ମେଟ୍ରୋ |

ବିଏମ୍‌ସି ବର୍ଜ୍ୟବସ୍ତୁର ୪୦% ପଲିଥିନ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)- ପଲିଥିନ ପରିବେଶ ପାଇଁ ବିପଦର କାରଣ ହୋଇଛି। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ପଲିଥିନର ବହୁଳ ବ୍ୟବହାର ବଢ଼ିଚାଲିଛି। ସହରାଞ୍ଚଳରେ ଏହା ଭୟଙ୍କର ପରିସ୍ଥିତି ସୃ୍‌ଷ୍ଟି କଲାଣି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ଦୈନିକ ୫୫୦ ମେଟ୍ରକ୍‌ ଟନ ବର୍ଜ୍ୟବସ୍ତୁ ବାହାରୁଛି। ସେଥିରୁ ପ୍ରାୟ ୪୦ ପ୍ରତିଶତ ପଲିଥିନ୍‌। ସେହିପରି କଟକ ଓ ଅନ୍ୟାନ୍ୟ ସହରରେ ମଧ୍ୟ କୁଢ଼ କୁଢ଼ ପଲିଥିନ ବାହାରୁଛି। ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ପଲିଥିନ ପ୍ରକ୍ରିୟାକରଣ ନେଇ ଗୋଟିଏ ବି ପ୍ଲାଣ୍ଟ ସ୍ଥାପନ କରାଯାଇ ପାରିଲା ନାହିଁ। ଆମିଷ ଦ୍ରବ୍ୟ ନେବା ପାଇଁ ବ୍ୟବହୃତ କଳା ପଲିଥିନ୍‌ ପରିବେଶ ପାଇଁ ଅତ୍ୟନ୍ତ ମାରାତ୍ମକ। କଳାପଲିଥିନ୍‌ ସିଧା ଖାଦ୍ୟ ସଂସ୍ପର୍ଶରେ ଆସିଲେ ତାହା ବିଷରେ ପରିଣତ ହୋଇଯାଏ ବୋଲି ବିଶେଷଜ୍ଞଙ୍କ ମତ। ଭୁବନେଶ୍ୱରରୁ ବାହାରୁଥିବା ପଲିଥିନ୍‌ଗୁଡିକୁ ବରଗଡ଼ ସିମେଣ୍ଟ ଫ୍ୟାକ୍ଟ୍ରିକୁ ପଠାଇବାକୁ ଯୋଜନା କରାଯାଇଥିଲା। ତେବେ ଏହା ବ୍ୟୟବହୁଳ ହେବାରୁ ଏହି ଯୋଜନା ମଧ୍ୟ ଫେଲ୍‌ ମାରିଛି। ଏପରି ସ୍ଥଳେ ପଲିଥିନ୍‌ ବ୍ୟବହାରକୁ ରୋକିବା ପାଇଁ କୌଣସି ବିକଳ୍ପ ନ ଥିବା ବେଳେ ବ୍ୟବହୃତ ପଲିଥିନ୍‌କୁ ରାଜ୍ୟ ସରକାର ରାସ୍ତା ନିର୍ମାଣ କାର୍ଯ୍ୟରେ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ପିଚୁ ସହିତ ମିଶାଇ ରାସ୍ତା ନିର୍ମାଣ କରାଗଲେ ଏହା ଦୀର୍ଘ ସ୍ଥାୟୀ ହୋଇପାରିବ। ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପୌରସଂସ୍ଥାଗୁଡିକଠାରୁ ପଲିଥିନ୍‌ କ୍ରୟ କରିବେ। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବ୍ୟବହୃତ ପଲିଥିନ୍‌ କିଲୋ ୨୭ ଟଙ୍କାରେ ବିଭାଗଗୁଡିକ କିଣିବେ। ରାସ୍ତା ନିର୍ମାଣ ସମୟରେ ସେହି ପଲିଥିନ୍‌କୁ ପିଛୁ ସହ ମିଶାଇ ବ୍ୟବହାର କରାଯିବ। ସ୍କୁଲ ଓ କଲେଜ ପିଲାମାନଙ୍କୁ ପଲିଥିନ୍‌ର କୁପ୍ରଭାବ ବିଷୟରେ ସଚେତନ କରାଯିବ। ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ପଲିଥିନ ବ୍ୟବହାର ନିଷେଧକୁ କଡ଼ାକଡ଼ି କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।
All Right Reserved By

