ରାଜ୍ୟ | ଉପକୂଳ ଓଡିଶା

ଟାଟା ଏସିଇ - ଟ୍ରକ ମୁହଁ।ମୁହିଁ ଧକ୍କା ୪ ଶ୍ରମିକ ମୃତ, ୬ଆହତ

ଟାଟା ଏସିଇ - ଟ୍ରକ ମୁହଁ।ମୁହିଁ ଧକ୍କା ୪ ଶ୍ରମିକ ମୃତ, ୬ଆହତ

ଯାଜପୁର ଅଫିସ/ଚଢେଇଧରା/ଧର୍ମଶାଳା (ଡି.ଏନ୍‌.ଏ.), ୩୦। ୧୨କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାରେ ଠିକାଶ୍ରମିକ ଭାବେ କାର୍ଯ୍ୟରତ ୪ଜଣ ଶ୍ରମିକଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜୀବନ ଯାଇଛି। ଚଣ୍ଡିଖୋଲ-ଡୁବୁରୀ ୫୩ନମ୍ବର ଜାତୀୟ ରାଜପଥର ବାଘୁଆ ନିକଟସ୍ଥ ବାଉଁଶଡୋଳ ଠାରେ ଶନିବାର ସକାଳ ସାଢେ ୭ଟାରେ ଏକ ଯାତ୍ରୀବାହୀ ଟାଟା ଏସିଇ(ଓଡି ୦୫-ଏମ-୭୭୫୨) ଓ ଲୁହାପଥର ବୋଝେଇ ୧୦ଚକିଆ ଟ୍ରକ(ଓଆର ୨୧-ସି- ୪୭୨୨) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଟାଟା ଏସିର ଡ୍ରାଇଭରଙ୍କ ସମେତ ୩ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଧର୍ମଶାଳା ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ମୃତ ଶ୍ରମିକମାନେ ହେଲେ ବେତମାଳିଶାସନ ଗ୍ରାମର ରାମଚନ୍ଦ୍ର ସ୍ବାଇଁ(୪୩), ପଛୁଖଣ୍ଡି ଗ୍ରାମର ଗଙ୍ଗାଧର ପ୍ରଧାନ(୨୮), ସାତମାଣ ଗ୍ରାମର ପ୍ରଫୁଲ୍ଲ ବେହେରା(୫୦) ଓ ବାଟିଗଙ୍ଗା ଗ୍ରାମର ବସନ୍ତ ସାହୁ(୪୫)। ଅନ୍ୟଜଣେ ଗୁରୁତର ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଶ୍ରମିକଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ଗୁରୁତର ଆହତ ଶ୍ରମିକ ଅଣ୍ଟିଆ ଗ୍ରାମର ନିରଞ୍ଜନ ପ୍ରଧାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଣ୍ଟିଆ ଗ୍ରାମର କୈଳାସ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ଆରୁହା ଗ୍ରାମର ଭ୍ରମରବର ସାମଲ, ବାଟିଜଙ୍ଗା ଗ୍ରାମର ପ୍ରିୟଜିତ ନାଏକ ଓ ନିହଲ ପ୍ରସାଦଙ୍କୁ ପ୍ରାଥମିକ ଚିକିସତ୍ କରି ଛାଡ଼ି ଦିଆଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌କୁ ନେଇ ଡ୍ରାଇଭର ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ତାକୁ ଅଟକାଇ ଜେନାପୁର ଥାନାରେ ଜିମା ଦେଇଥିଲେ। ସେହି ସମୟରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିଲେ। ମୃତକ ଓ ଆହତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଦୁର୍ଘଟଣା ପରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଶବ ଜବତ କରିବା ସହିତ ଏକ ମାମଲା(ନଂ.୨୨୦/୨୦୧୭) ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରକାଶ ଯେ, ସବୁଦିନ ଭଳି ଶ୍ରମିକମାନେ ବାରବାଟିରୁ ବାହାରୁଥିବା ଏହି ଟାଟା ଏସି ଗାଡ଼ିରେ ବସି କଳିଙ୍ଗନଗରର ବିଭିନ୍ନ କାରଖାନାକୁ କୁଲି ମଜୁରୀ କରିବାକୁ ଯାଇଥାନ୍ତି। ମାତ୍ର ଉକ୍ତ ଗାଡିର ଫିଟନେସ ଓ ଯାତ୍ରୀବାହୀ ପାଇଁ ପଞ୍ଜୀକରଣ ହୋଇଛି କି ନାହିଁ ପରିବହନ ବିଭାଗ ଆଦୌ ଧ୍ୟାନ ଦେଉନାହିଁ। ଫଳରେ ଏଭଳି ଘଟଣା ଘଟିଲା ବୋଲି ଅନେକେ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏହି ରାସ୍ତାରେ ରାଜସ୍ବ ଆଦାୟ ପାଇଁ ପ୍ରତ୍ୟହ ପାଟ୍ରୋଲିଂ କରାଯାଉଥିବା କୁହାଯାଉଥିବାବେଳେ ବେଆଇନ ପଥର ଖାଦାନରୁ ପ୍ରତ୍ୟହ ଶତାଧିକ ଓଭରଲୋଡିଂ ଗାଡି ଏହି ରାସ୍ତାଦେଇ ଯାତାୟାତ କରୁଛି। ସେହିପରି ଯୋଡ଼ା, ବଡବିଲ ଅଞ୍ଚଳରୁ ଲୁହାପଥର ବୋଝେଇ ଗାଡିଗୁଡିକ ପାରାଦୀପ ବନ୍ଦରକୁ ଯାଉଛି। ପରିବହନ ନୀତିନିୟମକୁ ଉଲ୍ଲଂଘନ କରି ଗାଡ଼ିଗୁଡ଼ିକ କ୍ଷିପ୍ରଗତିରେ ଯାଉଥିବାରୁ ଅଞ୍ଚଳବାସୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଗତ ୨୭ତାରିଖ ସକାଳେ ଏହି ରାସ୍ତାରେ ହାଇୱା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ତଥାପି ଚଣ୍ଡିଖୋଲ ପରିବହନ ବିଭାଗର ଚେତା ପଶୁନି ବୋଲି ସାଧାରଣରେ ଅଭିଯୋଗ ହେଉଛି।

