ରାଜ୍ୟ |

ଜାନୁୟାରୀ ୨ ଓ ୩୧ରେ ସୁପର ମୁନ୍‌

ଭୁବନେଶ୍ୱର, ୩୦। ୧୨ (ବ୍ୟୁରୋ)୨୦୧୮ ଜାନୁୟାରୀରେ ପୂର୍ବ ଆକାଶରେ ଦୁଇ ଥର ସୁପର ମୁନ୍‌ ଦୃଶ୍ୟମାନ ହେବ। ଗୋଟିଏ ଜାନୁୟାରୀ ୨ ତାରିଖରେ ଦୃଶ୍ୟମାନ ହେବାକୁ ଥିବାବେଳେ ଅନ୍ୟଟି ମାସର ୩୧ତାରିଖରେ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ ସୂଚନା ଦିଆଯାଇଛି। ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଜାନୁୟାରୀ ୨ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ପୂର୍ବ ଆକାଶରେ ସୁପର ମୁନ୍‌ (ନୀଳ ଲାଲ ଚନ୍ଦ୍ର) ଦୃଶ୍ୟମାନ ହେବ। ଏହିଦିନ ଚନ୍ଦ୍ର ଅନ୍ୟଦିନ ଅପେକ୍ଷା ବଡ ଓ ଉଜ୍ଜ୍ୱଳ ଦେଖାଯିବ। ଆକାଶରେ ଚନ୍ଦ୍ରକୁ ଦେଖିଲେ ସାଧାରଣ ଦିନରେ ଦୃଶ୍ୟମାନ ଚନ୍ଦ୍ରଠାରୁ ପ୍ରାୟ ୭% ବଡ ଓ ୨୫% ଉଜ୍ଜଳ ଦେଖାଯିବ। ସେହି ଦିନ ପୃଥିବୀ ପୃଷ୍ଠରୁ ଚନ୍ଦ୍ର ପ୍ରାୟ ୩ ଲକ୍ଷ ୫୬ ହଜାର ୫ଶହ ୬୫ କିଲୋମିଟର ଦୂରତାରେ ରହିବ। ୨ ତାରିଖରେ ପୂର୍ଣ୍ଣିମା ପଡୁଥିବାରୁ ଚନ୍ଦ୍ର ବଡ ଦେଖାଯିବ ବୋଲି ଉପନିର୍ଦ୍ଦେଶକ ପଟ୍ଟନାୟକ କହିଛନ୍ତି। ସେହିପରି ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ପୂର୍ବ ଆକାଶରେ ଆଉ ଏକ ସୁପର ମୁନ୍‌ ଦୃଶ୍ୟମାନ ହେବ। କିନ୍ତୁ ସେହିଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ପୃଥିବୀର କିଛି ଅଞ୍ଚଳକୁ ଏହା ଦୃଶ୍ୟମାନ ହେବ। ଏହାକୁ ବ୍ଲୁ ମୁନ୍‌(ନୀଳ ଜହ୍ନ) ବୋଲି କୁହାଯିବ। ଅନ୍ୟପଟେ ସେଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଚନ୍ଦ୍ର ଲାଲ ରଙ୍ଗର ଦେଖାଯିବ। ଏହି ଦୁଇ ସୁପର ମୁନ୍‌ ଖାଲି ଆଖିରେ ଦେଖିହେବ।

All Right Reserved By

Model This Week

Model This Week

ରାଜ୍ୟ |

ଭୁଜାଲି ଦେଖାଇ ୬୪ ହଜାର ଟଙ୍କା ଲୁଟ୍‌

ଭୁଜାଲି ଦେଖାଇ ୬୪ ହଜାର ଟଙ୍କା ଲୁଟ୍‌

ବାଲିଅନ୍ତା,୨୬।୪(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଞ୍ଚଳରେ ଚୋରି ଓ ଲୁଟ୍‌ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ସ୍ଥାନୀୟ ଲୋକେ ପାଟ୍ରୋଲିଂକୁ ଦାୟୀ କରିଛନ୍ତି। ପିସିଆର୍‌ ନ ଥିବାରୁ ୨୪ ଘଣ୍ଟିଆ ପାଟ୍ରୋଲିଂ ହୋଇପାରୁନାହିଁ। ଫଳରେ ଦିନ ଦ୍ୱିପ୍ରହରରେ ଲୁଟେରାମାନେ ଲୁଟ୍‌ କରି ଖସି ପଳାଇବାରେ ସକ୍ଷମ ହେଉଛନ୍ତି।

କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜ: ୧୩୦ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ

ଡେରାବିଶ, ୨୬ା୪(ସ୍ବ.ପ୍ର.): ଡେରାବିଶ ବ୍ଲକ ଚାଟରାଚକଡ଼ା ପଞ୍ଚାୟତ ଛତାସ୍ଥିତ କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜରେ ଶେଷ ବର୍ଷ ଓ ଦ୍ୱିତୀୟ ବର୍ଷ ପିଲାଙ୍କ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଥିବା ବେଳେ ୧୩୦ଜଣ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଥିରେ ଶେଷ ବର୍ଷର ୮୦ ଛାତ୍ର ଥିବା ୫୦ଜଣ ଛାତ୍ର ୨ୟ ବର୍ଷର।

କନ୍ଧ ନାବାଳିକାଙ୍କୁ ବଳାତ୍କାର: ପୀଡ଼ିତାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଅଭିଯୁକ୍ତଙ୍କ ସ୍ତ୍ରୀ

କନ୍ଧ ନାବାଳିକାଙ୍କୁ ବଳାତ୍କାର: ପୀଡ଼ିତାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଅଭିଯୁକ୍ତଙ୍କ ସ୍ତ୍ରୀ

ବୈପାରୀଗୁଡ଼ା,୨୭ା୪(ଡି.ଏନ୍‌.ଏ.): ବଳାତ୍କାରୀଙ୍କୁ ଫାଶୀଦଣ୍ଡ ଦେବା ପାଇଁ ଏଇ ନିକଟରେ ଆଇନ୍‌ ପାସ୍‌ ହୋଇଛି ସତ; କିନ୍ତୁ ଯୌନ ବିକାରଗ୍ରସ୍ତ ଅଭିଯୁକ୍ତମାନଙ୍କ ଭିତରେ ଏହା ଭୟ ସୃଷ୍ଟି କରିପାରି ନାହିଁ। ଯେଉଁଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନାବାଳିକାଙ୍କୁ ବଳାତ୍କାର ଭଳି ଖବର ସାମ୍ନାକୁ ଆସୁଛି। କୋରାପୁଟ ଜିଲା ଦଶମନ୍ତପୁର ପଞ୍ଚାୟତ ବରୁଆବାଡି ଗ୍ରାମରେ ସେମିତି ଏକ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ଗାଁର ଜଣେ ବିବାହିତ ଯୁବକ ଜଣେ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି ଯେ, ସେ ଏହା ପୂର୍ବରୁ ମଧ୍ୟ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିଲେ।

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ରଣପୁର,୨୬।୪(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଜଗତ୍‌ସିଂହପୁର ଜିଲା ବିରିଡି ଥାନା ବାଗଲପୁର ଗ୍ରାମରୁ ଗୁରୁବାର ଗିରଫ କରିଛି। ସେ ହେଲେ ସେହି ଗ୍ରାମର ସନାତନ ପରିଡା(୩୦)।

ଆସିକାରେ ଆଇପିଏଲ୍‌  ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକାରେ ଆଇପିଏଲ୍‌ ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକା,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଆଇପିଏଲ୍‌ କ୍ରିକେଟ ବେଟିଂ ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ବ୍ରହ୍ମପୁରରୁ ଆଇପିଏଲ୍‌ ବେଟିଂ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଆସିକା ବିଜୁ ପଟ୍ଟନାୟକ ଛକସ୍ଥିତ ଏକ ମୋବାଇଲ ଦୋକାନରେ ଆଇପିଏଲ ମ୍ୟାଚକୁ ନେଇ ସଟ୍ଟାବାଜି ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଦୋକାନ ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି।

