ରାଜ୍ୟ |

ରାଉରକେଲାବାସୀଙ୍କୁ ବ୍ରାହ୍ମଣୀ ସେତୁ ଧୋକା

ରାଉରକେଲାବାସୀଙ୍କୁ ବ୍ରାହ୍ମଣୀ ସେତୁ ଧୋକା
ରାଉରକେଲା ଅଫିସ,୩୦। ୧୨ବିଦାୟୀ ବର୍ଷର ଦିନକୁ ପୂର୍ବରୁ ଜିଲା କଂଗ୍ରେସ ପକ୍ଷରୁ ଦଳୀୟ କାର୍ଯ୍ୟାଳୟଠାରେ ଶନିବାର ଅପରାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱକୁ ଶାଣିତ ସ୍ବରରେ ସମାଲୋଚନା କରାଯାଇଛି। ସଭାପତି ବୀରେନ ସେନାପତି କହିଛନ୍ତି, ଉଭୟ ଭାଜପା ଏବଂ ବିଜେଡି କେବଳ ରାଉରକେଲାବାସୀଙ୍କୁ ପ୍ରତିଶ୍ରୁତି ବାଣ୍ଟିଛନ୍ତି। ଏହା ବ୍ୟତୀତ ଆଉ ଅଧିକ କିଛି କରିବାକୁ ସକ୍ଷମ ହୋଇନାହଁାନ୍ତି। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଶିଳାନ୍ୟାସ ହେଉଛି ଚଳିତବର୍ଷର ସବୁଠୁ ବଡ ଧୋକା। ଉଭୟ କେନ୍ଦ୍ର ଭାଜପା ଓ ରାଜ୍ୟ ବିଜେଡି ସରକାରଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ପାଇଁ ଆଜି ବ୍ରହ୍ମଣୀ ସେତୁ ନିର୍ମାଣ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଗତ ଜୁଲାଇରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ବ୍ରିଜ ନିର୍ମାଣ ଶିଳାନ୍ୟାସ କରିଥିଲେ। ୧୫ଦିନ ମଧ୍ୟରେ କାର୍ଯ୍ୟରମ୍ଭ ହୋଇଯିବ ବୋଲି ସେ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୫ମାସ ଅତିକ୍ରାନ୍ତ ହୋଇ ସାରିଲାଣି । ଏବେ ବି ମାଟି ପରୀକ୍ଷଣ ଚାଲିଛି। ଏହାଠୁ ବଳି ପ୍ରତାରଣା ଆଉ କଣ ଥାଇପାରେ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ପ୍ରକଳ୍ପ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରି ମିଳି ନ ଥିବା ବେଳେ ତରବରିଆ ଭାବେ କାହିଁକି ଏହାର ଶିଳାନ୍ୟାସ କରାଯାଇ ଡିଣ୍ଡିମ ପିଟା ଗଲା ବୋଲି ଜିଲା କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଭାଜପା ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ଗତ ୨୦୧୩ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା କୋଏଲ ବ୍ୟାରେଜ ଓ ନଦୀ ପାର୍ଶ୍ୱ ରିଂ ରୋଡ ପ୍ରସଙ୍ଗ ଉଠାଉଛି। ଏଣେ ବିଜେଡି ଦୋଷ ଛଡାଇବା ସକାଶେ ରାଜ୍ୟ ସରକାର ବ୍ରିଜ କରି ଦେବେ ବୋଲି ବାହୁସ୍ପୋଟ ମାରୁଛି। ଏହା ଦ୍ୱାରା ସହର ଓ ଜିଲାବାସୀ କି ନ୍ୟାୟ ପାଇବେ ସେନେଇ ଉପରୋକ୍ତ ଦୁଇ ଦଳ ଉତ୍ତର ରଖିବା ଆବଶ୍ୟକ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଛତିଶଗଡ ଭାଜପା ସରକାର ଶଙ୍ଖ ଓ କୋଏଲ ନଦୀ ଉପରେ ୧୮ଟି ବ୍ୟାରେଜ ନିର୍ମାଣ କରୁଛି। ଫଳରେ ବ୍ରାହ୍ମଣୀ ନଦୀ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ନାହିଁ। ସେମାନେ ବିକାଶ କଥା କହି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏମାନେ ଏଡାଇ ଯିବାକୁ ଚତୁରତା ସହ ଉଦ୍ୟମ କରୁଛନ୍ତି ବୋଲି ଜିଲା କଂଗ୍ରେସ ଅଭିଯୋଗ କରିଛି। ପ୍ରଧାନମନ୍ତ୍ରୀ ମୋଦି ରାଉରକେଲା ଆସି ଆଇଜିଏଚକୁ ମେଡିକାଲ କଲେଜ ଓ ସୁପରସ୍ପେଶିଆଲିଟି ହସ୍ପିଟାଲ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ । ତାହା ଭାଜପା ନେତାମାନେ ଭୁଲି ସାରିଲେଣି। ସେହିଭଳି ବେଦବ୍ୟାସ ଝୁଲା ପୋଲ, ସବୁ ଦିନିଆ ବିମାନ ବନ୍ଦର ଆଦି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରାଯାଇଛି। ସେହିଭଳି ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ମହାନଗର ନିର୍ବାଚନ ହୋଇପାରୁନି। ଆରଏମସିରେ ଅଫିସର ରାଜ ଚାଲିଛି। ଆରଡିଏ ସ୍ଥାଣୁ ପାଲଟିଛି। ଆରଜିଏଚକୁ ଜିଲା ଡାକ୍ତରଖାନା ମାନ୍ୟତା ଦିଆଯାଉନି। ସମାନ ସ୍ଥିତିରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଭୁଷୁଡି ପଡିଛି । ଆବଶ୍ୟକୀୟ ଅଧ୍ୟାପିକା ଅଧ୍ୟାପକ ନିଯୁକ୍ତି ଦିଆଯାଉନି। ବେକାରି ଅବସ୍ଥା ଜିଲାରେ ଅତି ଉକତ୍ଟ। ରାଜ୍ୟ ବାହାର ଶ୍ରମିକଙ୍କୁ ଆଣି ନିଯୁକ୍ତି ଦିଆଯାଉଛି। ସହରବାସୀଙ୍କୁ ଆଜି ପର୍ଯ୍ୟନ୍ତ ମୌଳିକ ସେବା ସୁବିଧା ମିଳୁନି। କେବେ ସ୍ମାର୍ଟ ସୁବିଧା ମିଳିବ ଚାହିଁ ବସିଛନ୍ତି। ଏସବୁ ପ୍ରତି ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଅଣଦେଖା ମନୋଭାବ ଅସହ୍ୟ ହେଲାଣି। ଏଣୁ ଆଗାମି ଦିନରେ ସହରବାସୀଙ୍କ ସମସ୍ୟାକୁ ନେଇ ଜିଲା କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେନାପତି ଘୋଷଣା କରିଛନ୍ତି।
All Right Reserved By