All Right Reserved By

Model This Week

Model This Week

ରାଜ୍ୟ | ଉପକୂଳ ଓଡିଶା

ନାବାଳିକା ବଳାତ୍କାର ପୋଲିସ ବିଭାଗର ଚିନ୍ତା ବଢ଼ଇଛି

ନାବାଳିକା ବଳାତ୍କାର ପୋଲିସ ବିଭାଗର ଚିନ୍ତା ବଢ଼ଇଛି

କଟକ ଅଫିସ,୨୫।୪: ରାଜ୍ୟରେ ବୃଦ୍ଧି ପାଉଥିବା ନାବାଳିକା ତଥା ଶିଶୁକନ୍ୟା ବଳାତ୍କାର ଘଟଣା ଓଡ଼ିଶା ପୋଲିସର ନିଦ ହଜାଇ ଦେଇଛି। ଏହି ଘଟଣାକୁ ନେଇ ରାଜ୍ୟରେ ତୁମ୍ଭିତୋଫାନ ଚାଲିଥିବାବେଳେ ପୋଲିସ ଭାବମୂର୍ତ୍ତି ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି।

ମ୍ୟାଲେରିଆ ନିରାକରଣ ପାଇଁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରୀ

ମ୍ୟାଲେରିଆ ନିରାକରଣ ପାଇଁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ମ୍ୟାଲେରିଆର ସମ୍ପୂର୍ଣ୍ଣ ନିରାକରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ପ୍ରକାଶ କରିଛନ୍ତି।

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

କଟକ ଅଫିସ,୨୫।୪: ଜାତୀୟ ରାଜପଥ ଉପରୁ ମହିଳାଙ୍କ ବେକରୁ ଚେନ ଲୁଟ କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଠାବ କରିଛି।

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

କଟକ ଅଫିସ,୨୫।୪: ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ବୋଲି ଜଣାପଡିଛି। ଘଟଣାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ଏସ୍‌ଆଇଟିର ହସ୍ତଗତ ହୋଇଛି। ପୁଞ୍ଜିଲାଲ ବୋମା ତିଆରି କରି ରାୟପୁରରୁ ପାର୍ସଲ କରିଥିବା ତଦନ୍ତ ବେଳେ ଜଣାପଡିଥିବା ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