ମେଟ୍ରୋ |

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

କାକଟପୁର,୨୦।୯(ଡି.ଏନ୍‌ଏ.): ପୁରୀ ଜିଲା ଅସ୍ଥରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ  ପାଞ୍ଚଗ୍ରାମ ଉଚ୍ଚ  ପ୍ରାଥମିକ  ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ   ବୁଧବାର ଉକ୍ତ ଗ୍ରମର ଜଣେ ଯୁବକ ଆକ୍ରମଣ କରିବା ସହ ବିଦ୍ୟାଳୟକୁ ଆସିଲେ ମାରିଦେବାକୁ ଧମକ ଦେଇଥିଲେ। 

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତ୍‌ସିଂହପୁର ଆଦି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସତର୍କ କରାଯାଇଛି।

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା। ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୧୨ଟି ବିଲ୍‌ ଗୃହରେ ଅନୁମୋଦନ ଲାଭ କରିଛି।

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା: ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା: ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ପରିଚାଳନାଗତ ସଂସ୍କାରକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତା ୨୪ରେ ହେବ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟ ଗୁରୁବାର ଏହି ତାରିଖ ଧାର୍ଯ୍ୟ କରିଛନ୍ତି। ତାରିଖ ଧାର୍ଯ୍ୟ ହେବା ପରେ ସେବାୟତ ଓ ଭକ୍ତଙ୍କ ମହଲରେ ଉତ୍ସୁକତା ପ୍ରକାଶ ପାଇଛି।

କାର-ଟ୍ରକ ମୁହାଁମୁହିଁ: ୫ ମୃତ

କାର-ଟ୍ରକ ମୁହାଁମୁହିଁ: ୫ ମୃତ

କଟକ ଅଫିସ, ୨୦।୯(ଡି.ଏନ୍‌.ଏ): କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଅନନ୍ତପୁର ନିକଟରେ ଗୁରୁବାର ସକାଳେ କାର ଓ ଟ୍ରକ ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଛି। 

କୋଣାର୍କ ମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଘଟଣା: ଅଭିଜିତଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

କୋଣାର୍କ ମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଘଟଣା: ଅଭିଜିତଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିବା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍‌ ଆୟାର ମିତ୍ରଙ୍କୁ ଗୁରୁବାର ଗିରଫ କରାଯାଇଛି। ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୋଲିସ ଅଭିଜିତ୍‌ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। 

ଆସୁଛି ଲଘୁଚାପ, ୨ ଦିନ ପ୍ରବଳ ବର୍ଷିବ

ଆସୁଛି ଲଘୁଚାପ, ୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୯।୯(ବ୍ୟୁରୋ)- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅବପାତ(ଡିପ୍ରେସନ)ରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଉଗ୍ରରୂପ ଧାରଣ କରି ଡିପ୍‌ ଡିପ୍ରେସନରେ ପରିଣତ ହେବ। 

ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା କରିବାକୁ ଦାବି

ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା କରିବାକୁ ଦାବି

ଭୁବନେଶ୍ୱର, ୨୦।୯(ବ୍ୟୁରୋ)- ଓଡ଼ିଶାରେ ୩୨୫୯ଟି ପ୍ରାଥମିକ ଦୁଗ୍ଧ ସମବାୟ ସମିତି ଜରିଆରେ ଓମ୍‌ଫେଡ୍‌ ଦିନକୁ ହାରାହାରି ୬ଲକ୍ଷ ଲିଟର କ୍ଷୀର କିଣୁଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୨୬ ଟଙ୍କା ୧୦ ପଇସା ରହିଛି।