ରାଜ୍ୟ |

କୁସୁମୀ, କଂସାରୀ ନଦୀ ଫୁଲୁଛି: ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଭାଙ୍ଗିଲା ଘର

କୁସୁମୀ, କଂସାରୀ ନଦୀ ଫୁଲୁଛି: ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଭାଙ୍ଗିଲା ଘର

ଖୋର୍ଦ୍ଧା ଅଫିସ,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ଫଳରେ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିବା ସହ ପବନ ବେଗ ବଢ଼ୁଛି। ଏଥିସହ  ଚିଲିକା ଅଞ୍ଚଳରେ ୪୦ରୁ ୬୦କିମି ବେଗରେ ପବନ ବହୁଛି ।

ଓଡ଼ିଶା ଛାଡି  ଛତିଶଗଡରେ ପହଞ୍ଚିଲା ‘ଡାଏ’

ଓଡ଼ିଶା ଛାଡି ଛତିଶଗଡରେ ପହଞ୍ଚିଲା ‘ଡାଏ’

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ଓଡ଼ିଶା ଅତିକ୍ରମ କରି ଛତିଶଗଡରେ ପହଞ୍ଚିଲା ଘୂର୍ଣ୍ଣିଝଡ ‘ଡାଏ’। 

ବଗି ଛାଡି ୩ଶହ ମିଟର ଗଡ଼ି ଗଲା ଟ୍ରେନ୍‌ ଇଞ୍ଜିନ

ବଗି ଛାଡି ୩ଶହ ମିଟର ଗଡ଼ି ଗଲା ଟ୍ରେନ୍‌ ଇଞ୍ଜିନ

ନିରାକାରପୁର,୨୧।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଲେଭଲ୍‌ କ୍ରସିଂରେ ଉପରେ ଶୁକ୍ରବାର ୮୫ ବଗି ବିଶିଷ୍ଟ  ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନରୁ ବଗି ଅଲଗା ହୋଇଯାଇଛି।

ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଲାଗିବା ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲଗାଯାଇ ନ ଥିବା ସ୍ପଷ୍ଟ କଲେ ମୁଖ୍ୟ ପ୍ରଶାସକ

ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଲାଗିବା ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲଗାଯାଇ ନ ଥିବା ସ୍ପଷ୍ଟ କଲେ ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୨୧।୯: ଶୁକ୍ରବାର ଶ୍ରୀମନ୍ଦିର ଆନନ୍ଦବଜାରରେ ଅବଢ଼ା ଦର ତାଲିକା ଲାଗିଥିଲା। ଏହି ତାଲିକା ତଳେ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ପ୍ରଶାସନ ଲେଖାଯାଇଥିବାରୁ ଏହା ମନ୍ଦିର ପ୍ରଶାସନ ଦ୍ୱାରା ଲଗାଯାଇଥିବା ଜଣାପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର ଏହାକୁ ଖଣ୍ଡନ କରିଥିଲେ। 

ଗାଁ ଜଙ୍ଗଲ ଛାଡ଼ୁନି ହାତୀ, ଉଜାଗର ରହୁଛନ୍ତି ଗ୍ରାମବାସୀ

ଗାଁ ଜଙ୍ଗଲ ଛାଡ଼ୁନି ହାତୀ, ଉଜାଗର ରହୁଛନ୍ତି ଗ୍ରାମବାସୀ

ରାଇସୁଆଁ,୨୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ରେଞ୍ଜ ନୂଆଗାଁ ପଞ୍ଚାୟତ ରତନପୁର-ଗୋହାଲଡିହି ଅଧୀନ ଗ୍ରାମ୍ୟ ଜଙ୍ଗଲରେ ଏକ ମାଈ ହାତୀ ରହିଥିବା ଜଣାପଡ଼ିଛି। ହାତୀଟି ରାତିହେଲେ ଗ୍ରାମକୁ ପଶି ଆସୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ଶୁକ୍ରବାର ସ୍ଥାନୀୟ ଜନସାଧାରଣ ବନବିଭାଗକୁ ଖବର ଦେବା ପରେ ବନବିଭାଗ ଓ ଗ୍ରାମବାସୀ ହାତୀଟିକୁ ଘଉଡ଼ାଇବା ନିମନ୍ତେ ଚେଷ୍ଟା କରିଥିଲେ। 

ଫାଣ୍ଡି ଅଧିକାରୀଙ୍କ ବଦଳି ବାତିଲ ଦାବିରେ ବାଲିପଦର ବନ୍ଦ

ଫାଣ୍ଡି ଅଧିକାରୀଙ୍କ ବଦଳି ବାତିଲ ଦାବିରେ ବାଲିପଦର ବନ୍ଦ

ବୁଗୁଡ଼ା, ୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀଙ୍କ ବଦଳି  ବାତିଲ ଦାବିରେ ଶୁକ୍ରବାର ବାଲିପଦର ବନ୍ଦ ପାଳନ କରାଯାଇଥିଲା। 

ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ଜିଲା କଂଗ୍ରେସ

କେନ୍ଦୁଝର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ଗୁରୁତର ହୋଇ ପଡୁଥିବାରୁ ଜିଲା କଂଗ୍ରେସ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି  । 

ଗୋଆରୁ ଅସିଲା ମତ୍ସଜୀବୀଙ୍କ ମୃତଦେହ,  ଗାଁରେ ଶୋକାକୂଳ ପରିବେଶ

ଗୋଆରୁ ଅସିଲା ମତ୍ସଜୀବୀଙ୍କ ମୃତଦେହ, ଗାଁରେ ଶୋକାକୂଳ ପରିବେଶ

ଛତ୍ରପୁର,୨୧।୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ କତୁରୁ ଗ୍ରାମର ମତ୍ସଜୀବୀ ଜି. ନାରାୟଣଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଗାଁରେ ପହଞ୍ଚିିଛି। ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ମାଛ ମାରିବାକୁ ଯାଇଥିବା ବେଳେ ଗୋଆ ନିକଟ ସମୁଦ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆସନ୍ତା ଅକ୍ଟୋବର ମାସରେ ସେ ଓଡ଼ିଶା ଆସିବେ। ତେବେ ରାହୁଲ ପୁଣିଥରେ ନଭେମ୍ବରରେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। 

ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଘୋଷଣା

ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଘୋଷଣା

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲା। ତେଣୁ ମାଲକାନଗିରିର ବର୍ଷା ପ୍ରଭାବିତ ଅଞ୍ଚଳ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନର ରିଲିଫ ଘୋଷଣା କରିଛନ୍ତି। ବନ୍ୟା ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ଜିଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ମଧ୍ୟ ଜଣାପଡ଼ିଛି। 

ବିଶ୍ୱାମିତ୍ର ଆଶ୍ରମରେ ଶ୍ରୀବାମନ ଜନ୍ମୋତ୍ସବ ପାଳିତ

ବିଶ୍ୱାମିତ୍ର ଆଶ୍ରମରେ ଶ୍ରୀବାମନ ଜନ୍ମୋତ୍ସବ ପାଳିତ

କାକଟପୁର, ୨୧।୯(ଡି.ଏନ୍‌.ଏ.):  ପ୍ରାଚୀ ଉପତ୍ୟକାର ପ୍ରସିଦ୍ଧ କାକଟପୁର ବ୍ଲକଛକସ୍ଥିତ ବିଶ୍ୱାମିତ୍ର ଆଶ୍ରମରେ ଶୁକ୍ରବାର ଶ୍ରୀବାମନ ଜନ୍ମୋତ୍ସବ ପାଳିତ ହୋଇଯାଇଛି। 

ସୁନିଆଁରେ ମା’ମଙ୍ଗଳାଙ୍କୁ ଲାଗିହେଲା ଚୁଡ଼ାଘଷା, କାକରା

ସୁନିଆଁରେ ମା’ମଙ୍ଗଳାଙ୍କୁ ଲାଗିହେଲା ଚୁଡ଼ାଘଷା, କାକରା

କାକଟପୁର, ୨୧।୯(ଡି.ଏନ୍‌.ଏ.):  ଶୁକ୍ରବାର ହେଉଛି ପବିତ୍ର ସୁନିଆଁ। ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ନିକଟରେ ନୂଆ ଧାନରୁ  ପ୍ରସ୍ତୁତ ଚୁଡ଼ାରେ ଚୁଡ଼ାଘଷା ଓ କାକରା ଭୋଗ ଲାଗି କରାଯାଇଛି।