ବିଦ୍ୟୁତ୍‌ ବିଭାଗର ମନମାନି, ଚିନ୍ତାରେ ଉପଭୋକ୍ତା

ରାଇସୁଆଁ, ୨୬।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଗୋପିନାଥପୁର, ବାଉରୀପଦା ପଞ୍ଚାୟତର ବିପିଏଲଧାରୀଙ୍କ ଉପରେ ଅଯଥା ବିଦ୍ୟୁତ୍‌ ବିଲ ଦିଆଯାଉଥିବା ଅଭିଯୋଗ ହୋଇଛି। ଯେଉଁ ଉପଭୋକ୍ତା ୨ରୁ ୩ ମାସ ହେଲା ବିଦ୍ୟୁତ୍‌ ସଂଯୋଗ ନେଇଛନ୍ତି। ସେମାନଙ୍କୁ ୫୪ ମାସର ବିଲ ଦିଆଯାଇଛି। ସେମାନଙ୍କର ମିଟର ଲାଗିଥିବା ସତ୍ତ୍ୱେ ମିଟର ରିଡିଙ୍ଗ ନ ନେଇ ମନଇଛା ବିଲ ଦିଆଯାଇଛି।

ଅସହ୍ୟ ତାତି, ରାସ୍ତାଘାଟ ଶୂନ୍‌ଶାନ

ଅସହ୍ୟ ତାତି, ରାସ୍ତାଘାଟ ଶୂନ୍‌ଶାନ

ରାଇସୁଆଁ, ୨୬।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଅସହ୍ୟ ତାତି ଅନୁଭବ ହେଉଛି। ଦିନ ୧୧ଟା ହେଲେ ରାସ୍ତା ଘାଟରେ ଚଳାଚଳ ବନ୍ଦ ହୋଇପଡ଼ୁଛି। ରାସ୍ତା ପ୍ରସସ୍ତୀକରଣ ନାମରେ ବଡ ବୃକ୍ଷ କାଟି ଦିଆଯାଉଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀମାନେ ବିଶ୍ରାମ ନେବା ପାଇଁ ସ୍ଥାନ ପାଉନାହାନ୍ତି। କାରଖାନା ନିର୍ମାଣ ନାମରେ ଜଙ୍ଗଲ କାଟି ପଦାକରି ଦିଆଯାଇଛି।

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା

ଚମ୍ପୁଆ, ୨୬।୪(ଡି.ଏନ.ଏ): ଗତ ଏପ୍ରିଲ ୨ରେ ଭାଲୁ ଆକ୍ରମଣରେ ମୃତ ବନ କର୍ମଚାରୀଙ୍କ ପରିବାରକୁ ଅସ୍ଥାୟୀ ବନ କର୍ମଚାରୀ ସଙ୍ଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ବୁଧବାର ରାଜ୍ୟ ସଙ୍ଘ ସଭାପତି ପ୍ରଭାତ ମହାନ୍ତିଙ୍କ ନିର୍ଦ୍ଦେଶରେ ସମ୍ପାଦକ ପବିତ୍ର କୁମାର ନାୟକ, କେନ୍ଦୁଝର ସଭାପତି ଦେବେନ୍ଦ୍ର ରାଉତ, ନିରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ମୃତ ବିଦେଶୀ ମହାକୁଡଙ୍କ ସ୍ତ୍ରୀ ରେବତୀଙ୍କୁ କେନ୍ଦୁଝର ବନଖଣ୍ଡରେ ଅସ୍ଥାୟୀ ବନ କର୍ମଚାରୀଙ୍କ ସହଯୋଗରେ ୧୮ ହଜାର ୫ଶହ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯାଇଛି।