କଂଗ୍ରେସର କର୍ମୀ ସମ୍ମିଳନୀ: ୫୦ରୁ ଊର୍ଦ୍ଧ୍ୱ ବିଜେଡ଼ି ଛାଡ଼ିଲେ

କଂଗ୍ରେସର କର୍ମୀ ସମ୍ମିଳନୀ: ୫୦ରୁ ଊର୍ଦ୍ଧ୍ୱ ବିଜେଡ଼ି ଛାଡ଼ିଲେ

ସେମିଳିଗୁଡ଼ା,୨୫।୪(ସ୍ବ.ପ୍ର)- କୋରାପୁଟ ଜିଲା ସେମିଳିଗୁଡ଼ାରେ ବୁଧବାର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ କର୍ମୀମାନେ ଦାମନଯୋଡ଼ି ଛକ ନିକଟରୁ ଏକ ମୋଟରସାଇକେଲ ରାଲି ଯୋଗେ ବାହାରି ସେମିଳିଗୁଡ଼ା ସହର ପରିକ୍ରମା କରିଥିଲେ।

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ପୁରୀ ଅଫିସ,୨୫।୪: ପୁରୀ ଜିଲା ପୋଲିସ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ ବୁଧବାର ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ।

 ପିଡିଏସ ଚାଉଳ, କିରୋସିନ ପାଇବାରୁ ବଞ୍ଚିତ ୧୦ ଗ୍ରାମବାସୀ,  ଜିଲାପାଳଙ୍କ ଦ୍ୱାରସ୍ଥ

ପିଡିଏସ ଚାଉଳ, କିରୋସିନ ପାଇବାରୁ ବଞ୍ଚିତ ୧୦ ଗ୍ରାମବାସୀ, ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ,୨୫ । ୪(ସ୍ବ.ପ୍ର)- ଦୁଇ ମାସ ହେଲା ପିଡିଏସ ଚାଉଳ ଓ କିରୋସିନ ପାଇବାରୁ ବଞ୍ଚିତ ହୋଇଛନ୍ତି ଦଶମନ୍ତପୁର ବ୍ଲକର ୧୦ ଟି ଗ୍ରାମବାସୀ । ସେମାନେ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିଞ୍ଜିଳିକାଟୁ ବ୍ଲକ କଲୋନୀସ୍ଥିତ ଯୁଧିଷ୍ଠିର ଦଳାଇଙ୍କ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଭୋର ୫ଟାରେ ଚଢ଼ାଉ କରାଯାଇଛି। ସେ ଧରାକୋଟ ବିଇଓ(ଗୋଷ୍ଠୀ ଶିକ୍ଷାଧିକାରୀ) ଭାବେ କାର୍ଯ୍ୟରତ ଅଛନ୍ତି।

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

କାକଟପୁର,୨୫।୪(ଡି.ଏନ୍‌.ଏ.): ନିଜ ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଧାନଶିକ୍ଷକ ମାନସ ମିଶ୍ର ବୁଧବାର ଜେଲ ଯାଇଛନ୍ତି। ଏଥିସହ ମିଶ୍ରଙ୍କୁ ପୁରୀ ଜିଲା ଶିକ୍ଷାମଣ୍ଡଳାଧୀଶ ସଲୀଳା ସେଠୀ ଚାକିରିରୁ ନିଲମ୍ବିତ କରିଛନ୍ତି।

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆକ୍ରମଣ ଘଟଣାକୁ ୩ ଦିନ ବିତିଯାଇଛି। ହେଲେ ପୋଲିସ କେବଳ ଅଭିଯୁକ୍ତଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେଣୁ ପୋଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି। ତେବେ ଉପଯୁକ୍ତ ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ ବୋଲି ସ୍ଥାନୀୟ ଏକ ହୋଟେଲରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିନେତ୍ରୀ ଉଷସୀ ମିଶ୍ର କହିଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ବୁଧବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିଥିଲେ।

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

ଠାକୁରମୁଣ୍ଡା,୨୫।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଠାକୁରମୁଣ୍ଡାଠାରୁ ୨୧ କି.ମି. ଦୂର ସାତକୋଶିଆ ନିକଟରେ ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।