ଘରୋଇ ଶିକ୍ଷାନୁଷ୍ଠାନର ଶୋଷଣକୁ ବିରୋଧ , ଲୋୟର ପିଏମ୍‌ଜିରେ ଅଭିଭାବକଙ୍କ ଗଣସତ୍ୟାଗ୍ରହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଘରୋଇ ଶିକ୍ଷାନୁଷ୍ଠାନର ଶୋଷଣକୁ ବିରୋଧ , ଲୋୟର ପିଏମ୍‌ଜିରେ ଅଭିଭାବକଙ୍କ ଗଣସତ୍ୟାଗ୍ରହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ଏଥିରୁ ମୁକ୍ତି ଲାଗି ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ ଦାବି କରିଛି ଓଡ଼ିଶା ପ୍ୟାରେଣ୍ଟ୍‌ସ ଆସୋସିଏଶନ ଫୋରମ। ବୁଧବାର ଏ ନେଇ ଫୋରମ ପକ୍ଷରୁ ବିଧାନସଭା

ଏୟାର ଓଡ଼ିଶା ନିର୍ଦ୍ଦେଶକଙ୍କ ନାମରେ ବଳାତ୍କାର ଅଭିଯୋଗ , କ୍ୟାପିଟାଲ ଥାନାରେ ପୀଡିତାଙ୍କ ବୟାନ ରେକର୍ଡ

ଏୟାର ଓଡ଼ିଶା ନିର୍ଦ୍ଦେଶକଙ୍କ ନାମରେ ବଳାତ୍କାର ଅଭିଯୋଗ , କ୍ୟାପିଟାଲ ଥାନାରେ ପୀଡିତାଙ୍କ ବୟାନ ରେକର୍ଡ

ଭୁବନେଶ୍ୱର, ୨୦।୯(ବ୍ୟୁରୋ)- ଏୟାର ଓଡିଶା ନିର୍ଦ୍ଦେଶକ ସନ୍ତୋଷ ପାଣିଙ୍କ ନାମରେ ଜଣେ ବଙ୍ଗୀୟ ଯୁବତୀ ବଳାକତ୍ାର ଅଭିଯୋଗ ଆଣିଛନ୍ତି। ଏୟାର ଓଡିଶାରେ ସୁରକ୍ଷା ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ସନ୍ତୋଷ ବଳାକତ୍ାର କରିଥିବା ଯୁବତୀ ଜଣକ ବୁଧବାର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। 

୨୦୨୦ ମାର୍ଚ୍ଚ ସୁଦ୍ଧା କୁଷ୍ଠରୋଗମୁକ୍ତ ହେବ ଓଡ଼ିଶା

୨୦୨୦ ମାର୍ଚ୍ଚ ସୁଦ୍ଧା କୁଷ୍ଠରୋଗମୁକ୍ତ ହେବ ଓଡ଼ିଶା

ଭୁବନେଶ୍ୱର, ୨୦।୯(ବ୍ୟୁରୋ)- ଆଗାମୀ ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ କୁଷ୍ଠରୋଗମୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତା’ ପୂର୍ବରୁ ୨୦୧୯ ଅକ୍ଟୋବର ୨ ସୁଦ୍ଧା କୁଷ୍ଠଜନିତ ଗ୍ରେଡ୍‌-୨ ଅକ୍ଷମତାକୁ ପ୍ରତି ୧୦ଲକ୍ଷ ଲୋକଙ୍କ କ୍ଷେତ୍ରରେ ୧ରୁ କମ୍‌ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। 

୨୩ରୁ ପୁରୀରେ ଭାଜପା ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ , ଉଦ୍‌ଘାଟନ କରିବେ ଅମିତ ଶାହ

୨୩ରୁ ପୁରୀରେ ଭାଜପା ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ , ଉଦ୍‌ଘାଟନ କରିବେ ଅମିତ ଶାହ

ପୁରୀ ଅଫିସ, ୨୦ା୯: ଆସନ୍ତା ୨୩ରୁ ୨୫ତାରିଖ ଯାଏ ପୁରୀରେ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, କାର୍ଯ୍ୟକାରିଣୀକୁ ୨୪ତାରିଖରେ ଭାଜପା ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଉଦ୍‌ଘାଟନ କରିବେ।