନ୍ତ୍ର ଟ୍ରେନ୍‌ରେ ଘଟିଥିବା ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ଓ କିପରି ବିସ୍ଫୋରଣ ଘଟିଲା ତାହାର କାରଣ ଖୋଜା ଚାଲିଛି।

ରେଭେନ୍‌ଶାରେ ପଦୋନ୍ନତି ଜାଲିଆତି ଅଭିଯୋଗ

ରେଭେନ୍‌ଶାରେ ପଦୋନ୍ନତି ଜାଲିଆତି ଅଭିଯୋଗ

କଟକ ଅଫିସ,୧୭ା୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ସହଯୋଗୀ ପ୍ରଫେସରଙ୍କ ପଦୋନ୍ନତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟ ନିୟମକୁ ଉଲ୍ଲଂଘନ କରାଯାଇ କେତେଜଣ ସହଯୋଗୀ ପ୍ରଫେସରଙ୍କୁ ପଦୋନ୍ନତି ଦିଆଯାଇଛି। ୨ଦିନ ତଳେ କୁଳପତିଙ୍କ ନିକଟରେ ଏହି ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଅବଦୁରଙ୍କ ବିରୋଧରେ ଶୁଣାଣି ଆରମ୍ଭ: ଅଦାଲତରେ କଥା ବଦଳାଇଲେ ସାକ୍ଷୀ

ଅବଦୁରଙ୍କ ବିରୋଧରେ ଶୁଣାଣି ଆରମ୍ଭ: ଅଦାଲତରେ କଥା ବଦଳାଇଲେ ସାକ୍ଷୀ

କଟକ ଅଫିସ, ୧୭।୧- ଅଲ୍‌କାଏଦା ଲିଙ୍କ୍‌ ସନ୍ଦେହରେ ଗିରଫ ହୋଇଥିବା ଅବଦୁର ରହମନଙ୍କ ବିରୋଧରେ ବୁଧବାର ଶୁଣାଣି ଆରମ୍ଭ ହୋଇଛି। ଜିଲା ଦୌରାଜଜ୍‌ ସତ୍ୟନାରାୟଣ ମିଶ୍ରଙ୍କ ଅଦାଲତରେ ପୂର୍ବ ନିର୍ଦ୍ଦେଶ ମୁତାବକ ସାକ୍ଷୀ ସଲିମ୍‌ ଖଁା ସାକ୍ଷ୍ୟ ପ୍ରଦାନ କରିଥିଲେ। ସାକ୍ଷ୍ୟ ପ୍ରଦାନ କରି ସଲିମ୍‌ କହିଥିଲେ ଯେ, ସେ ଅବଦୁର୍‌ଙ୍କୁ ଚିହ୍ନିଛନ୍ତି।

ଜଟଣୀ ଫ୍ଲାଇ ଓଭର ବ୍ରିିଜ୍‌ କାର୍ଯ୍ୟ ନିମ୍ନମାନର ମାମଲା: ସିସି ଟିଭି ଫୁଟେଜ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

ଜଟଣୀ ଫ୍ଲାଇ ଓଭର ବ୍ରିିଜ୍‌ କାର୍ଯ୍ୟ ନିମ୍ନମାନର ମାମଲା: ସିସି ଟିଭି ଫୁଟେଜ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

କଟକ ଅଫିସ, ୧୭।୧- ଜଟଣୀରେ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଫ୍ଲାଇ ଓଭର ବ୍ରିଜ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କିତ ଆଗତ ମାମଲାରେ ବୁଧବାର ଭିଜିଲାନ୍ସ ପକ୍ଷରୁ ପୂର୍ବ ନିର୍ଦ୍ଦେଶ ମୁତାବକ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି। ଉକ୍ତ ରିପୋର୍ଟରେ ରାଉରକେଲା ଏନ୍‌ଆଇଟିର ବିଶେଷଜ୍ଞ ଦଳ ଏହାର ତଦନ୍ତ କରୁଛନ୍ତି। ଏହି ବିଶେଷଜ୍ଞ ଦଳର ତଦନ୍ତ ଶେଷ ପରେ ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପକ୍ଷରେ ପୋଲ ନିକଟରେ ଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଭିଜିଲାନ୍ସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।