ସରକାରଙ୍କ ଉପରେ ବର୍ଷିଲେ ଖାରବେଳ

ସରକାରଙ୍କ ଉପରେ ବର୍ଷିଲେ ଖାରବେଳ

ମୁନିଗୁଡା, ୨୬।୪(ଡି.ଏନ୍‌.ଏ)-ରାୟଗଡା ଜିଲା ମୁନିଗୁଡାର ଶହୀଦ୍‌ ଲକ୍ଷ୍ମଣ ନାୟକ ବସ୍‌ ରହଣିସ୍ଥଳ ନିକଟରେ ଉତ୍କଳ ଭାରତ ଦଳର ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା ଅବସରରେ ବୁଧବାର ଆୟୋଜିତ ପଥପ୍ରାନ୍ତ ସଭାରେ ଏହାର ରାଜ୍ୟ ସଭାପତି ଖାରବେଳ ସ୍ବାଇଁ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପ୍ରତ୍ୟେକ କ୍ଷେତ୍ରରେ ଅନଗ୍ରସରତାର ସ୍ପଷ୍ଟ ଚିତ୍ର ଥିବାବେଳେ ଓଡ଼ିଶା ସରକାର ନିଜକୁ ଏକ ନମ୍ବର କହି ବାହାବା ନେବା ଦୁର୍ଭାଗ୍ୟଜନକ।

ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି

ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି

ବଡ଼ବିଲ, ୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଧୋବି ହଟିଂସ୍ଥିତ ଗାୟତ୍ରୀ ନିବାସର କବାଟ ଭାଙ୍ଗି କେହି ଦୁର୍ବୃତ୍ତ ଆଲମୀରା ତାଡି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି। ଘର ମାଲିକ ଜଗମୋହନ ଦାଶଙ୍କ ସହ ପରିବାର ଭୁବନେଶ୍ୱରକୁ ଯାଇଥିଲେ।

 ପୁଣି ସିରାଜୁଦ୍ଦିନ ଖଣିରେ ଧାରଣା

ପୁଣି ସିରାଜୁଦ୍ଦିନ ଖଣିରେ ଧାରଣା

ଯୋଡ଼ା,୨୬।୪(ଡି.ଏନ୍‌.ଏ.): ଯୋଡ଼ା ଖଣିମଣ୍ଡଳ ବଳଦାସ୍ଥିତ ସିରାଜୁଦ୍ଦିନ ଖଣିରେ ନିଯୁକ୍ତି ଦାବିକରି ଖଣିର ସମସ୍ତ କାର୍ଯ୍ୟ ବନ୍ଦ କରି ହଜାର ହଜାର ଗ୍ରାମବାସୀ ବୁଧବାର ଅପରାହ୍ନରେ ଧାରଣାରେ ବସିଥିଲେ। ସ୍ଥାନୀୟ ୪ଟି ଗ୍ରାମ ପଞ୍ଚାୟତ ବଳଦା, ପଳସା, କାଳିମାଟି ଓ ନୟାଗଡ଼ର ଲୋକ ସିରାଜୁଦ୍ଦିନ ଖଣିରେ ନିଯୁକ୍ତି ଦାବି କରି ଖଣିର ୬ନଂ ମୁଖ୍ୟ ଫାଟକରେ ହେଉଥିବା ପରିବହନ ଓ ଖଣିର ଉତ୍ତୋଳନ କାର୍ଯ୍ୟ ସହ ଅନ୍ୟ କାର୍ଯ୍ୟକୁ ବନ୍ଦ କରି ଧାରଣାରେ ବସିଛନ୍ତି।

ନାମଫଳକ ଓଡ଼ିଆରେ ଲେଖିବା ନେଇ ଆଲୋଚନା

ନାମଫଳକ ଓଡ଼ିଆରେ ଲେଖିବା ନେଇ ଆଲୋଚନା

ସୁନାବେଡ଼ା,୨୬। ୪(ଡ଼ି.ଏନ.ଏ)- ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ନେଇ ସୁନାବେଡ଼ା ପୌର ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।